Mohan

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ, ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଲେ

ବରଗଡ଼: ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ର ବିକାଶ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ସେ ରାଜଦରବାର ଯାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ବରରୁ ହେଲିକେପଟର ଯୋଗେ ବରାହଗୋଡା ସ୍ଥିତ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ପହଞ୍ଚିବା ପରେ ସନ୍ଧ୍ୟାରେ ମହାରାଜ କଂସଙ୍କ ରଙ୍ଗମହଲରେ ପହଞ୍ଚିଛନ୍ତି|  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପୋଲିସ […]

Read More Text.
Mohan 1 1068x601

ନୂଆବର୍ଷର ଅଭିନନ୍ଦନ ଜଣାଇବାକୁ କାର୍ଯ୍ୟାଳୟକୁ ନ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ବର: ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସାଧାରଣ କାର୍ଯ୍ୟଦିବସ ଭାବେ ଚାଲିବ। ତେବେ ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଦିନ ସରକାରୀ କାର୍ଯ୍ୟଦିବସ ରହୁ ଥିବାରୁ, ସମସ୍ତ […]

Read More Text.
Jajpur e1767108992477 300x183

ଚିକିତ୍ସାରେ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ: ଡାକ୍ତରଖାନା ଆଗରେ ଧାରଣା

ଯାଜପୁର: ଯାଜପୁର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅପରେସନ ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ପ୍ରସୂତିଙ୍କର କଟକରେ ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ଚିକିତ୍ସାରେ ଅବହେଳା ଅଭିଯୋଗରେ ପରିବାର ଲୋକେ ଉକ୍ତ ଡାକ୍ତରଖାନା ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି। ସୂଚନା ଅନୁସାରେ, ଗତ ୨୪ ତାରିଖରେ ପ୍ରସୂତିଙ୍କୁ ଯାଜପୁରର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରସବ ପାଇଁ ତାଙ୍କର ଅପରେସନ କରାଯାଇଥିଲା। […]

Read More Text.
Cannabis

ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟିର ମାରିଜୁଆନା ଜବତ

ଭୁବନେଶ୍ବର : ନୂଆବର୍ଷ ପୂର୍ବରୁ କଷ୍ଟମ ବିଭାଗକୁ ମିଳିଛି ବଡ଼ ସଫଳତା । ଭୁବନେଶ୍ବର ବିମାନ ବନ୍ଦରରୁ ଚାଲାଣ ସମୟରେ ୪କୋଟି ଟଙ୍କାର ମାରିଜୁଆନା ଜବତ ।ଭୁବନେଶ୍ବର ସହରକୁ ନିଶା ଚାଲାଣ ସମୟରେ ଧରିଲା କଷ୍ଟମ ବିଭାଗ । ବିମାନରେ ଜଣେ ଯାତ୍ରୀ ମାରିଜୁଆନା ଆଣିଥିବା ବେଳେ ତାଙ୍କୁ କଷ୍ଟମ ବିଭାଗ ଅଟକ ରଖି ସମସ୍ତ ମାରିଜୁଆନା ଜବତ କରିଛି । ସମ୍ପୃକ୍ତ ଯାତ୍ରୀଙ୍କ ବ୍ୟାଗରୁ ମାରିଜୁଆନା ଜବତ କରାଯାଇଛି । ଜବତ ମାରିଜୁଆନାର ମୂଲ୍ୟ ୪କୋଟି […]

Read More Text.

ପିକନିକ ପାଇଁ ମାର୍ଗଦର୍ଶିକା ଜାରି କଲା ବାଣିଜ୍ୟ ଓ ପରିବହନ ବିଭାଗ

ଭୁବନେଶ୍ୱର :  ପିକନିକ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ।  ମଦ୍ୟପାନ କରି ଗାଡି ଚାଳନା ଓ ଦୃତ ଗତି ଉପରେ ରହିବ କଡା ନଜର ।  ମାର୍ଗଦର୍ଶିକାର ପାଳନ ପାଇଁ ଆରଟିଓମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।  ରାଜ୍ୟର ପ୍ରମୁଖ ପିକନିକ ସ୍ପଟକୁ ଚିହ୍ନଟ କରିଛି ବିଭାଗ ।  ପିକନିକ ଯାତ୍ରୀ ନେବା ପୂର୍ବରୁ ଆରଟିଓଙ୍କ ଅନୁମତି ଜରୁରୀ ।  ସ୍କୁଲ କଲେଜ ଛାତ୍ର ଛାତ୍ରୀ ପିକନିକ ଯାଉଥିଲେ, ସେମାନଙ୍କ ସୁରକ୍ଷା […]

Read More Text.
Screenshot 2025 12 30 105016 e1767106829458 300x285

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ PEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ PEO। ଆନନ୍ଦପୁର ହାଟଡ଼ିହି ବ୍ଲକ୍ PEO ଜିତେନ୍ଦ୍ର ଜେନାଙ୍କ ବିରୋଧରେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ତାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ କରାଯାଇଛି। କେନ୍ଦୁଝର ଓ ବାଲେଶ୍ୱରର ଭିଜିଲାନ୍ସ ଟିମ ମିଳିତଭାବେ ଚଢାଉ କରିଛନ୍ତି। ବସନ୍ତିଆସ୍ଥିତ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ ଚାଲିଛି । ୪ ଜଣ ଡିଏସପି ଓ ୮ ଜଣ ଇନସପେକ୍ଟରଙ୍କୁ […]

Read More Text.
Odisha vigilance

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ଘରୁ ଜବତ ହେଲା ୭୫ ଲକ୍ଷ ନଗଦ ଟଙ୍କା

ବାରଙ୍ଗ : ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଅମାପ ସଂପତ୍ତି । ଘରୁ ଜବତ ହେଲାଣି ୭୫ ଲକ୍ଷ ନଗଦ କ୍ୟାସ । ଭିଜିଲାନ୍ସ ଯେତେ ଖୋଳୁଛି ସେତେ ବାହାରୁଛି । ପୁଳାପୁଳା ସୁନା ଗହଣା ଠାବ ହୋଇଛି । ୧୦୦ ଗ୍ରାମ ସୁନା ଗହଣା ବାହାରିଲାଣି । ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟ୍ କେତେ ଅଛି, ତାର କଳନା ଚାଲିଛି । ବାବୁଙ୍କର ରହିଛି ୩ ବିଲ୍ଡିଂ, ୪ […]

Read More Text.
Puri 4

ନୂଆବର୍ଷ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି: ୩୧ ତାରିଖ ରାତି ୧୧ରେ ପହୁଡ଼, ୨ଟାରେ ଦ୍ବାର ଫିଟା

ପୁରୀ : ନୂଆବର୍ଷ ପାଇଁ ଆସନ୍ତାକାଲି ଶ୍ରୀଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତିକାନ୍ତି ।  ଡିସେମ୍ବର ୩୧ ତାରିଖ ରାତି ୧୧ଟାରେ ହେବ ଶ୍ରୀଜିଉଙ୍କ ପହୁଡ଼ ନୀତି ।  ପରେ ପୁଣି ରାତ୍ର ୨ଟାରେ ହେବ ଦ୍ବାରଫିଟା ନୀତି । ଛତିଶାନିଯୋଗ ଓ ନୀତି ସବକମିଟି ଅନୁମୋଦିତ ନୀତି ଅନୁସାରେ ଏହି ନିଷ୍ପତ୍ତି ହୋଇଛି । ସଅଳ ନୀତିକାନ୍ତି ହୋଇ ସଅଳ ପହୁଡ଼ ଓ ଦ୍ବାରଫିଟା ନୀତି ହେବ ।  ତେବେ ୧ ଜାନୁଆରୀରେ ବାହାରକାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ  ।  […]

Read More Text.
Council 480x430 1

ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା, ଜାନୁଆରୀ ୨ରୁ ପ୍ରାକ୍ଟିକାଲ୍

ଭୁବନେଶ୍ୱର: ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ। ୧୫ ତାରିଖ ଯାଏ ପରୀକ୍ଷା ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବିଭିନ୍ନ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ। ଏନେଇ ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯାଏ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା ହେବ। ସିଏଚ୍ଏସ୍ଇ […]

Read More Text.
Puu

ଆଜି ଠାରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ପୁରୀର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ:ଆସୁଛି ନୂଆବର୍ଷ ଏଥିପାଇଁ ସମସ୍ତ ପର୍ଯ୍ୟଟନ ସ୍ଥଳୀରେ  ଜମୁଛି ଭିଡ଼ । ଜମୁଛି ଭୋଜି ଭାତର ଆସର ।  ସେଥିମଧ୍ୟରୁ ଜଗନ୍ନାଥ ଧାମ ପୁରୀରେ ମଧ୍ୟ ବଢିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ଭିଡ଼ ସେଠି ଜମୁଛି । ଯାହାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ତରଫରୁ ବଡ଼ ଘୋଷଣା କରଯାଇଛି । ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ତଥା ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଆତିଥେୟତା କୁ ନଜରରେ […]

Read More Text.