‘ମହାକୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ’

ପାଟନା,୧୬।୨: ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। କୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ଏଥିସହ ନୂଆଦିଲ୍ଲୀ ରେଳ ଷ୍ଟେଶନ ଦୁର୍ଘଟଣାକୁ ସେ ଏକ ଦୁଃଖଦ ଘଟଣା କହିବା ସହ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରେଳବାଇର ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏହା ରେଳବାଇର ବିଫଳତା। ଏଣୁ ରେଳମନ୍ତ୍ରୀ ଦାୟିତ୍ୱ ନେବା ଉଚିତ ବୋଲି ସେ […]

Read More Text.

ରାଜ୍ୟରେ ସ୍କୁଲ ପରୀକ୍ଷାର ପ୍ରଶ୍ନପତ୍ର ବିକ୍ରି ଅଭିଯୋଗ: ଚାରି ଜଣ ୟୁଟ୍ୟୁବର୍, ସରକାରୀ ଶିକ୍ଷକ ଗିରଫ

ଭୁବନେଶ୍ୱର,୧୬।୨: ଅନଲାଇନ୍ ପ୍ଲାଟଫର୍ମରେ ଓଡ଼ିଶାରେ ସ୍କୁଲ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ରାକେଟକୁ ପୋଲିସ ପର୍ଦାଫାଶ କରିଛି। ଏହି ମାମଲାରେ ଚାରି ଜଣ ୟୁଟ୍ୟୁବର୍ ଏବଂ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଜ୍ୟୋତିରଞ୍ଜନ ବାରିକ, ସୁଶାନ୍ତ କୁମାର ବିଶି, ସାହିଲ କୁମାର ମିଶ୍ର, ସାଇଶଙ୍କର ପାତ୍ର ଏବଂ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରର ସରକାରୀ ଶିକ୍ଷକ ଘନଶ୍ୟାମ ବେଉରା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ୮ମ […]

Read More Text.

ଦୁର୍ଗମ ଅଂଚଳରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା: ପଛକୁ ଯିବାକୁ ବାଧ୍ୟ ହେଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଦୁର୍ଗମ ଅସୁର ଥାନା ଅଂଚଳର ପୂଜାରୀକାଂକେର ଠାରେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହି ଅଂଚଳରେ ନକ୍ସଲ ନିଜର ଅଡ୍ଡା ବନାଇବା ସହ ଲୋକଙ୍କୁ ନିର୍ଯାତନା ଦେଉଥିଲେ। ଦୀର୍ଘ ଦିନ ଧରି ଲୋକେ ନକ୍ସଲ କବଜାରେ ରହିଥିବା ବେଳେ ପୁଲିସ ଏବେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିଛି। ନକ୍ସଲଙ୍କ ଲଗାତାର ମାତ ଦେଇ ପୁଲିସ ସଫଳତା ପାଉଥିବା ବେଳେ ଏଠାରେ ନୂତନ ପୁଲିସ କ୍ୟାମ୍ପ ପରେ ନକ୍ସଲ ପଛକୁ […]

Read More Text.

ଯୋଗାଣ ମନ୍ତ୍ରୀ କଲେକ୍ସନ୍‌ରେ ମାତିଛନ୍ତି: ତାରା

ଭୁବନେଶ୍ବର: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପରେ ସାଂଘାତିକ ଆରୋପ ଲଗାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ମନ୍ତ୍ରୀ ସବୁ ଜିଲ୍ଲାରେ ଏଜେଣ୍ଟ୍ ରଖି ଖାଲି କଲେକ୍ସନ୍‌ରେ ମାତିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଧାନସଭା ଗୃହରେ ତାରାଙ୍କ ଏପରି ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ଶ୍ରୀ ବାହିନୀପତି କହିଲେ, ମଣ୍ଡିରୁ ଧାନ ଠିକ୍ ଭାବେ ସଂଗ୍ରହ ହେଉନାହିଁ। ଚାଷୀ ହଇରାଣ ହେଉଛନ୍ତି। ଯୋଗାଣ ମନ୍ତ୍ରୀ ସବୁଆଡ଼େ ବୁଲି ବୁଲି […]

Read More Text.

ଶ୍ରୀମନ୍ଦିରରେ ଅଘଟଣ: ଭିତରକାଠ ନିକଟରେ ରକ୍ତଛିଟା, ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି

ପୁରୀ: ଶ୍ରୀମନ୍ଦିରରେ ଅଘଟଣ। ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ଚାଲିଛି ବଡ଼ ମହାସ୍ନାନ ନୀତି। ଏଥିପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଭିତର କାଠରେ ରକ୍ତ ପଡ଼ିଥିବାରୁ ଏହି ବଡ଼ ମହାସ୍ନାନ କରାଯାଇଥିଲା । ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ମହାସ୍ନାନ ନୀତି ସରିବା ପରେ ଦର୍ଶନ ସ୍ୱାଭାବିକ ହୋଇଥିଲା | ଆଜି ରୋଷ ହୋମ ନୀତି ସରି ପରବର୍ତ୍ତୀ ନୀତି ଆରମ୍ଭ ହେବାକୁ ଯିବାବେଳେ ସକାଳ ସାଢେ ୮ଟାରେ ରକ୍ତ ପଡ଼ିଥିବା ଜଣାପଡ଼ିଥିଲା।

Read More Text.

ଫେବ୍ରୁଆରି ୧୯ରୁ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା: ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆସନ୍ତା ୩ ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ଧୀରେ ଧୀରେ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପୂର୍ବାନୁମାନ କରିଛି। ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ରବିବାର ସକାଳେ ୭.୪ ଡିଗ୍ରି ସେଲସିୟସ୍ ସହିତ ପାହାଡ଼ିଆ ସ୍ଥାନ ଜି.ଉଦୟଗିରି ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଥିଲା। ସେହିପରି କୋରାପୁଟର ସେମିଲିଗୁଡ଼ାରେ ତାପମାତ୍ରା ୧୦.୨ […]

Read More Text.

ଡିଏସ୍‌ପିଙ୍କ ସମେତ ୨ ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌

ଯାଜପୁର: ଟ୍ରକ୍‌ ଧକ୍କାରେ ଡିଏସ୍‌ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍‌ପି ଅଛନ୍ତି। ସେ ହେଲେ ବଳରାମ ନାୟକ। ଡିଏସ୍‌ପି ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ତାଙ୍କ ଘରୁ ଯାଜପୁର ଆସୁଥିଲେ। ସେ ଏକ କାର୍ଯ୍ୟକ୍ରମରେ ସନ୍ଧ୍ୟାରେ ଯୋଗ ଦେଇଥାନ୍ତେ। ସୂଚନା‌ ଅନୁସାରେ ଡିଏସ୍‌ପି ବଳରାମ ନାୟକ ଆଜି […]

Read More Text.

କ୍ୟାନସର୍ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ନିଜର କେଶ ଦାନ କରି ଚର୍ଚ୍ଚାରେ ଜୟଶ୍ରୀ

ଆଗରପଡ଼ା :ଜଣେ କ୍ୟାନସର୍ ପୀଡ଼ିତା କେମୋ ନେବା ପରେ ତାଙ୍କର ସମସ୍ତ ଚୂଳ ଝଡ଼ି ଯାଇଥାଏ । ଯାହା ଫଳରେ ସେ ସୁସ୍ଥ ହୋଇ ଘରକୁ ଫେଣିବା ପରେ ବାହାରକୁ ବାହାରିବା ପାଇଁ ଲଜ୍ଜିତ ଅନୁଭବ କରିଥାଏ । କାରଣ ନାରୀର ସୌନ୍ଦର୍ଯ୍ୟ ହେଉଛି କେଶ । ତେଣୁ ସେମାନଙ୍କୁ ଲଜ୍ଜା ମୁକ୍ତ କରିବା ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶାର ‘ସୋପ୍‌ଭା’ଟ୍ରଷ୍ଟ ନାମକ ଏକ ସଂସ୍ଥା ଉକ୍ତ ମହିଳାଙ୍କୁ ବିନା ମୂଲ୍ୟରେ […]

Read More Text.

ଅଙ୍ଗନବାଡ଼ି ଗୃହ ନିର୍ମାଣରେ ଅନିୟମିତତା

ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ ଖାତା ଓ ପ୍ଲଟ ନମ୍ବରରେ ଚଂଚକତା ଆଗରପଡ଼ା:ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ୨୦୧୬-୧୭ ଆର୍ôଥକ ବର୍ଷରେ ଅନୁମୋଦିତ ହୋଇଥିବା ଅଙ୍ଗନବାଡ଼ିର ନିର୍ମାଣ କାର୍ଯ୍ୟ ଚାଲିଛି । ଏମଜିଏନଆରଜିଏସ ଯୋଜନାରେ ୮ଲକ୍ଷ, ଡ଼ବ୍ଳ୍ୟଏଣ୍ଡସିଡ଼ିରେ ୨ଲକ୍ଷ ଓ ଏସଏଫସିସିଜିପିରେ ୨ଲକ୍ଷ ଏହିପରି ଭାବରେ ଉକ୍ତ ୩ଗୋଟି ଯୋଜନାରେ ୧୨ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ଚାଲିଛି । କିନ୍ତୁ ଯେଉଁ ଜାଗାରେ ଉକ୍ତ ନିର୍ମାଣ କାର୍ଯ୍ୟ […]

Read More Text.

ସାଧନକେନ୍ଦ୍ର ସ୍ତରୀୟ ଏମସିଏମ ବୈଠକ

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ଏମସିଏମର ନବମ ବୈଠକ ବୃନ୍ଦାବନପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଧନକେନ୍ଦ୍ର କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଗରପଡାର ବରିଷ୍ଠ ପ୍ରଶିକ୍ଷକ ମଧୁସ୍ମିତା ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଆଂଚଳିକ ସାଧନକେନ୍ଦ୍ର ଅଧୀନରେ କାର୍ଯ୍ୟକରୁଥିବା ରଞ୍ଜନ କୁମାର ମୁଣ୍ଡା, ଉର୍ମିଳା ପଣ୍ଡା, ଗଗନ ଦାଶ, ସତ୍ୟବ୍ରତ ଦେହୁରୀ, […]

Read More Text.