1

ମେ’ ୧୨ ସୁଦ୍ଧା ସିବିଏସ୍‌ଇ ଫଳ !

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ)ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ମେ’ ୧୨ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିିଛି। ଦଶମରେ ପ୍ରାୟ ୨୪.୧୨ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବାବେଳେ ଦ୍ବାଦଶରେ ୧୭.୮୮ଲକ୍ଷ ବିଦ୍ୟାର୍ଥୀ ଫର୍ମ ପୂରଣ କରିଥିଲେ। ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ମାର୍ଚ୍ଚ ୧୮ପର୍ଯ୍ୟନ୍ତ ଚାଲିଥିଲା। ସେହିଭଳି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ ୪ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। […]

Read More Text.
Cbi director praveen sood

ବଢ଼ିଲା ସିବିଆଇ ନିର୍ଦେଶକ ପ୍ରବୀଣ ସୁଦ୍‌‌ଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ମନୋନୟନ କମିଟିର ସୁପାରିଶ ଆଧାରରେ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କ କାର୍ଯ୍ୟକାଳ ୨୪ ମଇ ପରେ ଆଉ ଗୋଟିଏ ବର୍ଷ ପାଇଁ ବୃଦ୍ଧିକୁ ଅନୁମୋଦନ କରିଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରାଯାଇଛି। ଶ୍ରୀ ସୁଦ ୨୫ ମଇ, ୨୦୨୩ରେ ଦୁଇ ବର୍ଷ ପାଇଁ […]

Read More Text.
Whatsapp image 2025 05 05 at 9.11.38 pm 1

ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଚିଠି ​ଲେଖିଲେ ଗଜପତି ମହାରାଜା

ପୁରୀ : ପଶ୍ଚିମବଙ୍ଗ ଦୀଘା ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ତେଜିବାରେ ଲାଗିଛି। ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ଉଲ୍ଲେଖ କରିବା ନେଇ କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗରେ ମଧ୍ୟ ଆରମ୍ଭ ହୋଇଥିବା ବିତର୍କ ଥମିନାହିଁ। ପୁରୀ ଜଗନ୍ନାଥ ଧାମକୁ ଇଜ୍ଜତ କରୁଛି ବୋଲି ଗତକାଲି ବୟାନ ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ନିଜ ଜିଦ୍‌ରେ ଅଟଳ ରହିଥିବା ଦେଖିବାକୁ ମିଳିଛି। ‘ଜଗନ୍ନାଥ ଧାମ’ ଲିଖିତ ଫଳକ କାଢ଼ିବା ବଦଳରେ ଦୀଘା ମନ୍ଦିରରେ ଏହାକୁ ସ୍ଥାୟୀ […]

Read More Text.

ଆମେ ଜବାବ ଦେବୁ, କିନ୍ତୁ ସମୟ, ସ୍ଥାନ ଓ ଉପାୟ ଆମର ହେବ: ପାକ୍ ସେନା ମୁଖପାତ୍ର

ନୂଆଦିଲ୍ଲୀ: ଭାରତୀୟ ସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଟାର୍ଗେଟ ଆକ୍ରମଣ କରି ପହଲଗାଓଁ ଆତଙ୍କୀ ହମ୍ଲାର ପ୍ରତିଶୋଧ ନେଇଛି। ଭାରତୀୟ ସେନା ଦ୍ବାରା ଅଧ ରାତିରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ରେ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୈବାର ଏକାଧିକ ଠିକଣା ଓ ମୁଖ୍ୟାଳୟ ଧ୍ବଂସ ହୋଇଯାଇଛି। ଭାରତୀୟ ସେନାର ସୂଚନା ମୁତାବକ, ଏହି ଆକ୍ରମଣରେ ପ୍ରାୟ ୭୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅପରପକ୍ଷେ ପାକିସ୍ତାନ ମଧ୍ୟ ସ୍ବୀକାର କରିଛି ଯେ, ଏହି ଆକ୍ରମଣରେ ଲୋକଙ୍କ ମୃତ୍ୟୁ […]

Read More Text.

ନକ୍ସଲ ଅପରେସନ୍‌ ଜାରି: ମାଓବାଦୀ ଲୁଚିବା ପାଇଁ ଜଙ୍ଗଲରେ ନାହିଁ ସ୍ଥାନ!

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ଏବଂ ଛତିଶଗଡ଼ର ବିଜାପୁରକୁ ଲାଗି ରହିଥିବା କାରଗେଟ୍ଟା ଜଂଗଲରେ ଗତ ୧୬ ଦିନ ଧରି ଯବାନ ଲଗାତାର ଅପରେସନ ଜାରି ରଖିଛନ୍ତି। ଆଜିକୁ ୧୬ ଦିନ ବିତିଥିବା ବେଳେ ଗତକାଲି ରାତିରୁ ଜଂଗଲରେ ନକ୍ସଲଙ୍କ ସହ ଗୁଳିବିନିମୟ ଜାରି ରହିଛି। ଆଜି ଦିନ ତମାମ ରହି ରହି ଗୁଳିବିନିମୟ ଘଟିଛି। ତେବେ ଯବାନ ଡ୍ରୋନ ସାହାଯ୍ୟରେ ନକ୍ସଲଙ୍କୁ ଖୋଜିଖୋଜି ମାରୁଥିବା ଦେଖିବାକୁ ମିଳିଛି। ଡ୍ରୋନ ସାହାଯ୍ୟରେ କିପରି ନକ୍ସଲଙ୍କୁ ଖୋଜା ଚାଲିଛି ତାହାର […]

Read More Text.

ଭାରତର ଆକ୍ରମଣରେ ଥରହର ପାକିସ୍ତାନ: ବଡ଼ ଧମକ ଦେଲେ ଶେହବାଜ ସରିଫ, ଡାକିଲେ ଜରୁରୀ ବୈଠକ

ଇସଲାମାବାଦ: ଭାରତୀୟ ବାୟୁସେନା ଗତକାଲି ବିଳମ୍ବିତ ରାତିରେ ‘ଅପରେସନ ସିନ୍ଦୂର’ ଅଧୀନରେ ପାକ୍ ଅଧିକୃତ କାଶ୍ମୀର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଛି। ମୁଜାଫରାବାଦ, କୋଟଲି, ଗୁଲପୁର, ବିମ୍ବର, ସିଆଲକୋଟ, ଚକ୍ ଅମ୍ରୁ, ମୁରିଦକେ ଏବଂ ବହାବଲପୁରରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଟାର୍ଗେଟ କରିଛି ଭାରତ। ପାକିସ୍ତାନ ସେନା ଭାରତୀୟ ଆକ୍ରମଣକୁ ନିଶ୍ଚିତ କରି କହିଛି ଯେ, ଏହି ଆକ୍ରମଣ ଭାରତୀୟ ବାୟୁସୀମାରୁ କରାଯାଇଛି। କାଶ୍ମୀରର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ […]

Read More Text.

ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ଉନ୍ନତୀକରଣ ପାଇଁ ଏକ ଜାତୀୟ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ସେହିପରି କେନ୍ଦ୍ର ପ୍ରାୟୋଜିତ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ […]

Read More Text.

ପାକିସ୍ତାନରେ କୌଣସି ଆତଙ୍କବାଦୀ ଶିବିର ନାହିଁ, ଆମେ ଆତଙ୍କବାଦୀଙ୍କ ବିରୋଧୀ: ପାକ୍ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଏୟାରଷ୍ଟ୍ରାଇକ୍ କରିଛି। ପହଲଗାମରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ‘ଅପରେସନ୍ ସିନ୍ଦୂର’ ଅଧୀନରେ ଏୟାରଷ୍ଟ୍ରାଇକ୍ କରିଛି ଭାରତ। ଏହା ପରେ ପାକିସ୍ତାନରେ ଆତଙ୍କ ଖେଳିଯାଇଛି। ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଦାବି କରୁଛି ଯେ, ଆମେ ପହଲଗାମ ଆକ୍ରମଣର ତଦନ୍ତ କରିବାକୁ ପ୍ରସ୍ତୁତ ଥିଲୁ, କିନ୍ତୁ ଭାରତ ପ୍ରଥମେ ଆକ୍ରମଣ କଲା। ଏହା ସହ ପାକିସ୍ତାନର ସୂଚନା ମନ୍ତ୍ରୀ […]

Read More Text.

ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ: ୨୨ ନକ୍ସଲ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତବର୍ତ୍ତିୀ କାରେଗଟ୍ଟା ଜଂଗଲରେ ଗତ ୧୬ ଦିନ ହେବ ମାଓ ଅପେରସନ ଜୋରଦାର ଚାଲିଛି। ତେବେ ଗତକାଲି ରାତିଠାରୁ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଏହି ଗୁଳିବିନିମୟରେ ୨୨ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଛି। କିନ୍ତୁ କୌଣସି ପୁଲିସ ଅଧିକାରୀ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ନକ୍ସଲ ନିହତ ହୋଇଛନ୍ତି କହୁ ନାହାନ୍ତି। ସନ୍ଧ୍ୟା ସୁଦ୍ଧା ସମସ୍ତ ରିପୋର୍ଟ ମିଳିବ ବୋଲି ପୁଲିସ […]

Read More Text.
Amit shah2

ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକ, ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦେଶକ ବି ସାମିଲ

ନୂଆଦିଲ୍ଲୀ: ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନସିଂ(ଭିସି) ଜରିଆରେ ଗୃହମନ୍ତ୍ରୀ ଅମିତ ଶାହ ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ କରିଥିିଲେ। ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ତାନ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ସିକିମ, ପଶ୍ଚିମବଙ୍ଗ ଏବଂ ଲଦାଖର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳମାନଙ୍କ ସହିତ ଏହି ବୈଠକରେ ଗୃହମନ୍ତ୍ରୀ ଶ୍ରୀ ଶାହ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଏବଂ […]

Read More Text.