ଓଭରଟାଇମ୍ କଲେ ମିଳିବ ଡବଲ୍‌ ଦରମା; ଶ୍ରମିକଙ୍କ ହିତ ପାଇଁ ଯୋଗୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶ୍ରମିକମାନଙ୍କ ହିତ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ନୋଏଡା ଏବଂ ଆଖପାଖ ଶିଳ୍ପ ଅଞ୍ଚଳର ଶ୍ରମିକମାନେ ଏବେ ନୂତନ ଶ୍ରମ ନୀତିରୁ ସିଧାସଳଖ ଲାଭ ପାଇବେ। ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଯଦି ଜଣେ ଶ୍ରମିକ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ କାମ କରନ୍ତି, ତେବେ ସେମାନେ ଏବେ ସେମାନଙ୍କର ସାଧାରଣ ମଜୁରୀର ଦୁଇଗୁଣ ପାଇବେ। ଶ୍ରମିକ ମାନଙ୍କ କଠିନ ପରିଶ୍ରମର ଉପଯୁକ୍ତ […]

Read More Text.

ସିମେଣ୍ଟ ମିକ୍ସର ସହ ଟାକ୍ସି ଧକ୍କା: ୧୦ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ର ଥାନେ ଜିଲ୍ଲାରେ ଅଭାବନୀୟ ଘଟଣା । ଏକ ସେତୁ ଉପରେ ସିମେଣ୍ଟ ମିକ୍ସର ସହିତ ଏକ ଗାଡ଼ି ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଥାନେ ଜିଲ୍ଲା ମୁରୱାଡରେ କଲ୍ୟାଣ-ମୁରବାଡ ମାର୍ଗରେ ଦୁର୍ଘଟଣା ପରେ ରାୟତେ ସେତୁ ଉପରେ ଯାତାୟାତ ବନ୍ଦ ହୋଇଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ, ଉଦ୍ଧାରକାରୀ ଦଳ ଏବଂ ଡାକ୍ତରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତ ମାନଙ୍କୁ […]

Read More Text.

ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬କୁ ସ୍ୱୀକୃତି ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ଵର:ଓଡ଼ିଶାରେ ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ-୨୦୨୬। ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ-୨୦୨୬କୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା ପରେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ- ୨୦୨୬କୁ ଓଡ଼ିଶାରେ ଲାଗୁ କରାଯାଇଛି।ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହେବା ପରେ ଓଡ଼ିଶା ରାଜ୍ୟ ସରକାରୀ […]

Read More Text.

୧୧ କେଭି ତାର ସଂସ୍ପର୍ଶରେ ଆସି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପାଟଲ୍ ଗ୍ରାମରେ ଅଘଟଣ । ୧୧ କେଭି ତାର ସଂସ୍ପର୍ଶରେ ଆସି ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ବାଲିମି ଥାନା ପାଟଲ୍ ଗ୍ରାମର ସୁଧାକର ସାହୁ (୩୨), ଲକ୍ଷ୍ମୀଧର ସାହୁ(୨୪) ଏବଂ ମୋଟଙ୍ଗା ଥାନା ବିଡ଼ ଗ୍ରାମର ମିଲନ ମହାଳିକ (୩୪) । ଗୁରୁତର ଦୁଇ ଜଣ ହେଲେ ପାଟଲ୍ ଗ୍ରାମର ପ୍ରଫୁଲ୍ଲ ତରାଇ (୫୦) ଓ ନିର୍ମଳ ସାହୁ । ଦଣ୍ଡନାଚ ପାଇଁ ଟେଣ୍ଟ ପ୍ରସ୍ତୁତ […]

Read More Text.

ପାଟକୁରା ବିଜେଡିରେ ବଡ଼ ଧରଣର ବିଦ୍ରୋହ: ବିଧାୟକଙ୍କ ସମର୍ଥନରେ ଗରଦପୁରର ୨୧ ଜଣ ଲୋକପ୍ରତିନିଧି ଓ ଶତାଧିକ କର୍ମୀଙ୍କ ସମୂହ ଇସ୍ତଫା

କେନ୍ଦ୍ରାପଡ଼ା (ବିକାଶ ବେହେରାଙ୍କ ରିପୋର୍ଟ) :  କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡି ରାଜନୀତିରେ ଏକ ବଡ଼ ଧରଣର ରାଜନୈତିକ ବିସ୍ଫୋରଣ ଘଟିଛି। ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରାଯିବା ପ୍ରତିବାଦରେ ଗରଦପୁର ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ୨୧ ଜଣ ଜନପ୍ରତିନିଧି ଏବଂ ଶତାଧିକ ସକ୍ରିୟ କର୍ମୀ ଦଳରୁ ସମୂହ ଇସ୍ତଫା ଦେଇଛନ୍ତି। ଏହି ଘଟଣା ପାଟକୁରା ବିଜେଡି ସଂଗଠନକୁ ଏକ ଶକ୍ତ ଧକ୍କା ଦେଇଥିବା ଚର୍ଚ୍ଚା ହେଉଛି। […]

Read More Text.

ପୂର୍ବତନ କାଉନସିଲର ମନୋରମା ମହାନ୍ତିଙ୍କ ବିୟୋଗ

ବାରିପଦା : ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ କାଉନସିଲର ମନୋରମା ମହାନ୍ତି ଙ୍କ ଆଜି ସକାଳ 8.30 ମିନିଟ ପାଖାପାଖି ସମୟରେ   ବାରିପଦା ସହରର ୱାର୍ଡ ନମ୍ବର 4 ମାର୍କେଟସ୍ଥିତ ନିଜ ବାସଭଵନରେ ଦେହାନ୍ତ ଘଟିଅଛି l ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା l ସ୍ୱର୍ଗତ ମନୋରମା ମହାନ୍ତି ବାରିପଦା ପୌରପରିଷଦ ର ନଗରପାଳ କୃଷ୍ନାନନ୍ଦ ମହାନ୍ତି ଙ୍କ ମାତା l ସିଏ ପୂର୍ବରୁ ବାରିପଦା ପୌରପରିଷଦ ର କାଉନସିଲର ମଧ୍ଯ ଥିଲେ […]

Read More Text.

ପ୍ରତିଶ୍ରୁତି ପ୍ରତିଷ୍ଠାନ ପକ୍ଷରୁ ପ୍ରାଚୀନ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା ଶୀର୍ଷକ ଆଲୋଚନା ଚକ୍ର

ବାରିପଦା : ଓଡିଆ ପକ୍ଷ ପାଳନ ଅବସରରେ ମୟୂରଭଞ୍ଜର ଅଗ୍ରଣି ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରାଚୀନ ସାହିତ୍ୟରେ ପ୍ରାଚୀନ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା ଶୀର୍ଷକ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡା. ପାର୍ଥସାରଥୀ ଜେନାଙ୍କ ସଭାପତିତ୍ୱରେ ସ୍ଥାନୀୟ ମହର୍ଷି ପବ୍ଲିକ ସ୍କୁଲର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରର ଆରମ୍ଭରେ “ପ୍ରତିଶ୍ରୃତି” ପତ୍ରିକାର ସମ୍ପାଦକ ଭାଗବତ ପଣ୍ଡା ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଭକ୍ତକବି ଦୀନକୃଷ୍ଣଙ୍କ ପର୍ଯ୍ୟନ୍ତ ପ୍ରାଚୀନ […]

Read More Text.

କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଖାଦ୍ୟ ଖାଇ ଶତାଧିକ ଛାତ୍ର ଛାତ୍ରୀ ଅସୁସ୍ଥ

ବାରିପଦା : ଖାଦ୍ୟରେ ତ୍ରୁଟି ଯୋଗୁଁ ଶତାଧିକ ଛାତ୍ର ଛାତ୍ରୀ ଅସୁସ୍ଥ l ଏହିଭଳି ଏକ ଘଟଣା ଆଜି ଘଟିଅଛି ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ l ଉକ୍ତ ବିଦ୍ୟାଳୟ ର ହଷ୍ଟେଲ ରେ ମୋଟ 290 ଜଣ ଛାତ୍ର ଛାତ୍ରୀ ରୁହନ୍ତି l ଆଜି ସକାଳୁ ପିଲାମାନଙ୍କୁ ଜଳଖିଆ ଦେବା ପରିଵର୍ତ୍ତେ ସେମାନଙ୍କୁ ପଖାଳ, ଆଳୁସିଝା ଏବଂ ଭଜା ଖାଇବାକୁ ଦିଆଯାଇଥିଲା l ଖାଇବାର କିଛି ସମୟ ପରେ ହଠାତ […]

Read More Text.

ସୂର ସଂଗୀତ କଳା କେନ୍ଦ୍ରର ବାର୍ଷିକ ପରୀକ୍ଷା

ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲା ର ଅଗ୍ରଣୀ କଳା ଶିକ୍ଷା ଅନୁଷ୍ଠାନ ସୂର ସଂଗୀତ କଳା କେନ୍ଦ୍ର ର ବାର୍ଷିକ ପରିକ୍ଷା ସଂଗୀତ ଭବନ ଠାରେ  ଅନୁଷ୍ଠିତ ହୋଇଯାଇଛି  । ଉକ୍ତ କଳା କେନ୍ଦ୍ର ରେ ତାଲିମପ୍ରାପ୍ତ ପ୍ରଶିକ୍ଷଣ ଶିକ୍ଷକ ମାନଙ୍କ ଦ୍ବାରା  ଭାରତୀୟ ଶାସ୍ତ୍ରୀୟ ସଂଗୀତ , ଓଡିଶୀ ସଂଗୀତ, ଓଡିଶୀ ନୃତ୍ଯ, ହିନ୍ଦୁସ୍ଥାନ ତବଲା ଏବଂ ଯନ୍ତ୍ର ବାଦ୍ଯର ଛାତ୍ର ଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଜଉଅଛି ।  ଏହା ବ୍ୟତୀତ ଉଚ୍ଚାଙ୍ଗ ଘାରାନା […]

Read More Text.

 ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପ୍ରସ୍ତୁତି ବୈଠକ

ବାରିପଦା : ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୌରପରିଷଦ ଅତିଥିଶାଳାରେ ଅନୁଷ୍ଠିତ ହୋଇ ଯାଇଛି l ବିଶ୍ୱପ୍ରତିମୂର୍ତ୍ତି ସଫେଇ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ସେବାନିବୃତ୍ତ ପୁଲିସ ଅଧିକାରୀ ଦୁର୍ଗାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ବର୍ଷର କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ ହୋଇଛି l ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଦିବସର ସଂଯୋଜକ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ଏହି ଦିବସର […]

Read More Text.