ଆହତ କଂଗ୍ରେସ କର୍ମୀଙ୍କୁ ହସ୍ପିଟାଲରେ ଭେଟିଲେ ବିଧାୟକ ତାରାପ୍ରସାଦ

ଭୁବନେଶ୍ବର : ବିଧାନସଭା ଘେରାଓ ସମୟରେ ଆଜି ପୁଲିସର ଲାଠିଚାର୍ଜରେ ଆହତ ହୋଇଥିବା କଂଗ୍ରେସ କର୍ମୀମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆହତ କର୍ମୀମାନଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିବା ଜଣାପଡିଛି। ଆହତ କର୍ମୀମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ବିଧାୟକ ତାରାପ୍ରସାଦ। ସେ କହିଛନ୍ତି, ଆମର କଂଗ୍ରେସ କର୍ମୀମାନଙ୍କ ପାଇଁ ମୁଁ ଗର୍ବିତ ଯେଉଁମାନେ ନିର୍ଭୀକ ଭାବରେ ସମ୍ବେଦନହୀନ ଏବଂ ଅତ୍ୟାଚାରୀ ବିଜେପି […]

Read More Text.

ମଧ୍ୟାହ୍ନ ଭୋଜନରେ ସାମିଲ ହେଲା ପୁଷ୍ଟିକର ଲଡୁ : ଅଣ୍ଡା ୩ ଦିନ, ଲଡୁ ୩ଦିନ ମିଳିବ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧ ତାରିଖରୁ ବଦଳିବାକୁ ଯାଉଛି ମଧ୍ୟାହ୍ନ ଭୋଜନର ରୂପରେଖ। ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ । ଅଣ୍ଡା ସହ ପୁଷ୍ଟିକର ଲଡୁ ମଧ୍ୟାହ୍ନ ଭୋଜନରେ ଦିଆଯିବ । ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ । ମଙ୍ଗଳବାର, ଗୁରୁବାର, ଶନିବାର ପୁଷ୍ଟିକର ଲଡୁ ମିଳିବ । ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଅଣ୍ଡା ଦିଆଯିବ । ପିଏମ୍‌ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଲଡୁ […]

Read More Text.

ଟ୍ରାଏଲ ରନ୍‌ ପରେ ମିଳିଲା ସବୁଜ ସଙ୍କେତ: ବୌଦ୍ଧ -ପୁରୁଣା କଟକକୁ ଗଡିବ ରେଳ

ବୌଦ୍ଧ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି ।  ବୌଦ୍ଧରୁ ପୁରୁଣା କଟକ ପର୍ଯ୍ୟନ୍ତ ନବନିର୍ମିତ ୨୭କିମି ଦୂରତା ସମ୍ପନ୍ନ ରେଳଧାରଣାର ଦୁଇଦିନିଆ (ସି.ଆର.ଏସ) କମିଶନର ଅଫ୍ ରେଳ ସେଫଟି କାର୍ଯ୍ୟ ସମାପନ ହୋଇଛି । ସି.ଆର.ଏସ ଟିମ୍ ହରଭଙ୍ଗା ବ୍ଲକର ପୁରୁଣା କଟକ ନବନିର୍ମିତ ରେଳ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚି ମାନଦଣ୍ଡ ଅନୁସାରେ ସମସ୍ତ ଯାଞ୍ଚ ପ୍ରକିୟା ତନ୍ନ ତନ୍ନ କରି ଅନୁଧ୍ୟାନ କରିଥିଲେ । ବିଶେଷକରି ପ୍ୟାକେଜ -୪ ର ଏ.ଟି ,ଏଫ.ବି  ସହିତ […]

Read More Text.

ଦେବଗଡ଼ରେ ମୃତ ହୋମଗାର୍ଡ ପ୍ରାର୍ଥୀଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ସମୟରେ ପ୍ରାଣ ହରାଇଥିବା ସାହେବା ଦେହୁରୀ (୧୯)ଙ୍କ ପରିବାରଙ୍କ ପାଇଁ ଗୁରୁବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଦେବଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷାର୍ଥୀଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ […]

Read More Text.

ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ରାସନ ସାମଗ୍ରୀ ବିତରଣ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ସକାଳ ସାତ ଘଟିକାରୁ ୧୦ ଘଟିକା ଏବଂ ସନ୍ଧ୍ୟା ପାଞ୍ଚ ଘଟିକାରୁ ଆଠ ଘଟିକା ମଧ୍ୟରେ ବଣ୍ଟନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏ ସଂକ୍ରାନ୍ତରେ ଆବଶ୍ୟକୀୟ ପଦକ୍ଷେପ […]

Read More Text.

ମିରଟରେ ଘଟିଥିବା ଘଟଣା ନିନ୍ଦନୀୟ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ- ବାଗେଶ୍ବର ବାବା

ନୂଆଦିଲ୍ଲୀ: ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ମିରଟ ହତ୍ୟାକାଣ୍ଡ। ପ୍ରେମିକ ସହ ରହିବା ପାଇଁ ସ୍ବାମୀକୁ ହତ୍ୟା କରିବା ଏବଂ ମୃତଦେହକୁ ୧୫ଖଣ୍ଡ କରି ଏକ ପାଣି ଡ୍ରମରେ ସିମେଣ୍ଟ କରିଦେବା ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଛି। ଘରେ ଘରେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବଳେ ଏବେ ଧର୍ମ ପ୍ରଚାରକ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତଥା ବାଗେଶ୍ୱର ବାବା ଏହାକୁ ଉପରେ ପ୍ରତିକ୍ରିୟ ରଖିଛନ୍ତି। “ବର୍ତ୍ତମାନ, ନୀଳ ଡ୍ରମ୍ ଭାରତରେ ପ୍ରସିଦ୍ଧ ଏବଂ […]

Read More Text.

ଭାରତର ସିନେମା ପାକିସ୍ତାନ ବ୍ୟାନ କରି ନିଜର କ୍ଷତି କରିଛି: ପାକିସ୍ତାନର ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ : ପାକିସ୍ତାନର ଇମ୍ରାନ ଖାନ ସରକାରରେ ମନ୍ତ୍ରୀ ଥିବା ଫୱାଦ ଚୌଧୁରୀ କହିଛନ୍ତି ଯେ ପାକିସ୍ତାନ ଏପରି ନୀତି ତିଆରି କରିବା ଉଚିତ୍ ନୁହେଁ ଯାହା ସାଧାରଣ ପାକିସ୍ତାନୀ ଏବଂ ସାଧାରଣ ଭାରତୀୟଙ୍କୁ କ୍ଷତି ପହଞ୍ଚାଏ। ସେ କହିଛନ୍ତି ଯେ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକୁ ନିଷିଦ୍ଧ କରିବା ପାଇଁ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ଭୁଲ ଥିଲା କାରଣ ଏହା ପାକିସ୍ତାନୀ ସିନେମାକୁ କ୍ଷତି ପହଞ୍ଚାଇଥିଲା। ସେ କହିଥିଲେ, ମୁଁ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକୁ ନିଷିଦ୍ଧ କରିବା ସପକ୍ଷରେ ନୁହେଁ।’ […]

Read More Text.

କିମଙ୍କ ନୂଆ କାରନାମା ! AI ବ୍ୟବହାର କରି ତିଆରି କଲେ ବିପଜ୍ଜନକ ଅସ୍ତ୍ର

ସିଓଲ,୨୭।୩: ଉତ୍ତର କୋରିଆର ନେତା କିମ ଜଙ୍ଗ ଉନ କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏକ ଆତ୍ମଘାତୀ ଡ୍ରୋନର ପରୀକ୍ଷଣ ତଦାରଖ କରିଥିଲେ ଏବଂ କହିଛନ୍ତି ଯେ ଆଧୁନିକ ଅସ୍ତ୍ରଶସ୍ତ୍ର ବିକାଶରେ ମାନବହୀନ ନିୟନ୍ତ୍ରଣ ଏବଂ AI କ୍ଷମତା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ। ସେ ନୂତନ ଉନ୍ନତ ଗୁଇନ୍ଦା ଡ୍ରୋନଗୁଡ଼ିକ ମଧ୍ୟ ନିରୀକ୍ଷଣ କରିଥିଲେ, ଯାହା ସ୍ଥଳ ଏବଂ ସମୁଦ୍ରରେ ବିଭିନ୍ନ ରଣନୈତିକ ଲକ୍ଷ୍ୟ ଏବଂ ଶତ୍ରୁ କାର୍ଯ୍ୟକଳାପକୁ ଚିହ୍ନଟ କରିବାରେ ସକ୍ଷମ। କିମ […]

Read More Text.

ଏ ଦେଶ ଧର୍ମଶାଳା ନୁହେଁ ଯେ ଯିଏ ଚାହିଁଲା ଏଠାରେ ଆସି ରହିବ : ଅମିତ ଶାହା

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଲୋକସଭାରେ ପ୍ରବାସ ଏବଂ ବିଦେଶୀ ବିଲ୍ ୨୦୨୫ (ଇମ୍ରିଗେସନ ଏଣ୍ଡ ଫରେନର୍ସ ବିଲ୍) ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଥିଲେ ଯେ ଦେଶର ସୁରକ୍ଷା ପାଇଁ, ଆମ ଦେଶକୁ କିଏ ଏବଂ କେତେ ସମୟ ପାଇଁ ଆସନ୍ତି ତାହା ଜାଣିବାର ଅଧିକାର ଅଛି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହି ଦେଶ କୌଣସି ଧର୍ମଶାଳା ନୁହେଁ ଯେଉଁଠାରେ ଯେକେହି ଯେତେବେଳେ ଚାହିଁବେ ଏବଂ ଯେକୌଣସି ଉଦ୍ଦେଶ୍ୟରେ […]

Read More Text.

ଅଙ୍ଗନବାଡ଼ି କର୍ମଚାରୀଙ୍କ ଠାରୁ ୫୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର

କୋରାପୁଟ: ନୂଆ କରି ଅଙ୍ଗନବାଡ଼ିରେ ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଇ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଆଙ୍ଗନବାଡ଼ି ସୁପରଭାଇଜର ରେଣୁକା ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୋରାପୁଟ ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମହିଳା ସୁପରଭାଇଜର ରେଣୁକା ପଟ୍ଟନାୟକ ଲକ୍ଷ୍ମୀପୁର ବ୍ଲକରେ ନୂଆ କରି ଅଙ୍ଗନବାଡ଼ିରେ ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯଦି ଟଙ୍କା ନ ଦିଅନ୍ତି ତାଙ୍କୁ […]

Read More Text.