କୁସୁମି ବ୍ଳକ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲା ଦିଵ୍ଯାଙ୍ଗ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଧାରଣା

ବାରିପଦା: କୁସୁମୀ ବ୍ଲକରେ ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ ସଭାପତି ଅରୁଣ କୁମାର ବେହେରାଙ୍କ ନେତୃତ୍ବରେ ଶତାଧିକ ଦିବ୍ୟାଙ୍ଗ ଓ ଭତ୍ତାଧାରୀ ବୃଦ୍ଧା ଏକ ବିଶାଳ ରାଲି କରି ବ୍ଲକ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ  ଦିବା ୧୦ ଘଟିକାରୁ ଦିନ ୧୨:୩୦ ଘଟିକା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିବା ସହିତ ସରକାରଙ୍କ ପାତର ଅନ୍ତର ନୀତି ପାଇଁ ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ ଶତାଧିକ ଆଦିବାସୀ ବୃଦ୍ଧା, ଦିବ୍ୟାଙ୍ଗ ଭତ୍ତାଧାରୀ ।ଏବେର […]

Read More Text.

ନୀଳାଦ୍ରି ବିଜେ ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି କାମ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଅସ୍ଥାୟୀ ଭାବରେ ବନ୍ଦ ଥିବା ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ନୀଳାଦ୍ରି ବିଜେ ସୁଦ୍ଧା ସମାପ୍ତ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଚନ୍ଦନ ଯାତ୍ରା ପାଇଁ ବନ୍ଦ ଥିବା ଏହି ମରାମତି କାମ ରଥଯାତ୍ରା ସମୟରେ ପୁଣି ଥରେ ଆରମ୍ଭ ହେବ। ତେବେ ରଥଯାତ୍ରା ଏବଂ ନୀଳାଦ୍ରି ବିଜେ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରହିଥିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇ […]

Read More Text.

ଅଧା ରହିଲା ବାବାମଣିଙ୍କ ଦର୍ଶନ, ଗାଧୋଇବା ବେଳେ ଗଙ୍ଗା ପୁଷ୍କରଣୀରେ ବୁଡି ଦୁଇ ସାଙ୍ଗଙ୍କ ମୃତ୍ୟୁ

ଚାନ୍ଦବାଲି : ଅଧା ରହିଲା ବାବାମଣିଙ୍କ ଦର୍ଶନ ।  ବାବାମଣିଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜୀବନ । ୨ଟି ବାଇକରେ ଚାରି ଜଣ ସାଙ୍ଗ ଆଜି ସକାଳୁ ସକାଳୁ ଭଦ୍ରକରୁ ଆରଡ଼ି ଆସିଥିଲେ ।  ଆରଡ଼ି ରେ ପହଂଚିବା ପରେ ପୀଠରେ ଥିବା ଶିବ ଗଙ୍ଗା ପୁଷ୍କରଣୀରେ ଗାଧୋଇଥିଲେ ।  ଗାଧୋଇବା ବେଳେ ଦୁଇ ଜଣ ସାଙ୍ଗ ବୁଡି ଯାଇଥିଲେ ।  ଦୁଇ ଜଣଙ୍କୁ ସ୍ଥାନୀୟ ଲୋକ ଓ ତାଙ୍କ ସାଙ୍ଗମାନେ ଉଦ୍ଧାର କରି ଆରଡ଼ି ମେଡିକାଲକୁ […]

Read More Text.

ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷିବ, ବାତ୍ୟା ନେଇ ନାହିଁ କୌଣସି ଆକଳନ

ଭୁବନେଶ୍ବର: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ପବନ ବହିବବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ । ପାଣିପାଗ ବିଭାଗ ଅନୁଯାୟୀ, ଓଡିଶାରେ ମୌସୁମୀ ଆସିବାକୁ କିଛି ସମୟ ଲାଗିବ । ଉତ୍ତର-ପୂର୍ବ ରାଜ୍ୟରେ ପ୍ରବେଶ ପରେ ମୌସୁମୀ ଓଡ଼ିଶାକୁ ଛୁଇଁବ । ଏଥିସହିତ ୨୭ ତାରିଖ ଆଡକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା […]

Read More Text.
Keral monsoon

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର  : ଏଥର ସଅଳ ଆସିଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ମୌସୁମୀ ପାଦ ଥାପିଛି । ୨୦୦୯ ପରେ ଏଥର ସଅଳ ମୌସୁମୀ ଛଇଁଛି । ସାଧାରଣତଃ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ତେବେ ଏଥର ସଅଳ ମୌସୁମୀ ଆସିଥିବାରୁ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିପାରେ ବୋଲି ଆକଳନ […]

Read More Text.
Screenshot 2025 05 24 135118 750

ପୁଣି ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ମାଲକାନଗିରି: ଭାଙ୍ଗୁଛି ମାଓଗଡ଼। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗେଇ ଆସୁଛନ୍ତି ମାଓବାଦୀ। ଲଗାତାର ଲାଲବାହିନୀ ଆତ୍ମସମର୍ପଣ କରୁଛନ୍ତି। ଏବେ ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୋଟ୍‌ ୮୭.୫୦ ଲକ୍ଷ ଟଙ୍କାର ୨୪ ଜଣ ଇନାମି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ମଧ୍ୟରେ ୧୦ ଲକ୍ଷ ଇନାମି ମାଓବାଦୀ ରାକେଶ ଥିବା ସହ ୨୪ ଜଣଙ୍କ ମଧ୍ୟରୁ ୨୦ ଜଣ ମାଓବାଦୀଙ୍କ […]

Read More Text.
Cov

ଦେଶବ୍ୟାପୀ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି, କେରଳରେ ୨୭୩ ଓ ଦିଲ୍ଲୀରେ ୨୩ ଚିହ୍ନଟ

ପୁଣି ଥରେ ଲେଉଟୁଛି କରୋନା। ଧୀରେ ଧୀରେ କରୋନା ସଂକ୍ରମଣ ଦେଶବ୍ୟାପୀ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବାରୁ ସରକାରଙ୍କ ପାଇଁ ଏହା ସତର୍କ ଘଣ୍ଟି ସଦୃଶ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆସନ୍ତା ୨୮ ତାରିଖରେ ସରକାର ଏହାର ସମୀକ୍ଷା କରିବେ​ ବୋଲି କହିଛନ୍ତି। ସିଙ୍ଗାପୁର ଏବଂ ହଂକଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଭାରତରେ ମଧ୍ୟରେ ଅନୁରୂପ […]

Read More Text.
Airport

ଆହୁରି ୭ ଦିନ ବଢିଲା ଭୁବନେଶ୍ବର ବିମାନ ବନ୍ଦର ରେଡ୍ ଆଲର୍ଟ

ଭୁବନେଶ୍ବର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ା ରହିବ । ଆହୁରି ୭ ଦିନ ଯାଏଁ ରେଡ୍ ଆଲର୍ଟ ଭିତରେ ରହିବ ବିମାନ ବନ୍ଦର । ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି, ବିସିଏଏସ୍ ବିମାନବନ୍ଦରରେ ଜାରି ହୋଇଥିବା ରେଡ୍ ଆଲର୍ଟକୁ ଆହୁରି ୭ ଦିନ ପାଇଁ ବୃଦ୍ଧି କରିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ଭୂ-ରାଜନୈତିକ ଉତ୍ତେଜନାର ପ୍ରତିକ୍ରିୟାରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଯାହା ଦ୍ଵାରା […]

Read More Text.
Covid 1748090740552 174809074096

ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ କୋଭିଡ୍‌ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଆସନ୍ତା ୨୮ ତାରିଖରେ କୋଭିଡ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିବେ । କୋଭିଡ୍‌, ନିପା, ଇନ୍‌ଫ୍ଲୁଏଞ୍ଜା ପରି ଭୂତାଣୁ ନେଇ ସମୀକ୍ଷା ହେବ । ସେହିପରି ମୁମ୍ବାଇରେ ଏହାର ଆରମ୍ଭ ହୋଇଥିବା ବେଳେ ମୋଟ ମାମଲା […]

Read More Text.
1 5 750x430

ମହିଳାଙ୍କୁ ସାବିତ୍ରୀ ଭାର ବାଣ୍ଟିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଗୋପାଳପୁର: ବାପା ଘରୁ ଅମାବାସ୍ୟା ଭାର କେବେ ଆସିବ ସେଥିପାଇଁ ଝିଅ ମାନେ ଅପେକ୍ଷା କରିଥାନ୍ତି। ଭାଇ ନେଇ ଭଉଣୀ ପାଖରେ ପହଞ୍ଚାଇ ଦିଏ ସେହି ଭାର। ଭଉଣୀଙ୍କୁ ଭାଇ ଦିଏ ଅମାବାସ୍ୟା ଭାର। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ। ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଗୋଳନ୍ଥରା ସ୍ଥିତ ଇଶାଣେଶ୍ବର ମନ୍ଦିର ପରିସରରେ ସୁଭଦ୍ରା ପାଇଁ ସାବିତ୍ରୀ କାର୍ଯ୍ୟକ୍ରମ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ […]

Read More Text.