ରାଜଧାନୀରେ ପ୍ରୟୋଗ ହେବ SMA ଟେକ୍ନୋଲୋଜି, କମିବ ଖାଲଖମା ଓ ଦୁର୍ଘଟଣା

ଭୁବନେଶ୍ବର: ରାଜଧାନୀର ସବୁ ଛକରେ ପ୍ରୟୋଗ ହେବ ଷ୍ଟୋନ୍ ମାଟ୍ରିକ୍ସ ଆସ୍ପାଲ୍ଟ ବା SMA ଟେକ୍ନୋଲୋଜି। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ଛକରେ ଆରମ୍ଭ କରାଯାଇଛି ଏହି ପଦ୍ଧତି। ପରେ ପରେ ସହରର ପ୍ରମୁଖ ୧୦ଟି ଛକର ରାସ୍ତାରେ କରାଯିବ ଏଭଳି ଧରଣର ସ୍ବତନ୍ତ୍ର କୋଟିଂ। ଯାହାଫଳରେ ରାସ୍ତାର ଅଧିକ ମରାମତି ଆଉ ଦରକାର ପଡିବନି, ଖାଲଖମା କମିବ, ଦୁର୍ଘଟଣା ବି କମିବ। ଏହି ଟେକନିକରେ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। […]

Read More Text.

‘ଆୟୁଷ୍ମାନ କାର୍ଡ଼ ଛପା ଚାଲିଛି, ଯୋଜନାରେ ସାମିଲ ହେବେ ସାଢ଼େ ୩ କୋଟି ଲୋକ’

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା। ଏହି ଯୋଜନାରେ ସାଢ଼େ ୩ କୋଟି ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବର୍ତ୍ତମାନ ଆୟୁଷ୍ମାନ କାର୍ଡ ଛପା ଚାଲିଛି ବୋଲି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ। ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ମଧ୍ୟ ଚାଲିଛି। ସୂଚନା ଥାଉକି ଗତ ମାସରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି। […]

Read More Text.

କୁମ୍ଭମେଳାରେ ପୁଣି ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳା ଅଞ୍ଚଳରେ ପୁଣି ଅଗ୍ନିକାଣ୍ଡ ଘଟିଛି। ସମୟ ଥାଉଥାଉ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରି ନେଇଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲା। ପୁଲିସ ଅଧିକାରୀ ଅଗ୍ନିକାଣ୍ଡ ଘଟଣା ସମ୍ପର୍କର କହିଛନ୍ତି,‘ ଯେ ନିଆଁ ଲାଗିବାର କିଛି ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। କୌଣସି ଜୀବନହାନି ହୋଇନାହିଁ। ଆର୍ଥିକ କ୍ଷତିର ଆକଳନ କରାଯାଉଛି। ଅଗ୍ନିକାଣ୍ଡର କାରଣ କ’ଣ ତାହା ଅଗ୍ନିଶମ ବାହିନୀର ବିଶେଷଜ୍ଞ ଦଳ ଜାଣିବାକୁ […]

Read More Text.

ମାଲକାନଗିରି ଭିଜିଲାନ୍ସ ରେଡ୍: କୁବେର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ୫ ଗିରଫ

ଭୁବନେଶ୍ୱର : ବନ୍ଧାହେଲେ କୁବେର ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ।  ତାଙ୍କ ସମେତ ଆଉ ୪ ଜଣ ଗିରଫ ହୋଇଛ ନ୍ତି। ୩ ସରକାରୀ କର୍ମଚାରୀ ଓ ଜଣେ ଜନସେବା କେନ୍ଦ୍ର ପରିଚାଳକ ଗିରଫ ହୋଇଥିବା ସୂଚନା ରହିଛି  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ୨.୦୬ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ମାଲକାନଗିରି ଅଫିସ, ଘର ସମେତ କଟକ, ଭୁବନେଶ୍ବର, ଜୟପୁର ଆଦି […]

Read More Text.

ଆସନ୍ତାକାଲି ଆସିବ ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ସୁଭଦ୍ରା ଟଙ୍କା ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଆସନ୍ତାକାଲି ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ଟଙ୍କା ପ୍ରଦାନ କରାଯିବ। ୩.୩୮ ଲକ୍ଷ ହିତାଧିକାରୀଙ୍କ NPCI କ୍ଲିୟରାନ୍ସ ସମସ୍ୟା ଥିଲା। ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି। ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ଏହାସହ ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ […]

Read More Text.

ଆପ୍‌ ‘ଅପରେସନ୍ ଲୋଟସ୍’ ଅଭିଯୋଗ ଆଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଫଳାଫଳ ଆସିବା ପୂର୍ବରୁ ଦିଲ୍ଲୀରେ ବଡ଼ ଧରଣର ରାଜନୈତିକ ହଲଚଲ । ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳ ଆସିବା ପୂର୍ବରୁ, ସମସ୍ତ ୭୦ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଡାକିଥିଲେ ଆପ୍‌ର ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ । ମିଳିଥିବା ସୂଚନା ମୁତାବକ, ଆମ୍ ଆଦମୀ ପାର୍ଟି ନିଜର ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଡାକି ବୈଠକରେ ବିଜେପିର ‘ଅପରେସନ୍ ଲୋଟସ୍’ ପ୍ରତି ସତର୍କ ରହିବାକୁ କହିଛି। ଏହାରି ମଧ୍ୟ‌ରେ ଦିଲ୍ଲୀର ଉପରାଜ୍ୟପାଳ ଭିକେ […]

Read More Text.

ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ, ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ

ପୁରୀ : ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ ।  ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି କରାଯିବ । ଶ୍ରୀପଞ୍ଚମୀ ତଥା ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇ ଥିଲା ।  ଏହି ଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା […]

Read More Text.

ଦେବ ନାୟାରଣ ପଣ୍ଡା ମୃତ୍ୟୁ ମାମଲା: ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି

କଟକ: ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି । ନିମ୍ନ ଅଦାଲତଙ୍କ ଏନବିଡବ୍ଲୁ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ମାଲକାନଗିରି ଏସଡିଜେଏମ କୋର୍ଟ ଜାରି କରିଥିଲେ ଏନବିଡବ୍ଲୁ । ବ୍ୟକ୍ତିଗତ ସହାୟକ ଦେବ ପଣ୍ଡା ମୃତ୍ୟୁ ମାମଲାରେ ଜାରି ହୋଇଥିଲା ସମନ । ୨ ଥର ସମନ ସତ୍ତ୍ବେ ମଧ୍ୟ ହାଜର ନ ହେବାରୁ ଏନବିଡବ୍ଲୁ ଜାରି କରିଥିଲେ ଏସଡିଜେଏମ କୋର୍ଟ । ସୂଚନା ଅନୁସାରେ, ଓଡ଼ିଶା କ୍ୟାଡ଼ରର ୨୦୧୨ ବ୍ୟାଚ୍ ଆଇଏଏସ୍ ଅଫିସର […]

Read More Text.

ପଣ୍ଡ ହେଲା ପାକ୍‌ର ଉଦ୍ୟମ: ୭ ଜଣ ଅନୁପ୍ରବେଶକାରୀ ନିହତ

ଜମ୍ମୁ-କଶ୍ମୀର: ପାକିସ୍ତାନର ଅନୁ‌ପ୍ରବେଶକାରୀଙ୍କ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ଭାରତୀୟ ସେନା ଏଲଓସିରେ ଥିବା ପୋଷ୍ଟରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଆକ୍ରମଣକୁ ବିଫଳ କରିଛି ବୋଲି ସୂଚନା ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନୀମାନେ ଫେବ୍ରୁଆରି ୪-୫ ରାତିରେ ସୀମା ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଭାରତୀୟ ସେନା ସେମାନଙ୍କୁ ଅଟକାଇବା ସହ ୭ ଜଣଙ୍କୁ ନିପାତ କରିଛି। ସେମାନଙ୍କ ମଧ୍ୟରେ ୨-୩ ଜଣ ପାକିସ୍ତାନୀ ସେନା କର୍ମଚାରୀ ଥିଲେ ବୋଲି ଅନୁମାନ କରାଯାଉଛି। […]

Read More Text.

ଗନ୍ଧମାର୍ଦ୍ଦନରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ୍ ଜାରି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ହନୁପାଲି ଗାଁ ଜଙ୍ଗଲରେ ଗୁଳିମିନିମୟ । ଗନ୍ଧମାର୍ଦ୍ଦନରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ପୋଲିସର ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି । ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍ । ସୂଚନା ଅନୁସାରେ ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଏବଂ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିଲା । […]

Read More Text.