Img 20250529 wa0210

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟିମ- ସି ଚମ୍ପିୟାନ

ଖେଳ
ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ସି, ଟିମ – ଡି କୁ ୫ ରନରେ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ସି ୧୫ ଓଭରରେ ୫ ଉଇକେଟ ହରାଇ ୫୯  ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଗମ୍ଭୀର ପିଙ୍ଗୁଆ ୩୦ ରନ କରିଥିବା ବେଳେ ବିପକ୍ଷ ଦଳର ରାଜିବ ଶଙ୍କର ୨ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ – ଡି ୧୫ ଓଭରରେ ୮ ଟି ଉଇକେଟ ହରାଇ ୫୪ ରନ କରିପାରିଥିଲେ I ବିପକ୍ଷ ଦଳର ଗମ୍ଭୀର ପିଙ୍ଗୁଆ, ତାଜ ରୋଶନ ପରିଡା ଓ ମଦିରସ ବେହେରା ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଶ୍ରେଷ୍ଠ ଖେଳାଳି ଭାବେ ଗମ୍ଭୀର ପିଙ୍ଗୁଆଙ୍କୁ ଲଲାଟେନ୍ଦୁ ବେହେରା ଗୋଟିଏ ବେଟ ଦେଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରିଥିଲେ I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ I ଏହି ଅବସରରେ ଜିଲ୍ଲାସ୍ତରୀୟ ବରିଷ୍ଠ ବର୍ଗ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ମେରୀ ଲୋକନାଥ ଓ କନିଷ୍ଠ ବର୍ଗରେ ପ୍ରୀତପାଲ ସିଂହଙ୍କୁ ଏବଂ କଳାହାଣ୍ଡି କପ ଚମ୍ପିୟାନ ରାଇରଙ୍ଗପୁର ଦଳ, ରନର୍ସ ଅପ ଡି ଆର କେ – ବି ଦଳକୁ ତଥା କନିଷ୍ଠ ବର୍ଗର ଚମ୍ପିୟାନ ବି ସି ଏ ଓ ରନର୍ସ ଅପ କରଞ୍ଜିଆ ଦଳକୁ ମଧ୍ୟ ପୁରସ୍କୃତ କରାଯାଇଥିଲା I ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଓ ରାଜ୍ୟ ସ୍ତରୀୟ କ୍ରିକେଟ ଖେଳାଳି ଲଲାଟେନ୍ଦୁ ବେହେରା ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସହ ସମ୍ପାଦକ ବୈଦ୍ୟନାଥ ରଥ,  ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ ଓ ପ୍ରସନ୍ନଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବୋକ୍ସିଙ୍ଗ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I
Shrutilipi ad