Pakistan 2

୫ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କଲେ ତାଲିବାନୀ

ପାକିସ୍ତାନ : ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରାନ୍ତରେ ପୁଣିଥରେ ଆକ୍ରମଣ । ତାଲିବାନ ଆତଙ୍କବାଦୀମାନେ ଏକ ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନୀ ଟିମକୁ ସୁରକ୍ଷା ଦେଉଥିବା ଅର୍ଦ୍ଧସାମରିକ ବାହିନୀ ଉପରେ ଆକ୍ରମଣ । ଫଳରେ ଅତି କମରେ ପାଞ୍ଚ ଜଣ ଅର୍ଦ୍ଧସାମରିକ ସୈନିକ ନିହତ ହୋଇଛନ୍ତି ଏବଂ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । ଖୈବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାର କୋଟ ଲାଲୁ ନିକଟରେ ଏହି ଘଟଣା ଘଟିଛି । ଯେଉଁଠାରେ ସୈନିକମାନେ ସୁଇ […]

Read More Text.
Delhi 1

ଦୀପାବଳିରେ ଗ୍ୟାସ୍ ଚାମ୍ବର ପାଲଟିଲା ରାଜଧାନୀ ଦିଲ୍ଲୀ

ଦିଲ୍ଲୀ: ଦୀପାବଳିରେ ଗ୍ୟାସ୍ ଚାମ୍ବର ବନିଲା ରାଜଧାନୀ ଦିଲ୍ଲୀ ।  ପ୍ରବଳ ବାଣ ଫୁଟାଇବା ଯୋଗୁଁ ସାରା ଦିଲ୍ଲୀ ଧୂଆଁ ଧୂଆଁ ହୋଇଯାଇଛି ।  ଦିଲ୍ଲୀ-NCRରେ ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି ।  ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୫୩୧କୁ ଖସି ଥିବା ବେଳେ, ଗାଜିଆବାଦ- ନରେଲା ଅଞ୍ଚଳରେ ଏକ୍ୟୁଆଇ ୫୫୧ରେ ପହଞ୍ଚିଛି ।  ସ୍ଥିତି ଏମିତି ହୋଇଛି କି ରାସ୍ତାକୁ ବାହାରିଲେ ଅଖି ପୋଡୁଛି । ଏପରକି ନିଶ୍ବାସ-ପ୍ରଶ୍ବାସ ନେବାରେ ବି  ଲୋକଙ୍କ ସମସ୍ୟା ହେଉଛି […]

Read More Text.

ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଧରାପଡ଼ିଲେ ଗୁମାସ୍ତା

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନରେ ଫଟୋ ଉଠାଇବା​‌ ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖିଛନ୍ତି ଶ୍ରୀମନ୍ଦିର ପୁଲିସ। ଗୁମାସ୍ତା ଜଣକ ଫୋନରେ ଯାତ୍ରୀଙ୍କ ଫଟୋ ଉଠାଉଥିଲେ। ପ୍ରତିହାରୀ ନିଯୋଗ ସମ୍ମୁଖରେ ଯାତ୍ରୀଙ୍କ ଫଟୋ ଉଠାଉଥିବା ସୂଚନା ମିଳିଛି। ମନ୍ଦିର ଭିତରକୁ ମୋବାଇଲ ଫୋନ ବାରଣ ସତ୍ବେ ଗୁମାସ୍ତା କିପରି ମୋବାଇଲ ଫୋନରେ ଫଟୋ ଉଠାଇ​‌ଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି। ଉକ୍ତ ଗୁମାସ୍ତାଙ୍କ ନାମ ଜଣାପଡିନାହିଁ।

Read More Text.
Elephant 1068x601

ଘର ଭାଙ୍ଗିଲେ ହାତୀ, ବାସ ହରାଇଲେ ୩ ଅନାଥ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ କମିବାର ନାଁ ଧରୁନାହିଁ। ବିଭିନ୍ନ ଗାଁରେ ଚାଷବାସ ଉଜାଡି ନଷ୍ଟ କରୁଥିବାବେଳେ ସୋମବାର ବିଳମ୍ବିତ ରାତିରେ ମୂଷାନାଳ ସେକ୍ସନ ପାଜିଖମନ ଗାଁରେ ସ୍ୱର୍ଗତ ନାରଣ ମାଝୀଙ୍କ ଘରକୁ ଜଙ୍ଗଲୀ ହାତୀପଲ ଭାଙ୍ଗିଦେଇଥିବା ଜଣାପଡିଛି। ସ୍ୱର୍ଗତ ନାରଣ ମାଝୀ ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ତିନି ଅନାଥ ଭାଇଭଉଣୀ ସେଇଘରେ ରହୁଥିଲେ। ଲୋକଙ୍କ ଘରେ କାମ କରି ଚଳୁଥିଲେ। ଜଙ୍ଗଲୀ ହାତୀପଲ ସେମାନଙ୍କ ଘରକୁ ଭାଙ୍ଗି […]

Read More Text.
Bee 1068x601

ମହୁମାଛି ଆକ୍ରମଣରେ ୫ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ବନବିଭାଗ କାର୍ଯ୍ୟାଳୟ ନିକଟରେ ମହୁମାଛି ଦଂଶନରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ କମଳୀ ହିକକା(୫୦), ତାଙ୍କ ଜ୍ବାଇଁ ଇଲିଗା କାଡ୍ରାକା(୩୦)ଙ୍କ ସମେତ ରାୟଗଡ଼ରୁ ଆସିଥିବା ବ୍ୟବସାୟୀ ଜି. ନାଗଭୂଷଣ ରାଓ(୬୨), ଜି. ତ୍ରିପତି ନାଇଡ଼ୁ, ଘନଶ୍ୟାମ ବିଡ଼ିକା। ସେମାନେ ଦୀପାବଳି ପାଇଁ ଜିନିଷ କିଣିବା ଲାଗି ସ୍ଥାନୀୟ ବଜାରକୁ ଆସୁଥିବା ସମୟରେ ମହୁମାଛି ଦଂଶନର […]

Read More Text.
Pintu 1068x601

ବାଣ ଭିଡ଼ିବା ବେଳେ ବିସ୍ଫୋରଣ: ଯୁବକ ମୃତ, ଘର ଚୁରମାର,

ଖଲ୍ଲିକୋଟ: ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ଘର ଚୁରମାର ହୋଇଯାଇଛି। ଏହି ଘଟଣାରେ ଜଣେ ଯୁବକଙ୍କ ହାତଗୋଡ଼ କଟିଯିବା ସହିତ ତାଙ୍କ ମୃତ୍ୟୁ ଘଟିଛି। ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କିଇଠଡା ଗ୍ରାମରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ପିଣ୍ଟୁ ପଲାଇ(୨୩)। ସୂଚନା ଅନୁସାରେ, ପିଣ୍ଟୁ ସୋମବାର ରାତି ପ୍ରାୟ ୧ଟାରେ ନିଜ ଶିଡ଼ି ଘରେ ବାଣ ଭିଡୁଥିଲେ। ହଠାତ କୌଣସି କାରଣରୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। […]

Read More Text.
Air pollution

ଦୀପାବଳି ଲାଗି ବଢ଼ିଲା ପ୍ରଦୂଷଣ, ରାଜଧାନୀରେ AQI -୧୮୦କୁ ଖସିଲା

ଭୁବନେଶ୍ୱର : ଟ୍ବିନ୍ ସିଟିରେ ଦୀପାବଳି ବଢାଇଲା ପ୍ରଦୂଷଣ । ପ୍ରବଳ ବାଣଫୁଟାଇବା ଯୋଗୁଁ ଖସିଛି ଭୁବନେଶ୍ବର-କଟକ ଏୟାର କ୍ବାଲିଟି ଇନଡେକ୍ଟ । ରାଜଧାନୀରେ AQI 180 ପାର ହୋଇଛି । ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଦୂଷିତ ହୋଇଯାଇଛି ବାୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ AQI 185 ରେକର୍ଡ ହୋଇଥିବା ବେଳେ, ବାପୁଜୀନଗରରେ AQI 174 ରେକର୍ଡ କରାଯାଇଛି । ସାଧାରଣତଃ ୧୦୦ ଉପରେ ଏକ୍ୟୁଆଇ କୁ ବିପଦ ବୋଲି କୁହାଯାଇଥାଏ । ବାୟୂମଣ୍ଡଳରେ ଧୂଳିକଣା ବଢିଲେ ଶ୍ବାସକ୍ରିୟା […]

Read More Text.
Jail b

ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ: ବରଗଡ଼ ଜେଲରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କଏଦୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ପୁଲିସର ଛାନଭିନ ଜାରି ରହିଛି। ମୃତ କଏଦୀ ଜଣକ ଅତାବିରା ଥାନା ଅଞ୍ଚଳ ଜହ୍ନାପଡା ଗାଁର ପ୍ରାୟ ୪୦ ବର୍ଷିୟ ଗିରିଧାରୀ ରୋହିଦାସ ହୋଇଥିବା ସୂଚନା ରହିଛି। ଏକ ପୋକ୍ସୋ ମାମଲାରେ ସେ ବିଚାରାଧିନ ଭାବେ ଜେଲରେ ଥିଲେ। ସୂଚନା ମୁତାବକ ଇନଭର୍ଟର ତାର ଛିଣ୍ଡ ଗିରିଧାରୀଙ୍କ ହାତରେ ଲାଗିଥିବା ଦେଖିବାକୁ ମିଳିଛି […]

Read More Text.
Scb b

ଦୀପାବଳିରେ ଟ୍ବିନସିଟିରେ ବାଣ ଫୁଟି ୧୦୦ରୁ ଅଧିକ ଆହତ

କଟକ : ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ। ଟ୍ବିନସିଟିରେ ବାଣ ଫୁଟି ୧୦୦ରୁ ଅଧିକ ଆହତ । ୭ରୁ ୯ ବାଣ ଫୁଟା କଟକଣାକୁ ଫୁ କରି କରିଦେଲେ ଲୋକେ । ଟ୍ବିନସିଟିରେ ବିଳମ୍ବିତ ରାତି ଯାଏ ଚାଲିଲା ଢୋ ଢା । ଧୂଆଁମୟ ହୋଇଗଲା ସାରା ସହର । ସହରର ରାସ୍ତା ଘାଟ ଗଳିକନ୍ଦିରେ ବାରୁଦ ଗନ୍ଧ ଭର୍ତ୍ତି । ରାସ୍ତା ସାରା କାଗଜ ଟୁକୁଡ଼ା । ଦୀପାବଳି ବାଣ ଫୁଟା ପାଇଁ କଟକ ସହରରେ ବେଶ […]

Read More Text.
Binika v

ବାଣ ଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ୬ ଗୁରୁତର

ବିନିକା: ବିନିକା ସହରାଞ୍ଚଳରେ ସୋମବାର ରାତିରେ ଦୀପାବଳି ଉତ୍ସବ ପାଳନ ସମୟରେ ବାଣ ଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ସହରର ପାତିକାର ପଡ଼ା ଓ ମନୋହରି ପଡ଼ାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ୬ ଜଣ ଆହତ ହୋଇଛନ୍ତି। ମନୋହରିପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଘର ଉପରୁ ବାଣ ଫିଙ୍ଗି ଫୁଟାଇବାକୁ ନେଇ ନେଇ ଏହି ଗଣ୍ଡଗୋଳ ଘଟିଥିଲା। ସୂଚନା ଅନୁସାରେ, ବିନିକା ସହରର ମନୋହରି ପଡ଼ାରେ ବାଣ ଫୁଟା ସମୟରେ ଜଣେ ମହିଳାଙ୍କ […]

Read More Text.