Oppo 0

କାମରେ ଲାଗୁନି ଗୋଷ୍ଠୀ ପରିମଳ କେନ୍ଦ୍ର

ଆଗରପଡ଼ା : ଯୋଜନାକୁ ୫ବର୍ଷ ପୂରିଯିବା ପରେ ମଧ୍ୟ ୩ଲକ୍ଷରୁ ଉର୍ଦ୍ଧ ଅର୍ଥ ବ୍ୟୟରେ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ର କାମରେ ନ ଲାଗିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏହି ପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ । ୨୦୨୦-୨୧ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ଗରିବ ରୋଜଗାର ଯୋଜନାରେ ଗୋଷ୍ଠୀ ପରିମଳ କେନ୍ଦ୍ରମାନ ନିର୍ମାଣ କରାଯାଇଥିଲା । ନିର୍ମାଣକୁ ୫ବର୍ଷ ପୂରି […]

Read More Text.
Photo for the news of kalyanmandap

କେବେ ସରିବ କଲ୍ୟାଣମଣ୍ଡପ ନିର୍ମାଣ ?

ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ବିଭାଗର ତରଫରୁ ଯୋଜନାରେ ବିନିଯୋଗ ହେବାକୁ ଥିବା ଅର୍ଥର ଅଟକଳ ଠିକ୍ ଭାବେ କରାଯାଉନଥିବାରୁ ଯୋଜନା ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ସୂଚନା ଅନୁଯାୟୀ;ଯୋଜନା ମୁତାବକ ପ୍ରତି […]

Read More Text.
We

ଶିକ୍ଷାବିତଙ୍କ ବିୟୋଗରେ ଶୋକ

ଆଗରପଡ଼ା: ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ନାରାୟଣପୁର ଗ୍ରାମର ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ସାହୁ( ୬୩) ଆଜି ଭୋର ସମୟରେ ପରଲୋକ ଗମନ କରିଛନ୍ତି । ସେ ପ୍ରଥମେ ୧୯୮୪ ମସିହାରେ ଶିକ୍ଷକତା ଜୀବନ ଭଣ୍ଡାରିପୋଖରୀ ବ୍ଲକ ବେଲଗଢିଆ ସ୍କୁଲରେ ଆରମ୍ଭ କରିଥିବା ବେଳେ ପରମୁହୂର୍ତ୍ତରେ ବନ୍ତ ବ୍ଲକ କାଦବରାଙ୍ଗ ସ୍କୁଲରେ ଅବସରଗ୍ରହଣ କରିଥିଲେ । ସେ ଜଣେ ଛାତ୍ର ବତ୍ସଳ ଓ ଅନୁଷ୍ଠାନ ପ୍ରେମୀ ଥିବାରୁ ସମସ୍ତଙ୍କ ପ୍ରିୟ ଥିଲେ । କିଛି ଦିନ ହେବ […]

Read More Text.
Photo for the news of debasnanapurnima

ଆଗରପଡ଼ାରେ ସ୍ନାନଯାତ୍ରା ଉତ୍ସବ

ଆଗରପଡ଼ା :ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆଗରପଡ଼ାସ୍ଥିତ ବିଟିପୁରର ସର୍ବପୁରାତନ ଓ ଜିଲ୍ଲାର ଅନ୍ୟତମ ପ୍ରମୁଖ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଥିଲା । ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ ଛେରାପହଁରା କରି ରତ୍ନସିଂହାସନରୁ ଚତୁର୍ଦ୍ଧା ବିଗ୍ରହକୁ ସ୍ନାନମଣ୍ଡପକୁ ପାଛୋଟି ଆଣିଥିଲେ । ୧୦୮ ଗରା ସୁଗନ୍ଧ ଜଳରେ ମହାପ୍ରଭୁମାନେ ସ୍ନାନ କରିଥିଲେ । ପଣ୍ଡିତ ସଂଗ୍ରାମ କେଶରୀ ସାମନ୍ତରାୟ, ମନମୋହନ ପାଢ଼ୀ, ଗୌରାଙ୍ଗ ପାଣିଗ୍ରାହୀ,ସୁଧିର ରଥ, ମାନସ ରଂଜନ ସାମନ୍ତରାୟ, […]

Read More Text.
Ala

ଆସନ୍ତାକାଲି ଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଅଲାରନାଥ

ପୁରୀ : ସ୍ନାନଯାତ୍ରା ଶେଷ ହେବା ପରେ ଠାକୁରଙ୍କୁ ଅଣସର ଘରକୁ ନିଆଯିବ ।  ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ ।  ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ରହ୍ମଗିରିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ବ୍ୟାପକ ‌ପୁଲିସ ମୁତୟନ ହେବେ । ୭ ପ୍ଲାଟୁନ ପୁଲିସ୍ ସହ ଜଣେ ସେକ୍‌ସନ ଫୋର୍ସ ସାଦା ପୋଷାକରେ ରହିବେ ।  ସେହିପରି ଜଣେ ଅତିରିକ୍ତ ପୁଲିସ ଅଧୀକ୍ଷକ, ୪ ଜଣ ଡିଏସ୍‌ପି, ୩ ଜଣ ଇନ୍‌ସପେକ୍ଟ, […]

Read More Text.
Indigo

ଆସନ୍ତାକାଲିଠୁ ଭୁବନେଶ୍ୱରରୁ ଆବୁଧାବି ସିଧାସଳଖ ଉଡାଣ

ଭୁବନେଶ୍ୱର: ବିଲ୍ଡିଂ ମ୍ୟାନେଜମେଣ୍ଟ ଅଫ୍ ଏଭିଏସନ୍ ଆସେଟ୍ସ ଆଣ୍ଡ୍ ନେଟୱାର୍କ (B-MAAN) ଅଧୀନରେ ଭୁବନେଶ୍ୱର ଏବଂ ଆବୁଧାବି ମଧ୍ୟରେ ସିଧାସଳଖ ବିମାନ ସେବା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ସପ୍ତାହରେ ତିନିଥର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏହି ସିଧାସଳଖ ବିମାନ ଚଳାଚଳ କରିବ। ଏହି ସେବା ଅନ୍ତର୍ଜାତୀୟ ସଂଯୋଗ ବୃଦ୍ଧି କରିବା ଏବଂ ପର୍ଯ୍ୟଟନ ସହ ବାଣିଜ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି।

Read More Text.
Man

୨୦ରୁ କମ୍‌ ଓ ୨୮ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଚଲାଇ ପାରିବେନି ଏସି

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କେନ୍ଦ୍ର ସରକାର ଏୟାର କଣ୍ଡିସନର(ଏସି) ବ୍ୟବହାର ସମ୍ପର୍କରେ ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର କହିଛନ୍ତି ଯେ, ଏବେ ଏସି ତାପମାତ୍ରା ମାନକୀକରଣ କରାଯିବ। ସେ କହିଛନ୍ତି, ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ହ୍ରାସ ଏବଂ ପରିବେଶ ସନ୍ତୁଳନକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି। ମନ୍ତ୍ରୀଙ୍କ କହିବାନୁସାରେ, […]

Read More Text.
Brown surar arrest

ଭୁବନେଶ୍ୱରରୁ ୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ୍ ସୁଗାର ଜବତ

ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଭୁବନେଶ୍ୱରରେ ୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୩୧୯ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି।  ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିଛି। ଏସଟିଏଫର ଏକ ଟିମ୍ ମଙ୍ଗଳବାର ଭୁବନେଶ୍ୱର ଉପକଣ୍ଠ ସ୍ଥିତ କୁଆଖାଇ ନଦୀ କୂଳରେ ଚଢାଉ କରି ଏହି ଡ୍ରଗ୍ସ ଜବତ କରିଛି।  ଗିରଫ ଡ୍ରଗ୍ସ ବ୍ୟବସାୟୀ ଭୁବନେଶ୍ୱରର କେସୁରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଏସଟିଏଫର ଏକ ଟିମ୍ ଅଭିଯୁକ୍ତ ଦ୍ୱାରା ବ୍ୟବହୃତ […]

Read More Text.
Maha

ହାତୀବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ :  ଶ୍ରୀକ୍ଷେତ୍ର ଆଜି ଚଳଚଞ୍ଚଳ ହୋଇ ଉଠିଛି ।   ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି ।  ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି । ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ ଦେଉଛନ୍ତି । ଏହି ଅପୂର୍ବ ବେଶକୁ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିବେ । […]

Read More Text.
Sdfew

ମୁଁ ନିଜେ ତାକୁ ଦଣ୍ଡ ଦେବି; ରାଜାଙ୍କ ପରିବାର ଆଗରେ ଏଭଳି କହିଲେ ସୋନମର ଭାଇ

ଇନ୍ଦୋର: ରାଜା ରଘୁବଂଶୀ ହତ୍ୟା ମାମଲାର ତଦନ୍ତ ଯେତେ ଯେତେ ଆଗକୁ ବଢ଼ୁଛି, ସେତେ ସେତେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ରାଜାଙ୍କ ପତ୍ନୀ ସୋନମ ଏବଂ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଚାରି ଜଣ ଅଭିଯୁକ୍ତ ପୁଲିସର ପଚରାଉଚରା ମଧ୍ୟରେ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି। ଗୋଟିଏ ପଟେ, ଅଭିଯୁକ୍ତମାନେ ସୋନମଙ୍କୁ ଏହି ହତ୍ୟାର ମାଷ୍ଟରମାଇଣ୍ଡ ବୋଲି କହୁଥିବା ବେଳେ ସୋନମ ନିଜର ଦୋଷ ସ୍ୱୀକାର କରିଛନ୍ତି। ଏବେ ସୋନମଙ୍କ ପରିବାର ସଦସ୍ୟମାନେ ମଧ୍ୟ […]

Read More Text.