ଗୋରୁ ଚାଲାଣ ଗାଡ଼ି ପୋଡ଼ିବା ସହ ଜଣଙ୍କୁ ହତ୍ୟା

ବାରଙ୍ଗ,୯ା୫ : ବାରଙ୍ଗ ଥାନା ଅଧିନସ୍ଥ ଗୋଡ଼ିସାହି ମୁଣ୍ଡଳି ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଗୋରୁ ଚାଲାଣ କରୁଥିବା ଗୋଟିଏ କାର୍‌କୁ ପୋଡ଼ି ଦେବା ସହିତ ଜଣକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପ୍ରକାଶ ଯେ, ଶୁକ୍ରବାର ଭୋର୍‌ ସମୟରେ ଗୋଡ଼ିସାହି ମୁଣ୍ଡଳି ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାର କିଛି ଦୂରରେ ଥିବା କଣ୍ଟା ବାସେଳୀ ମନ୍ଦିର ଜଙ୍ଗଲ ରାସ୍ତାରେ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା।

Read More Text.

ଭବିଷ୍ୟତରେ ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ବୋଲି ବିବେଚନା କରାଯିବ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭଳି ପରିସ୍ଥିତିରେ, ଭାରତ ସରକାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯଦି ଭବିଷ୍ୟତରେ କୌଣସି ଆତଙ୍କବାଦୀ ଘଟଣା ଘଟେ, ତେବେ ଏହାକୁ ଯୁଦ୍ଧ କାର୍ଯ୍ୟ ଭାବରେ ବିବେଚନା କରାଯିବ। ଏପରି ପରିସ୍ଥିତିରେ, ଆଗାମୀ ସମୟରେ, ଭାରତ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯଦି ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀମାନେ ଏପରି କୌଣସି କାର୍ଯ୍ୟାନୁଷ୍ଠାନ […]

Read More Text.

କଳାହାଣ୍ଡି ଜିଲ୍ଲାର ୩୦ ପଞ୍ଚାୟତରେ ହାଇସ୍କୁଲ ନାହିଁ: ଗରିବ ମେଧାବୀ ପିଲା ପାଠପଢ଼ାରୁ ବଞ୍ଚିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ୩୦ଟି ପଞ୍ଚାୟତରେ ହାଇସ୍କୁଲ ନାହିଁ। ଫଳରେ ଏହି ସବୁ ପଞ୍ଚାୟତର ଛାତ୍ରଛାତ୍ରୀ ଅନ୍ୟ ପଞ୍ଚାୟତକୁ ପାଠ ପଢ଼ିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ବହୁ ଗରିବ ମେଧାବୀ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଥିବା ଲକ୍ଷ୍ୟ କରାଯାଇଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍‌ର ଲକ୍ଷ୍ମୀପୁର, ଶିରୀପୁର, ସିକୁଆ, ମଦନପୁର ରାମପୁର ବ୍ଲକ୍‌ର ଦେଢ଼ଶୁଲି, ଡୁଡ଼କାରଞ୍ଜା, ସିଂପୁର, ଲାଞ୍ଜିଗଡ଼ ବ୍ଲକ୍‌ର କୁମଖାଲ, ବେଡ଼ାଗାଁ, ବସନ୍ତପଡ଼ା, ଜଗନ୍ନାଥପୁର, କଦମଗୁଡ଼ା, ଥୁଆମୂଳ ରାମପୁର ବ୍ଲକ୍‌ର ସିଲେଟ, ଗୋପୀନାଥପୁର, […]

Read More Text.

ପାକିସ୍ତାନ ସଂସଦରେ ମୋଦିଙ୍କୁ ପ୍ରଶଂସା କଲେ ଶେହବାଜଙ୍କ ଏମପି, କହିଲେ ପାକ୍‌ ପ୍ରଧାନମନ୍ତ୍ରୀ ଶୃଗାଳ

ଇସଲାମବାଦ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସଂସଦରେ ଜଣେ ଏମପି ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ସାରା ବିଶ୍ୱରେ ଚହଳ ପକାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ‘କାପୁରୁଷ’ ଓ ‘ଶୃଗାଳ’ ବୋଲି ଆଖ୍ୟା ଦେଇ ଜଣେ ଏମପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ଏହି ଘଟଣା ପାକିସ୍ତାନର ରାଜନୀତି ଓ ସାମରିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପାକିସ୍ତାନ ସଂସଦରେ ଏମପି ଜଣକ କହିଛନ୍ତି, […]

Read More Text.

ସବୁ ସେନାଧିକାରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍‌ ଓ ୩ ସେନା ପ୍ରମୁଖଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଆସିଛି। ବାତିଲ ହୋଇଛି ସବୁ ସେନାଧିକାରୀଙ୍କ ଛୁଟି । କୌଣସି କାରଣରୁ ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମିକୁ ମଧ୍ୟ ପ୍ରସ୍ତୁତ ରହିବାକୁ […]

Read More Text.

ରଜୌରୀରେ ପାକ୍ ମିସାଇଲରେ ଭାଙ୍ଗିଲା ଘର

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଭାରତର ଜବରଦସ୍ତ ପ୍ରହାରରେ ପାକିସ୍ତାନର ଅଣ୍ଟା ଭାଙ୍ଗିଯାଇଛି । ଭାରତୀୟ ସେନା ପାକିସ୍ତାନର ୨ ଜେଏଫ୍-୧୭ ଓ ଗୋଟିଏ ଏଫ-୧୬ ଫାଇଟର ଜେଟ୍ ମାରି ଖସାଇଛି । ଏହା ସହିତ ପାକିସ୍ତାନ ଏୟାରଫୋର୍ସର ଏଡବ୍ଲୁଏସିଏସ୍ ବିମାନ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଧ୍ବସଂ କରିଦେଇଛି । ପ୍ରାୟ ୪୮ ଘଣ୍ଟାରେ ପାକିସ୍ତାନକୁ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ରଜୌରୀରେ ଏକ […]

Read More Text.

ପ୍ରଚୁର ଔଷଧ ମହଜୁଦ୍‌ ରଖ- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ଲାଗିଥିବା ଉତ୍ତେଜନା ମଧ୍ୟରେ ହେଉଛି ଘନ ଘନ ବୈଠକ । ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକ ପରେ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଜେପି ନଡ୍ଡା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଚୁର ଔଷଧ ମହଜୁଦ୍‌ ରଖିବାକୁ ଔଷଧ ନିର୍ମାତା କମ୍ପାନୀ ଓ ବିତରକମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଏଥିରେ […]

Read More Text.

ଶିମିଳିପାଳ ଜାତୀୟ ଉଦ୍ୟାନରେ ଏ ଆଇ ସୁରକ୍ଷା ପ୍ରଣାଳୀ ଫଳପ୍ରଦ: ବନ୍ଧା ହେଲେ ତିନି ଅଭିଯୁକ୍ତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ଗତକାଲି ରାତିରେ ଶିକାର କରିବା ସମୟରେ ଏ ଆଇ କ୍ୟାମେରା ଦ୍ୱାରା ଚିହ୍ନଟ ହୋଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ସେମାନଙ୍କର ଜାମିନ ନାମଞ୍ଜୁର ହେବା ପରେ ଜେଲକୁ ପଠାଇଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜୁହା ଗାଁର ଲାଛୁ ମୁର୍ମୁ, ମଧୁସୂଦନ ମୁର୍ମୁ ଓ ଘସିରାମ ଟୁଡୁ। ଏମାନେ ଅଭ୍ୟାସଗତ ଅପରାଧୀ ଏବଂ ଆଧୁନିକ ଅସ୍ତ୍ର ବ୍ୟବହାର କରୁଥିବା […]

Read More Text.

ଜେଲ୍‌ରେ ରହିବ ଦୁର୍ଦ୍ଦାନ୍ତ କଏଦୀଙ୍କ ଭଏସ୍ ରେକର୍ଡ: ତିହାର ଜେଲ୍‌ ଢାଞ୍ଚାରେ ଲାଗିବ ଅଡିଓ ଟ୍ରାକର୍‌

ଭୁବନେଶ୍ବର: ନରହତ୍ୟା, ଡକାୟତି, ଦାଦାବଟି ଆଦାୟ ଭଳି ସଂଗିନ ଆପରାଧିକ ମାମଲାରେ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ କଏଦୀଙ୍କ ଭଏସ୍‌ ରେକର୍ଡିଂ କରାଯିବ। ସ୍ବତନ୍ତ୍ର ଡାଟାବେସ୍‌ରେ ସେସବୁ ରେକର୍ଡିଂକୁ ସାଇତି ରଖାଯିବ। କେବଳ ସେତିକି ନୁହେଁ, ତିହାର ଜେଲ୍‌ ଭଳି ରାଜ୍ୟର କେତେକ ପ୍ରମୁଖ ଜେଲ୍‌ରେ ଅଡିଓ ଟ୍ରାକର୍‌ ଖଞ୍ଜାଯିବ। ସେହିଭଳି ଜାମର୍‌ ବ୍ୟବସ୍ଥା ଉପରେ ସମୀକ୍ଷା କରାଯିବ ଏବଂ ରାଜ୍ୟର ସମସ୍ତ ୮୭ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ନୂଆକରି ଦାୟିତ୍ବ ନେବା ପରେ ଜେଲ୍‌ […]

Read More Text.

ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌: ଜମ୍ମୁରୁ ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା

ଶ୍ରୀନଗର,୯ା୫: ଭାରତ-ପାକିସ୍ତାନ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଓଡ଼ିଶା ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି। ଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଛାତ୍ରୀଛାତ୍ରଙ୍କ ପାଇଁ ଏହି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହି ନମ୍ବରଗୁଡ଼ିକ ହେଲା-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧। ଏହି ନମ୍ବରରେ ଯୋଗାଯୋଗ କରିବାକୁ ପରିବାରବର୍ଗଙ୍କୁ ସରକାରଙ୍କ ପକ୍ଷରୁ ନିବେଦନ […]

Read More Text.