US ମିଣ୍ଟ ତିଆରିକରିବ ଡୋନାଲ୍ଡ ଟ୍ରମ୍ପଙ୍କ ଛବି ଥିବା ଡଲାରର ଖାସ ମୁଦ୍ରା, ସ୍ୱାଧୀନତାର ୨୫୦ତମ ବାର୍ଷିକ ଅବସରରେ ହେବ ଜାରି

ୱାସିଂଟନ: ଆମେରିକା ଟ୍ରେଜରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ବୁଧବାର କହିଛନ୍ତି ଯେ ଆମରିକା ସ୍ୱାଧୀନତାର ୨୫୦ତମ ବାର୍ଷିକ ଅବସରରେ ୟୁଏସ ମିଣ୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ନୂଆ ଡଲାରର ମୁଦ୍ରା ତିଆରି ଆରମ୍ଭ କରିବ। ଏହି ମୁଦ୍ରାର ଗୋଟିଏ ପଟେ ଟ୍ରମ୍ପଙ୍କ ଛବି ରହିବ ଓ ଏହା ଏହା ଉପରେ ‘ଲିବର୍ଟି’ ଲେଖା ରହିବା ସହ ତଳେ ୧୭୭୬-୨୦୨୬ ଅଙ୍କିତ ହେବ। ଏହା ଛଡା ଟ୍ରମ୍ପଙ୍କ ଛବି ପାଖରେ ‘ଇନ୍ ଗଡ ବି ଟ୍ରଷ୍ଟ’ ଲେଖା ରହିବ। […]

Read More Text.

ପାରାଦୀପ – ହରିଦାସପୁର ଦୋହରିକରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୁଧବାର ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛି । କେନ୍ଦ୍ର କ୍ୟାବିନେଟରେ ପାରାଦୀପ – ହରିଦାସପୁରର ଦୋହରିକରଣକୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହାସହିତ ରାଜଖରସ୍ୱାନ ଓ ଡାଙ୍ଗୋପୋସିର ଚତୁର୍ଥ ଲେନ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି । ଦୁଇ ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୩,୯୦୭ କୋଟି ଟଙ୍କା । ଓଡ଼ିଶା ଏବଂ ଝାଡ଼ଖଣ୍ଡ ରାଜ୍ୟର ୪ଟି ଜିଲ୍ଲାକୁ କଭର କରୁଥିବା ଦୁଇ ପ୍ରକଳ୍ପ ଭାରତୀୟ ରେଳବାଇର ନେଟୱାର୍କକୁ ପ୍ରାୟ ୧୪୫ […]

Read More Text.

ଆଉ ଚଳିବନି ମନମାନି, ସରକାରୀ ଡାକ୍ତର ଲେଖିବେ ଜେନେରିକ୍‌ ଔଷଧ

ଭଦ୍ରକ: ରୋଗୀଙ୍କୁ ଶସ୍ତାରେ ଔଷଧ ଉପଲବ୍ଧ କରିବା ଲକ୍ଷ୍ୟରେ ସରକାର ଜେନେରିକ୍ ଔଷଧ ସେବନ ବିଷୟରେ କୁହନ୍ତି। ସରକାରୀ ଡାକ୍ତରଙ୍କୁ ମଧ୍ୟ ଜେନେରିକ ଔଷଧ ଲେଖିବାକୁ ପରାମର୍ଶ ଦିଆଯାଏ। ଏହାପରେ ବି ସରକାରୀ ଡାକ୍ତରଖାନାରେ ନାମିଦାମି ମେଡିସିନ ଲେଖାଯାଉଛି। ରୋଗୀ ଅଯଥାରେ ସେହି ମେଡିସିନ ବାହାରୁ କିଣି ଖର୍ଚ୍ଚାନ୍ତ ହେଉଛି। ଏଭଳି କିଛି ଅଭିଯୋଗ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଥିଲା। ଏଣୁ ସରକାରୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଶସ୍ତା ଓ ସୁଲଭ ଔଷଧ ଯୋଗାଇବା […]

Read More Text.

କୁଡ଼ନକୁଲମ ପରମାଣୁ ବିଦ୍ୟୁତ କେନ୍ଦ୍ରର ବ୍ଲୁ-ପ୍ରିଣ୍ଟ୍ ଲିକ, ଡାର୍କ ୱେବ୍‌ରେ ତଥ୍ୟ ସାର୍ବଜନୀନ କଲା ହ୍ୟାକର୍ ଗ୍ରୁପ୍‌

ବେଙ୍ଗାଲୁରୁ: ଭାରତର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ତାମିଲନାଡୁର କୁଡ଼ନକୁଲମ ପରମାଣୁ ବିଦ୍ୟୁତ କେନ୍ଦ୍ର ସହ ଜଡ଼ିତ ଅତି ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଛି। ଏକ ଅନ୍ତର୍ଜାତୀୟ ରାନସମୱେର୍ (ସାଇବର ଲୁଟେରା) ଗ୍ରୁପ୍ ‘ୱାର୍ଲ୍ଡ ଲିକ୍ସ’ ଏହି ପ୍ଲାଣ୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଂଶର ବ୍ଲୁ-ପ୍ରିଣ୍ଟ୍ ଏବଂ ଯୋଗାଣକାରୀଙ୍କ ସମ୍ପର୍କିତ ତଥ୍ୟ ଡାର୍କ ୱେବ୍‌ରେ ପ୍ରକାଶ କରିଛି। ଏହି ତଥ୍ୟଗୁଡ଼ିକ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ଶିଳ୍ପପତି ଅନିଲ୍ ଅମ୍ବାନୀଙ୍କ ‘ରିଲାଏନ୍ସ ଗ୍ରୁପ୍‌’ର ସର୍ଭରରୁ ଚୋରି […]

Read More Text.

କେନ୍ଦ୍ର କ୍ୟାବିନେଟର ୭ଟି ବଡ଼ ନିଷ୍ପତ୍ତି: ସେମିକଣ୍ଡକ୍ଟର ମାନୁଫ୍ୟାକ୍ଚରିଂ, ବାରାଣସୀ କରିଡର ଓ ଅନ୍ୟ ପ୍ରକଳ୍ପକୁ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବୁଧବାର ଦିନ ଦେଶର ଭିତ୍ତିଭୂମି, ଉତ୍ପାଦନ ଏବଂ ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମସ୍ତ ପ୍ରକଳ୍ପ ପାଇଁ ସମୁଦାୟ ୨,୧୯,୩୫୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଶ୍ୱସ୍ତରରେ ଭାରତକୁ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ହବ୍ […]

Read More Text.

କଟକ ଯୋବ୍ରା ବ୍ୟାରେଜରେ ଅଘଟଣ, ମାଛ ଧରୁ ଧରୁ ଖସି ପଡ଼ିଲେ ଯୁବକ

କଟକ : ମାଛ ଧରୁ ଧରୁ ଖସି ପଡ଼ିଲେ । କଟକ ଯୋବ୍ରା ବ୍ୟାରେଜରେ ଅଘଟଣ । ମହାନଦୀକୁ ଖସି ପଡ଼ିଲେ ଯୁବକ । ବ୍ୟାରେଜ ଉପରେ ଛିଡ଼ା ହୋଇ ନଦୀକୁ ଜାଲ ପକାଇ ମାଛ ଧରୁଥିବା ବେଳେ ଖସି ଗଲା ଗୋଡ଼ । ତୁରନ୍ତ ଖବର ପାଇ ପହଞ୍ଚିଲା ଅଗ୍ନିଶମ ବାହିନୀ । ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର କର୍ମଚାରୀ କଲେ ଉଦ୍ଧାର । ଉଦ୍ଧାର ଯୁବକ ନାଗରାଜ ରାଓ। ବୟସ ୧୯ ବର୍ଷ । ଆଜି ଭୋର୍ […]

Read More Text.

ପୁରୀକୁ ରେଡ୍ ଆଲର୍ଟ: ୨୪ ଘଣ୍ଟାରେ ୧୭୧ ମିମି ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା

ପୁରୀ: ରାତି ପାହିଲେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ଏହି ରଥଯାତ୍ରା ଦେଖିବାକୁ ଦୁର ଦୁରାନ୍ତର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ପହଞ୍ଚିଛନ୍ତି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ପୁରୀ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପୁରୀ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ଗତ ୨୪ ଘଣ୍ଟା […]

Read More Text.

ନୋଏଡାର ମାମୁରାରେ ଭୟଙ୍କର ଅଗ୍ନିକାଣ୍ଡ, ସଂକୀର୍ଣ୍ଣ ରାସ୍ତାରେ ସିଡ଼ି ବ୍ୟବହାର କରି ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆର ସଂଲଗ୍ନ ନୋଏଡାର ସେକ୍ଟର ୬୬ ମାମୁରା ଗାଁରେ ଏକ ୫ ମହଲା ଆବାସିକ କୋଠାରେ ବୁଧବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁଃଖଦ ଦୁର୍ଘଟଣାରେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହୋଇଛି। ଅଗ୍ନିଶମ ବିଭାଗ ଏବଂ ପୁଲିସ ତୁରନ୍ତ କାର୍ଯ୍ୟ କରି କୋଠାରେ ଫସି ରହିଥିବା ପ୍ରାୟ ୫୦ ପରିବାରର ୧୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ପ୍ରାଥମିକ […]

Read More Text.

ବ୍ରହ୍ମପୁରରେ କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ, କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ

ବ୍ରହ୍ମପୁର: କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ । ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗର ଲେନ୍-୫ରେ ଯୁବତୀଙ୍କ ଆତ୍ମାହୁତି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର ବେଳେ ଯୁବତୀଙ୍କ ମୃତ୍ୟୁ । ତେବେ ଯୁବତୀ ଜଣକ କାହିଁକି ନିଜକୁ ଜାଳିଲେ ତା’ର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ନିଆଁ ଲାଗିବା କାରଣରୁ ଯୁବତୀ ଜଣକ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ସଙ୍କଟାପନ୍ନ […]

Read More Text.

ସିଂହଦ୍ୱାର ଚକଡାରେ ତିନି ରଥ, ଆସନ୍ତାକାଲି ଅପରାହ୍ଣ ୪ଟାରେ ରଥଟଣା

ପୁରୀ:ରାତି ପାହିଲେ ପୁରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା । ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରଥଯାତ୍ରା ପାଇଁ ଛତିଶା ନିଯୋଗ, ନୀତି ସବ୍ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଵୀକୃତି କ୍ରମେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇ ହୋଇଛି। ଆସନ୍ତାକାଲି ଅପରାହ୍ଣ ୪ଟାରେ ତିନିରଥର ରଥଟଣା ଆରମ୍ଭ ହେବ। ଗୁରୁବାର ସକାଳ ୬ଟା ସୁଦ୍ଧା ମଙ୍ଗଳ ଆଳତି, ୬ଟା ୧ ରୁ ୬ ଟା ୩୦ ସୁଦ୍ଧା ମଇଲମ […]

Read More Text.