Murder

ରଡ଼ରେ ପିଟିପିଟି ଜ୍ବାଇଁକୁ ମାରି ଦେଲା ଶ୍ବଶୁର

ଉଦଳା : ରକ୍ତମୁଖା ସାଜିଲା ଶ୍ବଶୁର । ଲୁହା ରଡ଼ରେ ବାଡ଼େଇ ବାଡ଼େଇ ଜ୍ବାଇଁକୁ ମାରିଦେଲା । ମୟୂରଭଞ୍ଜ କପ୍ତିପଦା ଥାନା ମଝିଗଡିଆ ମଥୁରାସାହି ଗାଁରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରମେଶ ବିନ୍ଧାଣୀ । ରମେଶ ତାଙ୍କ ଶ୍ୱଶୁର ଘର ମଥୁରାସାହିରେ ସ୍ତ୍ରୀ ଭାରତୀ ହେମ୍ବ୍ରମଙ୍କ ସହିତ ରୁହନ୍ତି । ଯାହାକୁ ନେଇ ପୂର୍ବରୁ ରମେଶଙ୍କ ସାବତ ଶ୍ୱଶୁର ଦାମଦୋର ଅନେକ ଥର ବିରୋଧ କରି ଆସିଛନ୍ତି । ଗତକାଲି ରାତିରେ ଉଭୟ […]

Read More Text.
Mohan a

ଜଳ ସୁରକ୍ଷାକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା, ୨ ବର୍ଷରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମିକୁ ମଞ୍ଜୁରୀ

ଭୁବନେଶ୍ୱର : ଜଳ ସୁରକ୍ଷାକୁ ଓଡ଼ିଶାର ପ୍ରାଥମିକତା । ୨ ବର୍ଷରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମିକୁ ମଞ୍ଜୁରୀ । ଜଳ ସୁରକ୍ଷା ଓ ଜଳସେଚନକୁ ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଗତ ୨ ବର୍ଷରେ ରାଜ୍ୟରେ ୫୪ ହଜାର କୋଟି ଟଙ୍କାର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଛି । ଏହି ସମୟ ମଧ୍ୟରେ ୩ ଲକ୍ଷ ୨୦ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ନୂଆଦିଲ୍ଲୀରେ […]

Read More Text.
Gate n

ଭାଙ୍ଗିଲା ସୁବର୍ଣ୍ଣରେଖା ସୁଇସ୍ ଗେଟ୍‌, ଗାଆଁକୁ ପଶୁଛି ବନ୍ୟା ପାଣି

ଜଳେଶ୍ୱର : ଭାଙ୍ଗିଲା ସୁଇସ୍ ଗେଟ୍, ଗାଁରେ ପଶିଲା ବନ୍ୟା ପାଣି । ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ପ୍ରଖର ସ୍ରୋତ ରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଆଉସା ବନ୍ଧ ପୋଲର ଥିବା ଗେଟରେ ବିରାଟ ଫାଟ ସୃଷ୍ଟି ହୋଇଛି । ୪ ଘଣ୍ଟା ଧରି ଗାଆଁକୁ ପଶୁଛି ବନ୍ୟା ପାଣି । ସୁବର୍ଣ୍ଣରେଖା ନଦୀର ତୃତୀୟ ବନ୍ୟା ପାଣି ଗୋଟିଏ ଗେଟରେ ଫାଟ ସୃଷ୍ଟି ହୋଇ ଗାଁ ଭିତରକୁ ପଶୁଛି । ସମ୍ପୂର୍ଣ୍ଣ ଗେଟ ଭାଙ୍ଗିଲେ […]

Read More Text.
Image

ନିଶାସକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ

ବାରିପଦା: ନିଶାରେ ସ୍କୁଲ ଆସିଲେ ଶିକ୍ଷକ! ଆକ୍ସନ ନେଲେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା ବନ୍ଦ କରିଛନ୍ତି ବିଇଓ। ଏହା ସହିତ ଜଣେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଇଓ ପାନମଣି ବେସ୍ରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭୂତାସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାତାଲ ଅବସ୍ଥାରେ ସ୍କୁଲ ଆସିଥିବାରୁ […]

Read More Text.
Screenshot 2026 09 03

ଦୁର୍ନୀତି ମାମଲାରେ ପୂର୍ବତନ କଲେକ୍ଟରଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ

ଭୁବନେଶ୍ବର: ଦୁର୍ନୀତି ମାମଲାରେ ପୂର୍ବତନ କଲେକ୍ଟର ଦୋଷୀ । ୩ ଜଣଙ୍କୁ ବର୍ଷେ ଲେଖାଏଁ ସଶ୍ରମ କାରାଦଣ୍ଡ । ଦୁର୍ନୀତି ମାମଲାରେ ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମେତ ୩ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବର୍ଷେ ଜେଲ୍, ପେନସନ୍ ବନ୍ଦ ପାଇଁ ପଦକ୍ଷେପ ନେବ ଭିଜିଲାନ୍ସ ବିଭାଗ । ପ୍ରାୟ ୯ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ […]

Read More Text.
HRQqMbFa0AAdNh4 750x430

ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ

ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଆଲାମଚଣ୍ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ନାମ ସରୋଜିନୀ ମଲ୍ଲିକ ଏବଂ ତାଙ୍କ ସ୍ୱାମୀ, ଅଭିଯୁକ୍ତ ବିକ୍ରମ କୁମାର ମଲ୍ଲିକ (୩୭) ବୋଲି ଜଣାପଡିଛି। ରିପୋର୍ଟ ଅନୁଯାୟୀ, ବୁଧବାର ସନ୍ଧ୍ୟା ପ୍ରାୟ ୭:୫୦ ସମୟରେ ପୋଲିସକୁ ଘଟଣା ବିଷୟରେ ସୂଚନା ମିଳିଥିଲା। ଏହା ପରେ କୁମ୍ଭାରପଡ଼ା ଥାନାର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଗୁରୁତର ଆହତ ମହିଳାଙ୍କୁ ଉଦ୍ଧାର କରି […]

Read More Text.
IMG 20260901 WA0220

ବିକାଶର ବହୁ ପଛରେ ଚଢେଇପାହାଡି ପଞ୍ଚାୟତ, ରାସ୍ତା, ପୋଲ ଓ ମୋବାଇଲ ନେଟୱର୍କ ସମସ୍ୟା

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକର ଦୁର୍ଗମ ଅଞ୍ଚଳ ଚଢ଼େଇ ପାହାଡି ପଞ୍ଚାୟତର ବିକାଶ ଠାରୁ ବହୁ ପଛରେ ।  ବର୍ଷା ଆସିଲେ ବଣ,ଜଙ୍ଗଲ,ନଦୀ,ନାଳ ଘେରା ଚଢେଇପାହାଡ଼ି ପଞ୍ଚାୟତବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଏ। ଗତ ତିନିଦିନ ଧରି ବୁଢ଼ାମରା ନଦୀ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଚଢେଇପାହାଡ଼ି ପଞ୍ଚାୟତବାସୀଙ୍କ ଯାତାୟାତରେ ବାଧାପ୍ରାପ୍ତ ଉପୁଜିଛି   ।  ଜରୁରୀ କାମରେ ଥିଲେ ମଧ୍ୟ ଲୋକମାନେ ପୋଲ ପାର ହୋଇପାରୁନାହାନ୍ତି । ବନ୍ୟା ସାଜିଲା ବାଧକ । ସୋମବାର ଦିନ […]

Read More Text.
IMG 20260902 WA0229

ଅସୁରକ୍ଷିତ ଅବସ୍ଥାରେ ଏମପିସି ଜୁନିଅର କଲେଜ 

ନିଜ ଖର୍ଚ୍ଚରେ କଲେଜ ପରିସରକୁ ମରାମତି କରିବାକୁ ଅନୁମତି ମାଗିଲା ଭଞ୍ଜସେନା  ବାରିପଦା : ସ୍ଥିତି ମୟୂରଭଞ୍ଜ ମହାରାଜାଙ୍କ ଐତିହାସିକ ରାଜପ୍ରାସାଦରେ ଏବେ ଏମପିସି ଜୁନିଅର କଲେଜ ଚାଲିଛି। ପୂର୍ବରୁ ଏହି ରାଜପ୍ରସାଦରେ ଯୁକ୍ତ ଦୁଇ, ଯୁକ୍ତ ତିନି ବିଭାଗର କଳା, ବାଣିଜ୍ୟ, ବିଜ୍ଞାନ ର କଲେଜ ଚାଲିଥିଲା l ମାତ୍ର ଏବେ କଲେଜ ପରିସର ଛାତ୍ର ଛତ୍ରୀ ମାନଙ୍କ ପାଇଁ ଅସୁରକ୍ଷିତ ପାଲଟିଛି l ପାଣି ଝରିବା, ଭଗ୍ନାବଶେଷ, ଗଛଲତା, ଜଳ ଜମିବା ଓ ବିଷାକ୍ତ […]

Read More Text.
IMG 20260901 WA0234

ବାରିପଦା ଏବିଇଓ ତପସ୍ୱିନୀ ଦାଶଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ବାରିପଦା : ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ତପସ୍ୱିନୀ ଦାଶ ଦୀର୍ଘ ୩୯ ବର୍ଷ ଧରି ସରକାରୀ ଚାକିରୀ କରି ଅବସର ଗ୍ରହଣ କଲେ। ବାଙ୍ଗିରପୋଷି ବ୍ଲକରୁ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ବାରିପଦା ବ୍ଲକରେ ବିଆରସିସି ଓ ପରେ ପରେ ଏବିଇଓ ଭାବରେ  ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ I ବାରିପଦା ବ୍ଲକର ପ୍ରାଥମିକ ଶିକ୍ଷକ ସଙ୍ଘ, ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଓ ସିଆରସିସି […]

Read More Text.
IMG 20260902 WA0255

‎ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ପୋଷ୍ୟ ଗ୍ରାମରେ କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମଗୁଡ଼ିକର ଗ୍ରାମୀଣ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ସୁସ୍ଥ ଗ୍ରାମୀଣ ସମୁଦାୟ ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ଵାସ୍ଥ୍ୟସେବା’ ବିଷୟବସ୍ତୁ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପିଏମ୍-ଉଷା, ଉନ୍ନତ ଭାରତ ଅଭିଯାନ ଓ ତୋଷାଳୀ ଇ-କ୍ଲିନିକ୍  ପ୍ରାୟୋଜକ ସଂସ୍ଥାର ସହଯୋଗରେ ଆୟୋଜିତ ହୋଇଥିଲା। ‎ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବାକୁ […]

Read More Text.