ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି: ୨୧ ମୃତ, ୮୩ ଆହତ

ଗୋଟିଏ ପଟେ ଯୁଦ୍ଧ ବିରତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ସହିତ ଆଲୋଚନା ଜାରି ରଖିଥିବାବେଳେ ଅନ୍ୟପଟେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିବାରେ ଲାଗିଛି। ରବିବାର ରୁଷ ପକ୍ଷରୁ ୟୁକ୍ରେନର ସୁମି ସହର ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଯାହାଫଳରେ ୨୧ ଜଣଙ୍କ ପ୍ରାଣହାନି ଘଟିଛି। ଏହି ଆକ୍ରମଣରେ ଅନ୍ୟ ୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଆକ୍ରମଣ ସମୟର ଏକ ଭିଡିଓକୁ ସାମାଜିକ ଗଣମାଧ୍ୟମରେ […]

Read More Text.

ଜନପ୍ରତିନିଧିମାନେ ଯଦି ଅସୁରକ୍ଷିତ, ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି: ନବୀନ

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି, ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି। ଜନ ପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ […]

Read More Text.

ଅଲିଭ ରିଡଲେ କଇଁଛ ଛୁଆଙ୍କ ସମୁଦ୍ର ମଧ୍ୟକୁ ଯିବା ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର : ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୂଦ୍ର ଉପକୂଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଛୁଆ ସମୁଦ୍ର ମଧ୍ୟକୁ ଯିବା ଆରମ୍ଭ କରିଛନ୍ତି। କିଛିଦିନ ପୂର୍ବେ ଏହି କଇଁଛଙ୍କ ଅଣ୍ଡା ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ସମୁଦ୍ର ମଧ୍ୟକୁ ଯିବା ପ୍ରକ୍ରିୟା ୪ରୁ ୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଶିକାରୀ ଓ ପଶୁଙ୍କ କବଳରୁ କଇଁଛ ଛୁଆଙ୍କୁ ରକ୍ଷା କରିବା ଲାଗି ଋଷିକୁଲ୍ୟା ମୁହାଣର ଉଭୟ ପାର୍ଶ୍ୱରେ କଡା […]

Read More Text.

ରାଉରକେଲାରେ ଚାଞ୍ଚଲ୍ୟ; ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ରାଉରକେଲା । ଦିନକ ପରେ ସହରରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ରଘୁନାଥପାଲି ଥାନା ଏସଟିଆଇ ଛକ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ତେବେ ଉଦ୍ଧାର ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ, କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବା ଅନୁମାନ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି […]

Read More Text.

ପାଠ ପଢିଲେ ସାଂସଦ ଓ ବିଧାୟକ: ଶିଖିଲେ ‘୩-ସ’ ସରକାର, ସଂଗଠନ ଓ ସୁସମ୍ପର୍କ

ଭୁବନେଶ୍ବର : ଶନିବାର ପୁରୀରେ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଛନ୍ତି। ଦଳୀୟ ସାଂସଦ, ବିଧାୟକ ଓ କର୍ମୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ନଡ୍ଡାଙ୍କ ଗୁରୁମନ୍ତ୍ର ଶିକ୍ଷା କରିଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ପ୍ରଥମଥର ଲାଗି ଦଳର ନିର୍ବାଚିତ ସମସ୍ତ ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ ଓ ବିଧାୟକମାନେ ପ୍ରଶିକ୍ଷଣ ନେଉଛନ୍ତି। ଏହି ଅବସରରେ […]

Read More Text.

ଶିଶୁଭବନର ୭ ମହଲା କୋଠା ଲୋକାର୍ପିତ

କଟକ: ଶିଶୁଭବନରେ ସାତ ମହଲା କୋଠା ଦୀର୍ଘ ୯ ବର୍ଷ ପରେ ଉଦ୍‌ଘାଟିତ ହୋଇଛି। ୨୦୧୬ ଫେବ୍ରୁଆରି ୩ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ଆଜି ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହାର ଲୋକାର୍ପଣ ପରେ ଶିଶୁଭବନରେ ମୋଟ ଶଯ୍ୟା ସଂଖ୍ୟା ୪୨୨ରୁ ୮୪୬କୁ ବୃଦ୍ଧି ପାଇଛି। ଏହି ନୂଆ କୋଠା ପାଇଁ ୧୫୨.୯ କୋଟି ଟଙ୍କା ବ୍ୟୟ […]

Read More Text.

ଭୁବନେଶ୍ୱର ଏମ୍ସରେ କେନ୍ଦ୍ରୀୟ ଗବେଷଣା ପରୀକ୍ଷାଗାର ଉଦ୍‌ଘାଟିତ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ) ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ତାଙ୍କର ଏହି ଗସ୍ତ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଓ ଗବେଷଣା ପାଇଁ ମହତ୍ୱପୂର୍ଣ୍ଣ। ରୋଗୀ ସେବା, ଗବେଷଣା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଅନୁଷ୍ଠାନର ଯାତ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ଆଉ ଏକ ଅଧ୍ୟାୟ ଯୋଡ଼ିଛି। ଏହି ଗସ୍ତ ସମୟରେ […]

Read More Text.

ଅସ୍ତ୍ର ପରିତ୍ୟାଗ କଲେ ୫ ନକ୍ସଲ, ପାଇଲେ ସରକାରୀ ସହାୟତା

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳଯରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ପ୍ରଭାତ କୁମାରଙ୍କ ସମ୍ମୁଖରେ ବନ୍ଧୁକ ଓ ବୋମା ସହ ଏହି ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଜନତାନା ସରକାର ଅଧ୍ୟକ୍ଷ ଲମଚୁ ବଡଦା(୨୫), ଡିକେଏମଏସ ଅଧ୍ୟକ୍ଷ ସୁକ୍କୁ ନୁରେଟି(୩୮), ମିଲିସିଆ ସଦସ୍ୟ କ୍ରିଷ୍ଣା ନୁରେଟି(୨୫), ଜନତାନା ସଦସ୍ୟ ଲାଲୁ ରାମ ମାଣ୍ଡବି(୩୬) ଏବଂ […]

Read More Text.

‘ଗ୍ଲୋବାଲ ମଡେଲ ଇଣ୍ଡିଆ’ରେ ଚମକିଲେ କୋରାପୁଟିଆ ଝିଅ ହୀନାରାଣୀ

କୋରାପୁଟ: ଗ୍ଲୋରିଅସ୍ ଓଡିଶା ପାଳନ ଅବସରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ଫେସନ୍ ଇନକ୍ଲୁଜିଭିଟୀ ସୋ ୩ୟ ସଂସ୍କରଣ ପ୍ରତିଯୋଗିତା ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟର ହୀନାରାଣୀ ପଟ୍ଟନାୟକ ଓଡ଼ିଶାରୁ ପ୍ରତିନିଧିତ୍ବ କରି ଭାଗ ନେଇ କରି ଶ୍ରେଷ୍ଠ ପୁରସ୍କାର ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଦେଶର କୋଣଅନୁକୋଣର ଶତାଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଏଥିରେ କୋରାପୁଟ ସହରର ରାମନଗର ଭାସ୍କର ଚନ୍ଦ୍ର ପଟ୍ଟନାୟକଙ୍କ ଝିଅ ହୀନାରାଣୀ ପଟ୍ଟନାୟକ ଭାଗ ନେଇ ଓଡିଶାର ପ୍ରତିନିଧିତ୍ବ […]

Read More Text.

କୋଟିଆ ଝାଡୁ ଗଲା ଛତିଶଗଡ଼

କୋରାପୁଟ: ଓରମାସ ଓ ପଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ସଂଧ୍ୟାରେ କୋଟିଆରୁ ପଟାଙ୍ଗୀ ଏଗ୍ରୋ ପ୍ରଡକ୍ଟ ପ୍ରଡ୍ୟୁସର ସହଯୋଗରେ ଛତିଶଗଡ ଯାଇଛି କୋଟିଆ ଝାଡୁ। କୋରାପୁଟ ଜିଲ୍ଲାର ପାହାଡ଼ରେ ମିଳୁଥିବା ସ୍ୱତନ୍ତ୍ର ଘାସରୁ ଫୁଲଝାଡୁ ପ୍ରସ୍ତୁତ କରାଯାଇ ବ୍ୟବହାର କରାଯାଏ। ପୂର୍ବରୁ ଆଦିବାସୀ ମହିଳାମାନେ ଯଦିଓ ଏହି ଫୁଲଝାଡୁ ପ୍ରସ୍ତୁତ କରୁଥିଲେ ହେଲେ ଏହା ଯେ କେବେ ତାଙ୍କ ପାଇଁ ଲାଭକାରୀ ବ୍ୟବସାୟରେ ପରିଣତ ହେବ ସେକଥା ଜାଣିନଥିଲେ। ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର କୋଟିଆ ନିକଟସ୍ଥ […]

Read More Text.