Recent photo 1687971586

ଡେଲିଭରୀ ବଏଙ୍କ ପାଇଁ ଆଡଭାଇଜରୀ ଜାରି କଲା ପରିବହନ ବିଭାଗ

ଭୁବନେଶ୍ବର: ଡେଲିଭରୀ ବଏଙ୍କ ପାଇଁ ଆସିବ ଆଡଭାଇଜରି । ଦୃତ ଗତିରେ ଗାଡ଼ି ଚଳାଇବାକୁ ନେଇ ଏଭଳି ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଜଲଦି ପାର୍ସଲ ପହାଞ୍ଚାଇବା ପାଇଁ ଡେଲିଭରି ବଏଙ୍କ ମଧ୍ୟରେ ରିତିମତ ପ୍ରତିଯୋଗିତା ଚାଲିଛି । ତାହା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ ନିୟମ ପାଳନରେ ଉଲ୍ଲଙ୍ଘନ କରୁଛନ୍ତି । ଦୃତ ଗାଡ଼ିଚାଳନା ଯୋଗୁଁ ରାସ୍ତାରେ ଅନ୍ୟ ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି […]

Read More Text.
Whatsapp image 2025 07 31 at 16.25.14

୫ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ଆଇଏଏସ୍ କ୍ୟାଡରରେ ଏକ ଛୋଟ ପ୍ରଶାସନିକ ଅଦଳବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଞ୍ଚ ଜଣ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶିଳ୍ପ ନିର୍ଦ୍ଦେଶକ ଆବୋଲି ସୁନୀଲ ନରଭାଣେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ କଟକର ଓଡ଼ିଶା ରାଜ୍ୟ ଆର୍ଥିକ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିବେ। ସେହିପରି ରାଉକେଲା ଏଡିଏମ୍ ଧୀନାଦସ୍ତାଗୀରଙ୍କୁ ରାଉରକେଲା ମହାନଗର ନିଗମର କମିଶନର, ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ସିଇଓ […]

Read More Text.
Img 20250730 wa0227

ଦୁଇ ଜଣ ଶିକ୍ଷକରେ ଚାଲିଛି ଵାସିଙ୍ଗୀ ଉଚ୍ଚ ବିଦ୍ୟାଳୟ, ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବିକ ମହଲରେ ଦାବୀ

ବାରିପଦା: ମୟୂରଭଂଜ ଜିଲ୍ଲାର ଵହଳଦା ବ୍ଳକର ୧୯୭୯ ମସିହାରେ ସ୍ଥାପିତ ହୋଇଥିବା ଵାସିଙ୍ଗୀ ପଞ୍ଚାୟତର ଏକମାତ୍ର  ଅନୁଦାନପ୍ରାପ୍ତ ଵାସିଙ୍ଗୀ ଉଚ୍ଚ ବିଦ୍ଯାଳୟ।ଏହି ଵିଦ୍ଯାଳୟରେ ୧୧୦ ଶଯ୍ୟା ବିଶିଷ୍ଟ ଵାଳିକା ଛାତ୍ରାବାସ  ଥିବାବେଳେ୧୦୦ ଜଣ ବାଳିକା  ଛାତ୍ରାବାସରେ ରହୁଛନ୍ତି ।ବିଦ୍ଯାଳୟରେ ନବମ ଓ ଦଶମ ଦୁଇଟି  ଶ୍ରେଣୀ ଅଛି । ଏହି ସ୍କୁଲଟି ବର୍ତମାନ ସଂସ୍କୃତ ଶିକ୍ଷୟତ୍ରୀ,କ୍ରୀଡା ଶିକ୍ଷକ ଏବଂ ଗୋଟିଏ ପିଅନରେ ଚାଲିଛି । ଅନ୍ୟ ବିଭାଗର ସମସ୍ତ ୬ ଶିକ୍ଷକ,କିରାଣୀ ଏବଂ ଦୁଇ ଜଣ ପିଅନ […]

Read More Text.
Img 20250730 wa0221

ବର୍ଷାରେ ଧୋଇଗଲା ପୋଲ, ଶୀଘ୍ର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି

ବାରିପଦା: ମୟୁରଭଞ୍ଜ ଜିଲ୍ଲ ଗୁହାଳଡାଙ୍ଗିରୀ ପଞ୍ଚାୟତର   ସୁରିଆଗୋଡ଼ା ଗାଁର କୁମାରସାହି ଦେଇ ଯାଇଥିବା – ସୁରିଆଗଡା- ରୁଆଁସି ମଝିରେ  ଥିବା କୁମାରସାହି ପୋଲଟି ଲଗାଣ ବର୍ଷାରେ ଭାସି  ଲଗାଣ ବର୍ଷାରେ ଭାଷିଯିବା ଫଳରେ ଅଂଚଳ ବାସୀଙ୍କ ଗମନାଗମନ ପ୍ରଭାବିତ ହୋଇଛି । ଫଳରେ ଏହି ରାସ୍ତା ଦୈନିକ ଯିବା ଆସିବା କରୁଥିବା ଶହ ଶହ ଲୋକ, ସ୍କୁଲ ଛାତ୍ର ଛାତ୍ରୀ  ,ପରିବହନ ଗାଡ଼ି,ଆମ୍ବୁଲାନ୍ସ  ଯିବା ଆସିବା କରିପାରୁନାହିଁ । ଏଠାରେ ମାସେ ହେଲା ଲାଗି ରହିଥିବା ଲଗାଣବର୍ଷା […]

Read More Text.
Q

ଜାତୀୟ ରାଜପଥର ନାଉଯୋଡାରେ ଗୋରୁପଲକୁ ରକ୍ଷା କରିବାକୁ ଯାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ବାରିପଦା-  ଜାତୀୟ ରାଜପଥ ୨୨୦ ନମ୍ବର ରେ ଆଜି  ଏକ ୧୦୮ ଆମ୍ବୁଲାନ୍ସ ଯାଉଥିବା ସମୟରେ ହଠାତ୍ ଗୋରୁ ପଲକୁ ରକ୍ଷା କରିବାକୁ ଯାଇ ଦୁର୍ଘଟଣାଗ୍ରସ୍ତ  ହୋଇଅଛି ।ସୂଚନାଯୋଗ୍ୟ ଆଜି ସକାଳୁ ବାଦାମ ପାହାଡ଼ରୁ ରୋଗୀ ଏବଂ ପରିବାର ଲୋକ ଙ୍କୁ ନେଇ ୧୦୮ ଆମ୍ବୁଲାନ୍ସ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅଭିମୁଖେ ଆସୁଥିବାବେଳେ ନାଉଯୋଡା ପାଖରେ ଏକ ଗୋରୁ ପଲ  ରାସ୍ତା ପାର ହେବାପାଇଁ ଦୌଡା ଦୌଡ଼ି କରି ଯାଉଥିଲେ ।ଗୋରୁପଲକୁ ରକ୍ଷା କରିବାକୁ ଯାଇ ଆମ୍ବୁଲାନ୍ସଟି […]

Read More Text.
Img 20250729 wa0195

ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜକୁ ବ୍ରୋଞ୍ଜ ମେଡାଲ – ସମ୍ବର୍ଦ୍ଧିତ କଲେ ଆରକ୍ଷୀ ଅଧିକ୍ଷକ 

ବାରିପଦା –  କଟକ ଠାରେ ଅନୁଷ୍ଠିତ ୭୭ ତମ ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚାମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଟିମ ୫ମ ରାଉଣ୍ଡରେ ୪ର୍ଥ ଆଇ ଆର ବି ଏନ, ଦେଓଗଡ଼ କୁ ୩-୦ ସେଟରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି I ପୁରସ୍କାର ସ୍ୱରୂପ ଦଳକୁ ବ୍ରୋଞ୍ଜ ମେଡାଲ ସହ ୧୦ ହଜାର ନଗଦ ରାଶି ମିଳିଛି I ଚମ୍ପିୟାନସିପର ଶ୍ରେଷ୍ଠ ଖେଳାଳି ଭାବେ ଅଞ୍ଜନ ବେହେରାଙ୍କୁ ଟ୍ରଫି ଓ ୨ ହଜାର ପୁରସ୍କାର […]

Read More Text.
Img 20250730 wa0224

ମୟୁରଭଞ୍ଜ ଜିଲ୍ଳାରେ ୧୨ଟି ରାଜ୍ୟ ପାଇଁ ଭାରତୀୟ ବାୟୁସେନା ତରଫରୁ ଅନୁଷ୍ଠିତ ହେବ ଅଗ୍ନିବୀରବାୟୁ ନିଯୁକ୍ତି ରାଲି

ବାରିପଦା: ଭାରତୀୟ ବାୟୁ ସେନା ତରଫରୁ ଚଳିତ ବର୍ଷ ଆଗାମୀ ଅଗଷ୍ଟ ମାସ ୨୭ତାରିଖ ରୁ ସେପ୍ଟେମ୍ବର ୪ତାରିଖ ପର୍ଯ୍ୟନ୍ତ ବାରିପଦା ଛଉ ପଡିଆ ଠାରେ  ବାୟୁସେନାରେ ଅଗ୍ନିବୀରବାୟୁ ନିମନ୍ତେ ନିଯୁକ୍ତି ରାଲି ଆୟୋଜିତ ହେବ। ଆୟୋଜିତ ହେବାକୁ ଥିବା ଉକ୍ତ ନିଯୁକ୍ତି ରାଲି ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।  ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ […]

Read More Text.
Wer

ଓକିଲ ସୁରେନ୍ଦ୍ର କରଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

ଆଗରପଡ଼ା :ପେଶାରେ ଓକିଲାତି, ନିଶାରେ ବୃକ୍ଷରୋପଣ କରି ସୁସ୍ଥ ପରିବେଶ ସୃଷ୍ଟି କରିବା । ଏହିପରି ଜଣେ ନିଆରା ବ୍ୟକ୍ତିତ୍ୱ ହେଲେ ସୁରେନ୍ଦ୍ର କର । ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଇଟୁଆ ଗ୍ରାମରେ ତାଙ୍କ ଘର । ଜିଲ୍ଲାପାଳ ଦିଲୀପ ରାଉତରାୟ ସଂପ୍ରତି ତାଙ୍କୁ ପ୍ରଦାନ କରିଛନ୍ତି ପ୍ରକୃତି ବନ୍ଧୁ ସମ୍ମାନ । ସୁରେନ୍ଦ୍ର ଦୀର୍ଘ ବର୍ଷ ଧରି ଟ୍ରି ଫ୍ୟାମିଲ୍ ଗଠନ କରି ତାଙ୍କ ସହଯୋଗୀମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରି […]

Read More Text.
Photo for the news of chasa

ଲଘୁଚାପ ବର୍ଷା ପରେ ଚାଷ ପାଇଁ ଅଣ୍ଟା ଭିଡିଲା ଚାଷୀ

ଆଗରପଡ଼ା :ଏ ବର୍ଷ ରଜ ସରିବା ପରେ ମୈାସୁମୀ ଆସିଥିଲା କିନ୍ତୁ ପାଗ ନ ଥିବାରୁ ୯୫ ଭାଗ ଜମିରେ ଧାନ ତଳି କିମ୍ବା ଧାନ ବୁଣା କାର୍ଯ୍ୟ ହୋଇ ପାରି ନଥିଲା । ଯଦ୍ୱାରା ଚାଷୀ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଥିଲା । କିନ୍ତୁ ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମିଛି । ବର୍ଷା ହେବାରୁ ଚାଷୀ କିଆରିରେ ଧାନତଳି ପକାଇବା ପାଇଁ କାଦୁଅ […]

Read More Text.
59ddfdce 27e9 4e82 a7ed 788e693abcb9

ଇମର୍ତ୍ତୀଦେବୀ ମହିଳା ମହାବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ: ମହିଳା ସୁରକ୍ଷା ଓ ଅଧିକାର ଉପରେ ଗୁରୁତ୍ୱାରୋପ

କଟକ, ୩୦/୦୭: ଛାତ୍ରୀମାନଙ୍କୁ ସେମାନଙ୍କ ଆଇନଗତ ଅଧିକାର ବିଷୟରେ ସଚେତନ କରାଇ ସଶକ୍ତ କରିବା ଲକ୍ଷ୍ୟରେ ବୁଧବାର ଦିନ କଟକ ସ୍ଥିତ ଇମର୍ତ୍ତୀଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଇମର୍ତ୍ତୀଦେବୀ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ […]

Read More Text.