India

ଭାରତକୁ ପୁଣି ଟ୍ରମ୍ପଙ୍କ ଟାର୍ଗେଟ, ଭାରତ ସହ ବାଣିଜ୍ୟ ଏକପାଖିଆ ବିପର୍ଯ୍ୟୟ, କହିଲେ ଟ୍ରମ୍ପ

ଭାରତ ସହ ବାଣିଜ୍ୟ ଏକପାଖିଆ ବିପର୍ଯ୍ୟୟ । ଟାରିଫକୁ ନେଇ ପୁଣି ଟ୍ରମ୍ପଙ୍କ ଟାର୍ଗେଟ । ସାଙ୍ଘାଇ ସହଯୋଗ ସଂଗଠନ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ପରେ ଅସନ୍ତୋଷ ଝାଡିଛନ୍ତି ଟ୍ରମ୍ପ । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଭାରତର ଉଚ୍ଚ ଶୁଳ୍କ ହାର ଯୋଗୁଁ ଆମେରିକୀୟ ବ୍ୟବସାୟୀମାନେ ଭାରତୀୟ ବଜାରରେ ପ୍ରବେଶ କରିବାରେ ଅସମର୍ଥ ହୋଇଛନ୍ତି, ଯାହା […]

Read More Text.
Eartquake

ପ୍ରାକୃତିକ ବିପର୍ଯ୍ୟୟର ଭୟଙ୍କର ରୂପ: ଆଫଗାନିସ୍ତାନ ଏବଂ ସୁଡାନରେ ୨,୧୦୦ ଲୋକଙ୍କ ମୃତ୍ୟୁ ଆଶଙ୍କା

ସାରା ବିଶ୍ୱରେ ପ୍ରକୃତିର ପ୍ରକୋପ ଜାରି ରହିଛି । ପ୍ରକୃତି ବିଶ୍ୱର ଦୁଇଟି ଭିନ୍ନ ଭିନ୍ନ କୋଣରେ ତାର ଭୟଙ୍କର ରୂପ ଦେଖାଇଛି  । ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିଭଳି, ସୁଡାନରେ ଭୂସ୍ଖଳନ ଯୋଗୁଁ ହଜାରରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ଆଫଗାନିସ୍ତାନ ଏବଂ ସୁଡାନରେ ହୋଇଥିବା କ୍ଷୟକ୍ଷତିକୁ ମିଶାଇ, ଏପର୍ଯ୍ୟନ୍ତ ୨,୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି, ଯେତେବେଳେ ହଜାର ହଜାର […]

Read More Text.
Semiconductor companies india

‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଭାରତ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟାରେ ବଡ ଉପଲବ୍ଧି ହାସଲ କରିଛି। ମଙ୍ଗଳବାର (ସେପ୍ଟେମ୍ବର ୨)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କରିଛନ୍ତି। ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରଥମ ସେମିକଣ୍ଡକ୍ଟର ଚିପ୍‌କୁ ଲଞ୍ଚ କରାଯାଇଛି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ଏହି ଚିପ୍‌ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ବିକ୍ରମ ୩୨-ବିଟ୍‌ ପ୍ରୋସେସର୍‌ ଏବଂ ଅନ୍ୟ ୪ଟି ଅନୁମୋଦିତ ପ୍ରକଳ୍ପର ପରୀକ୍ଷା […]

Read More Text.
Indigo

ମଝି ଆକାଶରୁ ଫେରିଲା ୨୭୨ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ : ମଝି ଆକାଶରୁ ଫେରିଲା ବିମାନ। ଅଳ୍ପକେ ଟଳିଲା ବଡ ଅଘଟଣ। ବିମାନରେ ପ୍ରାୟ ୨୭୨ ଜଣ ଯାତ୍ରୀ ଥିଲେ। ଉଡ଼ାଣ ଆରମ୍ଭ କରିବା ମାତ୍ରେ ଏକ ଇଣ୍ଡିଗୋ ବିମାନ ହଠାତ୍‌ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା। ପକ୍ଷୀ ସହିତ ଧକ୍କା ହେବା ପରେ ବିମାନଟି ନାଗପୁର ବିମାନବନ୍ଦରକୁ ଫେରି ଆସିଥିଲା। ବିମାନଟି ନାଗପୁରରୁ କଲକାତା ଯାଉଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏକ ପକ୍ଷୀ ବିମାନ ସହିତ ଧକ୍କା ଖାଇଥିଲା। […]

Read More Text.
Kabita

ଦଳ ବିରୋଧୀ କାର୍ଯ୍ୟକଳାପ: କେ.କବିତାଙ୍କୁ ଭାରତ ରାଷ୍ଟ୍ର ସମିତିରୁ ବହିଷ୍କାର

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି(BRS)ର ଏମଏଲସି କେ. କବିତାଙ୍କୁ ଦଳରୁ ବହିଷ୍କାର କରିଦିଆଯାଇଛି । ନିଜ ବୟାନ ଓ ଗତିବିଧି ଯୋଗୁଁ ତାଙ୍କୁ ଦଳରୁ ବାହାର କରିଦିଆଯାଇଛି । ତାଙ୍କୁ ଦଳରୁ ବାହାର କରିବା ପାଇଁ କବିତାଙ୍କ ପିତା ତେଲଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା BRS ଅଧ୍ୟକ୍ଷ କେ.ଚନ୍ଦ୍ରଶେଖର ରାଓ ନିଷ୍ପତ୍ତି ନେଇଛନ୍ତି । ନିକଟରେ କବିତା ଦେଉଥିବା କିଛି ବୟାନ ଏବଂ ତାଙ୍କ ଗତିବିଧି ଦଳବିରୋଧୀ ବୋଲି ଦର୍ଶାଯାଇଛି ।

Read More Text.
Top 11 famous temple in puri scaled 1 1536x865

ଛତିଶା ନିଯୋଗ ବୈଠକରେ ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟ

ପୁରୀ  : ପୁରୀ ନୀଳାଦ୍ରି ଭକ୍ତନିବାସରେ ଆଜି ଅନୁଷ୍ଠିତ ହେବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଆସନ୍ତା ୭ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଅନୁମୋଦନ ହେବ। ସେପ୍ଟେମ୍ବର ୧୫ରୁ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଛତିଶାନିଯୋଗ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯିବ। ବିଶେଷ […]

Read More Text.
Trump

ରୁଷକୁ ଟ୍ରମ୍ପଙ୍କ ଧମକ, ଯୁଦ୍ଧ ବନ୍ଦ ନ କଲେ ଲାଗିବ ଅଧିକ ଟାରିଫ

ରୁଷକୁ ଟ୍ରମ୍ପଙ୍କ ଧମକ । ତୁରନ୍ତ ୟୁକ୍ରେନ ଯୁଦ୍ଧ ବନ୍ଦ ନ କଲେ ଅଧିକ ଟାରିଫ ଲଗାଇବାକୁ ଆମେରିକାର ଚେତାବନୀ ।  ଆମେରିକା ଟ୍ରେଜେରି ସେକ୍ରେଟାରି ସ୍କଟ ବେସେଣ୍ଟ ଏହି ସୂଚନା ଦେଇଛନ୍ତି । କହିଛନ୍ତି ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟକଳାପ ପାଇଁ ରୁଷ ଉପରେ ଅଧିକ ପ୍ରତିବନ୍ଧ ଲଗାଇବାକୁ “ସମସ୍ତ ବିକଳ୍ପ ଟେବୁଲ୍  ଉପରେ ରହିଛି ।  ଏହି ବିବୃତ୍ତି ଡୋନାଲ୍ଡ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲାସ୍କା ଶିଖର ସମ୍ମେଳନୀ  ଓ ପରେ ହ୍ୱାଇଟ୍  […]

Read More Text.
Aap mla

ପୋଲିସ ହେପାଜତରୁ ଫେରାର ହେଲେ ଆପ୍ ବିଧାୟକ, ପୋଲିସକୁ ମାରିଲେ ଗୁଳି

ପଞ୍ଜାବ : ଆପ୍ ବିଧାୟକ ହରମିତ ସିଂ ପୋଲିସକୁ ଗୁଳି କରି ଜେଲରୁ ଫେରାର ହୋଇଯାଇଛନ୍ତି । ବିଧାୟକଙ୍କୁ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ କରାଯାଇଥିଲା । ତେବେ ପୋଲିସ ଥାନାକୁ ନେଇ ଯାଉଥିବା ବେଳେ ବିଧାୟକ ଜଣକ ଫେରାର ହୋଇଯାଇଛନ୍ତି । ଖବର ମୁତାବକ, ପଞ୍ଜାବର ଆପ ବିଧାୟକ ହରମିତ୍ ସିଂହ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି । ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ବିଧାୟକଙ୍କୁ ଗିରଫ କରାଯାଇଥିଲା, ଯେଉଁଥିରେ ସେ ଅଗଷ୍ଟ […]

Read More Text.
Piyush murder

କଳା ଯାଦୁ ବାହାନାରେ ନାତିକୁ ମାରିଲା ଜେଜେ, ବସ୍ତାରୁ ମୃତଦେହ ଉଦ୍ଧାର

ଉତ୍ତର ପ୍ରଦେଶ: ଅଖାରୁ ବାହାରିଲା ଖଣ୍ଡ ଖଣ୍ଡ ଶରୀର । କଳା ଯାଦୁ ବାହାନାରେ ନାତିକୁ ହତ୍ୟା କରିଦେଲା ଜେଜେ । ଶରୀରକୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଲା । ପ୍ରୟାଗରାଜରୁ ଆସିଲା ଛାତି ଥରେଇଦେବା ଭଳି ଖବର । ପରିବାର ଉପରୁ ମନ୍ଦ ଛାଇ ହଟାଇବା ନାଁରେ, ଜଣେ ବ୍ୟକ୍ତି ନିଜ ନାତିକୁ ଠାକୁରଙ୍କ ଆଗରେ ମାରି ଦେଇଥିଲା । ମାତ୍ର ୧୭ ବର୍ଷର ପିଲା ପୀୟୁଷ ମଙ୍ଗଳବାର ସକାଳେ ସ୍କୁଲ ପାଇଁ ଘରୁ […]

Read More Text.
Rainy season 1748849555787 1748849556052 1536x864

୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ଵର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । କାଲି ପର୍ଯ୍ୟନ୍ତ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଉଛି ଦେବଗଡ, ସମ୍ବଲପୁର , ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲା। ସେହିପରି ପୁରୀ, ଖୋର୍ଦ୍ଧା, କେନ୍ଦୁଝର ଏବଂ ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Read More Text.