ବ୍ଲକ ପ୍ରଶାସନର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା, ଜବର ଦଖଲରେ ଏକର ଏକର ସରକାରୀ ଜମି

ଆଗରପଡ଼ା :ବନ୍ତ ବ୍ଳକର ବିଭିନ୍ନ ସ୍ଥାନରେ ଲୋକେ ସରକାରୀ ଜାଗା ଜମିକୁ ଜବର ଦଖଲ କରି ରଖିଛନ୍ତି । ଯଦ୍ୱାରା ବହୁ ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ବାଧାମଧ୍ୟ ସୃଷ୍ଟି ହେଉଛି । କିନ୍ତୁ ଏହାକୁ ଉଚ୍ଛେଦ କରିବାରେ ବ୍ଳକ ପ୍ରଶାସନ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିନଥିବା ବେଳେ ରାଜ୍ୟ ସରକାର ସରକାରୀ ଜାଗା ଜମିରୁ ଜବର ଦଖଲ ହଟାଇ ଏହାକୁ ତାର ବାଡ଼ ଦେଇ ଫଳକ ଲଗାଇ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ତେଣୁ […]

Read More Text.

ବସୁଧା ଯୋଜନାର ସଫଳ ରୂପାୟନ ହୋଇପାରୁନି, ପ୍ରକଳ୍ପ ଥାଇ ଲୋକଙ୍କ ଶୋଷ ମେଣ୍ଟୁନି

ଆଗରପଡ଼ା :ଗ୍ରାମାଚଂଳରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ଲାଗି ସରକାର ବସୁଧା ଯୋଜନା କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁନି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ବନ୍ତ ବ୍ଲକର ୨୫ ଟି ପଂଚାୟତର ବିଭିନ୍ନ ଗ୍ରାମରେ ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଛି । ନିର୍ମାଣ ସରିଥିବା ବିଭିନ୍ନ ଗ୍ରାମରେ ଜଳ ଯୋଗାଣ ଆରମ୍ଭରୁ ଆଣ୍ଠେଇ ପଡ଼ିଥିବା ଜଣାପଡ଼ିଛି । ପ୍ରକଳ୍ପ ଥାଇ […]

Read More Text.

ବହୁ ପ୍ରତିକ୍ଷୀତ ଶୌଚାଳୟ ଚାବି ଖୋଲିଲା

ଆଗରପଡ଼ା :ଦୀର୍ଘଦିନର ପ୍ରତୀକ୍ଷା ପରେ ଆଗରପଡ଼ା ବଜାରରେ ନିର୍ମିତ ହୋଇଥିବା ଶୌଚାଳୟ ଏବଂ ଥଣ୍ଡାପାଳୀୟ ଜଳ କେନ୍ଦ୍ର ଉଦ୍‌ଘାଟିତ ହୋଇଛି । ବିଧାୟକ ସଞ୍ଜୀବ ମଲ୍ଲିକ ଏହାକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଜିଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଳକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଜିଲାପରିଷଦ ସଭ୍ୟା ରୁନିତା ଦାସ , ବିଜେଡି ନେତା ପ୍ରଶାନ୍ତ ଦାଶ, ବିଜ୍ଞାନ ଭୂଷଣ ମହାନ୍ତି,ସତ୍ୟସାଧନ ବେଜ, ସମିତିସଭ୍ୟା ପଦ୍ମାବତୀ ନାଥଶର୍ମା, ସରପଂଚ ପ୍ରତିନିଧି ଦୀପକ ମହାନ୍ତି, ପଦ୍ମଲୋଚନ ନାଥଶର୍ମା, […]

Read More Text.

ଭୟନାହିଁ ଉପଭୋକ୍ତା ବିଲ୍ ନ ଦେଇ ପାରିଲେ ବି କଟିବନି ବିଦ୍ୟୁତ୍: ମନ୍ତ୍ରୀ

ଭୁବନେଶ୍ବର: ଚଳିତ ଗ୍ରୀଷ୍ମଋତୁରେ ବିଲ୍ ଅନାଦେୟ ଯୋଗୁ କୌଣସି ବିଦ୍ୟୁତ୍ ବିଚ୍ଛିନ୍ନ ହେବ ନାହିଁ ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିଶ୍ରୁତି ଦେଇଛନ୍ତି। ଅଚଳ ନଳକୂପଗୁଡ଼ିକୁ ମରାମତି କରିବା, ପଶୁମାନଙ୍କ ପାଇଁ ଆଶ୍ରୟସ୍ଥଳ ଯୋଗାଇବା ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଅଘୋଷିତ ବିଦ୍ୟୁତ କାଟ୍ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।।ଅଚଳ ନଳକୂପ ୪୮ ଘଣ୍ଟା […]

Read More Text.

ରାଜ୍ୟରେ ହ୍ୱାଟ୍ସଆପ୍-ଭିତ୍ତିକ ନାଗରିକ ସେବା ଆରମ୍ଭ ହେବ: ଓଡ଼ିଶା ସରକାର ଏବଂ ମେଟା ମଧ୍ୟରେ ଚୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ଏବଂ ମେଟା ଏକ ଏକୀକୃତ ହ୍ୱାଟ୍ସଆପ୍ ଚାଟବଟ୍ ଆରମ୍ଭ କରିବାକୁ ଚୁକ୍ତି କରିଛନ୍ତି ଯାହା ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମସ୍ତ ସାର୍ବଜନୀନ ସେବା ପ୍ରଦାନ କରିବାକୁ ସକ୍ଷମ ହେବ। ଏହି ଚାଟବଟ୍ ମାଧ୍ୟମରେ, ନାଗରିକମାନେ ଜନ୍ମ ଏବଂ ଆୟ ପ୍ରମାଣପତ୍ର ପାଇବା ସହିତ ଡ୍ରାଇଭିଂ ଏବଂ ସାର ଲାଇସେନ୍ସ ପାଇଁ ଆବେଦନ କରିବା ତଥା ଜାତୀୟ ପରିବାର ଲାଭ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବାଗୁଡ଼ିକୁ ଗୋଟିଏ ହ୍ୱାଟ୍ସଆପ୍ ନମ୍ବର […]

Read More Text.

ବ୍ରହ୍ମପୁରରେ ସୁଭଦ୍ରା ଦ୍ବିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଗଞ୍ଜାମ ଜିଲାର ବ୍ରହ୍ମପୁର ବିବେକ ବିହାରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିବେ। ବିବେକ ବିହାରରେ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ […]

Read More Text.

ମାର୍ଚ୍ଚ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର – ମାର୍ଚ୍ଚ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଚାଲିଥିବାରୁ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯେଗ ଶୁଣାଣିର ତାରିଖ ସମ୍ପର୍କରେ ଖବରକାଗଜ ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Read More Text.

ଶ୍ରୀକଲା ଘାଟି ନିକଟରେ ଭୟଙ୍କର ଦୁର୍ଘଟଣା: ଓ୍ବାଗନର୍‌ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇ ୩ ବାଇକ୍‌ ଆରୋହୀ ମୃତ

ଜି.ଉଦୟଗିରି  : କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଶୁକ୍ରବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଡି ୧୨ ୭୩୭୪ ନମ୍ବର ଥିବା ଓ୍ବାଗ୍‌ନର କାର ଏବଂ ଓଡି ୧୯ ଏଚ୍‌ ୪୨୯୫ ନମ୍ବର ବାଇକ ମୁହାଁ ମୁହିଁ ଧକ୍କା ହେବା ଯୋଗୁ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ୩ ଜଣ ଯୁବକ(କଳିଙ୍ଗା ଗ୍ରାମର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ) […]

Read More Text.

ଜମ୍ମୁ-କଶ୍ମୀରର ମହିଳାମାନଙ୍କୁ ମାଗଣା ବସ୍‌ ସେବା

ଜମ୍ମୁ-କଶ୍ମୀର,୭।୩: ଜମ୍ମୁ-କଶ୍ମୀର ବିଧାନସଭାରେ ଶୁକ୍ରବାର ବଜେଟ ଉପସ୍ଥାପିତ ହୋଇଛି। ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ଅନେକ ବଡ଼ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରର ମହିଳାମାନଙ୍କୁ ମାଗଣା ବସ୍‌ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା କହିଛନ୍ତି। ଏପରିକି ପ୍ରତି ପରିବାରକୁ ମାଗଣାରେ ୨୦୦ ୟୁନିଟ ବିଜୁଳି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ଏପରିକି ବଜେଟରେ ୧୫ ହଜାର ସରକାରୀ ସ୍କୁଲ ଖୋଲିବାକୁ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲା ହସ୍ପିଟାଲରେ ସିଟି […]

Read More Text.

ଜୟଶଙ୍କରଙ୍କ ବୟାନକୁ ନେଇ ପାକିସ୍ତାନରେ ହଇଚଇ

ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲଣ୍ଡନର ଚାଥାମ ହାଉସରେ ପାକ୍‌ ଅଧିକୃତ କଶ୍ମିର ସମ୍ପର୍କରେ ଏକ ବୟାନ ଦେଇଛନ୍ତି ଯାହା ଓମାର ଅବଦୁଲ୍ଲାଙ୍କଠାରୁ ପାକିସ୍ତାନ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି। ପ୍ରକୃତରେ, ଏହି କାର୍ଯ୍ୟକ୍ରମ ସମୟରେ, ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ, ଏସ ଜୟଶଙ୍କର କହିଥିଲେ ଯେ କଶ୍ମିରର ସମସ୍ୟାର ସମାଧାନ ସେତେବେଳେ ହୋଇପାରିବ ଯେତେବେଳେ ପାକିସ୍ତାନ କଶ୍ମିରର ଚୋରି ହୋଇଥିବା ଅଂଶକୁ ଅବୈଧ କବଜାରୁ ଆମକୁ ଫେରାଇ ଦେବ। […]

Read More Text.