Dead

ଛୁଆ ଚୋରି ସନ୍ଦେହେରେ ଯୁବକକୁ ପିଟିପିଟି ମାରିଦେଲେ

ଅପରାଧ

ବାରିପଦା: ଏବେ ଚାରିଆଡ଼େ ଶୁଣିବାକୁ ମିଳୁଅଛି ଛୁଆଚୋରି ଗୁଜବ l ବିଗତ କିଛିଦିନ ତଳେ ବାରିପଦା ସହରରେ ଘର ସମ୍ମୁଖରୁ ତିନି ଜଣ ଯୁବକ ଜଣେ ପିଲାକୁ ଉଠାଇ ନେଉଥିବାର ଦୃଶ୍ୟର ଭିଡିଓ ସବୁଆଡେ ଭାଇରାଲ ହେବାପରେ ଲୋକମାନଙ୍କ ଭିତରେ ଆତଙ୍କ ଦେଖାଦେଇଛି l କିନ୍ତୁ ପିଲାଚୋର ଏକ ଗୁଜବ ବୋଲି ସବୁବେଳେ କୁହାଯାଉଅଛି l ଏହି ଗୁଜବ ଘଟଣାରେ ଆଜି ଜଣେ ଯୁବକ ର ଜୀବନହାନୀ ହୋଇଅଛି l ଏହିଭଳି ଏକ ଛୁଆଚୋରି ଘଟଣା ସନ୍ଦେହ କରି କିଛି ଲୋକ ଜଣେ ମାନସିକ ବିକାରଗ୍ରସ୍ଥ ଯୁବକର ଜୀବନ ନେଇଛନ୍ତି l ଆଜି ମଧ୍ୟାନ୍ନ ସମୟରେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଡେଙ୍ଗାଶୁଳ ଲୋଧାସାହି ନିକଟରେ ଜଣେ ମାନସିକ ବିକାରଗ୍ରସ୍ଥ ଯୁବକ ବୁଲୁଥିଲା l ତାକୁ ସ୍ଥାନୀୟ କିଛି ଲୋକ ତାର ପରିଚୟ ପଚାରିଥିଲେ l ମାତ୍ର ସିଏ ହିନ୍ଦୀରେ କଥା କହୁଥିବାବେଳେ ତାର ପରିଚୟ ଠିକଭାବେ କହିପାରିନଥିଲା l ତାର କଥାରେ ସନ୍ଦେହ କରି ତାକୁ ଲୋକମାନେ ନିର୍ଘାତ ପିଟିଥିଲେ l ଫଳରେ ସିଏ ଅଚେତ ହୋଇଯାଇଥିଲା l ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ଯୁବକକୁ ସ୍ଥାନୀୟ କିସାନତାଣ୍ଡି ହସ୍ପିଟାଲ କୁ ଆଣିଥିଲେ l ମାତ୍ର ଚିକିତ୍ସା ଅବସ୍ଥାରେ ତାର ମୃତ୍ୟୁ ଘଟିଅଛି l  ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଉକ୍ତ ଯୁବକ ଉପରେ ସନ୍ଦେହେଜାତ ହୋଇଥିଲା କାହିଁକି ଲୋକମାନେ ପୋଲିସ କୁ ଜିମା ନଦେଇ ଆଇନ କୁ ହାତକୁ ନେଲେ l ଯାହାର ପରିଣାମ ଜଣେ ନିରୀହ ମାନସିକ ବିକାରଗ୍ରସ୍ଥ ଯୁବକ ସବୁଦିନ ପାଇଁ ଆଖିବୁଜିଦେଲା l ପୋଲିସ ମୃତକ ର ଶବକୁ ଜବତ କରିବା ସହ ମୋରଡ଼ା ଥାନାରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରିରଖିଅଛି l

Shrutilipi ad