Cisf

ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷାରେ ଭୂସ୍କଳନ: ଓଡ଼ିଆ CISF ଯବାନ ଶହୀଦ

କାମାକ୍ଷାନଗର :  ଜାମ୍ମୁ କାଶ୍ମୀରର କିସ୍ତୱାର ଠାରେ ବାଦଲଫଟା ବର୍ଷାରେ ଓଡ଼ିଆ CISF ଯବାନ ଶହୀଦ ହୋଇଛନ୍ତି l ଶହୀଦ ଯବାନ ଜଣକ ପରଜଙ୍ଗ ଥାନା ମାଣିକମରା ଗ୍ରାମର ମନୋଜ ବିଶ୍ୱାଳ । ହଠାତ ବାଦଲଫଟା ବର୍ଷା ହେବା ଫଳରେ ଭୂସ୍କଳନ ହୋଇଥିଲା l ଯବାନମାନେ ରହୁଥିବା କ୍ୟାମ୍ପ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିଲା l ତେବେ କ୍ୟାମ୍ପ ଭିତରେ ଥିବା ମନୋଜଙ୍କ ସେଠାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି l ମନୋଜଙ୍କ ମୃତ୍ୟୁଖବର ଆଜି […]

Read More Text.
Sachibalaya

୧୨ ନୂଆ NAC ପାଇଁ ଡ୍ରାଫ୍ଟ ନୋଟିସ, ଧାର୍ଯ୍ୟ ସମୟରେ କରିପାରିବେ ମତାମତ ବା ଆପତ୍ତି ଦାଖଲ

ଭୁବନେଶ୍ୱର : ଓଡ଼ିଶା ସରକାର 7 ଜିଲ୍ଲାରେ ୧୨ଟି ନୂତନ ନୋଟିଫାଇଡ୍ ଏରିଆ କାଉନସିଲ (ଏନଏସି) ଘୋଷଣା କରିବା ପାଇଁ ଯୋଜନା କରିଛନ୍ତି ସରକାର  । ଏହି ଏନଏସିଗୁଡ଼ିକ ପ୍ରତିଷ୍ଠା ପାଇଁ ଏକ ଖସଡ଼ା ବିଜ୍ଞପ୍ତି ଜାରି କରିଛନ୍ତି, ଯାହା ଦ୍ୱାରା ସ୍ଥାନୀୟ ବାସିନ୍ଦା ଓ ସମ୍ପୃକ୍ତ ବ୍ୟକ୍ତିମାନେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମତାମତ ବା ଆପତ୍ତି ଦାଖଲ କରିପାରିବେ ।  ଚୂଡ଼ାନ୍ତ ଅନୁମୋଦନ ପରେ, ଏହି ୧୨ଟି ଅଞ୍ଚଳ ଆନୁଷ୍ଠାନିକ ଭାବେ ଏନଏସି ହେବ । ଯାହା […]

Read More Text.
Nuakhai1

ନୂଆଖାଇ ଲଗ୍ନ ଧାର୍ଯ୍ୟ, ମା’ ସମଲେଶ୍ଵରୀଙ୍କ ନିକଟରେ ହେବ ନବାନ୍ନ ଲାଗି

ସମ୍ବଲପୁର : ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ।  ଆସନ୍ତା ୨୮ ତାରିଖ ସକାଳ ୧୦ଟା ୩୩ରୁ ୧୦ଟା ୫୫ ମିନିଟ ମଧ୍ୟରେ ଶୁଭଲଗ୍ନ ଧାର୍ଯ୍ୟ ହୋଇଛି । ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ ।  ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରରେ ଶୁଭ ଲଗ୍ନ ନିର୍ଘଣ୍ଟ ହୋଇଛି । ଆସନ୍ତା 28 ତାରିଖ ଭାଦ୍ରଵ ମାସ ଶୁକ୍ଳ  ପକ୍ଷ ପଞ୍ଚମୀ ତିଥି  ସମୟ  10 ଟା 33 ମିନିଟ ରୁ 10.55 […]

Read More Text.
School 2

ଗାନ୍ଧୀ ମାର୍ଗରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଆନ୍ଦୋଳନ

ଭୁବନେଶ୍ୱର  : ଗାନ୍ଧୀ ମାର୍ଗରେ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନୟ ସମିତି ।  ବିଭିନ୍ନ ଦାବୀ ନେଇ ହାଜର ହାଜର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ।   ବିନା ବେତନରେ ଶିକ୍ଷକମାନେ 25 ରୁ 30 ବର୍ଷ ଶିକ୍ଷା ଦାନ କରି ମଧ୍ୟ ସରକାର ଏହାକୁ ଅନୁଦାନ ପରିସର ଭୁକ୍ତ କରୁନାହାନ୍ତି, ତେଣୁ ତୁରନ୍ତ ଏହାକୁ କାଯ୍ୟକାରୀ କରାଯାଉ ବୋଲି ଦାବି କରାଯାଇଛି ।   2004 ରୁ 2013 ମଧ୍ୟରେ […]

Read More Text.
Board

ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶିତ, ପାସ୍ ହାର ୫୬.୨୩ ପ୍ରତିଶତ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅପରାହ୍ନ ୨ଟା ପରେ ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ । ସପ୍ଲିମେଣ୍ଟାରୀ ପାସ ହାର ୫୬.୨୩ ଶତକଡା ରହିଛି ।  ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୩୪୫୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୧୮୪୪ ଜଣ ଛାତ୍ର ପାସ କରିଛନ୍ତି । […]

Read More Text.
Sankaracharya

ଇସ୍କନର ଶାସ୍ତ୍ର ବିରାଧୀ ନୀତି: ଅଦିନିଆ ରଥଯାତ୍ରାକୁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୀଠ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ପୁରୀ : ଇସ୍କନର ଶାସ୍ତ୍ର ବିରୋଧୀ ଅଦିନିଆ ରଥଯାତ୍ରା ବିରୋଧରେ ଏକାଠି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୀଠ ଶଙ୍କରାଚାର୍ଯ୍ୟ । ଇସ୍କନ୍ କୁ କଡା ଜବାବ ଦେବାକୁ ବଡ ପ୍ରସ୍ତୁତି । ଇସ୍କନ୍ ଆୟୋଜିତ ଅଦିନିଆ ରଥଯାତ୍ରା ବିରୋଧରେ ଆଉ ପାଦେ ଆଗେଇଲା ଶ୍ରୀମନ୍ଦିର ପ୍ରଶାସନ । ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ମତାମତ ନେଲା ଶ୍ରୀମନ୍ଦିର ପ୍ରଶାସନ ।  ଇସ୍କନ୍ ଗଭର୍ଣିଂ ବଡିର ଅଧ୍ୟକ୍ଷଙ୍କୁ ଦିଆଯିବ ଅଦିନିଆ ରଥଯାତ୍ରା ବିରୋଧରେ ଶ୍ରୀମନ୍ଦିର ପ୍ରଶାସନର […]

Read More Text.
Eco

ଇକୋ ରିସର୍ଟ ସୁଇମିଂ ପୁଲରେ ଅଘଟଣ; ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ସଦର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମିଂ ପୁଲ୍‌ରେ ଅଘଟଣ । ସୁଇମିଂ ପୁଲ୍‌ରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ । ମୃତକ ହେଲେ ଉତ୍ତରାଖଣ୍ଡର ୨୩ ବର୍ଷୀୟ ଯୁବ ପର୍ଯ୍ୟଟକ ତେଜସ୍ଵ ଆହୁଜା । ସୂଚନାମୁତାବକ, ସେ ପିକନିକ୍ ପାଇଁ ଓଡ଼ିଶା ଆସିଥିଲେ। ଆଜି ସକାଳ ପ୍ରାୟ ୫ଟା ବେଳେ ସତ୍ୟ ନାରାୟଣ ଇକୋ ରିସର୍ଟର ସୁଇମିଂ ପୁଲରୁ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ବିଭାଗ ସୁଇମିଂ ପୋଲରୁ ତାଙ୍କୁ […]

Read More Text.
Puri temple c

ଶ୍ରୀମନ୍ଦିରକୁ ଚଢିବା ବେଳେ ଯୁବକଙ୍କୁ କାବୁ କଲା ପୋଲିସ

ପୁରୀ: ପୁରୀ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କାବୁ କରିଛି ପୋଲିସ। ସୂଚନା ଅନୁଯାୟୀ, ଆଜି ଶ୍ରୀମନ୍ଦିର ବେହରଣ ଦ୍ୱାର ପଟରୁ ଜଣେ ବ୍ୟକ୍ତି ପ୍ରାୟ ୫ ଫୁଟ୍‌ ଉପରକୁ ଚଢ଼ି ଯାଇଥିଲେ। ମନ୍ଦିରକୁ ଚଢ଼ୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଜେଟିପି ଓ ସେବାୟତ ଧରିଥିଲେ। ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଘର ରାଞ୍ଚି ବୋଲି ଜଣାପଡ଼ିଛି। ଏପରିକି ସେ ମାନସିକ ଅନଗ୍ରସର ଥିବା ନେଇ ସୂଚନା ମିଳିଛି।ଉକ୍ତ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯିବା ସହ ପଚରାଉଚରା […]

Read More Text.
Cm 2

ଓଡ଼ିଶାରେ ଖୋଲିବ ଆଉ ୪ ମେଡିକାଲ କଲେଜ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଓଡ଼ିଶାରେ ଖୋଲିବ ଆଉ ୪ଟି ମେଡିକାଲ କଲେଜ। ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଭିତ୍ତିଭୂମି ଗୁଡିକର ଉନ୍ନତିକରଣ କରାଯାଇ ସେଥିରେ ସମସ୍ତ ଆଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଆଉ ୪ଟି ମେଡିକାଲ କଲେଜ ଖୋଲିବା ନେଇ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ହେବ ମେଡିକାଲ କଲେଜ। ବର୍ତ୍ତମାନ ୧୨ଟି ସରକାରୀ […]

Read More Text.