ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଓଡ଼ିଶା ପୋଲିସ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ । ମାର୍ଚ୍ଚ ୮ ଏବଂ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍‌ ବି ପରୀକ୍ଷା ସ୍ଥଗିତ କରାଯାଇଛି । ଓପିଆରବି ଦ୍ୱାରା ହେବାକୁ ଥିବା ପରୀକ୍ଷା ଅନ୍ୟାଦେଶ ଯାଏ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ ୯ରେ ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଏସଆଇ ପରୀକ୍ଷା ଗୋଟିଏ ଦିନରେ ଥିବାରୁ ପରୀକ୍ଷାର୍ଥୀ ତଥା ଚାକିରି ଆଶାୟୀ ଅସନ୍ତୋଷ ପ୍ରକାଶ କରିଥିଲେ […]

Read More Text.

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା

ପିପିଲି: ନିଶାରେ ଅଭ୍ୟସ୍ତଙ୍କୁ ନିଶାରୁ ଦୂରେଇବା ପାଇଁ ଖୋଲା ଯାଇଛି ନିଶା ନିବାରଣ କେନ୍ଦ୍ର । ହେଲେ ସେଠାରେ ନିଶାଗ୍ରସ୍ତଙ୍କୁ ଭଲ କରିବା ବଦଳରେ ଜୀବନ ଯାଉଛି । ପିଟି ପିଟି ଯୁବକକୁ ମାରି ଦେଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଶାଡ଼ିଙ୍କୁ ସୁଧାରି ଭଲ ବାଟକୁ ଆଣିବା ପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରକୁ ଭରସା କରନ୍ତି । କିନ୍ତୁ ଭଲ ବାଟକୁ ଫେରିବା ପାଇଁ ଯାଇଥିବା ନିଶାଡ଼ି ଶବ ହୋଇ ଘରକୁ ଫେରୁଛି […]

Read More Text.

ତେନ୍ତୁଲି ପଦର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୩୦ ବଖରା ଧ୍ଵଂସ ସ୍ତୁପରେ ପରିଣତ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତ ତେନ୍ତୁଲି ପଦର ଗ୍ରାମରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଆଜି ଅପରାହ୍ନ ପ୍ରାୟ ୪ ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ୯ ଟି ପରିବାର ସର୍ବସ୍ବାନ୍ତ ହୋଇଥିବାବେଳେ  ୩୦ ବଖରା ଧ୍ଵଂସ ସ୍ତୁପରେ ପରିଣତ ହୋଇଛି । ଏହି ଅଗ୍ନିକାଣ୍ଡରେ ଆନୁମାନିକ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି  ଜଳିଯାଇଥିବା  ପ୍ରାଥମିକ ଆକଳନରୁ ଜଣାପଡିଛି । ପିନ୍ଧି ଥିବା ବସ୍ତ୍ର ବ୍ୟତୀତ ଜଳିଜାଇଥିବା ଆସବାବପତ୍ର ମଧ୍ୟରେ ଧାନ ଚାଉଳ  […]

Read More Text.

ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟଙ୍କୁ ବହିଷ୍କାର କଲେ ସରକାର

ଭୁବନେଶ୍ବର: ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ବିଦା କଲେ ସରକାର । ଗୁରୁବାର ମନ୍ଦାକିନୀ କରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯାଇଛି । ଏଥିସହିତ ଆୟୋଗର ୫ ଜଣ ସଦସ୍ୟ ମଧ୍ୟ ବହିଷ୍କୃତ ହୋଇଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ କାରଣ ଦର୍ଶାଅ ହୋଇଥିଲା । ଗତ ନଭେମ୍ବର ମାସରେ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । […]

Read More Text.

ସର୍ଚ୍ଚ ଅପରେସନ ବେଳେ ବଡ଼ ଧରଣର ମାଓ ଡ଼ମ୍ପ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସକୁ ପୁଣି ମିଳିଛି ଆଉ ଏକ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ବଡ଼ ଧରଣର ମାଓ ଡ଼ମ୍ପ ଉଦ୍ଧାର କରାଯାଇଛି । ଜବାଗାଟା ଜଙ୍ଗଲ ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି । ଆଜି ସକାଳ ସମୟରେ ସିଆରପିଏଫ୍ ଏବଂ ଜିଲ୍ଲା ପୋଲିସ ମିଳିତ ଭାବରେ ମାଓ ଦମନ […]

Read More Text.

ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ, ଜଳିଗଲା ୧୨ ଟି ବଡ଼ ବୋଟ୍ ଓ ୮ ରୁ ଉର୍ଦ୍ଧ୍ବ ଟାପା

ପାରାଦୀପ : ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ । ୧୨ ଟି ବଡ଼ ବୋଟ୍ ଓ ୮ ରୁ ଉର୍ଦ୍ଧ୍ବ ଟାପା ଜଳି ଯାଇଛି । ମାଛଧରା ବନ୍ଦରରେ ରହିଛି ୬୫୦ ବଡ଼ ବୋଟ୍ ୪୦୦ ଟାପା । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି । ବୋଟ୍ ଗୁଡିକ ଫାଇବର କୋଟିଂ ଥାଏ । ସେହିପରି ବୋଟ୍ ରେ ଜାଲ , ଡିଜେଲ ଓ ଗ୍ୟାସ ଟାଙ୍କି ରହିଛି । ଏଥିପାଇଁ ନିଆଁ ଭୟଙ୍କର ରୂପ […]

Read More Text.

ତଳକୁ ଖସିଲା ଶ୍ରୀମନ୍ଦିର ନୀଳଚକ୍ର ବାନା

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଘଟଣ । ତଳକୁ ଖସିଲା ଶ୍ରୀମନ୍ଦିର ନୀଳଚକ୍ର ବାନା । ଆଜି ବାନା ବାନ୍ଧିବାକୁ ଚୂନରା ସେବାୟତ ନୀଳଚକ୍ର ଉପରକୁ ଯାଉଥିବା ବେଳେ ଅସାବଧାନତା ହେତୁ ନୂଆ ବାନାଗୁଡିକ ଖସିପଡି କାଞ୍ଚି ଗଣେଶ ମନ୍ଦିର ସମ୍ମୁଖ ନୃସିଂହ ମନ୍ଦିର ନିକଟରେ ପଡିଥିଲା । ଏହାପରେ ଆଉଜଣେ ଚୂନାରା ସେବାୟତ ତଳେ ପଡ଼ିଥିବା ବାନା ଗୁଡିକ ସେଠାରୁ ନେଇ ନୀଳଚକ୍ର ଉପରକୁ ଚଢିବା ପରେ ପୁରୁଣା ବାନାକୁ ପରିବର୍ତ୍ତନ କରାଯାଇ ନୂଆ ବାନା ଲାଗିଥିଲା […]

Read More Text.

ବାଣ ଭିଡ଼ିବାବେଳେ ବିସ୍ଫୋରଣ; ୪ ଗୁରୁତର

ଯାଜପୁର: ବାଣ ଭିଡ଼ିବାବେଳେ ବିସ୍ଫୋରଣ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ । ଗୁରୁବାର ବାଣଭିଡ଼ିବା ବେଳେ ହଠାତ୍‌ ବିସ୍ଫୋରଣ ଘଟି ଜଣଙ୍କ ଘର ଛାତ ଉଡିଯାଇଛି । ବିସ୍ଫୋରଣରେ ବାଣ ତିଆରି କରୁଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉକ୍ତ ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ବୟସ୍କ ଥିବା ବେଳେ ଦୁଇଜଣ ନାବାଳକ […]

Read More Text.

କୋଟିପତି ସରକାରୀ ବାବୁ, ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ତାଜୁବ୍

ଭୁବନେଶ୍ଵର: କୋଟିପତି ସରକାରୀ ବାବୁ । ଚଢ଼ାଉ ବେଳେ ଘରୁ ବାହାରୁଛି ପୁଳା ପୁଳା ସୁନା ସହ ବିଡ଼ା ବିଡ଼ା ଟଙ୍କା । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଜଳକା । ଯେପରି ଲାଗୁଛି ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ସୁନା, ରୁପା ଓ ହୀରାର ଭଣ୍ଡାର ଖୋଲିଛି ! ଚଢାଉ ବେଳେ କଟକ ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ରେଡ୍‌ ବେଳେ […]

Read More Text.

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: କୋର୍ଟରେ ହାଜର ହେଲା ପୁଞ୍ଜିଲାଲ

ପାଟଣାଗଡ଼: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ଘଟଣା । ଆଜି ହେବ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ବୟାନ ରେକର୍ଡ । ଏନେଇ ଅଭିଯୁକ୍ତ ପୁଞ୍ଜିଲାଲକୁ ବଲାଙ୍ଗୀର କାରାଗାରରୁ ଅଣାଯାଇ ପାଟଣାଗଡ଼ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି । ପୂର୍ବ ତାରିଖରେ ଅସୁସ୍ଥତା ଦେଖାଇ ମହଲତି ମାଗିଥିଲା ପୁଞ୍ଜିଲାଲ । ଫଳରେ ପୁଞ୍ଜିଲାଲର ବୟାନ ରେକର୍ଡ ହୋଇ ପାରିନଥିଲା । ଆଜି ବୟାନ ରେକର୍ଡ ପରେ ବିଚାରପତି ରାୟ ପ୍ରକାଶ କରିବେ । […]

Read More Text.