ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଲୋକଙ୍କୁ ଧକ୍କା ଦେଲା ଅନିୟନ୍ତ୍ରିତ କାର୍, ୫ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଗ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ କାର୍ ଘର ବାହାରେ ବସିଥିବା ୭ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଏବଂ ଜଣେ ମହିଳା ରହିଥିବା ଜଣାପଡିଛି । ସୂଚନାନୁଯାୟୀ, ନିୟନ୍ତ୍ରଣହୀନ କାର ଏକ ଘର ବାହାରେ ବସିଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା । ଯାହା ଫଳରେ ସାତ […]

Read More Text.
Satishshah3

ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କ ପରଲୋକ

ମୁମ୍ବଇ: ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡ ତଥା ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି। ‘ସାରାଭାଇ ଭର୍ସେସ ସାରାଭାଇ’, କମେଡି ଶୋ’ ସହିତ ‘ଜାନେ ଭି​‌ ଦୋ ୟାରୋ’ ଏବଂ ‘ମେ […]

Read More Text.
24 punjab bus problem

ପଞ୍ଜାବରେ ସଙ୍କଟରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା

ନୂଆଦିଲ୍ଲୀ : ନାଗରିକଙ୍କୁ ମାଗଣା ସୁବିଧା ଯୋଗାଇବା ପ୍ରତିଶ୍ରୁତିରେ ଅନେକ ରାଜ୍ୟ ଉପରେ ଋଣ ବୋଝ ବଢିବାରେ ଲାଗିଛି। ନିର୍ବାଚନ ସମୟରେ ଦେଉଥିବା ପ୍ରତିଶ୍ରୁତି ପୂରଣ ପାଇଁ ରାଜ୍ୟର ରାଜକୋଷ ଉପରେ କେଉଁଭଳି ପ୍ରଭାବ ପଡେ ତାହା ପଞ୍ଜାବରେ ଦେଖିବାକୁ ମିଳିଛି। ଆମ ଆଦମୀ ପାର୍ଟିର ରାଜ୍ୟ ସରକାରଙ୍କ ତରଫରୁ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା ଏବେ ସଙ୍କଟରେ ପଡିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଯୋଜନାରେ ପଞ୍ଜାବ ରୋଡୱେଜ୍ ଉପରେ ୧୨୦୦ […]

Read More Text.
Eci

ବିହାର ବିଧାନସଭା ନିର୍ବାଚନ: ଏଆଇ ଡିପ୍‌ ଫେକ୍‌ ଉପରେ ଇସିଆଇଙ୍କ କଡା ନିର୍ଦେଶ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଏବଂ ସାତଟି ରାଜ୍ୟର ଆଠଟି ବିଧାନସଭା ଆସନରେ ଉପନିର୍ବାଚନ ଘୋଷଣା ସହିତ, ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକରେ ଅକ୍ଟୋବର ୬ତାରିଖରୁ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି । ଏହା ଅଧୀନରେ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳଗୁଡିକୁ ସେମାନଙ୍କର ପ୍ରଚାରରେ ଏଆଇ ଉପରେ ଆଧାରିତ ମିଥ୍ୟା ଏବଂ ଭ୍ରାମକ ଭିଡ଼ିଓ ବ୍ୟବହାର ନକରିବାକୁ ଚେତାବନର ଦେଇଛନ୍ତି । ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ ଆଦର୍ଶ ଆଚରଣ ସଂହିତା […]

Read More Text.
Doctor suicide

ମହାରାଷ୍ଟ୍ରରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା: ସୁଇସାଇଡ୍‌ ନୋଟ୍‌ରେ ପୁଲିସ ଦ୍ବାରା ଦୁଷ୍କର୍ମ, ମାନସିକ ଓ ଶାରୀରିକ ନିର୍ଯାତନା

ମୁମ୍ବଇ: ମହାରାଷ୍ଟ୍ରର ସତାରା ଜିଲାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ତେବେ ମହିଳା ଡାକ୍ତର ଜଣକ ତାଙ୍କର ବାମହାତ ପାପୁଲିରେ ଲେଖିଥିବା ସୁଇସାଇଡ୍‌ ନୋଟ୍‌ରେ ଆତ୍ମହତ୍ୟା ପାଇଁ ଜଣେ ପୁଲିସ ଅଧିକାରୀଙ୍କୁ ଦାୟୀ କରିଥିବା ଜଣାପଡିଛି। ଗୋପାଳ ବାଦ୍‌ନେ ନାମକ ଏହି ପୁଲିସ ସବ୍‌ଇନ୍ସପେକ୍ଟର ବିଗତ ପାଞ୍ଚମାସ ମଧ୍ୟରେ ତାଙ୍କୁ ଚାରିଥର ଦୁଷ୍କର୍ମ କରିଥିବାବେଳେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମଧ୍ୟ ସୁଇସାଇଡ୍‌ ନୋଟରେ ଉଲ୍ଲେଖ କରାଯାଇଛି। ଏହା […]

Read More Text.
Oil

ଭାରତୀୟ କମ୍ପାନୀ ମଧ୍ୟପ୍ରାଚ୍ୟରୁ ଅଧିକ ତୈଳ କିଣିବା ସମ୍ଭାବନା

ନୂଆଦିଲ୍ଲୀ: ରୁଷର ଦୁଇଟି ପ୍ରମୁଖ ଉତ୍ପାଦକଙ୍କ ଉପରେ ଆମେରିକାର କଟକଣା ପରେ, ଭାରତର ତୈଳ ବିଶୋଧନଗାର ଗୁଡିକ ଉପରେ ପ୍ରଭାବ ପଡିବା ଆରମ୍ଭ ହୋଇଛି। ରୁଷରୁ ଆମଦାନୀ ହ୍ରାସ ପାଇଁ ମଧ୍ୟପ୍ରାଚ୍ୟ, ଲାଟିନ୍ ଆମେରିକା ଏବଂ ଆମେରିକାରୁ ଭାରତ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିବାର ସମ୍ଭାବନା ଦେଖାଦେଇଛି। ଚଳିତ ମାସ ୨୨ ତାରିଖରେ ଆମେରିକା ପ୍ରଶାସନ ପକ୍ଷରୁ ରୁଷର ଦୁଇଟି ସର୍ବବୃହତ ଅଶୋଧିତ ତୈଳ ଉତ୍ପାଦକ, ରୋସନେଫ୍ଟ ଏବଂ ଲୁକୋଇଲ୍ ଉପରେ କଟକଣା ଜାରି କରାଯାଇଥିଲା, […]

Read More Text.
Death 1

ପୁଲିସ୍‌ ଇନଫର୍ମର ସନ୍ଦେହରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲା ଲାଲବାହିନୀଙ୍କ ବର୍ବରତା। ମାଓବାଦୀମାନେ ଅସୁର ଥାନା ଅନ୍ତର୍ଗତ ନେଲାକାଂକେର ଗାଁର ଦୁଇ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀମାନେ ନେଲା କାଙ୍କେର ଗାଁରେ ପହଞ୍ଚିଥିଲେ। ଗାଁର ରବି କୁଟ୍ଟୁମ ଏବଂ ତିରୁପତି ସୋଡି ନାମକ ଦୁଇ ଗ୍ରାମବାସୀଙ୍କୁ ଖୋଜିଥିଲେ। ଗ୍ରାମବାସୀମାନେ ରାତିରେ ମାଓବାଦୀ ମାନଙ୍କୁ ଗାଁରୁ ତଡିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ମାଓବାଦୀମାନ ଗ୍ରାମବାସୀଙ୍କ ସମ୍ମୁଖରେ ରବି ଏବଂ […]

Read More Text.
Govt employees

ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ଵର ଓ ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ବାଲେଶ୍ଵର: ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ଵର ଏବଂ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ କର୍ମଚାରୀ ମାନଙ୍କର ଛୁଟି ବାତିଲ ହୋଇଛି। ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି, ସୋମନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଅଧିକାରୀ ମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦେଶ ରହିଛି। ୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡିଶାକୁ ରେଡ଼ ଆଲର୍ଟ ଜାରି କରାଯାଇଛି । ପବନକୁ ନେଇ […]

Read More Text.
555

ନୂଆପଡାରେ ସୁଭଦ୍ରା ଶକ୍ତି ସମାବେଶ

ନୂଆପଡ଼ା : ଆଜି ନୂଆପଡା ବିଜେପି କାର୍ଯ୍ୟଳୟ ରେ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ପୂର୍ଣ୍ଣିମା ନାଏକ ମଞ୍ଚ ସଞ୍ଚାଳନ କରିଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ନୂଆପଡା ଜିଲ୍ଲା ମହିଳା ସଭାନେତ୍ରୀ ରାଜେଶ୍ଵରୀ ସାହୁ, ଜୟ ଢୋଲକିଆଙ୍କ ମାଆ କଳ୍ପନା ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ […]

Read More Text.
Rasgobindapur police station 2025 10 25 12 31 02 1068x598

ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୩ ଅଟକ

ବାରିପଦା: ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଅଷ୍ଟମ ଓ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ୨୨ ତାରିଖରେ ଦୁଇ ଜଣ ନାବାଳିକା ଯାତ୍ରା ଦେଖିବାକୁ ଯାଇଥିଲେ। ଏତିକିବେଳେ ୬ରୁ ୭ ଜଣ ଯୁବକ ଏକ ନିଛାଟିଆ ସ୍ଥାନକୁ ଉଭୟଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା […]

Read More Text.