Img 20250605 wa0147

୧ମ ବାର୍ଷିକ ଡି ଆର କେ କପ୍ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟ ଉଦଘାଟିତ, କୋର ହାଣ୍ଟର୍ସ ବିଜୟୀ

ଖେଳ
ବାରିପଦା : ଡି ଆର କେ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟ ଉଦଘାଟିତ ହୋଇଯାଇଛି I ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ନଗରପାଳ ତଥା ଟୁର୍ଣ୍ଣIମେଣ୍ଟର ସଭାପତି କୃଷ୍ଣIନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ସମାଜସେବୀ କଳିଙ୍ଗ କେଶରୀ ଜେନା, ଉପ ନଗରପାଳ ସୀମା ଦାସ, ଇ. ବିପ୍ଳବ ଭଞ୍ଜନ ଭୁଗୁଡେଇ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସ୍ଥାନୀୟ କାଉନସିଲର ପ୍ରଶାନ୍ତ ବେହେରା, ପୂର୍ବତନ ରାଜ୍ୟସ୍ତରୀୟ କ୍ରିକେଟ ଖେଳାଳି ଲଲାଟେନ୍ଦୁ ବେହେରା, ସମାଜସେବୀ ତରୁଣ ମହାନ୍ତି, ଦୀପା ରାଉତରାୟ, କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ପ୍ରମୁଖ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସମ୍ପାଦକ ନିରୋଜ ସାହୁ, ଆୟୋଜକ ଅମିତାଭ ଦାସ, ସତ୍ୟନାରାୟଣ ଜୀଉ, ମାନସ ଧଳ, ରୁପମ ମହାନ୍ତି, ଅମିତ ପରିଡା ଉପସ୍ଥିତ ଥିଲେ I ଉଦଘାଟନୀ ମ୍ୟାଚରେ କୋର ହାଣ୍ଟର୍ସ ଲାଲବଜାର ୱାରିୟାର୍ସକୁ ୨ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଲାଲବଜାର ୱରିୟର୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୩୪ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଶୁଭମ ନାୟକ ୬୯ ଓ ହରିଶଙ୍କର ଘୋଷ ୨୬ ରନ କରିଥିବା ବେଳେ ବିପକ୍ଷ ଦଳର ଆଦିତ୍ୟ ବସା, ଦିବ୍ୟେଶ ମହାନ୍ତି ଓ ମନୋଜ ବାରିକ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ କୋର ହାଣ୍ଟର୍ସ ୧୯. ୧ ଓଭରରେ ୮ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ କ୍ଷମାସାଗର ବଳ ୫୨ ଓ ଅଭିଜ୍ଞାନ ମହାନ୍ତି ୪୨ ରନ କରିଥିବା ବେଳେ ବିପକ୍ଷ ଦଳର ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ବେହେରା ଓ ମନୁ ରାମ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଆଶୁତୋଷ ପାଣି ଓ ଦିଲ୍ଲୀପ ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରଂରେ ସହାୟତା କରିଥିଲେ I ସୋମନାଥ ସିଂହ ଓ ବୁବୁ ସିନ୍ହା ଧାରବିବରଣୀ ପ୍ରଦାନ କରିଥିଲେ I
Shrutilipi ad