ମ୍ୟାଲେରିଆ ନିରାକରଣ ପାଇଁ ଆନ୍ତଃ ସମନ୍ୱୟ କମିଟି ବୈଠକ

ବାରିପଦା : ଜିଲ୍ଲାସ୍ତରୀୟ ମ୍ୟାଲେରିଆ ନିରାକରଣ ପାଇଁ ଆନ୍ତଃ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରାଞ୍ଚଳରେ ନାଳ ସଫା, କୀଟନାଶକ ସିଞ୍ଚନ ସମେତ  ସମସ୍ତ ଅଞ୍ଚଳର ଜନସାଧାରଣମାନଙ୍କ ମଧ୍ୟରେ ମଶାରୀ ବ୍ୟବହାର କରିବା ପାଇଁ ସଚେତନତା ଅଭିଯାନ କରିବାକୁ ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଲାପାଳ ଶ୍ରୀ ସୟ୍ […]

Read More Text.

ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ବାରିପଦା : ପତ୍ନୀ କୁ ପିଟି ପିଟି ମାରିଦେଲା ସ୍ୱାମୀ l ଏହିଭଳି ଏକ ଦୁଖଃଦ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ l ଉକ୍ତ ଥାନା ଅନ୍ତର୍ଗତ ବଗଲାଢିପା ଗ୍ରାମର ଗଣେଶ ପାତ୍ରର ଗତକାଲି ରାତ୍ରୀରେ ସ୍ତ୍ରୀ ମିତା ସହିତ କୌଣସି କଥା କୁ ନେଇ ଝଗଡା ହୋଇଥିଲା l ଏଥିରେ ଉତ୍ୟକ୍ତ ହୋଇ ଗଣେଶ ଏକ ବାଡ଼ିରେ ସ୍ତ୍ରୀ ମିତା କୁ ନିର୍ଘାତ ପ୍ରହାର କରିଥିଲା l ଫଳରେ ସିଏ ଗୁରୁତର […]

Read More Text.

କଟକ ମାନସିକ ସ୍ଵାସ୍ଥ୍ୟ ପ୍ରତିଷ୍ଠାନରେ ଆଇନ୍ ସଚେତନତା ଶିବିର: ମହିଳା ସୁରକ୍ଷା ଓ ଆଇନଗତ ସହାୟତା ଉପରେ ଗୁରୁତ୍ୱ

କଟକ: ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ (DLSA), କଟକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ, କଟକର ମିଳିତ ଆନୁକୁଲ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନସିକ ସ୍ଵାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜୟ କୁମାର ମିଶ୍ର ସଭାପତିତ୍ବ କରିଥିଲେ। ସଭା ପ୍ରାରମ୍ଭରେ ନିର୍ଦ୍ଦେଶକ ଶ୍ରୀ ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ମାନସିକ ସ୍ଵାସ୍ଥ୍ୟର ଗୁରୁତ୍ୱ ଓ ଏହା ସହ ଜଡ଼ିତ ଆଇନଗତ ଦିଗ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା […]

Read More Text.

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ SOP: ବାଧା ଦେଲେ ଜୋରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ

ଭୁବନେଶ୍ୱର : ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ନୂଆ ମାର୍ଗଦର୍ଶିକା (SOP) ଜାରି କରିଛନ୍ତି ।  ନିକଟରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା କର୍ମଚାରୀଙ୍କ ସହ କିଛି ଅପ୍ରୀତିକର ଘଟଣା ଘଟିଥିବାରୁ, ସେମାନଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୧୬ରୁ ମଇ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟରେ କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ନିମ୍ନଲିଖିତ […]

Read More Text.

ରାଜଧାନୀରେ ଟାଇଁ ଟାଇଁ ଖରା, ୪୨ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଜାରି ରହିଛି । ଲଗାତାର ଭାବେ ତାତି ବୃଦ୍ଧି ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ତାତିକୁ ଦୃଷ୍ଟିରେ ରଖି ରାଜ୍ୟର ଏକାଧିକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଯାଇଥିବା ବେଳେ ତାତିର ପ୍ରଭାବ ଅନ୍ୟ କ୍ଷେତ୍ରଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପକାଇବାରେ ଲାଗିଛି । ଆଜି ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି । ଦିନ ୧ଟା ୩୦ ସୁଦ୍ଧା ଏୟାରପୋର୍ଟ ଅଞ୍ଚଳରେ […]

Read More Text.

ସରିଲା କ୍ୟାବିନେଟ ବୈଠକ, ୮ଟି ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ୱର : ସରିଲା କ୍ୟାବିନେଟ ବୈଠକ ୮ଟି ପ୍ରସ୍ତାବରେ ବାଜିଲା ମୋହର । ଶିଳ୍ପରୁ ଆରମ୍ଭ କରି ଡିଜିଟାଲ୍ ଗଭର୍ନାନ୍ସ, ପରିବହନରୁ ଲୋକସେବା ସମସ୍ତ କ୍ଷେତ୍ରରେ ନିଆଯାଇଛି ପଦକ୍ଷେପ। ବଲାଙ୍ଗୀରରେ ସୁତା ଉତ୍ପାଦନ କାରଖାନା ସ୍ଥାପନକୁ ମଞ୍ଜୁରି । M/s Shree Ambica Cotspin Pvt. Ltd. ର ୧୨୪ କୋଟି ଟଙ୍କା ବିନିଯୋଗରେ ଗଢ଼ିଉଠିବ ଏହି ପ୍ରକଳ୍ପ। ୩୦୦ ରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତ। ପଶ୍ଚିମ ଓଡ଼ିଶାରେ ଟେକ୍ସଟାଇଲ୍ ଶିଳ୍ପକୁ ମିଳିବ ନୂଆ ଗତି। ରାଜ୍ୟରେ […]

Read More Text.

ମେ’ ୧୫ରୁ ସିବିଏସଇ ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ। ମେ’ ୧୫ରୁ ୨୧ ତାରିଖ ଯାଏଁ ଚାଲିବ ପରୀକ୍ଷା। ସକାଳ ୧୦ଟା ୩୦ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା। ଚଳିତ ବର୍ଷ ପ୍ରଥମ ଥର ସିବିଏସଇ ପକ୍ଷରୁ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ବୋର୍ଡ ପ୍ରଥମ ପରୀକ୍ଷା ଶେଷ ହେଇଯାଇଛି। ଯାହାର ଫଳାଫଳ ମଧ୍ୟ ପ୍ରକାଶ ପାଇ ସାରିଛ। ଚଳିତ ବର୍ଷ ଅନେକ ଭଲ ରେଜଲ୍ଟ କରିଛନ୍ତି […]

Read More Text.

ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ, ୪ ଆହତ

କାମାକ୍ଷାନଗର: ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ । ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁରହିଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ । ଆକ୍ରମଣରେ ୪ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି। ସେମାନଙ୍କ ମୁହଁରେ ଗଭୀର ଆଘାତ ଲାଗିଛି । କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଆଟାକ ହୋଇଛି । କର୍ମଚାରୀଙ୍କୁ ମାଡ଼ ମାରିବା ସହ ଜନଗଣନା କରୁଥିବା ଦିଦିଙ୍କ ଗାଡି ଭାଙ୍ଗି […]

Read More Text.

ଏଥର ଖରା ଛୁଟିରେ ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମରେ ଚାଲିବ ଶିକ୍ଷାଦାନ

ଭୁବନେଶ୍ୱର : ଏଥର ଖରାଛୁଟିରେ ପାଠପଢା । ଘରେ ରହି ପାଠ ପଢିବେ ଛାତ୍ରଛାତ୍ରୀ । ଖରା ଛୁଟି ସମୟରେ ପିଲାଙ୍କୁ ପାଠପଢ଼ାରୁ ନଦୁରେଇବା ପାଇଁ ନୂଆ ବ୍ୟବସ୍ଥା କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ । ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମରେ ଶିକ୍ଷାଦାନ ଚାଲିବ । କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ । ସବୁ ବିଦ୍ୟାଳୟରେ ଶ୍ରେଣୀଭିତ୍ତିକ ଅଭିଭାବକ ହ୍ବାଟସଆପ୍ ଗ୍ରୁପ୍ ଖୋଲାଯିବ । ଏନେଇ […]

Read More Text.

OCAC ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା, ୭ ଦିନ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : OCACରେ ଦୁର୍ନୀତି ଅଭିଯୋଗ ମାମଲାରେ ରିପୋର୍ଟ ତଲବ । ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା ଅଭିଯୋଗ ମାମଲାରେ ରିପୋର୍ଟ ମାଗିଲେ ବଭାଗୀୟ ମନ୍ତ୍ରୀ । ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, OCACରେ ‘ଭର୍ଚୁଆଲ୍ କ୍ଲାସରୁମ୍’ ପ୍ରସ୍ତୁତିରେ ଆସିଥିବା ଦୁର୍ନୀତି ଅଭିଯୋଗ ନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ବିଭାଗୀୟ ସଚିବଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ବର୍ତ୍ତମାନ ଯେଉଁ ସବୁ […]

Read More Text.