Ewr

ଲୋକଙ୍କ ମନ ମୋହୁଛି ଓଡ଼ିଆ ଚଳଚିତ୍ର “ତୁମେ ନଥିଲେ”

ଆଞ୍ଚଳିକ ଓ ସଂସ୍କୃତି
ବାରିପଦା : ଅଂଶୁମାନ ପ୍ରଡକସନ୍ ତଥା  ଚିନ୍ମୟ ଦାସ ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ” ତୁମେ ନଥିଲେ ” ଏବେ ବେଶ୍ ଲୋକପ୍ରିୟତା ହାସଲ କରି ମୟୁରଭଞ୍ଜର ଏକମାତ୍ର ସିନେମା ହଲ୍ ରକ୍ସିରେ ପୂର୍ଣ୍ଣ ପ୍ରେକ୍ଷାଳୟରେ  ଆଗେଇ ଚାଲିଛି । ନିଚ୍ଛକ ପାରିବାରିକ ତଥା ପ୍ରେମ ଆବେଗଭରା ମୌଳିକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟିର  ପ୍ରତ୍ୟେକଟି କଳାକାରଙ୍କର ଅଭିନୟ ଅତି ସାବଲୀଳ ଥିବାବେଳେ ନାୟକ ମଣ୍ଟୁ (ଶୁଭାଶିଷ ଶର୍ମା), ନାୟିକା ଗୁଡ୍ଡି (ସାହିଲ ମିଶ୍ର) ଙ୍କ ଅଭିନୟ ଅତି ନିଖୁଣ ହୋଇଛି। କାହାଣୀ ଓ ସଂଳାପ ଯେମିତି ବଳିଷ୍ଠ , ସଂଗୀତ ସେମିତି ଉଚ୍ଚକୋଟୀର । ନବାଗତ ଗାୟକ କୁମାର ସୁଜିତ, ନବାଗତା ଗୀତିକାର ଡକ୍ଟର ଅସୀମା ସାହୁ , ନବାଗତ ଶିଶୁ କଳାକାର ବିନୁ ( ଶ୍ରେୟାଂଶୁ ବେହେରା) ଓ ନବାଗତ ଏଡିଟର ମୁନା ମୋଦୀଙ୍କ ଭୂମିକା ଏହି ଚଳଚ୍ଚିତ୍ରର ଅନ୍ୟତମ ଆକର୍ଷଣ I ଚଳଚିତ୍ର “ବିଶ୍ବାସ” ର ଫେମ୍ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନବାଗତ ପ୍ରଯୋଜକ ସୁରେନ୍ଦ୍ର ନାଥ ବେହେରା ଥିବାବେଳେ ଚମତ୍କାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର I ବହୁ ବର୍ଷ ପରେ ଏଭଳି ଏକ ନିଖୁଣ ପାରିବାରିକ ସଫଳ ଓଡ଼ିଆ ଚଳଚିତ୍ର ଦର୍ଶକଙ୍କ ଭିତରେ ବେଶ ଚର୍ଚ୍ଚାର ବିଷୟ ହୋଇଯାଇଛି I
Shrutilipi ad