ଅଠର ନଳା ଉପରୁ ଡେଇଁ ଯୁବକ ମୃତ

ପୁରୀ : ଅଠର ନଳା ଉପରୁ ଡେଇଁ ଚାଲିଗଲା ଯୁବକଙ୍କ ଜୀବନ। ମଙ୍ଗଳବାର ଯୁବକ ଜଣକ ଅଠର ନଳା ଉପରୁ ଡେଇଁ ପଡିବା ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ ପଠାଇଥିଲେ । ମେଡିକାଲରେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More Text.

ଚୋରି କରିବାକୁ ଆସି କୂଅରେ ପଡିଗଲା ଚୋର, ରାତି ସାରା ଛଟପଟ

କେନ୍ଦୁଝର: ଚୋରି କରିବାକୁ ଆସି ଚୋର ହଟହଟା ।  ଛେଳି କଣ ଚୋରି କରିବ ନିଜେ କୂଅରେ ପଡିଗଲା ଚୋର । ରାତି ସାରା କୂଅ ଭିତରେ ପଡି ଛଟପଟ ହେଲା । ସକାଳୁ ଗାଁ ଲୋକେ କୂଅ ଭିତରେ ଚୋର ପଡିଥିବା ଦେଖିଥିଲେ ।  କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ ଥାନା ଅନ୍ତର୍ଗତ ଝାଲିଆବେଡା ଗାଁରେ ଘଟିଛି ଏଭଳି ଘଟଣା । ଗାଁ ଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି […]

Read More Text.

ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି ପ୍ରସ୍ତାବ: ଶୁଣାଣି ବେଳେ ଦାବି ରଖିଲା ଟିପିଏନ୍‌ଓଡିଏଲ୍‌

ଭୁବନେଶ୍ବର: ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ୟୁନିଟ୍‌ ପିଛା ୨୦ ପଇସା ବଢ଼ାଇବାକୁ ପ୍ରସ୍ତାବ ଦେଇଛି ଟାଟା ଉତ୍ତର ଓଡିଶା ବିଦ୍ୟୁତ୍‌ ବିତରଣ କମ୍ପାନି(ଟିପିଏନ୍‌ଓଡିଏଲ୍‌)। ଆଜି ଓଇଆର୍‌ସିରେ ଏହି ପ୍ରସ୍ତାବର ଶୁଣାଣି ହୋଇଥିଲା। ୨୨ ଜଣ ଅଭିଯୋଗକାରୀ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ଟିପିଏନ୍‌ଓଡିଏଲ୍‌ ପ୍ରସ୍ତାବ ମୁତାବକ, ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷ ପାଇଁ ଗ୍ରିଡ୍‌କୋଠାରୁ ୫୫୬ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଅଧିକ କିଣାଯିବ। ଅର୍ଥାତ୍‌ ୮୭୧୯ ନିୟୁତ ୟୁନିଟ୍‌ ପାଇଁ ୩୨୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ […]

Read More Text.

୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ

ସମ୍ବଲପୁର: ୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଆଚାର୍ଯ୍ୟକୁ ଗିରଫ କଲା ଧନୁପାଲି ଥାନା ପୋଲିସ। ସନ୍ତୋଷକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଧିକ ସୁଧ ଲୋଭ ଦେଖାଇ ୧୨୦୦ କୋଟି ଟଙ୍କା ଠକେଇ କରିଥିଲା ସନ୍ତୋଷ । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁଲୁଥକାନୀ ଠାରେ ଏକ ଅର୍ଥଲଗାଣକାରୀ ସଂସ୍ଥା ମାସିକ ସୁଧ ଯୋଜନା କରି ଟଙ୍କା ନେଉଥିଲା। ମାସିକ ୩ ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାକୁ […]

Read More Text.

ଓଁ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ମନ୍ଦିର ପୁନଃ ନିର୍ମାଣ

ମାକୀଚକେଶ୍ବରୀ ନବ ବିଗ୍ରହ ଏବଂ ୫ ଦିବସୀୟ ଦିବସୀୟ ପ୍ରତିଷ୍ଠା ଉତ୍ସବ ଓ ପୂର୍ଣ୍ଣାହୁତି ମହାସମାରୋହରେ  ଅନୁଷ୍ଠିତ ବାରିପଦା – କର୍ପୁର ଗୌରଂ କରୁଣାଵତାରଂ ସଂସାର ସାରଂ ଭୂଜଗେନ୍ଦ୍ର ହାରଂ ସଦା ଵସନ୍ତଂ ହୃଦୟାରଵିନ୍ଦେ ଭଵଂ ଭବାନୀ ସହିତଂ ନମାମି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ର ଗଢ ଗ୍ରାମରେ ବହୁ ପୁରାତନ ରାଜା ରୁଜୁଡା ଅମଳର ୩୦୦ ବର୍ଷରୁ ଉର୍ଦ୍ଧ୍ବ ଐଶ୍ବାନେଶ୍ବର ଶୈବ ପୀଠରେ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ପୁନଃ ନିର୍ମାଣ ଏବଂ […]

Read More Text.

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜନ୍ମ ମହୋତ୍ସବ ଧୂମଧାମରେ ପାଳିତ

ବାରିପଦା – ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଅଂଚଳ ଅନ୍ତର୍ଗତ ସାନମଉଦା ସତସଙ୍ଗ ବିହାରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଭାତରେ ବେଦ ମାଙ୍ଗଳିକ,,ଉଷା କୀର୍ତ୍ତନ,ଧର୍ମ ପାଠ ପଠନ କରାଯାଇଥିଲା ।ପୂର୍ବାହ୍ନରେ ଏକ ସୁସଜ୍ଜିତ ରଥରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଫଟୋ ରଖାଯାଇ ଗୁରୁ ଭାଇ ଓ ଗୁରୁମାନଙ୍କର ମାନଙ୍କ ଦ୍ଵାରା ନଗର ପରିକ୍ରମା ଓ କୀର୍ତ୍ତନ କରାଯାଇଥିଲା ।ପରେ ଋତିକ ହରିହର ଦାସଙ୍କ ସଭାପତିତ୍ବରେ ସତସଙ୍ଗ […]

Read More Text.

ପ୍ରତିଶ୍ରୁତି ପ୍ରତିଷ୍ଠାନ ତରଫରୁ ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ସ୍ମୃତିଚାରଣ ସଭା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ବାରିପଦାର ପୂର୍ବତନ ବିଧାୟକ, ମୟୂରଭଞ୍ଜରେ ସମବାୟ ଆନ୍ଦୋଳନର କର୍ଣ୍ଣଧାର, ବରିଷ୍ଠ ସାମ୍ବାଦିକ, ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ ବିମଳ ଲୋଚନ ଦାସଙ୍କ ଚତୁର୍ଥ ମହାପ୍ରୟାଣ ଦିବସ ଅବସରରେ ଏକ ସ୍ମୃତିଚାରଣ ସଭା ସ୍ଥାନୀୟ ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷରେ ପ୍ରତିଷ୍ଠାନର ସଭାପତି ଡା. ପାର୍ଥସାରଥୀ ଜେନାଙ୍କ ପୌରୋହିତ୍ୟରେ ଏକ ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ \”ପ୍ରତିଶ୍ରୁତି\’ ପତ୍ରିକାର ସମ୍ପାଦକ ଭାଗବତ ପଣ୍ଡା […]

Read More Text.

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗ୍ରୁପ ବି ର ଶେଷ ମ୍ୟାଚ – ରାଇରଙ୍ଗପୁର ଓ ଡି ଆର କେ (ବି ) ଫାଇନାଲରେ

ବାରିପଦା  : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ଶେଷ ମ୍ୟାଚରେ କରଞ୍ଜିଆ କ୍ଲବ ମୟୁରଭଞ୍ଜ ରେଡ କ୍ଲବ କୁ ୧୭୦ ରନରେ ରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି କରଞ୍ଜିଆ ୩୦ ଓଭରରେ ୯ ଉଇକେଟ ହରାଇ ୨୦୫ ରନ ସଂଗ୍ରହ କରିଥିଲେ I […]

Read More Text.

ଶ୍ରୀରାମ ଚନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାରିପଦା : ସ୍ଥାନୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାଗୃହରେ ଶ୍ରୀରାମ ଚନ୍ଦ୍ର ସାହିତ୍ୟ ସଂସଦର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଅନୁଷ୍ଠାନର ପୂର୍ବତନ ସଭାପତି ସ୍ୱର୍ଗତ ଶ୍ରୀନିବାସ ପ୍ରଧାନଙ୍କୁ ଶ୍ରଦ୍ଧାଂଜଳି ଦେବାପରେ କାର୍ଯ୍ୟକ୍ରମ ଆରଂଭ ହୋଇଥିଲା। ଅନୁଷ୍ଠାନର ସଭାପତି ଡକ୍ଟର ପୁଷ୍ପା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ଡଃ ହରିଶଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କବିମାନେ ସବୁବେଳେ ଜୀବନର କଥା କହିଆସୁଛନ୍ତି ବୋଲି ଦୃଢକ୍ତି ପ୍ରକାଶ […]

Read More Text.

ବିହାରର ଭାଗଲପୁର ଠାରେ ଅନୁଷ୍ଠିତ ହେଲା କିସାନ ସମ୍ମାନ ସମାରୋହ

ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଆଭାସୀ ମାଧ୍ୟମ ରେ ହେଲା ଉଦଘାଟିତ। ପି ଏମ କିସାନ ସମ୍ମାନ ନିଧି ର ୧୯ତମ କିସ୍ତି ବ୍ୟାଙ୍କ ଖାତା ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ହସ୍ତାନ୍ତର ଦେଶର ୯କୋଟି ୭୦ ଲକ୍ଷ ଚାଷୀଙ୍କ ସହିତ ଜିଲ୍ଲାର ୨,୪୪, ୯୭୪ଜଣ ହେଲେ ଉପକୃତ ବାରିପଦା :  ପି ଏମ କିସାନ ସମ୍ମାନନିଧି ର ୬ବର୍ଷ ପୂର୍ତ୍ତି ଅବସରରେ ଆଜି ଅପରାହ୍ନରେ ବିହାରର ଭାଗଲପୁର ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ […]

Read More Text.