ଯୁବକଙ୍କୁ ହାତ-ଗୋଡ଼ରେ ବେଡ଼ି ପକାଇବା ମାମଲା: ଭୋଗରାଇ ଆଇଆଇସି ନିଲମ୍ବିତ
ଭୋଗରାଇ: ଜଣେ ଯୁବକଙ୍କ ବିରୋଧରେ ବେଆଇନ ଭାବେ କାର୍ଯ୍ୟାନୁଷ୍ଠାନ ନେବା ମାମଲାରେ ବାଲେଶ୍ବର ଆରକ୍ଷୀ ଅଧୀକ୍ଷକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିନା ମାମଲାରେ ଯୁବକଙ୍କୁ ଦୁଇ ଦିନ ଯାଏଁ ହାତ-ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ ନିଲମ୍ବିତ ହୋଇଛନ୍ତି। ସୂଚନାଯୋଗ୍ୟ ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଦୁଇ ଦିନ ଥାନା ଭିତରେ ଗୋଡ଼ ଓ ହାତରେ ହେଣ୍ଡକପ ପକାଇ ଥାନା ଅଧିକାରୀ ଶ୍ରୀ ସାହୁ ଅଟକ ରଖିଥିଲେ। […]
Read More Text.