ଅସୁସ୍ଥତା ସତ୍ତ୍ବେ ପରୀକ୍ଷା ଦେଲେ ମେଧାବୀ ଛାତ୍ରୀ ଅଙ୍କିତା

ବାରିପଦା: ବାରିପଦା ସହରର ଭୁଗୁଡ଼ାକଟାର ବାସିନ୍ଦା ଯମୁନା ଧରାଙ୍କ ଝିଅ ମେଧାବୀ ଛାତ୍ରୀ ଅଙ୍କିତା ଧରା ମେଟ୍ରିକ୍ ପରୀକ୍ଷାର ପ୍ରଥମ ଦୁଇଟି ବିଷୟ ପରୀକ୍ଷା ଦେବାପରେ ପେଟ ଯନ୍ତ୍ରଣା ହେବାସହିତ ଚେତା ହରାଇ ବସିଥିଲେ l ଗୁରୁତର ଅବସ୍ଥାରେ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା l ଡାକ୍ତରଙ୍କ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ ଆପେଣ୍ଡିକ୍ସ ଓ ଖାଦ୍ୟ ନଳୀ ସଂକ୍ରମଣ ହୋଇଯାଇଅଛି l କିଛିଦିନ ଖାଦ୍ୟ ଖାଇବାକୁ […]

Read More Text.

ଖଗେଶ୍ୱର ଉ.ପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ

ଆଗରପଡ଼ା : ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ଖଗେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଜୟନ୍ତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଖଗେଶ୍ୱର ପଣ୍ଡା ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ବିଆରସିସି ହରେକୃଷ୍ଣ ଆପଟ୍ଟ, ମୁଖ୍ୟବକ୍ତା ରାଷ୍ଟ୍ରପତି […]

Read More Text.

ରାଜପଥ ଉପରେ ଗୋଠଛଡ଼ା ଦନ୍ତା, ଚଳାଚଳ ବାଧାପ୍ରାପ୍ତ ଓ ଲୋକେ ଭୟଭୀତ

ଆଗରପଡ଼ା :ରାଜ୍ୟ ରାଜପଥରେ ଗଜରାଜ୍‌,ନାକେଦମ୍ ହେଲେଣି ବନ ବିଭାଗ କର୍ମଚାରୀ ଏବଂ ପୋଲିସ । ଭଦ୍ରକ ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥ ଦେଇ ଭଦ୍ରକ ପଟୁକୁ ଯାଉଛି ହାତୀଟି,ରାସ୍ତା ମଝିରେ ହାତୀ ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି । ତେବେ ଗୋଠଛଡ଼ା ଦନ୍ତା ହାତୀଟି କପିଳାସ ଜଙ୍ଗଲରୁ ଆସି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବେଶ କରିଥିବା ବେଳେ ରାତ୍ରୀରୁ ହାଟଡିହି ବ୍ଲକ ସଢ଼ା ଓ ପରେ ବନ୍ତ ବ୍ଲକ […]

Read More Text.

ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ହରାଇ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭାରତ

ଦୁବାଇ: ଚେଜ୍ ମାଷ୍ଟର ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ବିଜୟ ସହ ଭାରତ ଫାଇନାଲ୍‌ରେ ପହଞ୍ଚିବା ସହ ୨୦୨୩ ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୮.୧ ଓଭରରେ ୬ ଓ୍ଵିକେଟ୍ ହରାଇ ଜିତି ନେଇଛି। ବିରାଟ କୋହଲି ୮୪ ରନର ଇନିଂସ ଖେଳି ଭାରତ ବିଜୟରେ […]

Read More Text.

୫ ତାରିଖରେ ଖୋଲା ରଖିବ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ଵର: ଆସନ୍ତାକାଲି ଖୋଲା ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ମାର୍ଚ୍ଚ ୫ ତାରିଖ ତଥା ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଆସନ୍ତାକାଲି ଖୋଲା ରହିବ । ସୂଚନା ଅନୁସାରେ, […]

Read More Text.

ବିଜୁ ଜୟନ୍ତୀରେ ଯୋଗ ଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ବିଜୁବାବୁଙ୍କ ଜୟନ୍ତୀରେ ବିଶିଷ୍ଟ ଅତିଥିଭାବେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ।  ଆସନ୍ତାକାଲି ଜୟଦେବ ଭବନରେ ସଂଧ୍ୟା ୭ଟାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ମହାସମାରୋହରେ ପାଳନ କରୁଛନ୍ତି ରାଜ୍ୟ ସରକାର ।  ବିଶିଷ୍ଟ ଅତିଥି ଭାବରେ ଯୋଗ ଦେବା ପାଇଁ ନବୀନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ ନେଇ ବିଜେଡିର […]

Read More Text.

ଇତିହାସ ବିଷୟରେ ବାବରନାମା ଓ ମନୁସ୍ମୃତି ସାମିଲ୍ କରିବାକୁ କଡ଼ା ବିରୋଧ: ପ୍ରସ୍ତାବ ପ୍ରତ୍ୟାହାର କରିବ ଦିଲ୍ଲୀ ୟୁନିଭର୍ସିଟି

ନୂଆଦିଲ୍ଲୀ: ଯୁକ୍ତ ଦୁଇ ଇତିହାସ ଅନର୍ସ ପେପରରେ ବାବରନାମା ଓ ମନୁସ୍ମୃତି ସାମିଲ୍‌ କରିବାକୁ ଅଧ୍ୟାପକମାନଙ୍କ କଡ଼ା ବିରୋଧ ପରେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଯାଉଛି ଦିଲ୍ଲୀ ୟୁନିଭର୍ସିଟି। ଏନେଇ ଉପ-କୁଳପତି(ଭାଇସଚାନସେଲର) ଯୋଗେଶ ସିଂହ ସୂଚନା ଦେଇଛନ୍ତି। ଏହି ପ୍ରସ୍ତାବ ଯେପରି ଏକାଡେମିକ୍ ପରିଷଦ (AC) ସମ୍ମୁଖରେ ନ ଆସେ ତେଣୁ ସେ ତାଙ୍କର ଏମାର୍ଜେନ୍ସି କ୍ଷମତାର ବ୍ୟବହାର କରିବେ ବୋଲି କହିଛନ୍ତି। ଏହି ପାଠ୍ୟ ବିଷୟଗୁଡ଼ିକୁ ବିଶ୍ୱ ବିଦ୍ୟାଳୟରେ କୋର୍ସରେ ସାମିଲ୍ କରିବା ପ୍ରସ୍ତାବକୁ ଗତ […]

Read More Text.

ସରକାରଙ୍କ ନିଷ୍ପତ୍ତି ବଦଳିବ କ୍ୟାପିଟାଲ ହସ୍ପିଟାଲ ରଙ୍ଗ

ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିଛନ୍ତି। ପୂର୍ବରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ରଙ୍ଗ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏବେ ରାଜ୍ୟର ବିଭିନ୍ନ ମେଡିକାଲର ରଙ୍ଗ ବଦଳିବ । ବିଶେଷକରି କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ବଡ଼ ମେଡିକାଲର ରଙ୍ଗ ବଦଳିବ। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି । କ୍ୟାପିଟାଲ ହସ୍ପିଟାଲର କେତେକ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସମ୍ପୂର୍ଣ୍ଣ ହେବା ପରେ ରଙ୍ଗ ବଦଳାଯିବ । ବିଜେପି ସରକାରଙ୍କର […]

Read More Text.

ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି, କାରଣ ଲୋକ ତାଙ୍କୁ ଭଲ ପାଆନ୍ତି: ପ୍ରମିଳା ମଲ୍ଲିକ

ଭୁବନେଶ୍ଵର: ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତି ପ୍ରସଙ୍ଗ । ବିଜେପିକୁ ଟାର୍ଗେଟ୍‌ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି, କାରଣ ଲୋକ ତାଙ୍କୁ ଭଲ ପାଆନ୍ତି । ଏପରି ଅପମାନ କରିବା ସରକାରଙ୍କ ଠିକ୍‌ ନୁହେଁ । ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲା ବିଜେପି । ବିଜୁଙ୍କୁ ଅପମାନ କରିବା କ’ଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ତେବେ […]

Read More Text.

ମହାକୁମ୍ଭ ଆୟୋଜନ ଆମ ପାଇଁ ଅଗ୍ନିପରୀକ୍ଷା ଥିଲା, ଗୋଟିଏ ବି ଅପରାଧ ଘଟି ନାହିଁ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାରେ ସମ୍ୱୋଧନ କରି ସିଏମ୍ ଯୋଗୀ ଆଦିତ୍ୟନାଥ ମହାକୁମ୍ଭର ସଫଳ ଆୟୋଜୱନ କଥା କହିଛନ୍ତି । ସେ ବ୍ୟବସ୍ଥିତ ଆଇନଶୃଙ୍ଖଳାର ଉଦହାରଣ ଦେଇ କହିଛନ୍ତି ଯେ ମହାକୁମ୍ଭରେ ୩୩ କୋଟି ମହିଳା ଆସିଥିଲେ, କିନ୍ତୁ ଉତ୍ପୀଡ଼ନ/ ଅପରାଧର ଗୋଟିଏ ବି ଘଟଣା ଘଟି ନାହିଁ । ମୋଟ ୬୭ କୋଟି ଶ୍ରଦ୍ଧାଳୁ ଆସିଥିଲେ କିନ୍ତୁ ଗୋଟିଏ ବି ଅପରାଧିକ ଘଟଣା ଘଟି ନାହିଁ । ସେ କହିଛନ୍ତି ଯେ ମହାକୁମ୍ଭର ବୃହତ ଆୟୋଜନ […]

Read More Text.