ନୂଆ ରାସନ କାର୍ଡ ବଣ୍ଟନ ପାଇଁ ଜୋରଦାର ପ୍ରସ୍ତୁତି: ପରିବାରର ସମସ୍ତ ସଦସ୍ୟଙ୍କର ଇ-କେୱାଇସି ବାଧ୍ୟତାମୂଳକ

କଟକ: ପିଡିଏସ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସରକାର। କଟକ ଜିଲ୍ଲା ପ୍ରଶାସନ ରବିବାର ଜଣାଇଛି ଯେ, ଆବେଦନକାରୀଙ୍କ ଯାଞ୍ଚ ଓ ସ୍ଥାନୀୟ ଅଞ୍ଚଳରେ ଭେରିଫିକେସନ ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ରାସନ କାର୍ଡ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ପରିବାରର ସମସ୍ତ ସଦସ୍ୟଙ୍କର ଇ-କେୱାଇସି (e-KYC) ଯାଞ୍ଚ ବାଧ୍ୟତାମୂଳକ। ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଆବେଦନକାରୀଙ୍କୁ ନିଜ ନିଜ ବ୍ଲକ କିମ୍ବା […]

Read More Text.

ପୁଣି ଭାରତକୁ ଆସିବ ୮ ଚିତା; ଆସନ୍ତା ମେ’ରେ ପ୍ରଥମ ପର୍ଯ୍ୟାୟରେ ଆସିବେ ୪

ଭୋପାଳ: ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି ଚିତାବାଘ ଭାରତକୁ ଅଣାଯିବ। ପ୍ରୋଜେକ୍ଟ ଚିତା ଅଧୀନରେ, ସେମାନଙ୍କୁ ଏବେ ପର୍ଯ୍ୟାୟକ୍ରମେ ଗାନ୍ଧୀ ସାଗର ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯିବ। ଏନଟିସିଏ(NTCA) ଅଧିକାରୀମାନେ କହିଛନ୍ତି ଯେ, ପ୍ରୋଜେକ୍ଟ ଚିତା ଅଧୀନରେ ଏପର୍ଯ୍ୟନ୍ତ ୧୧୨ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇସାରିଛି। ଏହି ଟଙ୍କା ମଧ୍ୟରୁ ୬୭ ପ୍ରତିଶତ ମଧ୍ୟପ୍ରଦେଶରେ […]

Read More Text.

ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଗର୍ଭପାତ ନକରିବାରୁ ପ୍ରେମିକାକୁ ମାରିଲା ପ୍ରେମିକ

ମାଲକାନଗିରି : ଗର୍ଭପାତ ନ କରିବାରୁ ପ୍ରେମିକାକୁ ମାରିଲା ପ୍ରେମିକ ।  ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ହୋଇଛି ପର୍ଦ୍ଦାଫାସ୍ ।  ଅଭିଯୁକ୍ତକୁ ଗିରଫ ପରେ କ୍ରାଇମ ସିନ ରିକ୍ରିୟେସନ କରିଛି ପୋଲିସ ।  ସୂଚନା ଅନୁସାରେ ଅଭିଯୁକ୍ତ ଛତିଶଗଡ଼ ସିନ୍ଧିଗଡ଼ ଥାନା ପାଣ୍ଡୁମ ଗାଁର ଉମେଶ ନାଗଙ୍କ ସହ ମର୍ତ୍ତୃଣ୍ଡା ଗାଁର ମଙ୍ଗଳ ଦେଇଙ୍କ ବର୍ଷେ ହେଲା ପ୍ରେମ ସଂପର୍କ ଥିଲା । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା ପରେ ଯୁବତୀ ଗର୍ଭବତୀ […]

Read More Text.

୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଲେ ଆମେରିକାର ଉପ ରାଷ୍ଟ୍ରପତି

ୱାଶିଂଟନ୍‌: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସୋମବାର ଦିନ ଭାରତ ଗସ୍ତରେ ଆସି ଦିଲ୍ଲୀରେ ଅବତରଣ କରିଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ। ସେ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଆଲୋଚନା କରିବାର ଯୋଜନା ରହିଛି। ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷର ହେବ ବୋଲି ସୂଚନା ରହିଛି। ଭାନ୍ସଙ୍କ ସହିତ ତାଙ୍କର ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଏବଂ ସେମାନଙ୍କର ତିନି […]

Read More Text.

ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ, ୭ ଦିନ ଧରି ନିଖୋଜ ଥିଲା ନାବାଳକ

ପୁରୀ: ଡେଲାଙ୍ଗ ଥାନା ସୂଜନପୁର ପଞ୍ଚାୟତ ଅନ୍ତର୍ଗତ ରତନପୁର ଗ୍ରାମର ନିଖୋଜ ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁର ମିଳିଲା ମୃତଦେହ। ଗତ ୧୫ ତାରିଖ ସନ୍ଧ୍ୟାରୁ ଥିଲା ନିଖୋଜ। ତେବେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ଗଲା ୭ ଦିନ ଧରି ନିଖୋଜ ଥିଲା ରତନପୁର ଗାଁର ‘ଆଶୀର୍ବାଦ’। ପଡ଼ୋଶୀଙ୍କ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ଘଟଣାରେ ପଡୋଶୀଙ୍କୁ ଗିରଫ କରାଯାଇଛି। ହତ୍ୟା ସନ୍ଦେହରେ ଅଭିଯୁକ୍ତ ଦାଦାକୁ ଅଟକ ରଖିଲା […]

Read More Text.

ଦିଲ୍ଲୀ ମେୟର ନିର୍ବାଚନରୁ ଦୂରେଇ ରହିବ ଆପ୍‌

ଦିଲ୍ଲୀ ମେୟର ନିର୍ବାଚନରୁ ଦୂରେଇ ରହିବ ଆମ ଆଦମୀ ପାର୍ଟି(ଆପ୍‌)। ଦଳ ନିର୍ବାନରେ ଅଂଶଗ୍ରହଣ କରିବ ନାହିଁ ବୋଲି ସୋମବାର ଘୋଷଣା କରିଛି। ଆପ୍‌ର ଏହି ଘୋଷଣା ପରେ ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ନିୟନ୍ତ୍ରଣ ବିଜେପି କବଜାକୁ ଯିବା ସ୍ପଷ୍ଟ ହୋଇଛି। ଆପ୍‌ର ଦିଲ୍ଲୀ ମୁଖ୍ୟ ସୌରଭ ଭରଦ୍ଵାଜ କହିଛନ୍ତି, ମେୟର ନିର୍ବାଚନରେ ଦଳ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ବିଜେପି ନିଜ ମେୟର ଚୟନ କରିବା ଉଚିତ। ଏହା ସହିତ ବିଜେପି […]

Read More Text.

ପୁଣି ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ଆସିଲା ଅଭିଯୋଗ

ଆଳି: ପିଛା ଛାଡ଼ୁନି ବିବାଦ । ଯାତ୍ରା ବିବାଦକୁ ନେଇ ପୁଣି ଆସିଲା ବଡ଼ ଖବର । ସତରେ ଯାତ୍ରା ପାର୍ଟି ପିଛା ଛାଡ଼ୁନି ବିବାଦ । ପୁଣି ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ । ଚୁକ୍ତି ଖିଲାପକରି ଯାତ୍ରା ପରିବେଷଣ କରିନଥିବା ବେଳେ ଅଗ୍ରୀମ ୩ଲକ୍ଷ ଟଙ୍କା ଫେରସ୍ତ କରୁନାହାନ୍ତି ଯାତ୍ରା ବାଘା ଯତୀନ ଲୋକନାଟ୍ୟର ମାଲିକ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ନିଆଳ ସାର୍ବଜନୀନ ଦୁର୍ଗାପୂଜା ଯାତ୍ରା […]

Read More Text.

ପୂର୍ବତନ ପୁଲିସ ଡିଜିଙ୍କୁ ହତ୍ୟା: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ନଥିଲା ସଂପର୍କ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଓମ୍‌ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ରବିବାର ବେଙ୍ଗାଲୁରୁ ଏଚ୍ଏସ୍ଆର୍ ଲେଆଉଟ୍‌ସ୍ଥିତ ବାସଭବନରୁ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଓମ୍‌ପ୍ରକାଶଙ୍କୁ ହତ୍ୟା କରାଯାଇଥିବାବେଳେ ପତ୍ନୀ ପଲ୍ଲବୀଙ୍କୁ ପୁଲିସ ଅଟକ ରଖିଛି। ପଲ୍ଲବୀ ଜଣେ ପୂର୍ବତନ ପୁଲିସ ଅଧିକାରୀଙ୍କ ପତ୍ନୀଙ୍କୁ ଫୋନ କରି ‘ମୁଁ ଜଣେ ରାକ୍ଷସକୁ ମାରିଦେଇଛି’ ବୋଲି କହିଥିବା ଏବେ ଜଣାପଡ଼ିଛି। ଏଥିରୁ ଯାହା ଜଣାପଡୁଛି ଓମ୍‌ପ୍ରକାଶ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୈବାହିକ ସଂପର୍କ ନଥିଲା। ସେମାନଙ୍କ […]

Read More Text.

ଏଣିକି ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ, ମେଡିକାଲ କଲେଜକୁ ଏନ୍‌ଏମ୍‌ସିର ନୋଟିସ୍‌

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ମେଡିକାଲ କଲେଜରେ ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ। ଆଉ ବାୟୋମେଟ୍ରିକ୍‌ରେ ଟିପ୍‌ ଚିହ୍ନ ଦେଇ ଖସି ପାରିବେ ନାହିଁ କୌଣସି ଅଧ୍ୟାପକ। ମେଡିକାଲ କଲେଜରେ ଅଧ୍ୟାପକ ମୁହଁ ଆଧାରିତ ଉପସ୍ଥାନ ଦେବେ। ସରକାରୀ ହେଉ ବା ଘରୋଇ ମେଡିକାଲ କଲେଜରେ ଅଧ୍ୟାପକଙ୍କ ଉପସ୍ଥିତି ପାଇଁ କଡ଼ା ନିର୍ଦ୍ଦେଶ ଦେଇଛି ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)। ଏହି ନିୟମ ମେ ୧ ତାରିଖରୁ ମେଡିକାଲ କଲେଜରେ ଲାଗୁ ହେବ। ଏନେଇ ଏନ୍‌ଏମ୍‌ସି […]

Read More Text.

୮୮ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍‌

ନୂଆଦିଲ୍ଲୀ: ଖ୍ରୀଷ୍ଟିଆନମାନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍‌ଙ୍କ ଦେହାନ୍ତ ହୋଇଛି। ସେ ୮୮ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବହୁତ ଦିନ ଧରି ସେ ଅସୁସ୍ଥ ଥିଲେ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ,ତାଙ୍କର ଉଭୟ ଫୁସଫୁସରେ ନିମୋନିଆ ହୋଇଥିଲା, ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ସେ ବହୁତ ଦିନ ଧରି ଡାକ୍ତରଖାନାରେ ଥିଲେ। ୩୮ଦିନ ଧରି ହସ୍ପିଟାଲରେ ରହିବା ପରେ କିଛି ଦିନ ତଳେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ହେଲେ […]

Read More Text.