ଟ୍ରକ ଧକ୍କାରେ ଚାଲିଗଲା ଶିଶୁର ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ଆନନ୍ଦପୁର: ଟ୍ରକ ଧକ୍କାରେ ଚାଲିଗଲା ଶିଶୁର ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଛେନାପଦି – ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଛତୁଆ ବୋଝେଇ ମିନିଟ୍ରକ ଧକ୍କାରେ ଏକ ୫ବର୍ଷର ଶିଶୁର ମୃତ୍ୟୁ ଘଟିଛି ।  ମୃତକ ହେଲେ ଭଦ୍ରକ ଜିଲ୍ଲା ଦୋଳପଦି ଗାଁର କାଳିଆ ମୁଣ୍ଡାଙ୍କ ପୁଅ ବାଦଲ ମୁଣ୍ଡା । ସେ ବାପା ଓ ମାଆଙ୍କ ସହ ସଙ୍କଟ ପାଲିଆ ଗାଁକୁ ବୁଲିବାକୁ ଆସିଥିଲେ । ରାସ୍ତା ପାର୍ […]

Read More Text.

ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌

ବାସୁଦେବପୁର: ଭଦ୍ରକ ଜ଼ିଲ୍ଲା ବାସୁଦେବପୁର ନାୟକାଣିଡିହିରେ ବିଳମ୍ବିତ ରାତିରେ ଘରେ ପଶି ସଶସ୍ତ୍ର ଡକାୟତି ହୋଇଥିବାର ଖବର ମିଳିଛି। ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ନାୟକାଣିଡିହି ଗାଁରେ ରାତି ପ୍ରାୟ ୨ଟା ବେଳେ ଦୁଇ ଜଣ ଲୁଟେରା ମୁହଁରେ କଳାମୁଖା ପିନ୍ଧି କମଳାକାନ୍ତ ସାହୁଙ୍କ ଘରେ […]

Read More Text.

ଲିଙ୍ଗରାଜ ମନ୍ଦିରରେ ସେବାୟତ ଖସିପଡିବା ଘଟଣା; ପ୍ରଶାସନକୁ ଦାୟୀ କଲେ ସେବାୟତଙ୍କ ପୁଅ

ଭୁବନେଶ୍ୱର : ମହାଶିବରାତ୍ରୀରେ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠିବା ସମୟରେ ଘଟିଥିଲା ମହାଅଘଟଣ। ମହାଦୀପ ନେଇ ସେବାୟତ ମନ୍ଦିର ଉପରକୁ ଚଢିବା ବେଳେ ସେବାୟତ ଖସି ପଡିଥିଲେ। ସେବାୟତ ହେଉଛନ୍ତି ଯୋଗେନ୍ଦ୍ର ସମର୍ଥା। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱିନୀ ସମର୍ଥା। ଏହି ଅଘଟଣ ପାଇଁ ପ୍ରଶାସନ ଅବହେଳାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପ୍ରଶାସନ ସେବାୟତଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ବାପା ଏବେ ସୁସ୍ଥ ଅଛନ୍ତି। ତାଙ୍କର ସିଟି […]

Read More Text.

କିଟ୍‌ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ଉଚ୍ଚସ୍ତରୀୟ କମିିଟି ସମ୍ମୁଖରେ ୬ କର୍ମଚାରୀ ହାଜର

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଗୁରୁବାର ଉଚ୍ଚସ୍ତରୀୟ କମିିଟି ସମ୍ମୁଖରେ ୬ କର୍ମଚାରୀ ହଜାର ହୋଇଛନ୍ତି । ରାଜ୍ୟ ଅତିଥି ଭବନରେ ୬ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜେରା କରାଯିବ । କିଟ୍‌ ଇଣ୍ଟରନାଲ କମିଟି ମୁଖ୍ୟ, ସୁରକ୍ଷା ମୁଖ୍ୟ, ସହକାରୀ ନିର୍ଦ୍ଦେଶକ, ସିନିୟର ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ସହ ୬ ଜଣ ହାଜର ହୋଇଛନ୍ତି । ସୂଚନାନୁଯାୟୀ, କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାକୁ ଗୁରୁତ୍ୱ ସହ ନେଲାଥିଲା ୟୁଜିସି। ଫେବୃଆରୀ […]

Read More Text.

ଜାଗର ଯାତ୍ରା ଦେଖି ଫେରିବା ବେଳେ ବ୍ରିଜ ତଳକୁ ଖସିଲା ବାଇକ୍‌; ୨ ମୃତ, ଜଣେ ଗୁରୁତ

କୋରାପୁଟ: ଜାଗର ଯାତ୍ରା ଦେଖି ଫେରିବା ବେଳେ ଅଘଟଣ। କୋରାପୁଟ ଅନ୍ଧାରୀଘାଟି ତଳକୁ ଖସିପଡିଲା ବାଇକ୍। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଶିବରାତ୍ରୀ ଥିବାବେଳେ ଦୁଇ ଜଣ ବ୍ୟକ୍ତି ଜାଗର ଯାତ୍ରା ଦେଖିବାକୁ ଚାଟୁଆ ଗାଁକୁ ଯାଇଥିଲେ। ଏତିକି ବେଳେ ଭାରସାମ୍ୟ ହରାଇ ବାଇକଟି କୋରାପୁଟ ଚାଟୁଆ ନିକଟସ୍ଥ ଅନ୍ଧାରିଘାଟ ବ୍ରିଜ୍ ନିକଟରେ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ […]

Read More Text.

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ଉଠିଲା ମହାଦୀପ। ପ୍ରଭୁ ଲିଙ୍ଗରାଜଙ୍କ ନୀତି କାନ୍ତି ଶେଷ ପରେ ମହାଦୀପ ଉଠିଥିଲା। ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର। ମହାଦୀପ ଦର୍ଶନ ବେଳେ ଭାବ ବିହୋଳ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ। ପାରମ୍ପରିକ ବେଢା ପରିକ୍ରମା ପରେ ଉଠିଛି ମହାଦୀପ । ନିର୍ଦ୍ଧାରିତ ସମୟର ୪୫ ମିନିଟ୍ ପରେ ରାତି ୧୦ଟା ୪୫ରେ ବିଧିମତେ ସମର୍ଥା ସେବାୟତ ମହାଦୀପ […]

Read More Text.

ବାଇକ୍ ସହ ଟ୍ରାକ୍ଟର ମୁହାଁମୁହିଁ, ବାଇକ୍ ଆରୋହୀ ମୃତ; ଭାରସାମ୍ୟ ହରାଇ ୧୨ ଫୁଟ ରାସ୍ତା ତଳକୁ ଖସିଲା ଟ୍ରାକ୍ଟର

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଵହଳଦା ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ ପାଖରେ ବାଇକ୍ ସହ ଟ୍ରାକ୍ଟର ଧକ୍କା ଘଟଣାରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।ଘଟଣାଟି ଅପରାହ୍ନରେ ଦୁଇଟା ପରେ ଘଟିଛି ।ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାର ୧୨ ଫୁଟ ତଳକୁ ଖସି ଯାଇଛି । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁନାଥ ଯେନା,ଏସଡିପିଓ ଗୋକୁଳାନନ୍ଦ ସାହୁ, ମାଜିଷ୍ଟ୍ରେଟ ଦାୟିତ୍ବରେ ଵହଳଦା ତହସିଲଦାର ଭକ୍ତବନ୍ଧୁ ପ୍ରଧାନ ,ତିରିଂ […]

Read More Text.

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ରେ ଶିରିଡି -ନାସିକ ଅଭିମୁଖେ ଯାତ୍ରା କଲେ ୧୮୫ ଜଣ ବରିଷ୍ଠ ନାଗରିକ

ବାରିପଦା : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ରେ ରାଜ୍ୟର ବରିଷ୍ଠ ନାଗରିକ ବିଶେଷ କରି ଯେଉଁ ମାନେ ଆର୍ଥିକ ଦୃଷ୍ଟି ରୁ ଦୁର୍ବଳ ତଥା ଅନ୍ୟାନ୍ୟ ଅlନୁସଙ୍ଗିକ ସମସ୍ୟା ହେତୁ ତୀର୍ଥ ଯାତ୍ରା ରୁ ବଂଚିତ ହେଉଥିଲେ ସେମାନେ ବିଭିନ୍ନ ତୀର୍ଥ ସ୍ଥାନ ଦର୍ଶନ କରିବା ପାଇଁ ସୁଯୋଗ ପାଉଛନ୍ତି ଏବଂ ରାଜ୍ୟ ସରକାର ଙ୍କ ଉକ୍ତ ଯୋଜନା ବରିଷ୍ଠ ନାଗରିକ ଙ୍କ ପାଇଁ ବେଶ ସହାୟକ ହବା ସହିତ ସେମାନଙ୍କ […]

Read More Text.

ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ଥିବା ପୀଠରେ ମହାଶିବରାତ୍ରୀ

ଆଗରପଡ଼ା :ପ୍ରତିଥର ପରି ଏଥର ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ଥିବା ଶୈବ ପୀଠ ଗୁଡ଼ିକ ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ହୋଇଉଠିବା ସହ ଶହଶହ ବ୍ରତଧାରୀ ଉଜାଗର ହୋଇ ଦୀପ ଜାଳି ମନ୍ଦିର ପରିସରରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଭକ୍ତି ଭାବରେ ବସି ରହିଥିଲେ । ଏହି ପର୍ବ ଉପଲକ୍ଷେ ମନ୍ଦିର ଗୁଡ଼ିକୁ ଆଲୋକମାଳାରେ ଆକର୍ଷଣୀୟ ଭାବେ ସାଜ୍ଜସଜ୍ଜା କରାଯାଇଥିଲା । ବହୁ ଶ୍ରଦ୍ଧାଳୁ ସଂଧ୍ୟା ସମୟରେ ଶିବଙ୍କୁ ଦର୍ଶନ କରିଥିଲେ । ଏହା ଛଡ଼ା […]

Read More Text.

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା

ଆଗରପଡ଼ା :ଜଳଙ୍ଗା ଜହତା ଗ୍ରାମରେ ଅବସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜସେବୀ ମଳୟ କୁମାର ମହାରଣାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇଥିଲେ ଅନ୍ୟତମ ଅତିଥି ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସୁରେନ୍ଦ୍ର କୁମାର ମଲ୍ଲିକ,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା […]

Read More Text.