Telegram delhi

ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ , ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଟେଲିଗ୍ରାମ

ନୂଆଦିଲ୍ଲୀ : ନିଟ୍ ପରୀକ୍ଷା ପୂର୍ବରୁ କୋର୍ଟରେ ପହଞ୍ଚିଲା ଟେଲିଗ୍ରାମ୍ । ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଟେଲିଗ୍ରାମର ଚ୍ୟାଲେଞ୍ଜ । ନିଟ୍-ୟୁଜି ପୁନଃ ପରୀକ୍ଷାର କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗାଯାଇଥିବା ସାମୟିକ ବ୍ୟାନକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଟେଲିଗ୍ରାମ । ମାମଲାର ଗୁରୁତ୍ୱକୁ ଦେଖି ଜଷ୍ଟିସ୍ ତେଜସ କାରିଆଙ୍କ ଖଣ୍ଡପୀଠ ଆଜି ଏହାର ଜରୁରୀ ଶୁଣାଣି କରିବେ । ଗତ ମେ ୩ ତାରିଖରେ ହୋଇଥିବା ମୂଳ NEET-UG ପରୀକ୍ଷାର […]

Read More Text.
Screenshot 2026 06 17 194817 2026 06 17 20 02

ଜି-୭ ଶିଖର ସମ୍ମିଳନୀରେ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଏହି ବହୁ ପ୍ରତୀକ୍ଷତ ସାକ୍ଷାତ ସମୟରେ ଦୁଇ ନେତା ଉଭୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀ ଅବସରରେ ହର୍ମୁଜ୍ ପ୍ରଣାଳୀ ଅବରୋଧ ଏବଂ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀକୁ ଖୋଲା ରଖିବା ବିଶ୍ୱ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥି […]

Read More Text.
School student 1 300x169

ଅନୁଗୋଳରେ ୨୨ ଓ ସୁବର୍ଣ୍ଣପୁରରେ ୨୦ ପର୍ଯ୍ୟନ୍ତ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଥିବା ବେଳେ ଅନୁଗୋଳ ଜିଲ୍ଲାରେ ୨୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମଛୁଟିକୁ ବଢ଼ାଇ ଦିଆଯାଇଛି।ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଜୁନ ୨୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲମାନଙ୍କ ପାଇଁ ଏହି ନିର୍ଦ୍ଧେଶାନାମା ଜାରି କରାଯାଇଛି। ସେହିଭଳି ଭାବରେ  ସୁବର୍ଣ୍ଣପୁରରେ ୨୦ ତାରିଖ ଯାଏ […]

Read More Text.

ତୁଟିଲା ରଥଖଳା ବିବାଦ, ସ୍ଵାଭାବିକ ହେଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ: ତୁଟିଲା ବିବାଦ, ଚାଲିଲା ରଥକାମ। ରଥଖଳା ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବ ପରି ପୁଣି ଥରେ ରଥଖଳାରେ ଆରମ୍ଭ ହେଲା ତିନି ରଥର ନିର୍ମାଣ କାର୍ଯ୍ୟ। ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଉନ୍ନୟନ ପ୍ରଶାସକଙ୍କ ସହ ଆଲୋଚନା ପରେ ପୁଣି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ। ପ୍ରଶାସନିକ ପ୍ରତିଶ୍ରୁତି ପରେ ରଥ ମହାରଣାମାନଙ୍କ ଖେଇକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଟଳିଛି। […]

Read More Text.
3

କୁଦାନଗରୀ ପର୍ଯ୍ୟଟନସ୍ଥଳୀର କାୟାକଳ୍ପ ବଦଳିବ: ଭିତ୍ତିଭୂମିର ବିକାଶ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମୀକ୍ଷା ଓ ପ୍ରତିଶ୍ରୁତି

ଗରଦପୁର : ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ପୁରାଣ ପ୍ରସିଦ୍ଧ ଐତିହାସିକ ପୀଠ କୁଦାନଗରୀ ପର୍ଯ୍ୟଟନସ୍ଥଳୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର.ଆୟାର ଗରଦପୁର ବ୍ଲକ ଗସ୍ତ ଅବସରରେ ଏହି ପ୍ରାଚୀନ ପୀଠ ପରିଦର୍ଶନ କରି ଏହାର ଭିତ୍ତିଭୂମି ଏବଂ ସାମଗ୍ରିକ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ କୁଦାନଗରୀ ପର୍ଯ୍ୟଟନସ୍ଥଳୀରେ ଥିବା ପାନ୍ଥ ନିବାସର ଆଧୁନିକୀକରଣ ଏବଂ ସେଠାରେ ପର୍ଯ୍ୟଟକ ତଥା […]

Read More Text.

ଯାମଦା ବ୍ଳକ ଆଇସିଡିଏସ ଆନୁକୁଲ୍ଯରେ ଆଦ୍ବିକା-କିଶୋରୀ ସୁଭଦ୍ରା ଦିବସ ପାଳନ

ବାରିପଦା : ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ (ICDS), ଜାମଦା ତରଫରୁ “ଆଦ୍ବିକା-କିଶୋରୀ ସୁଭଦ୍ରା ଦିବସ” କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ମହାନ୍ତି, DC- DHEW, Samarthya- DHEW, କିଶୋରୀ ବାଳିକା, ଅଙ୍ଗନୱାଡି କର୍ମୀ ଓ ସୁଭଦ୍ରା ମା ମାନେ  ଯୋଗଦେଇଥିଲେ । “ ସଶକ୍ତ କିଶୋରୀ – ସଶକ୍ତ ଓଡ଼ିଶା” ଥିମ୍‌କୁ ଆଧାର […]

Read More Text.

  ନାବାଳିକା ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ପସ୍କୋ କୋର୍ଟ ଚାଲାଣ

ବାରିପଦା  :  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଞ୍ଚଳରେ ହରିଜନ  ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ପୋଲିସ ଆଜି ଚାରିଜଣ ଅଭିଯୁକ୍ତ କୁ ଗିରଫ କରି ପୋକ୍ସ କୋର୍ଟ  ଚାଲାଣ କରିଅଛି । ପ୍ରକାଶ ଥାଉକି ଦୁଇ ଜଣ ନାବାଳିକା ଭଉଣୀ ଶୌଚ ପାଇଁ ଯାଇଥିବାବେଳେ ବଡ଼ ଭଉଣୀ ସମ୍ମୁଖରେ ସାନ ଭଉଣୀ କୁ ଚାରିଜଣ ଦୁବୃତ୍ତ ଜୋର ଜବରଦସ୍ର ଟେକିନେଇ ଦୁଷ୍କର୍ମ କରିଥିଲେ l ପିଡିତା ମୂର୍ମୂଷୁ ଅବସ୍ଥାରେ ଗାଁ ଦାଣ୍ଡରେ ପଡ଼ିଥିବା ନେଇ ଗାଁ ବାଲା […]

Read More Text.

ଦେଓଗାମ୍ ଜୁଲୁଙ୍ଗ ସେପେଡ଼ ଟ୍ରଷ୍ଟର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ବାରିପଦା : ରଜପର୍ବ ବିଭିନ୍ନ ଜାଗାରେ ଧୁମଧାମରେ ପାଳନ କରାଯାଉଛି l କେଉଁଠି ରଜଦୋଳି ତ ଆଉ କେଉଁଠି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ l ମାତ୍ର ତିରିଂ ବ୍ଲକର ବଡ଼ନାରିଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବହୁଳ ଗ୍ରାମ ଦେଓଗାମ୍ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ରଜ ପର୍ବ ଦିନ ଉକ୍ତ ଗ୍ରାମ ସମେତ ଆଖପାଖ ଅଞ୍ଚଳର  ଚଳିତ ବର୍ଷ ମ୍ୟାଟ୍ରିକ ପାସ କରିଥିବା  ମେଧାବୀ ଛାତ୍ରଛାତ୍ରୀମାନଙ୍କୁ  ଚି଼ହ୍ନଟ କରି ସମ୍ବର୍ଦ୍ଧିତ କରାଯାଇଛି l ଦେଓଗାମ୍ […]

Read More Text.

ନାବାଳିକା ଦୁଷ୍କର୍ମ ମାମଲାରେ ପିଡିତା ପରିବାରଙ୍କୁ ସାକ୍ଷାତ କଲେ ରାଜ୍ୟ ବିଜେଡ଼ି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ବାରିପଦା  : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା   ଅଞ୍ଚଳରେ ଦିନ ଦ୍ୱିପ୍ରହରରେ  ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀକୁ ୪ ଯୌନପିପାଷୁ ଯୁବକ ଟେକି ନେଇ ଗଣ ଦୁଷ୍କର୍ମ କରିବା ଘଟଣା ସାରାରେ ଚାଞ୍ଚଲ୍ୟ ଖେଳାଇଛି l ଘଟଣାକୁ ନେଇ ବିଜେଡ଼ି ସୁପ୍ରିମୋ ନବିନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେଡି ଫାକ୍ଟ ଫାଇଣ୍ଡିଂ ଟିମ୍ ରାଇରଙ୍ଗପୁର ଗସ୍ତରେ ଆଜି ମଙ୍ଗଳବାର ଦିନ ଆସି ଟାଉନ ଥାନାରେ ପିଡିତା ଏବଂ ପରିବାରଙ୍କୁ ଭେଟିଥିଲେ ।କୌଣସି ନା କୌଣସି କାରଣରୁ ପଡିତା […]

Read More Text.

ରଜ ପର୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ 

ବାରିପଦା : ସ୍ଥାନୀୟ ପୋଲିସ ପଡିଆରେ ମା’ କିଚକେଶ୍ଵରୀ ଏକାଡେମୀ ତରଫରୁ ରଜ ପର୍ବ ଉପଲକ୍ଷେ କୁନିକୁନି ପିଲାମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ରଜ ପର୍ବ ବିଷୟରେ କୁଇଜ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଅମ୍ବିକା, ହିରଣ୍ମୟ, ଲଲିତ୍, ଅଙ୍କିତ୍, ବିଦ୍ୟାଶା, ଦେବରାଜ୍, ବିଦ୍ୟାଭାରତୀ, ନିଶାନ୍ତ, ଶୀବାନି, ହିମାଲବୀର୍, ସ୍ନେହାଶିଷ, ସାଇ ସୁଭମ, କୌଶିକ, ସାନ୍ନଭି, ଭାଗ୍ୟଶ୍ରୀ, ଋଷି, ମାମିନା, ପ୍ରତ୍ୟୁଶା, କ୍ରିଷ୍ଣା, […]

Read More Text.