Img 20250525 wa0161

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୯ମ ଦିନର ଖେଳ; ଟିମ- ଡି ୯ ଉଇକେଟରେ ବିଜୟୀ

ଖେଳ
ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୯ମ ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଡି, ଟିମ – ଏଫ  କୁ ୯ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଟିମ- ଏଫ ୧୬. ୨   ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୪୩ ରନ ସଂଗ୍ରହ କରିଥିଲେ I ବିପକ୍ଷ ଦଳର ସନ୍ଦୀପ ଶିବ ହାଁସଦା ୪ ଟି  ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ – ଡି ୮. ୧ ଓଭରରେ ଗୋଟିଏ ଉଇକେଟ ହରାଇ ୪୪ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ସୁଜିତ ଦେଓ ୧୭ ରନ ସଂଗ୍ରହ କରିଥଲେ I ସନ୍ଦୀପ ଶିବ ହାଁସଦା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ, ମୟୁରଭଞ୍ଜ, ଈଶ୍ବର ଚନ୍ଦ୍ର ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅଶୋକ ପଟ୍ଟନାୟକ ଓ ସଦସ୍ୟ ଯୋଗେଶ୍ୱର ପାଲବାବୁ ଉପସ୍ଥିତ ଥିଲେ I ଦିଲ୍ଲୀପ କୁମାର ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ I ଆସନ୍ତା କାଲି ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଜି ଏବଂ ସେଣ୍ଟ ଏନିଜ କନଭେଣ୍ଟ ସ୍କୁଲ ମଧ୍ୟରେ ଖେଳ ଅନୁଷ୍ଠିତ ହେବ I
Shrutilipi ad