ଭାରତକୁ ନୂଆ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ, କୃଷି ଉତ୍ପାଦନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଧମକ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଏକ ଶୁଳ୍କ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପ ଚାଇନା, କାନାଡା ଏବଂ ଭାରତ ସମେତ ଅନେକ ଦେଶ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏବେ ଟ୍ରମ୍ପ ଆଉ ଏକ ନୂଆ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭାରତ ଆମେରିକୀୟ କୃଷି ଉତ୍ପାଦ ଉପରେ ୧୦୦ପ୍ରତିଶତ ଶୁଳ୍କ ଲାଗୁ କରେ ଏବଂ ଅନ୍ୟ ଦେଶଗୁଡ଼ିକ ଦ୍ୱାରା […]

Read More Text.

ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧।୪: ମଙ୍ଗଳବାର ଗୁଜରାଟର ବନାସକାଣ୍ଠା ଜିଲାରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିକାଣ୍ଡ ପରେ ଅନେକ ବିସ୍ଫୋରଣ ହୋଇଥିଲା। ଏହି କାରଣରୁ, ଦୀସା ସହର ନିକଟରେ ଅବସ୍ଥିତ କାରଖାନାର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ଦୀସା ଗ୍ରାମୀଣ ପୋଲିସ ଷ୍ଟେସନର ଇନ୍ସପେକ୍ଟର ବିଜୟ ଚୌଧୁରୀ […]

Read More Text.

ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ: ଉତ୍କଳ ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବ । ଆଗାମୀ ଦିନରେ ଧୂମଧାମରେ ପାଳନ ହେବ ଓଡ଼ିଶା ପର୍ବ । ରାଜଧାନୀର ଛାତି ଉପରେ ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ । ଉତ୍କଳ ଦିବସରେ ଏନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ତେବେ ଉତ୍କଳ ଦିବସ ଅବସରରେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ […]

Read More Text.

ଉତ୍ତରାଖଣ୍ଡର ୧୧ଟି ସ୍ଥାନର ନାମ ପରିବର୍ତ୍ତନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଧାମୀ

ନୂଆଦିଲ୍ଳୀ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପାହାଡ଼ି ରାଜ୍ୟଗୁଡ଼ିକର ହରିଦ୍ୱାର, ଡେରାଡୁନ, ନୈନିତାଲ ଏବଂ ଉଧମ ସିଂହ ନଗର ଜିଲ୍ଲାର ୧୧ଟି ସ୍ଥାନର ନାମ ପରିବର୍ତ୍ତନ ଘୋଷଣା କରିଛନ୍ତି। ଯାହାପରେ ବିରୋଧୀ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ହିନ୍ଦୁ ଦେବତା, ପୌରାଣିକ ବ୍ୟକ୍ତିତ୍ୱ, ପ୍ରମୁଖ ବିଜେପି ଏବଂ ଆରଏସଏସ ନେତାମାନଙ୍କୁ ସମ୍ମାନ ଜଣାଇବା ପାଇଁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ସାଂସଦ ଇମ୍ରାନ […]

Read More Text.

ବାରିପଦା ପୌରପାଳିକା ତରଫରୁ ଥଣ୍ଡା ପାନୀୟ ଜଳ ସେବା କେନ୍ଦ୍ର ଉଦଘାଟିତ

ବାରିପଦା: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟାଣ ଖରାରେ ଜନସାଧାରଣଙ୍କ ତୃଷା ମେଣ୍ଟାଇବା ନିମନ୍ତେ ଆଜି ବାରିପଦା ପୌରପାଳିକା ତରଫରୁ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଏବଂ କାର୍ଯ୍ୟାଳୟ ସମ୍ମୁଖରେ ଥଣ୍ଡା ପାନୀୟ ଜଳ ସେବା କେନ୍ଦ୍ର ଶୁଭାରମ୍ଭ ହୋଇଛି। ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଓଡିଶା, ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଥଣ୍ଡା ପାନୀୟ ଜଳ ସେବା କେନ୍ଦ୍ରକୁ ଶୁଭାରମ୍ଭ କରିଥିଲେ। […]

Read More Text.

ଆନ୍ତର୍ଜାତିୟ ଟ୍ରାନ୍ସଜେନ୍ଡର ଦୃଶ୍ୟମାନତା ଦିବସ ପାଳିତ

ବାରିପଦା: ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ , ମୟୂରଭଞ୍ଜ ତରଫରୁ ଆନ୍ତର୍ଜାତିକ ଟ୍ରାନ୍ସଜେନ୍ଡର ଦୃଶ୍ୟ ମାନତା ଦିବସ ସ୍ଥାନୀୟ ରୋଟାରୀ କ୍ଲବ ସୋଭାଗୃହରେ ପାଳିତ ହୋଇଅଛି । ଏହି ପରିପ୍ରେକ୍ଷିରେ ସକାଳ ୮ ଘଟିକା ସମୟରେ ଛଉ ପଡିଆ ଠାରେ କିନ୍ନର ମାନଙ୍କର ଏକ କ୍ରିଡା ପ୍ରତିଯୋଗିତା ଆୟୋଜିତ ହୋଇଅଛି । ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଦୌଡ, ମିଉଜିକ ଚେୟାର, ଆଲି-ଚାମୋଚ, ଇତ୍ୟାଦି ଖେଳମାନ ଅନୁଷ୍ଠିତ ହୋଇଥିଲା ।ଏହି […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗରେ ଜାତୀୟ ଆଲୋଚନାଚକ୍ର

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ‘ଫ୍ରଣ୍ଟିୟରସ୍‌ ଇନ୍‌ କେମିକାଲ୍‌ ସାଇନ୍ସ’ ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍‌ଘାଟନ କରିବା ଅବସରରେ ନିଜ ବକ୍ତବ୍ୟରେ ଶିକ୍ଷକ ଓ ଗବେଷକ ମାନଙ୍କର ମାନସିକ ପରିବର୍ତ୍ତନ ଦ୍ୱାରା ନୂତନ ଗବେଷଣାକୁ ଆଗକୁ ନେବା ଉପରେ ପ୍ରାଧାନ୍ୟ ଦେଇଥିଲେ । ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ […]

Read More Text.

ବଳାଙ୍ଗୀ ମହୋତ୍ସବ ଜିଲ୍ଲାରେ ଏକ ସାଂସ୍କୃତିକ ଆନ୍ଦୋଳନ ସୃଷ୍ଟି କରିଛି – ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର

ବାରିପଦା: ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ଆସନ୍ତା ଏପ୍ରିଲ 14ରୁ 20 ତାରିଖ ପର୍ଯ୍ୟନ୍ତ 7ଦିନ ଧରି 23ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2025 ପାଳିତ ହେବାକୁ ଯାଉଥିବା ବେଳେ, ଆଜି ସନ୍ଧ୍ୟାରେ ବାରିପଦା ଶ୍ରୀମା କଲେଜ ନିକଟ ମୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ମହୋତ୍ସବ କାର୍ଯ୍ୟ ପରିଚାଳନା ପାଇଁ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି | ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର […]

Read More Text.

ଆଗରପଡ଼ାରେ ଇଦ୍‌ ପାଳିତ

ଆଗରପଡ଼ା :ମୁସଲିମ୍ ସଂପ୍ରଦାୟର ମହାନ ପର୍ବ ଇଦ୍ ଆଗରପଡ଼ା ଠାରେ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଥିବା ଇଦଗା ଓ ମସଜିଦକୁ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା । ମାସେ କାଳ ରୋଜା ପାଳନ ପରେ ସମୂହ ନମାଜ ପାଠ କରିଥିଲେ । ନୂଆବସ୍ତ୍ର ପରିଧାନ ପୂର୍ବକ ମିଷ୍ଟାନ୍ନ ବଣ୍ଟନ କରି ଅନ୍ୟମାନଙ୍କୁ ଇଦ୍ ମୁବାରକ ଜଣାଇଥିଲେ । ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ପୁରୁଷଣ୍ଢ ସେବା […]

Read More Text.

ଯୋଜନାକୁ ୫ବର୍ଷ ପୂରିଲା, କାମରେ ଲାଗୁନି ଗୋଷ୍ଠୀ ପରିମଳ କେନ୍ଦ୍ର

ଆଗରପଡ଼ା :ଆଉ ଏକ ନୂତନ ଆର୍ôଥକ ବର୍ଷ ଆରମ୍ଭ ହେବା ସହିତ ଯୋଜନାକୁ ୫ବର୍ଷ ପୂରିଯିବା ପରେ ମଧ୍ୟ ୩ଲକ୍ଷରୁ ଉର୍ଦ୍ଧ ଅର୍ଥ ବ୍ୟୟରେ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ର କାମରେ ନ ଲାଗିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏହି ପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ । ୨୦୨୦-୨୧ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ଗରିବ ରୋଜଗାର ଯୋଜନାରେ ଗୋଷ୍ଠୀ ପରିମଳ […]

Read More Text.