୨ ବର୍ଷରେ ତୁଟିବ ଜଗନ୍ନାଥଙ୍କ ଜମି ବିବାଦ, ୩ ମାସ ମଧ୍ୟରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି

ଭୁବନେଶ୍ୱର : ୩ ମାସ ମଧ୍ୟରେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ ରାଜ୍ୟସରକାର । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ଅଧିକ ବର୍ଷ ଜଗ୍ନନାଥଙ୍କ ଜମି ଜବରଦଖଲ କରିଥିବେ ସେମାନଙ୍କୁ ରିହାତିରେ ୧୦୦ ଡିସିମିଲ ଜାଗା ଯୋଗାଇଦେବେ ରାଜ୍ୟସରକାର । କୋରାପୁଟରେ ୨୭ ହଜାର ୪୧୦ ଏକର ଜଗନ୍ନାଥଙ୍କ ଜମି ଚିହ୍ନଟ ହୋଇଛି ।  ଜିଲ୍ଲାରେ ଯେଉଁଠି ଜଗନ୍ନାଥଙ୍କ […]

Read More Text.

ଖୁବଶୀଘ୍ର ଆଉ ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର

ଭୁବନେଶ୍ୱର : ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି । ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଗତକାଲି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରଶ୍ନକାଳରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ନେଇ କୌଣସି ବ୍ୟବସ୍ଥା ହୋଇଛି କି ନାହିଁ ? ପ୍ରଶ୍ନ କରିଥିଲେ ଅତାବିରା ବିଧାୟକ ନିହାର ମହାନନ୍ଦ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ବିଦ୍ୟାଳୟ ଓ […]

Read More Text.

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୧୬ ନକ୍ସଲ

ନୂଆଦିଲ୍ଲୀ : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଛତିଶଗଡ ସୁକମା ଜିଲ୍ଲା ଅପମ୍ପଲି ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କ ମଧ୍ୟ ମିଳିତ ଅପରେସନ୍ ହୋଇଛି।  ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ଜଣ ନକ୍ସଲ ନିହତ ହୋଇଥିବାବେଳେ ଦୁଇ ଯବାନ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏବେବି ଗୁଳି ବିନିମୟ ଜାରି ରହିଛି।

Read More Text.

ଟଙ୍କା ଦିଅ ଶିଶୁ ନିଅ ଘଟଣା: ୨ସହାୟକ ବହିଷ୍କୃତ, ନର୍ସିଂ ଅଫିସର ଓ ସଫେଇ କର୍ମଚାରୀଙ୍କ ବଦଳି

ସୁନ୍ଦରଗଡ:ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାତୃ ଶିଶୁ ହସ୍ପିଟାଲ (ଏମସିଏଚ୍‌)ରେ ହଜାରେ ଟଙ୍କା ନ ଦେଲେ ସେବିକାମାନେ ପ୍ରସବ କକ୍ଷରୁ ନବଜାତ ଶିଶୁକୁ ମା’ କୋଳକୁ ଛାଡୁନଥିବା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଭୂତିଭୂଷଣ ପାଢ଼ୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରସୂତିଙ୍କଠାରୁ ଟଙ୍କା ନେଇଥିବା ୨ ଜଣ ବହିର୍ଉତ୍ସ ସଂସ୍ଥାର ସହାୟକ ହରିପ୍ରିୟା ବାଗ ଓ ଗୋପେଶ୍ଵରୀ ମହାନନ୍ଦିଆଙ୍କୁ ବହିଷ୍କାର କରିଛନ୍ତି । ଏଥିସହ ନର୍ସିଂ ଅଫିସର ଜ୍ୟୋତିର୍ମୟୀ ପାଣ୍ଡେ […]

Read More Text.

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଫରେଷ୍ଟର ଗିରଫ

ଗୁଣପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଫରେଷ୍ଟର ଗିରଫ । ଗିରଫ ଫରେଷ୍ଟର ହେଲେ ନରସିଂହ ଶତପଥୀ । ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର ଅଞ୍ଚଳରେ ଘଟିଛି ଏପରି ଅମାନବୀୟ ଘଟଣା । ନରସିଂହ ଶତପଥୀ ଗୁଡ଼ାରି ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନର ଫରେଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ନରସିଂହଙ୍କ ପଡ଼ିଶା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ଦୁଷ୍କର୍ମ ପାଇଁ ଉଦ୍ୟମ […]

Read More Text.

ଏପ୍ରିଲ ୧୪ରେ ସାରା ଦେଶରେ ସରକାରୀ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର । ଆସନ୍ତା ଏପ୍ରିଲ ୧୪ ତାରିଖରେ ଛୁଟି ରହିବ ସମସ୍ତ ସରକାରୀ ଅଫିସ୍ । ଏପ୍ରିଲ ୧୪ରେ ସାରା ଦେଶରେ ସରକାରୀ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତେବେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ଲୋକେ ବି ଏହି ଖବର ଜାଣିରଖିବା […]

Read More Text.

ଓରେରା ଅଧ୍ୟକ୍ଷ ହେଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ

ଭୁବନେଶ୍ଵର: ଗୋପାଳ ଚନ୍ଦ୍ର ପଟ୍ଟନାୟକ ହେଲେ ଓରେରା ଅଧ୍ୟକ୍ଷ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ପୂର୍ବରୁ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଓରେରା ସଦସ୍ୟ ଥିଲେ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଗୋପାଳ ପଟ୍ଟନାୟକ । ଅବସରପ୍ରାପ୍ତ ଆଇଏଫଏସ୍ ଅଧିକାରୀ ତଥା ଓରେରା ଅଧ୍ୟକ୍ଷ ପଦରେ ଥିବା ସିଦ୍ଧାନ୍ତ ଦାସ ଅବ୍ୟାହତି ନେବା ପରେ ପଦ ଖାଲିପଡ଼ିଥିଲା। ଓରେରା ଅଧ୍ୟକ୍ଷ ଥିବା ଶ୍ରୀ ଦାସ ୨୦୨୩ […]

Read More Text.

ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ଅନୁମତି

ଭୁବନେଶ୍ୱର : ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍ । ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଭିଆରଏସ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ ।  କେନ୍ଦ୍ର ସରକାର ଭିଆରଏସକୁ ମଞ୍ଜୁରି ଦେଇଥିବା ଜଣାପଡ଼ିଛି । ବ୍ୟକ୍ତିଗତ କାରଣରୁ IAS ଚାକିରି ଛାଡ଼ିଲେ ।  ୨୦୦୦ ବ୍ୟାଚ୍‌ ର ଆଇଏଏସ୍ ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ୍ । ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ହେଉଛନ୍ତି […]

Read More Text.

ବିପୁଳ ପରିମାଣର ଦେଶୀ ମଦ ସହିତ ୩ ବାଇକ ଜବତ, ୩ ଗିରଫ

ବାରିପଦା: ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଓ ପୋଖରିଆ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୫୮ ଲିଟର ଦେଶୀ ରନ୍ଧା ମଦ ଏବଂ […]

Read More Text.

ରୂପାନ୍ତର ନାଟ୍ୟାନୁଷ୍ଠାନରେ ବିଶ୍ଵନାଟ୍ୟଦିବସ ପାଳିତ

ବାରିପଦା: ମାର୍ଚ୍ଚ ୨୭ ତାରିଖ ବିଶ୍ଵନାଟ୍ୟଦିବସ ଅବସରରେ ସ୍ଥାନୀୟ ଭଞ୍ଜପୁର, ହରିହର କଳାମନ୍ଦିରଠାରେ ବାରିପଦାର ସୁନାମଧନ୍ୟ ନାଟ୍ୟସଂସ୍ଥା ରୂପାନ୍ତର ଦ୍ଵାରା ବିଶ୍ଵନାଟ୍ୟଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ରୂପାନ୍ତରର ସଭ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାସ, ଦୀପକ ପାଣି, ଅଭିମନ୍ୟୁ ମହାନ୍ତି, କାହ୍ନୁ ଚରଣ ବଶା, ସପନ ପଣ୍ଡା, ବିଶ୍ଵମ୍ଭର ସିଂହ, ଦିନେଶ ସାହୁ, ଅପୂର୍ବା ସାହୁ, ମଦନ ଜେନା, ମୁନା ଗୁପ୍ତା, ରବୀନ୍ଦ୍ର ବେହରା, ନାରାୟଣ ମଣ୍ଡଳ ଏବଂ ଶୁଭେନ୍ଦୁ ସାହୁ ପ୍ରଭୃତି ଯୋଗ […]

Read More Text.