ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ୫ମ ମ୍ୟାଚରେ ଡି ଆର କେ (ବି ) କରଞ୍ଜିଆକୁ ୫ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଡି ଆର କେ (ବି ) ୨୨. ୩ ଓଭରରେ ସମସ୍ତ ଉଇକେଟ ହରାଇ ୯୬ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସୁବ୍ରତ ସିଂ ୩୫ ରନ କରିଥିଵା ବେଳେ ବିପକ୍ଷ ଦଳର ଅଭିଜିତ ପ୍ରସାଦ ଘଣା ଓ ଭବେଶ ବେହେରା ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ କରଞ୍ଜିଆ ୨୫ ଓଭରରେ ୯ ଉଇକେଟ ହରାଇ ୯୧ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ଅଭିଜିତ ପ୍ରସାଦ ଘଣା ୨୪ ରନ କରିଥିବା ବେଳେ ବିପକ୍ଷ ଦଳର ସଞ୍ଜୟ ସିଂ ୪ ଟି ଉଇକେଟ ଅକ୍ତିଆର କରିଵା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ କ୍ରିକେଟ ଖେଳାଳି ପ୍ରଶାନ୍ତ ପଟ୍ଟନାୟକ ତଥା କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି ତଥା ଫୁଟବଲ ସମ୍ପାଦକ ଅମର କୁମାର ସେଠି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି କରଞ୍ଜିଆ ଓ ବି ଜେ ଏମ ସି ସି ମଧ୍ୟରେ ମ୍ୟାଚ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

