ଉତ୍ତରପ୍ରଦେଶ: ନଦୀରେ ଓଲଟିଲା ଡଙ୍ଗା, ୪ ମୃତ

ସୀତାପୁର: ଉତ୍ତରପ୍ରଦେଶର ସୀତାପୁରରେ ଡଙ୍ଗା ଓଲଟିଯିବାରୁ ସେଥିରେ ବସିଥିବା ସମସ୍ତ ୧୫ ଯାତ୍ରୀ ନଦୀରେ ଖସିପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଅଛନ୍ତି । ଅନ୍ୟ ପକ୍ଷରେ ନଦୀରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୫ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜାଯାଉଛି । ସୀତାପୁରର ଜିଲ୍ଲାପାଳ ଅଭିଷେକ ଆନନ୍ଦ ସୂଚନା ଦେଇଛନ୍ତି ଯେ ଶାରଦା କେନାଲରେ ଏହି ଘଟଣା […]

Read More Text.

ହୋଲିରେ ଅଘଟଣ, ପୋଖରୀରେ ବୁଡି ୧୦ ବର୍ଷର ନାବାଳକ ମୃତ

ଛତ୍ରପୁର : ହୋଲିର ଅଘଟଣ । ପୋଖରୀରେ ବୁଡି ୧୦ ବର୍ଷର ନାବାଳକ ମୃତ । ମୃତ ନାବାଳକ ଗଞ୍ଜାମ ଜିଲ୍ଲାର ପୋଡ଼ମପେଟା ଗାଁର ବି. ବାବାଜୀଙ୍କ ପୁଅ ବି. ଚନ୍ଦନ l ହୋଲି ଖେଳି ସାରି ଗାଁରେ ଥିବା ପୋଖରୀକୁ ୪ ଜଣ ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିଲେ ଚନ୍ଦନ । ଏହି ସମୟରେ ସେ ପାଣିରେ ବୁଡି ଯାଇଥିଲେ l ଗ୍ରାମବାସୀ ଚନ୍ଦନକୁ ଉଦ୍ଧାର କରି ପ୍ରଥମେ ଗଞ୍ଜାମ ମେଡିକାଲ ଓ ପରେ ଛତ୍ରପୁର ଉପଖଣ୍ଡ […]

Read More Text.

କାଦୁଅ ହୋଲିରେ ମସଗୁଲ୍ ହେଲେ ଛାତ୍ରଛାତ୍ରୀ

ରାଉରକେଲା: ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର, ରଙ୍ଗ ଏବଂ ଫୁଲ ହୋଲି ତାଳେ ତାଳେ ଚାରିଆଡ଼େ ଏବେ ଉତ୍ସବ ମାହୋଲ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ।ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳୁଛନ୍ତି । ସବୁଠି ଜମୁଛି […]

Read More Text.

ହୋଲି ଖେଳକୁ କେନ୍ଦ୍ର କରି ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଜଗତପୁର ଓ ବାରଙ୍ଗରେ ଗୋଷ୍ଠୀ ସଂଘର୍ଷ

ହୋଲି ଖେଳକୁ କେନ୍ଦ୍ର କରି କଟକ ଜଗତପୁରରେ ଦୁଇ ସାହି ଭିତରେ ହୋଇଛି ଗଣ୍ଡଗୋଳ । ଢେଲା ପଥର ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ ଚଳାଇଛି । ସେହିପରି ବାରଙ୍ଗରେ ଗୋଷ୍ଠୀ ସଂଘର୍ଷ ହୋଇଛି । ବାରଙ୍ଗ ଥାନା ନରାଜରେ ହୋଲିଖେଳ ବେଳେ ହୋଇଛି ଗଣ୍ଡଗୋଳ । ଗତକାଲି ଦୋଳ ପୂର୍ଣ୍ଣମୀକୁ ନେଇ କୈବର୍ତ୍ତ ସାହି ଓ […]

Read More Text.

ଯୁଦ୍ଧ ବନ୍ଦ ପାଇଁ ଚାଲିଛି ଉଦ୍ୟମ, ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ୍

ୱାସିଙ୍ଗଟନ ଡିସି: ୩ ବର୍ଷ ଧରି ଚାଲିଥିବା ଋଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପରିସମାପ୍ତି ହେବ ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ଆମେରିକା ମଧ୍ୟସ୍ଥତା କରିବାରେ ଲାଗିଛି । ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷିଆ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି କି ୟୁକ୍ରେନର ସୈନ୍ୟଙ୍କୁ ଛାଡ଼ିଦେବାକୁ । ହେଲେ ପୁଟିନ୍‌ କହିଛନ୍ତି, ଆମେ ଆପଣଙ୍କ କଥାକୁ ସେତେବେଳେ ସମ୍ମାନ ଦେବୁ ଯେତେବେଳେ ଯୁକ୍ରେନ୍‌ ସୈନ୍ୟମାନେ ଆତ୍ମସମର୍ପଣ କରିବେ । ବର୍ଷେ କି ୨ ବର୍ଷ […]

Read More Text.

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ହେମା ମାଳିନୀ

ଭୁବନେଶ୍ୱର: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମା ମାଳିନୀ ଶନିବାର ହୋଲି ଅବସରରେ ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପୁରୀରେ ହୋଲି ପାଳନ କରି ନିଜକୁ ଧନ୍ୟ ମନେ କରୁଛି। ସୁବ୍ୟବସ୍ଥା ପାଇଁ ମୁଁ ଓଡ଼ିଶା ସରକାର, ଜନସାଧାରଣ, ରତିକାନ୍ତ ମହାପାତ୍ର ଧନ୍ୟବାଦ ଜଣାଉଛି। ତେବେ ଗତ ଶୁକ୍ରବାର ରାଜଧାନୀର ରବୀନ୍ଦ୍ର ମଣ୍ଡପ ଠାରେ ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବଲିଉଡ ଅଭିନେତ୍ରୀ […]

Read More Text.

ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ, ୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଅସହ୍ୟ ଖରାରେ ସିଝୁଛି ରାଜ୍ୟ। ଉପକୂଳରୁ ଉପାନ୍ତ ସବୁଠି ଖରାର ପ୍ରକୋପ । ୧୮ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର। ଭୀଷଣ ହିଟ ୱେଭ ନେଇ ଆଜି ୩ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡିକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ହିଟୱେଭ ନେଇ ୪ ଜିଲ୍ଲା ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ ଓ ସୋନପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। […]

Read More Text.

ଝିଅ ଘର ସାମ୍ନାରେ ଚାଲିଗଲା ବାପା, ମା’ ଓ ଭାଇର ଜୀବନ

କେନ୍ଦୁଝର: ହୋଲିରେ ବଡ଼ ଅଘଟଣ। ମର୍ମନ୍ତୁଦ ଦୁର୍ଘଟଣାରେ ନିଶ୍ଚିନ୍ନ ହୋଇଗଲା ପରିବାର। ଝିଅ ଘର ସାମ୍ନାରେ ଟ୍ରକ ଧକ୍କାରେ ଚାଲିଗଲା ବାପା, ମାଆ ସମେତ ପୁଅର ଜୀବନ । କେନ୍ଦୁଝର ଯୋଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ସାନନଈ ଗାଁର ଐବନ ପ୍ରଧାନ, ସ୍ତ୍ରୀ ମଥାମଣି ଓ ପୁଅ ମଙ୍ଗଲ ପ୍ରଧାନ ଝିଅ ଘର ଦୋଳିତାକୁ ବାଇକ ଯୋଗେ ଆସୁଥିବା ବେଳେ […]

Read More Text.

ହରିୟାଣାରେ ବିଜେପି ନେତାଙ୍କୁ ଗୁଳିମାଡ଼

ଚଣ୍ଡିଗଡ଼: ବିଜେପି ନେତାଙ୍କୁ ହତ୍ୟା । ହରିୟାଣା ସୋନିପତରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଜମି ବିବାଦକୁ ନେଇ ଗତକାଲି ହତ୍ୟାକାଣ୍ଡ ହୋଇଥିବା ସୂଚନା । ଖବର ଅନୁସାରେ ଜବାହର ଗାଁରେ ଗତକାଲି ଏଭଳି ହତ୍ୟାକାଣ୍ଡ ହୋଇଛି । ବିଜେପି ନେତା ତଥା ଗାଁ ମୁଖିଆ ସୁରେନ୍ଦ୍ର ଜବାହରଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ହତ୍ୟାକାରୀର ନାଁ ମୋନୁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତକ ବିଜେପି ନେତା ସୁରେନ୍ଦ୍ର ନିଜ […]

Read More Text.

ସ୍ତ୍ରୀକୁ ଜୀବନରୁ ମାରିଦେଲା ସଇତାନ ସ୍ବାମୀ

ବାରିପଦା: ସ୍ତ୍ରୀକୁ ଜୀବନରୁ ମାରିଦେଲା ସଇତାନ ସ୍ବାମୀ । ସ୍ତ୍ରୀକୁ ମାରି ଶବ ପାଖରେ ବସି ରହିଲା ସ୍ବାମୀ । ଚାନ୍ଦୁଆ ଥାନା ଟାଙ୍ଗଶୋଳ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ? ଖବର ପାଇ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଲା ପୋଲିସ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ ତଦନ୍ତରୁ ଟଙ୍କା ପଇସା ପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ଉଗ୍ର ହୋଇଥିଲା ଯେ ସ୍ଵାମୀ ସ୍ତ୍ରୀକୁ ହତ୍ୟା […]

Read More Text.