Img 20251112 wa0297

ବାମନଘାଟୀ ଟ୍ରକ ମାଲିକ ସଂଘର ବୈଠକ ଅନୁଷ୍ଠିତ

ବାରିପଦା – କୁଡୁମୀ ଭବନ ପରିସରରେ ଵାମନଘାଟୀ ଟ୍ରକ ମାଲିକ ସଂଘର ବୈଠକ ସଭାପତି ଉପେନ୍ଦ୍ର ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ବାମନଘାଟୀ ଉପଖଣ୍ଡର ପଂଜିକୃତ ଟ୍ରକ ମାଲିକମାନେ ଯୋଗ ଦେଇଥିଲେ ।ଟ୍ରକ ମାଲିକମାନେ ଦିର୍ଘବର୍ଷ ହେଲା ବାମନଘାଟୀ ଟ୍ରକ ମାଲିକ ସଂଘର ନିର୍ବାଚନ ପ୍ରତି ୨ ବର୍ଷର ଥରେ ହେବା କଥା ତାହା ନ‌ହୋଇ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିର୍ବାଚନ ନ ହେବା ,ଆୟ ଓ ବ୍ୟୟର ହିସାବ ପତ୍ର ନ ଜଣାଇବା […]

Read More Text.
Img 20251112 wa0293

ତିରିଂ ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା ଶିଵିର ଅନୁଷ୍ଠିତ

ବାରିପଦା -୧୨/୧୧- ସୀମାନ୍ତ ଅଞ୍ଚଳ ତିରିଙ୍ଗ ବ୍ଲକ ଅନ୍ତର୍ଗତ ତିରିଙ୍ଗ ଥାନା ପକ୍ଷରୁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କ ନେତୃତ୍ବରେ ଦୁଇଟି ଭିନ୍ନ , ଭିନ୍ନ ସ୍ଥାନରେ ଯଥା ବଡ଼ଡାଳିମା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ତିରିଙ୍ଗ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବଡ଼ଧରଣର ସାଇବର କ୍ରାଇମ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡ଼ଡାଳିମା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ତିରିଙ୍ଗ ତହସିଲଦାର ସୁଶାନ୍ତ କୁମାର ବେହେରା, ସମ୍ମାନନୀୟ ଅତିଥି […]

Read More Text.
Img 20251112 wa0255

ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଏକତା ପଦଯାତ୍ରାର ପରିବର୍ତ୍ତିତ କାର୍ଯ୍ୟସୂଚୀ

ଚଳିତ ନଭେମ୍ବର 17,18 ଏବଂ 22 ତାରିଖରେ ଯଥାକ୍ରମେ ବାରିପଦା, ଉଦଳା ଏବଂ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବ ପଦଯାତ୍ରା ବାରିପଦା- ସରକାରଙ୍କ ନିର୍ଦ୍ଦେଶ କ୍ରମେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଦେଶବାସୀଙ୍କ ମଧ୍ୟରେ ଏକତା ତଥା ଜାତୀୟତାବୋଧ ନିମନ୍ତେ ଏକତା ପଦଯାତ୍ରା ଆୟୋଜନ କରାଯାଉଛି। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଳାରେ ୩ଟି ସ୍ଥାନରେ ଯଥା ବାରିପଦା, ରାଇରଙ୍ଗପୁର ଓ ଉଦଳା ଠାରେ ଏହି ଏକତା ପଦଯାତ୍ରା ଅନୁଷ୍ଠିତ ହେବ। […]

Read More Text.
Img 20251112 wa0252

ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ସୈନିକ ସଙ୍ଘର ବାର୍ଷିକ ସମାବେଶ ଅନୁଷ୍ଠିତ

ବାରିପଦା- ମୟୂରଭଞ୍ଜ ଜିଲା ପୂର୍ବତନ ସୈନିକ ସଙ୍ଗଠନର ୩୭ତମ ବାର୍ଷିକ ସମାବେଶ ବାରିପଦା ସହର ର ୱାର୍ଡ ନମ୍ବର-26 ଅନ୍ତର୍ଗତ ଭୁଗୁଡ଼ାକଟା ସ୍ଥିତ ସଙ୍ଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ଉଦଳା ଖୁଣ୍ଟା, ଶରତ, ଠାକୁରମୁଣ୍ଡା, ବେତନଟି, ଝାରପୋଖରିଆ, ଯଶିପୁର, ବାରିପଦା, ଚିତ୍ରଡା, ରାଇରଙ୍ଗପୁର, ଶୁଳିଆପଦା, ରାସଗୋବିନ୍ଦପୁର, ବଡସାହି ପ୍ରଭୃତି ଶାଖାରୁ ପ୍ରାୟ ପାଞ୍ଚ ଶହରୁ ଅଧିକ ଭେଟେରାନନ୍ସ,ବୀରନାରୀ,ବୀରମାତା,ଏବଂ ତାଙ୍କର ପରିଜନମାନେ ଯୋଗଦାନ କରିଥିଲେ l ଅନୁଷ୍ଠିତ ଉକ୍ତ ସମାବେଶରେ ସଙ୍ଘର ବିଗତ ବର୍ଷର ଆୟ/ବ୍ୟୟର […]

Read More Text.
Img 20251112 wa0265

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୧୦ମ ସନ୍ଧ୍ୟା, ବିଭିନ୍ନ ଚିତାକର୍ଶକ ନୃତ୍ୟ ର ମଜାନେଲେ ଦର୍ଶକବୃନ୍ଦ

ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୧୦ମ ସନ୍ଧ୍ୟାରେ ସିନିୟର ସୋଲୋ, ଡୁଏଟ ଏବଂ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପୂର୍ବରୁ ପ୍ରତିଯୋଗୀଙ୍କୁ ନେଇ ଏକ ଅଡିସନ ହୋଇଥିଲା I ସେମାନଙ୍କ ମଧ୍ୟରୁ ୨୪ ଜଣ ସିନିୟର ସୋଲୋ, ୨୨ ଯୋଡି ଡୁଏଟ ଏବଂ ୧୬ ଟି ଦଳ ଫାଇନାଲକୁ ଉନ୍ନୀତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ […]

Read More Text.
Img 20251112 wa0253

ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ ପି ସି ପୁର ସ୍କୁଲର ସଫଳତା 

ବାରିପଦା :  ବାଲେଶ୍ୱରର ଅଗ୍ରଣୀ ନାଟ୍ୟସଂସ୍ଥା କଳାକାର ଆନୁକୂଲ୍ୟରେ ଗାନ୍ଧୀସ୍ମୃତି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ମହୋତ୍ସବରେ ବାରିପଦାର ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ “କାନ୍ଦୁଛି ବନାନୀ” ନାଟକ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି I ନାଟକଟି ଶ୍ରେଷ୍ଠ ବାର୍ତ୍ତାଧର୍ମୀ ନାଟକ ଭାବେ ପୁରସ୍କୃତ ହେବା ସହ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ରାଜବୀର ଲାମା, ଦ୍ଵିତୀୟ ଶ୍ରେଷ୍ଠ ପାର୍ଶ୍ଵ ଅଭିନେତ୍ରୀ […]

Read More Text.

ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ସ୍ଵତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ବାସଭବନକୁ ନିଆଯାଇଛି। ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ନିଶ୍ୱାସ ପ୍ରଶ୍ଵାସ ନେବାରେ ସମସ୍ୟା ଅନୁଭବ କରିବା ପରେ ନଭେମ୍ବର ୧ ରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ସେ ପ୍ରାୟ ୧୧ ଦିନ ଧରି ଡାକ୍ତରୀ ତଦାରଖରେ ରହିଥିଲେ ଓ ବର୍ତ୍ତମାନ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା […]

Read More Text.

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ୧୨ ସନ୍ଦିଗ୍ଧ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ୧୨  ସନ୍ଦିଗ୍ଧ ଅଟକ । ଏକାଧିକ ତଦନ୍ତକାରୀ ସଂସ୍ଥା ଦ୍ଵାରା ଚାଲିଛି ଜେରା । ଦିଲ୍ଲୀ ଲାଲକିଲା ନିକଟରେ କାର୍ ବିସ୍ଫୋରଣ ଘଟଣାରେ ୧୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ତଦନ୍ତ ଦଳ । ସନ୍ଦିଗ୍ଧକୁ ସମସ୍ତ ତଦନ୍ତକାରୀ ଦଳ ଜେରା କରୁଥିବା ସୂଚନା ରହିଛି । ଆଜି ସକାଳେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ କୁ ମଧ୍ୟ ଘଟଣାର ତଦନ୍ତ ଦାୟୀତ୍ଵ ଦିଆଯାଇଛି । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଏକ ଶକ୍ତିଶାଳୀ […]

Read More Text.

ପ୍ରକାଶ ପାଇଲା ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ, ୨୭୩୬ କୃତକାର୍ଯ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ୨୭୩୬ ପରୀକ୍ଷାର୍ଥି କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ସାକ୍ଷାତକାର ପରୀକ୍ଷାରେ ଅଂଶଗ୍ରହଣ କରିବା ଲାଗି ଚୟନ ହୋଇଛନ୍ତି। ଗତ ଅଗଷ୍ଟ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥିରେ ମୋଟ ୨୭୩୬ ଜଣ ବାଜି ମାରିଛନ୍ତି। ସାକ୍ଷାତକାରରେ ସଫଳ ହେବା ପରେ ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ), ଭାରତୀୟ ବିଦେଶ ସେବା(ଆଇଏଫଏସ), ଭାରତୀୟ ପୁଲିସ ସେବା(ଆଇପିଏସ) ଏବଂ […]

Read More Text.