ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସ, ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି

ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଭାରତୀୟ ନୌସେନା ନିଜର ଯୁଦ୍ଧାଭ୍ୟାସ ଚଳାଇଛି। ନୌସେନାର ଜାହାଜ, କ୍ଷେପଣାସ୍ତ୍ର ଏବଂ ଓ୍ବିପନ ସିଷ୍ଟମଗୁଡ଼ିକୁ ପରୀକ୍ଷଣ କରାଯାଉଛି। ଆରବ ସାଗରରେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରହିଛି। ନୌସେନା ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଏହି ଯୁଦ୍ଧାଭ୍ୟାସର କିଛି ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଯୁଦ୍ଧ ଜାହାଜଗୁଡ଼ିକରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଉଥିବା ଦେଖିବାକୁ ମିଳିଛି। ଭାରତୀୟ ନୌସେନା ଦେଶର […]

Read More Text.

ଆଗରପଡ଼ା ଥାନାରେ ରକ୍ତଦାନ ଶିବିର, ୬୪ ୟୁନିଟ୍ ରକ୍ତ ସଂଗ୍ରହ

ଆଗରପଡ଼ା :ଦ୍ୱିବେଦୀ ଫାଉଣ୍ଡେସନ ଟ୍ରଷ୍ଟ ଓ ଭଦ୍ରକ ଜିଲ୍ଲା ପୋଲିସ୍ ମିଳିତ ସହାୟତାରେ ଆଗରପଡ଼ା ଥାନା ପରିସରରେ ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କ ଆବାହକତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ୬୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକ ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଥାନାରେ ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ପ୍ରଥମ କରି ଆୟୋଜନ କରାଯାଇଥିଲା । ପୂର୍ବରୁ କେବେ ହୋଇ […]

Read More Text.

ପାକିସ୍ତାନର ବଜେଟ୍ ଆମ ସାମରିକ ବଜେଟଠୁ ବି କମ୍: ଅସଦୁଦ୍ଦିନ ଓୱେସି

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହାକୁ ନେଇ ସାରା ଦେଶରେ କ୍ରୋଧ ରହିଛି। ଏବେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ସେ କହିଛନ୍ତି ଯେ, ପାକିସ୍ତାନ ଆଇଏସଆଇଏସ ପରି କାମ କରିଛି। ପାକିସ୍ତାନ ଭାରତଠାରୁ ଅଧା ଶତାବ୍ଦୀ ପଛରେ ଅଛି। ସେମାନଙ୍କ ଦେଶର ବଜେଟ୍ ଆମ ସାମରିକ ବଜେଟ୍ ସହିତ ସମାନ ନୁହେଁ। […]

Read More Text.

ସାନ୍ତାଳୀ ମାସିକ ଖବର କାଗଜ ଫାଗୁନର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ

ବାରିପଦା-   ଭୁବନେଶ୍ଵର ରୁ ପ୍ରକାଶିତ ହେଉଥିବା ସାନ୍ତାଳୀ ମାସିକ ଖବରକାଗଜର ୧୮ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ରୋଟାରୀ କ୍ଲବ ଠାରେ ପାଳିତ ହୋଇଛି । ଫାଗୁନ ପ୍ରକାଶିକା ଓ ସମ୍ପାଦିକା ଶ୍ରୀମତୀ ମାଳତୀ ମୁର୍ମୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ନିମନ୍ତ୍ରିତ ଅତିଥି ମାନେ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ  ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ଶ୍ରୀ ରାମ୍ବାୟ ହେମ୍ବ୍ରମ ଏବଂ ସାଥିଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ […]

Read More Text.

ଯକ୍ଷ୍ମା ରୋଗୀଙ୍କୁ  ପୁଷ୍ଟିକର ଖାଦ୍ୟ ଵଣ୍ଟନ

 ବାରିପଦା- ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ  ବାଦାମପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା । ଏହି କାର୍ଯକ୍ରମ ଭୁବନେଶ୍ୱର ର କଳିଙ୍ଗ ନେଟୱର୍କ ଫର୍ ପିପଲ ଲି ଭିଂ ୱିଥ ଏଚ ଆଇ ଭି ଏଡ଼ସ ନାମକ ଏକ ସଂସ୍ଥା ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ ।ଏହି ସଂସ୍ଥା ୨୧ ଜଣ ଯକ୍ଷ୍ମା ରୋଗୀ […]

Read More Text.

ଓଡ଼ିଶାର ସାମଗ୍ରିକ ବିକାଶ ହିଁ ମଧୁବାବୁଙ୍କର ସ୍ବପ୍ନ : ମୋହନ ମାଝୀ

ଭୁବନେଶ୍ୱର : ମଧୂବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ।  ମଧୁସୂଦନ ଦାସଙ୍କ ୧୭୭ ଜନ୍ମଜୟନ୍ତୀ ଅବସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ମଧୁବାବୁ ଥିଲେ ଓଡ଼ିଆ ଜାତିର ଗର୍ବ ଏବଂ ଗୌରବର ପ୍ରତୀକ। ଓଡ଼ିଶାର ସାମଗ୍ରିକ ବିକାଶ ହିଁ ମଧୁବାବୁଙ୍କର ସ୍ବପ୍ନ ଥିଲା । ସେଥିପାଇଁ ସିଏ ଶିଳ୍ପକୁ ସର୍ବଦା ପ୍ରାଧାନ୍ୟ ଦେଇଥିଲେ । ଉତ୍କଳ ଟ୍ୟାନେରୀ ସହ ଅନେକ ଶିଳ୍ପା ପ୍ରତିଷ୍ଠା କରିବାରେ ସିଏ ସଫଳ ହୋଇଥିଲେ ।  ଓଡ଼ିଆ […]

Read More Text.

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ, ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର

ଭୁବନେଶ୍ୱର : ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ ।  ଆତଙ୍କୀ ହମ୍ ଲା ପରେ ଏକାଧିକ ଷ୍ଟେସନକୁ ହାଇ ଆଲର୍ଟ କରାଯାଇଛି ।  RPF ପୋଲିସ ଦ୍ବାରା ଫ୍ଲାଗ ମାର୍ଚ୍ଚ । RPF ଆଇଆଇସି ଏବଂ ଏସଆଇ ଫ୍ଲାଗ ମାର୍ଚ୍ଚରେ ସାମିଲ । ୨ ସେକ୍ସନ ଫୋର୍ସ ମଧ୍ୟ ଏଥିରେ ସାମିଲ ଅଛନ୍ତି ।  ଏହାସହ ଷ୍ଟେସନରେ ଥିବା ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର ।

Read More Text.

କୁଖ୍ୟାତ ଚେନ୍ ସ୍ନାଚର୍ ଗିରଫ, ଏନକାଉଣ୍ଟର ଭୟରେ କଲା ଆତ୍ମସମର୍ପଣ

ଭୁବନେଶ୍ୱର: ରାଜଧାନୀରେ କୁଖ୍ୟାତ ଚେନ୍ ସ୍ନାଚର୍ ଗିରଫ। କୁଖ୍ୟାତ ଅପରାଧୀ ସାଦିକୁଲ୍ ଇସଲାମକୁ ଗିରଫ କରିଛି ଖାରବେଳନଗର ପୋଲିସ। ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ବେଳେ ଏନକାଉଣ୍ଟର କରିବାକୁ ପ୍ରସ୍ତୁତ ଥିଲା ପୋଲିସ। ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରିଛି ସାଦୀକୁଲ। ଗତ ୨୨ ତାରିଖରେ ୟୁନିଟ୍-୩ ଅଞ୍ଚଳରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇଥିଲା ଅଭିଯୁକ୍ତ। ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସୂଚନାନୁସାରେ , ଗତ ୨୨ […]

Read More Text.

ପଂଚମୁଖୀ ହନୁମାନ ମନ୍ଦିର ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ବଗଦାକାଶୀପୁର ଗ୍ରାମର ପଂଚମୁଖୀ ହନୁମାନ ମନ୍ଦିରର ୧୩ ତମ ବାର୍ଷିକ ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଲଷ୍ମୀନାରାୟଣ ପୁଷ୍କରିଣୀରୁ ଘଟୋତ୍ତଳନ କରାଯାଇ ଗ୍ରାମ ବଜାର ପରିକ୍ରମା ପୂର୍ବକ ପୂଜା ମଣ୍ଡପକୁ ଅଣାଯାଇଥିଲା । ମୁଖ୍ୟପୂଜକ ପୂଜକ ଶାନ୍ତନୁ ପଣ୍ଡାଙ୍କ ସମେତ ସହଯୋଗୀଙ୍କ ତତ୍ୱାବଧାନରେ ଅଙ୍କୋରାରୋପଣ, ସୂର୍ଯ୍ୟ ପୂଜା, ଗୋପୂଜା, ସୁନ୍ଦରାକାଣ୍ଡ, ଗୀତାଯଂଜ୍ଞ, ଯଂଜ୍ଞ ସମେତ ବିଭିନ୍ନ ପୂଜା ଅନୁଷ୍ଠିତ ହୋଇଥିଲା । କର୍ତ୍ତା କାର୍ଯ୍ୟ […]

Read More Text.

ନଈରେ ପଡ଼ି ୨ ଯୁବକ ମୃତ, ଫଟୋ ଉଠାଉଥିବା ବେଳେ ଖସିପଡ଼ି ନିଖୋଜ ଥିଲେ

ଘଟଗାଁ : ନଈରେ ପଡ଼ି ୨ ଯୁବକ ମୃତ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପାଟହରା ଗୁମ୍ଫା ନିକଟ ନଈରେ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲାର ୪ ଜଣ ଯୁବକ ବୁଲିବାକୁ ଆସିଥିଲେ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ବଡପଳାସପାଳ ପଞ୍ଚାୟତର ପାଟହରା ଗୁମ୍ଫାରେ ଫଟୋ ଉଠାଉଥିବା ବେଳେ ୨ ଜଣ ଖସିପଡ଼ି ନିଖୋଜ ଥିଲେ । ଘଟଣାସ୍ଥଳରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

Read More Text.