ସୁରକ୍ଷା ଦିଗରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମକୁ ଦେଲେ ଏପରି ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୨: ସାଇବର ଠକେଇକୁ ରୋକିବା ପାଇଁ, କେନ୍ଦ୍ର ସରକାର ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ଏକ୍ସ ସମେତ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନୋଟିସ କରିଛନ୍ତି କେନ୍ଦ୍ର ସରକାର। ଯେଉଁଥିରେ ସେମାନଙ୍କୁ ଏପରି ଆପ୍ଲିକେସନ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଯାହା ବ୍ୟବହାରକାରୀମାନଙ୍କୁ ସେମାନଙ୍କର କଲର୍ ଆଇଡିଗୁଡ଼ିକୁ ହେରଫେର କରେ। ମୂଳତଃ, କଲିଂ ଲାଇନ ଆଇଡେଣ୍ଟିଫିକେସନ୍ (CLI) ବିରୁଦ୍ଧରେ ଏହା ଏକ ପଦକ୍ଷେପ। ଯୋଗାଯୋଗ ମନ୍ତ୍ରଣାଳୟ ଏହାର ପରାମର୍ଶରେ କହିଛି ଯେ ଏପରି ଅପରାଧ ଯେଉଁଠାରେ ଜଣେ ବ୍ୟକ୍ତି “ସବସ୍କ୍ରାଇବର ପରିଚୟ […]

Read More Text.

ମେସିନ ଦ୍ବାରା ସଫା ହେଉଛି ତ୍ରିବେଣୀ ସଙ୍ଗମ ଜଳ

ପ୍ରୟାଗରାଜ: ମହାକୁମ୍ଭକୁ ପ୍ରତିଦିନ କୋଟି କୋଟି ଭକ୍ତ ବୁଡ଼ ପକାଇବାକୁ ପହଞ୍ଚୁଛନ୍ତି। ଏଥିପାଇଁ ତ୍ରିବେଣୀ ସଙ୍ଗମରେ ପୂଜା ପାଇଁ ବ୍ୟବହୃତ ନଡ଼ିଆ, ଫୁଲ ଇତ୍ୟାଦି ପୂଜା ସାମଗ୍ରୀ ପଡ଼ି ରହୁଛି। ପ୍ରତିଦିନ ଆସୁଥିବ ଭକ୍ତଙ୍କୁ ନିର୍ମାଳ ପାଣି ଦେବା ପାଇଁ ୟୁପି ସରକାର ଏକ ଅଭିନବ ବାଟ ଆପଣାଇଛନ୍ତି। ପ୍ରତିଦିନ ତ୍ରିବେଣୀରୁ ଅଳିଆ କଢ଼ାଯାଉଛି, ଯାହା ଦ୍ଵାରା ଭକ୍ତମାନେ ସଙ୍ଗମର ସ୍ୱଚ୍ଛ ଏବଂ ବିଶୁଦ୍ଧ ଜଳରେ ବୁଡ଼ ପକାଇପାରିବେ। ସଙ୍ଗମର ମଇଳା ସଫା କରିବା ପାଇଁ ଟ୍ରାସ୍ […]

Read More Text.

ଜେଲ ପରିସର‌ରେ କଏଦୀମାନଙ୍କ ସଙ୍ଗମ ବୁଡ଼ !

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଇଛି। ଏହା ଜାନୁଆରି ୧୩ରୁ ଫେବୃଆରି ୨୬ ପର୍ଯ୍ୟନ୍ତ ଚାଲିବ। ଏହି ସଂଗମରେ ଏପର୍ଯ୍ୟନ୍ତ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ବିଶ୍ୱାସ ଏକ ବ୍ୟକ୍ତିଗତ ବିଷୟ । ତେଣୁ ପ୍ରତ୍ୟେକଙ୍କର ଏହାକୁ ପାଳନ କରିବାର ଅଧିକାର ଅଛି। ଏପରି ପରିସ୍ଥିତିରେ ଉନ୍ନାଓ ଜିଲ୍ଲା ଜେଲ୍ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଜେଲ ପ୍ରଶାସନ ନିଜ ପାପର ପରିଣାମ ଭୋଗୁଥିବା କଏଦୀମାନଙ୍କୁ ନିଜ ପାପ […]

Read More Text.

୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିଲା: ଯୋଗାଣମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିଲା। ବିଧାନସଭାରେ ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି । ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଏଭଳି ଉତ୍ତର ଦେଇଛନ୍ତି। ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିଲା ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। […]

Read More Text.

ରାଉରକେଲାରେ ନକିଲ ଓମଫେ୍‌ଡ ଘିଅ-ଦୁଗ୍ଧ: ପୁଲିସ ଟିମ୍‌ ପକ୍ଷରୁ ଗୋଦାମ ଓ ଦୋକାନ ଚଢ଼ଉ

ରାଉରକେଲା: ସହରରେ ନାମିଦାମୀ ବ୍ରାଣ୍ଡର ଲୋଗ ମାରି ଅବାଧରେ ବିକ୍ରି ଚାଲିଛି ବିଭିନ୍ନ ନକଲି ଖାଦ୍ୟ ପଦାର୍ଥ। ବିଗତ ଦିନରେ ନକଲି ତେଲ, ସସ୍‌, ରୋଷେଇ ମସଲା, ମୋବିଲ୍‌, କସ୍‌ମେଟିକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ ଓ ସ୍ବାସ୍ଥ୍ୟବିଭାଗ ଟିମ୍‌ ଜବତ କରିଛନ୍ତି। ଏହି ଘଟଣାରେ କିଛି ଅସାଧୁ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରି ଜେଲ୍‌ ପଠାଇଛି। ତଥାପି ସହରରେ ନକଲି ଖାଦ୍ୟପଦାର୍ଥ ବିକ୍ରି ବନ୍ଦ ହେଉନି। ଏବେ ସହରରେ ଓମ୍‌ଫେଡ୍‌ ନାଁରେ ନକଲି ଘିଅ ଓ […]

Read More Text.

ମିସନ ଶକ୍ତିକୁ ଭାଙ୍ଗିବାକୁ ଚାହୁଁଛନ୍ତି ସରକାର: ବିଜେଡ଼ି

ଭୁବନେଶ୍ବର: ମିସନ ଶକ୍ତିକୁ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଦଳ ବିଜେଡ଼ି ପକ୍ଷରୁ ଶାସକ ଦଳ ବିରୋଧରେ ଅଭିଯୋଗ ଅଣାଯାଇଛି। ମିସନ ଶକ୍ତି ମହିଳାଙ୍କୁ ଭ୍ରମିତ କରାଯାଉଛି ବୋଲି ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି। ମିସନ ଶକ୍ତି ଇସି ସଦସ୍ୟଙ୍କୁ ନେଇ ରଣେନ୍ଦ୍ର କହିନ୍ତି କେନ୍ଦ୍ର ସରକାର ୧୯୯୯ ମସିହା ଏପ୍ରିଲ ପହିଲାରୁ ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ୱରୋଜଗାର ଯୋଜନା ଆରମ୍ଭ କରିଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଅଙ୍ଗନବାଡି କର୍ମୀ […]

Read More Text.

ନେପାଳର ଛାତ୍ରୀ କିଟ୍‌ରେ ମୃତ୍ୟୁ ମାମଲା: ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟରେ ଗତ ରବିବାର ଦିନ ଇଞ୍ଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍‌ସା (୧୯)ଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନେପାଳ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି। ଶ୍ରୀ ମାଝୀ ଆଜି ଦିଲ୍ଲୀରେ ନେପାଳ ବୈଦେଶିକ ବ୍ୟାପାର ବିଭାଗର କାଉନ୍‌ସିଲର ସଂଜୀବ ଦାସ ଶର୍ମାଙ୍କ ସହିତ କଥା ହେବା ସହିତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟରେ ସ୍ଥିତି ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ […]

Read More Text.

ଜଳ ବିଭାଜିକାରେ ଭିଜିଲାନସ୍ ଚଢ଼ାଉ ଘଟଣା: କ୍ଷେତ୍ର ପରିଦର୍ଶନ କଲେ ଟିମ୍‌

ମାଲକାନଗିରି: ଗତ ୫ ତାରିଖରେ ମାଲକାନଗିରି ଜଳ ବିଭାଜିକାର ଉପନିର୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ସମେତ ଅନ୍ୟ ଚାରି ଜଣଙ୍କ ଘରେ ହଠାତ୍ ଭୋରୁ ଭିଜିଲାନସ ଟିମ ଚଢ଼ାଉ କରିଥିଲା। ଉପନିର୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ଘରୁ ନଗଦ ୨ କୋଟି ଟଂକା ଜବତ କରାଯାଇଥିବା ବେଳେ ଅନ୍ୟମାନଙ୍କ ଠାରୁ ୯ ହଜାର ଟଂକା ସହ ୪୧୧ ଗ୍ରାମ ସୁନା ଜବତ କରାଯାଇଥିଲା। ଏଥିସହ ଦାମୀ ପ୍ଲଟ, କୋଠାଘର ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା। ଏହା ପରେ ସମ୍ବାଦରେ ଜଳ […]

Read More Text.

ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶାକୁ ମିଳିଲା ୨୫୫.୨୪ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି (ଏଚଏଲସି) ୨୦୨୪ ବର୍ଷରେ ବନ୍ୟା, ଆକସ୍ମିକ ବନ୍ୟା, ଭୂସ୍ଖଳନ ଏବଂ ସାମୁଦ୍ରିକ ଝଡ଼ ଦ୍ୱାରା ପ୍ରଭାବିତ ପାଞ୍ଚଟି ରାଜ୍ୟ ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ଅଧୀନରେ ୧୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଏହି […]

Read More Text.

‘କିଟ୍‌’ର ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣକୁ ମିଳିଲା ଜାମିନ୍‌

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍‌ସା(୧୯)ଙ୍କ ମୃତ୍ୟୁ ମାମଲାରେ ଆଜି ଅପରାହ୍‌ଣରେ ଗିରଫ ହୋଇଥିବା ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କୁ ଭୁବନେଶ୍ବର ଜେଏମ୍‌ଏଫ୍‌ସି-୨ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥଙ୍କୁ ଜାମିନଙ୍କ ସମେତ ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ୍‌ବଣ୍ଡରେ […]

Read More Text.