ଦୟାନଦୀ ପାଇଁ ଜହର ପାଲଟିଛି ଗଙ୍ଗୁଆ ଜଳ, ବଢୁଛି ଚର୍ମ ଓ ପେଟଜନିତ ରୋଗ

ଭୁବନେଶ୍ବର : ଅତୀତରେ ହଜାର ହଜାର ଚାଷୀଙ୍କ ଜୀବନରେଖା ପାଲଟିଥିବା ଚିରସ୍ରୋତା ଗଙ୍ଗୁଆନଦୀ ଆଜି ସଂପୂର୍ଣ୍ଣ ପ୍ରଦୂଷିତ । ଦିନେ ଯେଉଁ ଗଙ୍ଗୁଆନଦୀର ଜଳକୁ ଲୋକେ ପିଉଥିଲେ, ନଦୀରେ ଗାଧୋଉଥିଲେ, ଚାଷରେ ବ୍ୟବହାର କରୁଥିଲେ, ଆଜି କିନ୍ତୁ ସେଇ ନଦୀର ଜଳକୁ ଛୁଇଁବାକୁ ଲୋକେ ଡରୁଛନ୍ତି । ଗଙ୍ଗୁଆନଦୀର ନାଁ ଶୁଣିଲେ ଲୋକେ ନାକ ଟେକୁଛନ୍ତି । ସୁବଠାରୁ ବଡ କଥା ହେଲା, ଦୟାନଦୀରେ ମିଶିଥିବା ଏହି ଗଙ୍ଗୁଆର ବିଷାକ୍ତ ଜଳ ଯୋଗୁଁ ଦୟାନଦୀର ଜଳ ପ୍ରଦୂଷିତ […]

Read More Text.

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମେ ୨୯ ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ

ନୂଆଦିଲ୍ଲୀ, ୨୯।୪: ଭାରତର ମହାକାଶ ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ଆସନ୍ତା ମେ ୨୯, ୨୦୨୫ରେ ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଉଡ଼ାଣ କରିବେ। ଏକ୍ସିଅମ ସ୍ପେସର ଏକ୍ସ-୪ ମିଶନର ଅଂଶ ଭାବେ ଶୁକ୍ଳା ଏହି ଐତିହାସିକ ଯାତ୍ରାରେ ମିଶନ ପାଇଲଟ ଭାବେ ସାମିଲ ହେବେ। ଏହା ହେଉଛି ୧୯୮୪ରେ ରାକେଶ ଶର୍ମାଙ୍କ ସୋଭିଏତ ସୋୟୁଜ ମହାକାଶ ଯାତ୍ରା ପରେ ଭାରତର […]

Read More Text.

 ବନ୍ଧୁକ ଧରି ମସ୍ତି କରୁଥିବାବେଳେ ଫୁଟିଲା ଗୁଳି : ଜଣେ ଆହତ

ସୁନ୍ଦରଗଡ଼: ରାଜଗାଙ୍ଗପୁରରେ ଆଜି ଅପରାହ୍‌ଣରେ ଗୁଳିଫୁଟି ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କର ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। କିଛି ସାଙ୍ଗ ବନ୍ଧୁକ ଧରି ମସ୍ତି କରୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଆହତ ବ୍ୟକ୍ତି ହେଲେ ମହମ୍ମଦ ସମସେର (୨୧)। ଆଜି ଅପରାହ୍‌ଣ ଅଢ଼େଇଟାରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ବାଣ୍ଠୁପଡା ଠାରେ କିଛି ଯୁବକ ଏକତ୍ର ହୋଇ ନିଶା ସେବନ କରିବା ପରେ ବନ୍ଧୁକ ଟ୍ରାଏଲ କରୁଥିଲେ। ଏହି ସମୟରେ […]

Read More Text.

ସେନାକୁ ନିଷ୍ପତ୍ତି ନେବାର ଅଧିକାର ଦେଲେ ସରକାର : ଆକ୍ରମଣର ଲକ୍ଷ୍ୟ ଓ ସମୟ ସ୍ଥିର କରିବ ସେନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ପାକିସ୍ତାନକୁ ଜବାବ ଦେବାକୁ ଏହି ବୈଠକରେ ଭାରତର ତିନି ସେନାକୁ ସଂପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି । ସେନା ଆକ୍ରମଣର ଟାର୍ଗେଟ୍ ଓ ସମୟ ସ୍ଥିର କରିବ । ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସେନାକୁ ଫ୍ରି ହ୍ୟାଣ୍ଡ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ଆତଙ୍କବାଦକୁ ଉଚିତ ଜବାବ ଦେବୁ। ଆକ୍ରମଣର ଲକ୍ଷ୍ୟ ଏବଂ ସମୟ ସେନା ଦ୍ୱାରା ସ୍ଥିର […]

Read More Text.

ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଲାଗି ପ୍ରସ୍ତାବ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବା ପରେ ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ପହଲଗାମ୍ ଆତଙ୍କୀ ଆକ୍ରମଣ ନେଇ ଆଲୋଚନା ଲାଗି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପହଲଗାମ୍ ଆତଙ୍କୀ ଆକ୍ରମଣ ନେଇ […]

Read More Text.

ଗୋଲଡେନ୍ ଲ୍ୟାଣ୍ଡ ଚିଟ୍‌ଫଣ୍ଡ କଂପାନୀର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି : ଜମାକାରୀଙ୍କୁ ଠକିବା ଅଭିଯୋଗ

ଭୁବନେଶ୍ୱର, ୨୯।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଭୁବନେଶ୍ୱର ଜୋନ, ଗୋଲ୍ଡେନଲ୍ୟାଣ୍ଡ ଗ୍ରୁପ ଅଫ କମ୍ପାନୀଜର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ସାଧାରଣ ଜମାକାରୀଙ୍କୁ ଠକିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଫିସିଆଲ ସୂତ୍ର ଅନୁସାରେ, ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ୧୫.୦୬ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରାୟ ୧,୦୦୦ ଏକର ଜମି ଏବଂ ଅନେକ ନିର୍ମାଣାଧୀନ କୋଠା ସାମିଲ ରହିଛି। ଏହି ଜବତ ପ୍ରକ୍ରିୟା […]

Read More Text.

ସ୍ଵାମୀଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା

କଟକ : ସ୍ଵାମୀଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା। କିଛି ଦିନ ତଳେ ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟି ମାଲିକ ପତ୍ନୀ ସୋନାଲିଙ୍କୁ ଫସାଇ ପାଖରେ ରଖିଥିବା ଅଭିଯୋଗ କରିଥିଲେ ସ୍ଵାମୀ ତଥା ଯାତ୍ରା କଳାକାର ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର । ଏହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା । ଏବେ ନିଜ ବିରୋଧରେ ହୋଇଥିବା ଅଭିଯୋଗ ଏବଂ ନିଜକୁ ତାଙ୍କ ସ୍ଵାମୀ ବୋଲି ଦାବି କରୁଥିବା ଶ୍ରୀକ୍ଷେତ୍ରଙ୍କ ବିରୋଧରେ […]

Read More Text.

ପାରାଦୀପ ପାଇପ ଷ୍ଟକୟାର୍ଡରେ ନିଆଁ, କୋଟି କୋଟି ଟଙ୍କାର ସ୍କ୍ରାପ ପାଇପ୍ ପୋଡ଼ି ନଷ୍ଟ

ପାରାଦୀପ : ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନୀ ପାଇପ ଷ୍ଟକୟାର୍ଡ ରେ ନିଆଁ । ହୁତୁ ହୁତୁ ହୋଇ ଜଳି ଯାଇଛି ପାଇପ୍ । ଘଟଣାସ୍ଥଳରେ ୭ ରୁ ଉର୍ଦ୍ଧ୍ବ ଅଗ୍ନିଶମ ଗାଡ଼ି ନିଆଁକୁ ପାଖାପାଖି ୩ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇପାରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜମା ହୋଇରହିଥିବା ସ୍କ୍ରାପ ପାଇପରେ ନାଆଁ ଲାଗିବା ଦ୍ବାରା ଧୂଆଁ ସାଙ୍ଗକୁ ନିଆଁ ଭୟାଭୟ ପରିସ୍ଥିତି ସୃଷ୍ଟି କରିଥିଲା। ମାଟିତଳେ […]

Read More Text.

BBC ର କଭରେଜକୁ ନେଇ କଡ଼ା ଆପତ୍ତି ଉଠାଇଲେ ଭାରତ ସରକାର, ରିପୋର୍ଟିଂ ଉପରେ ଆଗକୁ ନଜର ରଖିବ ଭାରତ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବିବିସିର ମିଡିଆ କଭରେଜ୍କୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି ଭାରତ ସରକାର। “Pakistan suspends visas for Indians after deadly Kashmir attack,”ର ଆର୍ଟିକିଲରେ ଆତଙ୍କୀ ହମ୍‌ଲାକୁ ସେନା ଆକ୍ରମଣ ଭାବେ ବିବେଚନା କରିଛି । Terror Attackକୁ ‘Militant Attack’ ଭାବେ ଉଲ୍ଲେଖ କରିଛି । ତେବେ ଆର୍ଟିକିଲ୍ ପ୍ରସାରିତ ହେବା ପରେ ମୋଦି ସରକାର ବିବିସିର ଭାରତ ମୁଖ୍ୟ ଜ୍ୟାକି ମାର୍ଟିନଙ୍କୁ ଚିଠି ଲେଖିଛନ୍ତି । ବିବିସିକୁ […]

Read More Text.

ଜଣେ ପାକିସ୍ତାନୀ ନାଗରିକ ଓଡ଼ିଶା ଛାଡ଼ିସାରିଛନ୍ତି: ପୁଲିସ ଡିଜି

ଭୁବନେଶ୍ବର: ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଜାତୀୟ ସୁରକ୍ଷା ଚିନ୍ତା ବୃଦ୍ଧି ପାଇବା ପାଇଛି। ଓଡ଼ିଶା ସରକାର ରାଜ୍ୟରେ ବେଆଇନ ଭାବରେ ରହୁଥିବା କିମ୍ବା ଅଧିକ ସମୟ ଧରି ରହୁଥିବା ବିଦେଶୀ ନାଗରିକଙ୍କ ବିରୁଦ୍ଧରେ ସତର୍କତା ଅବଲମ୍ବନ କରିବାକୁ କଠୋର ପଦକ୍ଷେପ ନେଇଛନ୍ତି। ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ ସୋମବାର ସୂଚନା ଦେଇଛନ୍ତି ଯେ, ଓଡ଼ିଶାରେ ଚିହ୍ନଟ ହୋଇଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ନୋଟିସ୍ ଜାରି କରାଯାଇଛି । […]

Read More Text.