KIIT କର୍ତ୍ତୃପକ୍ଷ ଓ ନେପାଳ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି MEA

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରାଳୟ (MEA) ମୁଖପାତ୍ର ରଣଧୀର ଜୟସୱାଲ । ଏହା ସହ ମୃତ ଛାତ୍ରୀଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । କହିଛନ୍ତି, ଭାରତ ସରକାର ଦେଶର ସମସ୍ତ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରଠାରୁ ଓଡ଼ିଶା ସରକାର ଏବଂ KIIT କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି ବୈଦେଶିକ ମନ୍ତ୍ରାଳୟ। ଏହା ସହ […]

Read More Text.

ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା: କମିଟି ସାମ୍ନାରେ ହାଜର ହେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ଆତ୍ମହତ୍ୟା ଓ ପରବର୍ତ୍ତୀ ଛାତ୍ର ଅଶାନ୍ତି ବେଳେ ହଷ୍ଟେଲ ଅନ୍ତେବାସୀଙ୍କୁ ମାଡ଼ ମରାଯିବା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ବିଧାନସଭାରୁ ରାଜରାସ୍ତା ପର୍ଯ୍ୟନ୍ତ ସବୁଠି କିଟ୍‌ କର୍ତ୍ତୃପକ୍ଷଙ୍କୁ ଜୋର୍‌ଦାର୍‌ ବିରୋଧ କରାଯାଉଛି।କିଟ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳ ଛାତ୍ରଛାତ୍ରୀଙ୍କ ସହ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଆଜି କିଟ […]

Read More Text.

ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ସୋନିଆ

ନୂଆାଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଗତ ଗୁରୁବାର ସକାଳେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ଗତ ୨୦୨୩ ମସିହା ସେପ୍ଟେମ୍ବର ମାସରେ ମଧ୍ୟ ସୋନିଆଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ କରାଯାଇଥିଲା। ଫୁସଫୁଟ ସଂକ୍ରମଣ କାରଣରୁ ସେ ସମୟରେ ସେ ସାର ଗଙ୍ଗାରାମ ହସ୍ପିଟାଲରେ ଆଡମିଟ ହୋଇଥିଲେ । […]

Read More Text.

ମାଣ୍ଡିଆରୁ ତିଆରି ହେବ ମଦ, ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର

ଭୁବନେଶ୍ଵର: ଏଣିକି ମାଣ୍ଡିଆରୁ ତିଆରି ହେବ ମଦ । ୨୦୨୫-୨୬ ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ବୈଠକରେ ଭଲ ବ୍ରାଣ୍ଡର ବିଦେଶୀ ମଦ କାରଖାନା କିପରି ଓଡିଶାରେ ପ୍ରତିଷ୍ଠା ହେଇ ପାରିବ, ଅପମିଶ୍ରିତ ମଦ କିଭଳି ବନ୍ଦ ହେବ ଆଉ ଏଥିପାଇଁ ପଲିସିରେ କଣ ପରିବର୍ତ୍ତନ କରାଯିବ ସେ ନେଇ ମଧ୍ୟ ଆଲୋଚନା […]

Read More Text.

୨୬ରେ ସରିବ ମହାକୁମ୍ଭ: ଶିବରାତ୍ରୀ ଥିବାରୁ ଶେଷ ସପ୍ତାହରେ ସାଙ୍ଘାତିକ ଭିଡ଼

ପ୍ରୟାଗରାଜ: ସରି ଆସୁଛି ସମୟ, ବଢିବାରେ ଲାଗିଛି ଭିଡ । ମହାକୁମ୍ଭ ସରିସରି ଆସୁଥିବା ବେଳେ ପ୍ରୟାଗରାଜରେ ଦିନକୁ ଦିନ ଭିଡ ଅସମ୍ଭାଳ ହେଉଛି । ଆଗରୁ ଶିବରାତ୍ରୀ ଥିବାରୁ ଭିଡ ଆହୁରି ସାଙ୍ଘାତିକ ହେବା ନେଇ ଆଶଙ୍କା କରାଯାଉଛି । କାରଣ ମହାକୁମ୍ଭ ସରିବାକୁ ଆଉ ହାତରେ ମାତ୍ର ୫ ଦିନ ରହିଛି । ଫେବୃୟାରୀ ୨୬ ତାରିଖରେ ଶେଷ ହେବ ପବିତ୍ର ମହାକୁମ୍ଭ । ତେଣୁ ଶେଷ ସପ୍ତାହରେ ସଙ୍ଗମରେ ବୁଡ ସହ ପବିତ୍ର […]

Read More Text.

ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ: ପିସିସି ସଭାପତି

ଭୁବନେଶ୍ବର: ବିଜେପି, ବିଜେଡି ଭଳି ଆମ ପାଖରେ ପଇସା ନାହିଁ। ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ। ଆଜି ପିସିସି ସଭାପତି ଭାବେ ବିଧିବଦ୍ଧ ଦାୟିତ୍ବ ନେବା ପରେ ଏହା କହିଛନ୍ତି ଭକ୍ତ ଚରଣ ଦାସ। ସେ ଆହୁରି କହିଛନ୍ତି, ଜଣେ ପିସିସି ସଭାପତି ହେଲା ମାନେ ସିଏ ହିଁ ସବୁକିଛି, ତାହା ନୁହଁ ମତେ ଯିଏ ଯାହା କହୁ ସବୁ ଶୁଣିବାକୁ ମୁଁ ପ୍ରସ୍ତୁତ। ଲହୁ ଲୁହ ଦେଇ ଦଳକୁ ଆଗକୁ […]

Read More Text.

ବିଧାନସଭାରେ ମାହାଙ୍ଗା ଝଡ, ଅରୁଣ-ସାରଦାଙ୍କ ଭିତରେ କଥା କଟାକଟି

ଭୁବନେଶ୍ଵର: ସରକାରଙ୍କୁ ମହଙ୍ଗା ପଡିଲାଣି ମାହାଙ୍ଗା ପ୍ରସଙ୍ଗ । ବିଧାନସଭାରେ କଥା କଟାକଟି ହେଲେ ଶାସକ ଓ ବିରୋଧି ଗୋଷ୍ଠୀ । ମାହାଙ୍ଗାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ଆଉ ସାରଦା । ବିଧାନସଭା ଶୂନ୍ୟକାଳରେ ଉଠିଲା ମାହାଙ୍ଗା ପ୍ରସଙ୍ଗ । ମୁହାଁମୁହିଁ ହୋଇଛନ୍ତି ଅରୁଣ ଏବଂ ସାରଦା । ବିଜେଡି ବିଧାୟକ ଅରୁଣ କହିଥିଲେ, ଶୂନ୍ୟକାଳରେ ମାହାଙ୍ଗା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତର ଜନପ୍ରତିନିଧିଙ୍କୁ […]

Read More Text.

KIIT ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ କରାଯିବା ସହ ମିଡ ସେମିଷ୍ଟର ପରୀକ୍ଷା ଘୁଞ୍ଚାଯିବ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଥିଲା କିଟ ପ୍ରସଙ୍ଗ । ମୁଲତବୀ ଆଲୋଚନାରେ ଭାଗ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଥିଲେ । ସରକାରଙ୍କ ପକ୍ଷରୁ ୪ଟି ୨୪ ଘଣ୍ଟିଆ ହେଲପ ଲାଇନ ଖୋଲାଯାଇଛି । କ୍ୟାମ୍ପସକୁ ଫେରିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ କରାଯିବା ସହ ମିଡ ସେମିଷ୍ଟର ପରୀକ୍ଷା ଘୁଞ୍ଚାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

Read More Text.

ମହାକୁମ୍ଭରୁ ଫେରୁଥିବା ବେଳେ ସାଂସଦ ପପୁ ଯାଦବଙ୍କ ଭାଣିଜୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗାଜିପୁରରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସାଂସଦ ପପୁ ଯାଦବଙ୍କ ଭାଣିଜୀଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଖବର ପାଇବା ପରେ ବିହାରର ପୁର୍ଣ୍ଣିୟା ସାଂସଦ ‌ଧୌର୍ଯ୍ୟ ଧରି ରହି ପାରୁ ନାହାନ୍ତି। ଭୋଭୋ ହୋଇ କାନ୍ଦୁଛନ୍ତି। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଦବଙ୍କ ଭାଣିଜୀଙ୍କ ନାମ ଡାକ୍ତର ସୋନି ଯାଦବ। ସୂଚନାଯୋଗ୍ୟ, ଅରରିଆ ଜିଲ୍ଲାର ଡାକ୍ତର ସୋନି ଯାଦବ ତାଙ୍କ ପିଉସୀ, ଜଣେ ଆସିଷ୍ଟାଣ୍ଟଙ୍କ ସହିତ ପ୍ରୟାଗରାଜର ମହାକୁମ୍ଭକୁ ବୁଲିବାକୁ ଯାଇଥିଲେ। ଖୁବ ଖୁସିରେ […]

Read More Text.

ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବର୍ଷିଲେ ଗଣେଶ୍ବର

ଭୁବନେଶ୍ବର: ଆଜି ଗୃହରେ ସ୍ପୁଲ ବନ୍ଦ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସରକାର ପ୍ରତିଶ୍ରୁତି ଦେଉଛନ୍ତି ହେଲେ ପରେ ଏହାକୁ କାର୍ଯ୍ୟକାରୀ କରିବାରେ କୁଣ୍ଠା ପ୍ରକାଶ କରୁଛନ୍ତି । ଏହାକୁ ନେଇ ଗଣେଶ୍ବର କହିଛନ୍ତି, ନିର୍ବାଚନ ପୂର୍ବରୁ ବିଜେପି କହିଲା ସରକାରକୁ ଆସିଲେ ସବୁ ମନ୍ଦ ହୋଇଥିବା ସ୍କୁଲ ଗୁଡିକୁ ସରକାର ଖୋଲିବେ । ହେଲେ ସରକାରକୁ ଆସିବା ପରେ କହିଲେ, ମାମଲା ହାଇକୋର୍ଟରେ ବିଚାରଧିନ ଅଛି । ଯାହାକୁ […]

Read More Text.