Img 20251211 wa0211

 ୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

 ବାରିପଦା: ଭାରତ ସରକାରଙ୍କ ନିର୍ଦ୍ଦେଶ ତଥା ଓଡ଼ିଶା ସରକାର ଏବଂ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ର ଆଦେଶ କ୍ରମେ  ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ସଚେତନତା କାର୍ଯ୍ୟକ୍ରମ  ନଭେମ୍ବର ୨୫ ତାରିଖ ଠାରୁ ଆରମ୍ଭ ହୋଇ ଚଳିତ ୧୦ ଡିସେମ୍ବର ୨୦୨୫ ରେ ଉଦଯାପନୀ କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ସବିତା ମାଝି […]

Read More Text.
Img 20251211 wa0197

ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀମାନଙ୍କ ଦୁଇ ଦିନିଆ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବିକାଶ ତାଲିମ ଶିବିର ଉଦଯାପିତ

ବାରିପଦା : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ପଞ୍ଚାୟତ  ସଂସାଧନ କେନ୍ଦ୍ର ସଭା ଗୃହରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ବର ଦ୍ଵାରା ଆୟୋଜିତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀମାନଙ୍କ ଦୁଇ ଦିନିଆ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ଦକ୍ଷତା ବିକାଶ ତାଲିମ ଶିବିର  ଉଦଯାପିତ ହୋଇଯାଇଛି. ଅନୁଷ୍ଠିତ ଉକ୍ତ ଦକ୍ଷତା ବିକାଶ ତାଲିମ ଶିବିର ର ଉଦଘାଟନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ ମୁଖ୍ୟ […]

Read More Text.
Photo for the news of road

ରାସ୍ତା ନିର୍ମାଣରେ ବାଧକ ସାଜିଛି ଜବରଦଖଲ, ଉଚ୍ଛେଦ ନିମନ୍ତେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆଣିଲେ ଗ୍ରାମବାସୀ

ଆଗରପଡ଼ା: ପୂର୍ତ୍ତ ବିଭାଗ ପକ୍ଷରୁ ବନ୍ତ ବ୍ଲକ ଅନ୍ତର୍ଗତ ମହାନ୍ତିପଡ଼ା ଠାରୁ ବଡ଼ସନ୍ଦାଡ଼ୋ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟରେ ଜବରଦଖଲ ବାଧକ ସାଜିଥିବାରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥପୁର,ତାଜିପୁର,କାଣ୍ଡବା ଓ ସାହୁପଡ଼ା ଆଦି ଗ୍ରାମର ଗ୍ରାମବାସୀ ଗତ ସୋମବାର ବନ୍ତ ବ୍ଲକରେ ଆୟୋଜିତ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଜିଲ୍ଲାପାଳ ଅଭିଯୋଗକୁ ଗ୍ରହଣ କରିବା ସହ ଏହା ଉପରେ […]

Read More Text.
Photo1 for the news of asa school jiba program

ବିଦ୍ୟାଳୟରେ ଆସ ସ୍କୁଲ ଯିବା ସଚେତନତା ଅଭିଯାନ ଓ ଶିକ୍ଷା ସଭା

ବନ୍ତ/ଆଗରପଡ଼ା: ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ କାଦବରାଙ୍ଗ କ୍ଲଷ୍ଟର ଅନ୍ତର୍ଗତ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ସଚେତନତା ଅଭିଯାନ ଓ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ପ୍ରଦୀପ ପଲାଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିମଳ କୁମାର ଦାସ ଯୋଗଦେଇ ଉକ୍ତ ସଭାକୁ ଉଦ୍‌ଘାଟନ କରିଥିବା ବେଳେ ପଂଚାୟତ ପୂର୍ବତନ ସରପଂଚ ଭାଗିରଥି ସେଠୀ,ବଡ଼ବର୍ଚ୍ଚିକୟାଁ ପଂଚାୟତ ସରପଂଚ ପ୍ରତିନିଧି ସିଦ୍ଧାର୍ଥ ଶଙ୍କର ଜେନା,ପରିଚାଳନା […]

Read More Text.
Photo1 for the news of greetings

ବଜାରରେ ଅଲୋଡ଼ା ହୋଇପଡ଼ିଛି ‘ଶୁଭେଚ୍ଛା କାର୍ଡ’

ଆଗରପଡ଼ା : ଡିସେମ୍ବର ମାସ ବର୍ଷର ଶେଷ ମାସ । ଏହି ମାସ ଶେଷ ତାରିଖ ଡିସେମ୍ବର ୩୧ତାରିଖ ପରେ ବଦଳି ଯାଇଥାଏ ପୁରୁଣା ବର୍ଷ, ପାଦ ଥାପିଥାଏ ନୂତନ ବର୍ଷ । ପୁରୁଣା ବର୍ଷ ଅପସରି ଯାଇଥିବା ବେଳେ,ନୂତନ ବର୍ଷକୁ ସ୍ୱାଗତ କରିଥାନ୍ତି ସମଗ୍ର ବିଶ୍ୱବାସୀ । ନୂଆବର୍ଷ ଆସିବାର ଦୁଇ ସପ୍ତାହ ଅବା ତିନି ସପ୍ତାହ ପୂର୍ବରୁ ନିଜର ବନ୍ଧୁ,ପରିଜନ, ସହକର୍ମୀ ତଥା ସମ୍ପର୍କୀୟଙ୍କୁ ଶୁଭେଚ୍ଛା କାର୍ଡ (ଗ୍ରୀଟିଙ୍ଗିସ) ମାଧ୍ୟମରେ ସକାରାତ୍ମକ ବାର୍ତ୍ତା ପଠାଯାଇଥାଏ […]

Read More Text.
Images (5)

ଭାରତ ଉପରେ ୫୦% ଟାରିଫ ଲାଗୁ କଲା ମେକ୍ସିକୋ

ନୂଆଦିଲ୍ଲୀ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଛି ମେକ୍ସିକୋ। ଆସନ୍ତା ୨୦୨୬ରୁ ଏହି ନୂଆ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ। ଭାରତରୁ ଆମଦାନୀ ହେଉଥିବା ବିଭିନ୍ନ ସାମଗ୍ରୀ ବା ଉତ୍ପାଦ ଉପରେ ଶୁଳ୍କ ଲାଗୁ ହେବ। ଭାରତ ସମେତ ଚୀନ ଏବଂ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକ ଉପରେ ମେକ୍ସିକୋ ସରକାର ଏହି ଶୁଳ୍କ ଲାଗୁ କରିଛନ୍ତି। ଗତ ବୁଧବାର ସିନେଟରେ ଏ ସଂକ୍ରାନ୍ତ ବିଲ୍‌ ପାସ୍ ହୋଇଛି। ବିଲ୍‌ ସପକ୍ଷରେ ୭୬ଟି ଭୋଟ […]

Read More Text.
Umar khalid

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଉମର ଖଲିଦକୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ ଉମର ଖଲିଦକୁ ଦିଲ୍ଲୀ ଏକ ତଳ କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ଭଉଣୀ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କୋର୍ଟ ଉମରକୁ ୧୪ ଦିନିଆ ସର୍ତ୍ତମୂଳକ ଜାମିନରେ ଯିବାକୁ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୦ ଫେବୃୟାରୀରୁ ଉମର ଜେଲରେ ବନ୍ଦୀ ଭାବେ ରହିଆସୁଛି। ଦିଲ୍ଲୀରେ ଦଙ୍ଗା କରିବା ଲାଗି ଏକ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିଲା। ସେହି ଷଡ଼ଯନ୍ତ୍ରରେ ଉମର ସମ୍ପୃକ୍ତ ରହିଥିଲା। ମାମଲାର ତଦନ୍ତ ସମୟରେ […]

Read More Text.
Jail

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ କାରାଦଣ୍ଡ

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ ଫୈଜ ହମୀଦଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ପାକିସ୍ତାନର ଏକ ସାମରିକ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଫୈଜଙ୍କ ନାଁରେ ରାଜନୈତିକ ହସ୍ତକ୍ଷେପ, ଅଫିସିଆଲ ସକ୍ରେଟ୍ସ ଆକ୍ଟର ଉଲ୍ଲଂଘନ ଭଳି ଏକାଧିକ ଅଭିଯୋଗର ତଦନ୍ତ ସହ ମାମଲା ୧୫ ମାସ ଧରି ବିଚାରାଧୀନ ରହିଥିଲା। କୋର୍ଟ ୪ଟି ଅଭିଯୋଗରେ ଫୈଜଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରାଜନୈତିକ କାର୍ଯ୍ୟରେ ସଂଶ୍ଳିଷ୍ଟ ରହିବା, କ୍ଷମଦାର ଦୁରୁପୋଯୋଗ କରିବା, ସରକାରୀ […]

Read More Text.
Images (4)

ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ବୋଲି ବୁଧବାର ଘୋଷଣା କରିଛି। ପର୍ଯ୍ୟଟନ ଋତୁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ପାଇସ୍ ଜେଟ୍ ଅଧିକ ୧୦୦ଟି ବିମାନ ଉଡାଣ କରିବ। ଯେଉଁସବୁ ରୁଟ୍‌ରେ ଯାତ୍ରୀଙ୍କ ଅଧିକ ଆବଶ୍ୟକତା ରହିଛି ସେହିସବୁ ରୁଟ୍‌ରେ ଏହି ବିମାନ ଉଡାଣ କରାଯିବ। ଅନ୍ୟପଟେ ଇଣ୍ଡିଗୋ ଏୟାର ଲାଇନ୍ସ ଏହାର ବିମାନ ଉଡାଣ ସଂଖ୍ୟା ୪୦୦ରୁ ୫୦୦ କମ୍ କରିବ ବୋଲି କହିଛି। ଯାହା […]

Read More Text.
Images (3)

ଭୋଟ ଚୋରି କରିଥିଲେ ନେହେରୁ ଓ ଇନ୍ଦିରା: ଅମିତ ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ଆଲୋଚନା ହୋଇଛି। ଆଲୋଚନାରେ ଭାଗ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର)କୁ ନେଇ ବିରୋଧୀ ଦଳଗୁଡିକ ମିଥ୍ୟା ପ୍ରଚାର ଚଳାଇଛନ୍ତି। ବିରୋଧୀ ଦଳଗୁଡିକ ନିଜର ନିର୍ବାଚନ ଫାଇଦା ପାଇଁ ନିର୍ବାଚନ ଆୟୋଗଙ୍କୁ ନିନ୍ଦିତ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ନିର୍ବାଚନ ଆୟୋଗ ଯେଉଁ […]

Read More Text.