ବଡ଼ଦାଣ୍ଡରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ, ନାବାଳିକା ପର୍ଯ୍ୟଟକଙ୍କୁ ଅସଦାଚରଣ

ପୁରୀ : ପୁରୀ ବଡ଼ଦାଣ୍ଡରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ। ନାବାଳିକା ପର୍ଯ୍ୟଟକଙ୍କୁ ଅସଦାଚରଣ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନାବାଳିକାଙ୍କ ପରିବାର ଓ ସ୍ଥାନୀୟ ଲୋକ ଯୁବକଙ୍କୁ ଧରି ନିର୍ଦ୍ଧୁମ ମାଡ଼ ମାରିଥିଲେ। ସିଂହଦ୍ବାର ଥାନା ପୋଲିସ ପହଞ୍ଚି ଯୁକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ମହାପ୍ରଭୁଙ୍କ ଦର୍ଶନ ସାରି ନାବାଳିକା ଜଣକ ପରିବାର ଲୋକଙ୍କ ସହ ଫେରିବା ସମୟରେ ଅସଦାଚରଣର ଶୀକାର ହୋଇଥିଲା।

Read More Text.

ବର୍ଷାରେ ବେହାଲ୍‌ ମୁମ୍ବାଇ; ରାସ୍ତାଘାଟ ସବୁଠି ପାଣି

ମୁମ୍ବାଇ : ମୁମ୍ବାଇରେ ବିଳମ୍ବିତ ରାତିରେ ଲାଗି ରହିଥିବା ପ୍ରବଳ ବର୍ଷାର ପ୍ରଭାବ ସୋମବାର ଦେଖାଯାଇଛି । ପ୍ରବଳ ବର୍ଷା କାରଣରୁ ରେଳ ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁ କିଛି ପ୍ରଭାବିତ ହୋଇଛି। ଅସ୍ତବ୍ୟସ୍ତ ହୋଇ ଉଠିଛି ଜନଜୀବନ। ରେଳ ସେବା ପ୍ରଭାବିତ ହୋଇଥିବାରୁ ଲୋକେ ନିଜ କାର୍ଯ୍ୟାଳୟରେ ପହଞ୍ଚିବାକୁ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସକାଳ ୯ଟାରୁ ୧୦ଟା ମଧ୍ୟରେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା ନରିମାନ ପଏଣ୍ଟ ଅଗ୍ନିଶମ କେନ୍ଦ୍ରରେ […]

Read More Text.

ଶ୍ରୀମନ୍ଦିର ବାହାର ଅଟ୍ଟାଳିକାର ଉଚ୍ଚତା ନିର୍ଦ୍ଧାରଣ ହେବ: ଅରବିନ୍ଦ ପାଢୀ

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି। ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ଼ ବଡ଼ ଅଟ୍ଟାଳିକା ଗଢ଼ି ଉଠିଛି। ସେମାନେ ନିଜସ୍ବ ଢଙ୍ଗରେ ଅଟ୍ଟାଳିକା ସବୁ ନିର୍ମାଣ କରୁଛନ୍ତି। ଏସବୁ ସମ୍ପର୍କରେ ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ବି ସୁ-ଉଚ୍ଚ ଅଟ୍ଟାଳିକା […]

Read More Text.

୬୫ କୋଟି ଦୁର୍ନୀତିରେ ଫସିଲେ ବଲିଉଡ ଅଭିନେତା, ସମନ ଜାରି କଲା ଇଓଡବ୍ଲ୍ୟୁ

୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ବଲିଉଡ ଅଭିନେତା ଡିନୋ ମାରିଆ। ଏଥିପାଇଁ ମୁମ୍ବଇ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ତାଙ୍କୁ ସମନ ଜାରି କରିଛି। ଏହି ଦୁର୍ନୀତିରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ମିଠି ନଦୀରୁ ପଙ୍କୋଦ୍ଧାର କାର୍ଯ୍ୟ ପାଇଁ ଡ୍ରେଜିଂ ମେସିନ ଏବଂ ଅନ୍ୟାନ୍ୟ ଉପକରଣ ଭଡ଼ା ଆଣିବାରେ ୬୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ବ୍ରିହନ ମୁମ୍ବଇ ମହାନଗର ନିଗମ(ବିଏମସି) ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଥିଲା। ରିପୋର୍ଟ ଅନୁସାରେ […]

Read More Text.

ପତିଭକ୍ତି ଓ ଦାମ୍ପତ୍ୟ ପ୍ରେମର ପ୍ରତୀକ – ସାବିତ୍ରୀ ବ୍ରତ

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ବ୍ରତ ଏବଂ ଓଷା ଗୁଡ଼ିକର ଏକ ବିଶେଷ ସ୍ଥାନ ରହିଛି। ଏଗୁଡ଼ିକ କେବଳ ପୂଜାପାଠରେ ସୀମିତ ନ ରହି, ଆମ ଜୀବନଶୈଳୀ, ସାମାଜିକ ସମ୍ବନ୍ଧ ଏବଂ ନୈତିକ ମୂଲ୍ୟବୋଧକୁ ମଧ୍ୟ ପ୍ରତିଫଳିତ କରନ୍ତି। ଏହି ପରିପ୍ରେକ୍ଷୀରେ, ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା ଓଡ଼ିଆ ନାରୀମାନଙ୍କ ପାଇଁ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଓ ପବିତ୍ର ବ୍ରତ। ପ୍ରତିବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ଏହି ବ୍ରତ ପାଳନ କରାଯାଏ, ଯେଉଁଥିରେ ସଧବା […]

Read More Text.
Creator: gd jpeg v1.0 (using ijg jpeg v62), quality = 100

ସାବିତ୍ରୀ ପାଇଁ ଫଳ ଦର ଆକାଶ ଛୁଆଁ

ଆଗରପଡ଼ା :ହିନ୍ଦୁ ମହିଳା ସେମାନଙ୍କ ସ୍ୱାମୀ ଓ ପରିବାରର ମଙ୍ଗଳ ପାଇଁ ବାରମାସରେ ତେର ପର୍ବ ପାଳନ କରିଥାନ୍ତି । ସେଥି ମଧ୍ୟରୁ ସାବିତ୍ରୀ ବ୍ରତ ମହିଳାମାନଙ୍କ ପାଇଁ ଅନ୍ୟତମ ପର୍ବ ଅଟେ । ସଧବା ହିନ୍ଦୁ ମହିଳାମାନେ ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ଏହି ବ୍ରତ ପାଳନ କରିଥାନ୍ତି । ଚଳିତ ବର୍ଷ ଆସନ୍ତା ସୋମବାର ସାବିତ୍ରୀ ବ୍ରତ ପାଳିତ ହେବାକୁ ଯାଉଛି । ତେବେ ଏଥି ପାଇଁ ବନ୍ତ-ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳ ଚଳଚଂଚଳ […]

Read More Text.

ଶୀତଳଭଣ୍ଡାର ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର

ଆଗରପଡ଼ା :ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ କୃଷି ଓ କୃଷକର ଉନ୍ନତି ପାଇଁ ବହୁମୁଖି ଯୋଜନା ପ୍ରସୃତ କରିଛନ୍ତି । ତତ୍ ସହିତ ଏକାଦଶ ଯୋଜନାରେ ୪ପ୍ରତିଶତ କୃଷିର ଅଭିବୃଦ୍ଧିକରି କୃଷକମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ସରକାର ୨୦୦୮ ମସିହା ରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ କରିବା ସହ ୨୦୨୪ ସୁଦ୍ଧା ସେମାନଙ୍କର ଆୟ ଦୁଇ ଗୁଣ […]

Read More Text.

୪ ରାଜ୍ୟର ୫ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ କମିଶନ ୪ ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଗୁଜରାଟର କାଦି ଏବଂ ବିସାବଦର ବିଧାନସଭା ଆସନ, କେରଳର ନିଲାମ୍ବୁର, ପଞ୍ଜାବର ଲୁଧିଆନା ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଉପନିର୍ବାଚନ ପାଇଁ ମତଦାନ ତାରିଖ ଜୁନ୍ ୧୯ ସ୍ଥିର କରାଯାଇଛି। ଫଳାଫଳ ଜୁନ୍ ୨୩ ତାରିଖରେ ଆସିବ। ଭାରତୀୟ ନିର୍ବାଚନ କମିଶନ ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ୫ଟି ବିଧାନସଭା […]

Read More Text.
Lalu tejpratap story 647 0613171

ତେଜପ୍ରତାପଙ୍କୁ ୬ ବର୍ଷ ପାଇଁ ନିଲମ୍ବନ କଲେ ଆରଜେଡି ସୁପ୍ରିମୋ

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରବିବାର ଲାଲୁ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ସାମାଜିକ ନ୍ୟାୟ ପାଇଁ ଆମର ସାମୂହିକ ସଂଘର୍ଷକୁ ଦୁର୍ବଳ କରିଥାଏ। ବଡ଼ ପୁଅର କାର୍ଯ୍ୟକଳାପ, ସାର୍ବଜନୀନ ଆଚରଣ ଏବଂ ଦାୟିତ୍ୱହୀନ ଆଚରଣ ଆମ ପାରିବାରିକ ମୂଲ୍ୟବୋଧ ଏବଂ ପରମ୍ପରା ଅନୁଯାୟୀ ନୁହେଁ। ତେଣୁ, ଉପରୋକ୍ତ ପରିସ୍ଥିତି […]

Read More Text.
Al

ଅପରେସନ ସିନ୍ଦୂରକୁ ଅପରେସନ ବ୍ଲୁ ଷ୍ଟାର କହିଦେଲେ କଂଗ୍ରେସ ନେତ୍ରୀ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ, ଭାରତୀୟ ସୁରକ୍ଷା ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକିସ୍ତାନ ଏବଂ ଆତଙ୍କବାଦୀମାନଙ୍କୁ ଏପରି ଏକ ଶିକ୍ଷା ଦେଇଥିଲା ଯାହାକୁ ସେମାନେ ବର୍ଷ ବର୍ଷ ଧରି ଭୁଲିପାରିବେ ନାହିଁ। ତେବେ ବିରୋଧୀ କଂଗ୍ରେସ ଏହି ଅପରେସନ୍ ବିଷୟରେ ସରକାରଙ୍କୁ ନିରନ୍ତର ପ୍ରଶ୍ନ ପଚାରୁଛି। ଏସବୁ ମଧ୍ୟରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ଏକ ବୟାନକୁ ନେଇ ଏକ ନୂତନ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ସେ ଅପରେସନ ସିନ୍ଦୁରକୁ ଅପରେସନ […]

Read More Text.