କଂଗ୍ରେସରେ ଯୋଗ ଦେଇପାରନ୍ତି ସଞ୍ଜୟ ରାଉତ: ନିତେଶ ରାଣେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମନ୍ତ୍ରୀ ଏବଂ ବିଜେପି ବିଧାୟକ ନିତେଶ ରାଣେ ଆଜି ଦାବି କରିଛନ୍ତି ଯେ ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଉତ ଦିଲ୍ଲୀରେ କଂଗ୍ରେସ ନେତାମାନଙ୍କ ସହ ବୈଠକ କରୁଛନ୍ତି। ସେ କଂଗ୍ରେସରେ ଯୋଗଦେବା ପାଇଁ ତାଙ୍କୁ ଭେଟିଛନ୍ତି। ନିତେଶ ରାଣେ କହିଛନ୍ତି ଯେ ସଞ୍ଜୟ ରାଉତଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ପାଖରେ ତାଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ବିଧାୟକ ନାହାନ୍ତି। ନଭେମ୍ବରରେ ହୋଇଥିବା […]

Read More Text.

ବିଶ୍ବବିଦ୍ୟାଳୟର ରେଟିଂ ବଢାଇବାକୁ ଲାଞ୍ଚ ଅଭିଯୋଗ; ୧୦ ଜଣଙ୍କୁ ଗିରଫ କଲା ସିବିଆଇ

ସମ୍ବଲପୁର: ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌ (ଏନଏଏସି) ରେଟିଂ ଲାଞ୍ଚ ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ । ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ କହି ଲାଞ୍ଚ ଅଭିଯୋଗରେ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ପ୍ରଫେସର ରହିଛନ୍ତି । ତାଙ୍କର ପରିଚୟ ବୁଲୁ ମହାରଣା ବୋଲି ଜଣାପଡିଛି । ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଲେ ଜିପି ସାରଥୀ ଶର୍ମା, ରାଜା ହରିନ, ଏ ରାମକୃଷ୍ଣ, […]

Read More Text.

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରେ ପୁଣିଥରେ ଆତଙ୍କୀ ଆକ୍ରମଣ, ୫ ମୃତ

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରେ ପୁଣିଥରେ ଆତଙ୍କୀ ଆକ୍ରମଣ ହୋଇଛି । ଖୈବର ପଖତୁନଖ୍ବାରେ ଆତଙ୍କବାଦୀ ଅର୍ଦ୍ଧସୈନିକ ବଳ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି । ଘଟଣାରେ ୪ ଜଣ ଯବାନଙ୍କ ସହିତ ୫ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ କହିବା ଅନୁସାରେ କରିଜତ ଲେବି ନାମକ ଅର୍ଦ୍ଧସୈନିକ ବଳର ଯବାନ ଜିଲ୍ଲାର ଦରବାନ ତହସିଲରୁ ଚୋରି ହୋଇଥିବା ଟ୍ରକକୁ ଜବତ କରିବାକୁ ଯାଉଥିଲେ । ଏହି ସମୟରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ୪ […]

Read More Text.

ଲୋକଙ୍କ ପାଖରେ ଅଲୋଡ଼ା ହୋଇନି – ପ୍ରଭାତ ତ୍ରିପାଠୀ

ବିଜେଡିର ବରିଷ୍ଠ ନେତା ଆଜି ପ୍ରକାରାନ୍ତରେ ବିଜେଡିକୁ ସମାଲୋଚନା କରିଛନ୍ତି। ଆଜି ଏକ ଉତ୍ସବରେ ଅନେକ ଦଳୀୟ ନେତାଙ୍କ ସହ ଏକାଠି ହେବା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି, ସେ ବୟସ ଦୃଷ୍ଟିରୁ ବିଜେଡିର ସଦସ୍ୟତା ନବୀକରଣ କରିନାହାନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସେ ହୁଏତ ଦଳରେ ଅଲୋଡ଼ା ହୋଇପାରନ୍ତି କିନ୍ତୁ ଲୋକମାନଙ୍କ ନିକଟରେ ଅଲୋଡ଼ା ହୋଇନାହାନ୍ତି। ଗତ ନିର୍ବାଚନରେ ଦଳ ପରାସ୍ତ ହେବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ […]

Read More Text.

୨୧ ଦିନରେ ବୁଡ଼ ପକାଇଲେଣି ୩୪ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲୁଥିବା ଦିବ୍ୟ ମହାକୁମ୍ଭର ଆଜି ୨୧ ତମ ଦିନ।  ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ୭୨.୩୬ ଲକ୍ଷ ଭକ୍ତ ସଙ୍ଗମରେ ବୁଡ଼ ପକାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩୪.୩୩ କୋଟିରୁ ଅଧିକ ଭକ୍ତ ପବିତ୍ର ବୁଡ଼ ପକାଇଛନ୍ତି। ମହାକୁମ୍ଭ ୧୩ ଜାନୁଆରୀରୁ ଆରମ୍ଭ ହୋଇଥିଲା। ସରକାରଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ପ୍ରସ୍ତୁତି ଚରମ ସୀମାରେ ରହିଥିବାରୁ ବସନ୍ତ ପଞ୍ଚମୀ ଅବସରରେ ତୃତୀୟ ଅମୃତ ସ୍ନାନ ଅନୁଷ୍ଠିତ ହେବ। ବସନ୍ତ ପଞ୍ଚମୀର ଅମୃତ ସ୍ନାନକୁ ଦୃଷ୍ଟିରେ ରଖି […]

Read More Text.

ଫେବ୍ରୁଆରୀ ୮ରେ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା

ଭୁବନେଶ୍ଵର: ବଡ ଖବର । ଫେବ୍ରୁଆରୀ ୮ରେ ମିଳିବ ପ୍ରଥମ କିସ୍ତି ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଯାଜପୁରରେ ‘ସୁଭଦ୍ରା’ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ କରାଯିବ । ଏହାର ଏକ ମାସ ପରେ ଅର୍ଥାତ୍ ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରାର ଦ୍ଵିତୀୟ କିସ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୩ ଓ ୪ ତାରିଖରେ ବ୍ୟାଙ୍କ ଯାଇ ଏନପିସିଆଇ ଚେକ୍‌ କରିପାରିବେ । ଏଥିସହ ଛୋଟ ଛୋଟ ସମସ୍ୟାକୁ ବ୍ୟାଙ୍କ […]

Read More Text.

କେନ୍ଦ୍ର ଟିକସରୁ ଓଡ଼ିଶାକୁ ମିଳିବ ୬୪୪୦୮କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ

୨୦୨୫-୨୬ କେନ୍ଦ୍ର ବଜେଟକୁ ଏକ ଐତିହାସିକ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିବା ସହ ସମାଜର ସବୁ ବର୍ଗଙ୍କ ପାଇଁ ଏଥିରେ କିଛିନା କିଛି ଭଲଖବର ରହିଛି ବୋଲି କହିଛନ୍ତି । କେନ୍ଦ୍ର ଟିକସ ବାବଦରେ ଓଡ଼ିଶା ୨୦୨୫-୨୬ ଆର୍ଥିକ ବର୍ଷରେ ୬୪୪୦୮କୋଟି ଟଙ୍କା ପାଇବ ଯାହାକି ୨୦୨୪-୨୫ ଆଥିକ ବର୍ଷ ତୁଳନାରେ ୯୧୭୬କୋଟି ଟଙ୍କା ଅଧିକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବଜେଟ୍ […]

Read More Text.

ଆମେରିକା ବିରୁଦ୍ଧରେ ବାଣିଜ୍ୟିକ ଯୁଦ୍ଧ: କାନାଡା-ଚୀନ୍-ମେକ୍ସିକୋ ଏକଜୁଟ

ୱାଶିଂଟନ/ଅଟୱା: ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୁଦ୍ଧରେ ଅଧିକ ଶୁଳ୍କ ଲାଗୁ କରିବା ପରେ ଏକ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଟ୍ରୁଡୋ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲାଗୁର ଜବାବରେ ତାଙ୍କ ସରକାର ୧୫୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବେ। ଏହା ସହିତ, ଟ୍ରୁଡୋ […]

Read More Text.

ଖାଇବାକୁ ଦେବାରେ ବିଳମ୍ବ କରିବାରୁ ୱେଟରଙ୍କୁ ମାଡ଼ !

ଭୁବନେଶ୍ଵର: ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ନିର୍ଦ୍ଧୁମ ଛେଚିଲେ ୨ ଯୁବକ । ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ହୋଟେଲରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଏନେଇ ଥାନାରେ ଅଭିଯୋଗ କରିଥିଲେ ହୋଟେଲ ମାଲିକ । ପୋଲିସ ହୋଟେଲରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ଏକ ହୋଟେଲକୁ ଗତକାଲି କିଛି ଗ୍ରାହକ ଖାଇବାକୁ ଆସିଥିଲେ । […]

Read More Text.

ବରିଷ୍ଠ ଆଇନଜୀବୀଙ୍କ ଉପରେ ଏସିଡ୍ ମାଡ଼: ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜଙ୍ଗମସାହି ବାସିନ୍ଦା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଉପରେ ଏସିଡ୍ ମାଡ଼ କରିବା ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଦୁଇ ଅଭିଯୁକ୍ତ ହେଲେ ପାରଳାଖେମୁଣ୍ଡିର ଡାକାଜୁ ଭେଙ୍କେଟ ରାଓ ଏବଂ ବିଶାଖାପାଟଣାରଡୁଡା ସତୀଶ। ଉଭୟଙ୍କଠାରୁ ଏକ ବାଇକ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି। ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜଙ୍ଗମସାହି ବାସିନ୍ଦା ହେଉଛନ୍ତି ଆଇନଜୀବୀ ପି ରାମା ରାଓ। ଗତ ୨୦୨୪ ନଭେମ୍ବର ୯ ତାରିଖରେ […]

Read More Text.