ଜୁଲାଇ ୪ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ସୂଚନା ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।ସୂଚନା ଅନୁଯାୟୀ, ଜୁଲାଇ ୪ ତାରିଖରେ ଅମିତ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ସିଧାସଳଖ ବରଗଡ଼  ଗସ୍ତ କରିବେ। ସେଠାରେ ଏକ ଇଥାନଲ୍ ପ୍ରକଳ୍ପର ଶୁଭାରମ୍ଭ କରିବେ।ଏହାପରେ ସେ ସେହିଦିନ ସମ୍ବଲପୁରକୁ ଯାଇ ରାତ୍ରିଯାପନ କରିବେ।ଜୁଲାଇ ୫ ତାରିଖରେ ସମ୍ବଲପୁରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ […]

Read More Text.

ସ୍ନାନ ବେଦୀରେ ଗଜବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ବେଦୀରେ ସ୍ନାନ ପରେ ସୋମବାର ସନ୍ଧ୍ୟାରେ ପୁରୀରେ ଶ୍ରୀଜୀଉ ମାନେ ଏକ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଛନ୍ତି। ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କୁ ହାତୀ ବେଶ କିମ୍ବା ଗଜାନନ ବେଶରେ ସଜ୍ଜିତ କରାଯାଇଥିବା ବେଳେ ଭଉଣୀ ଦେବୀ ସୁଭଦ୍ରା ପଦ୍ମ ବେଶ ସଜେଇ ହୋଇ ଦର୍ଶନ ଦେଇଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ନାନ ବେଦୀର ପାରମ୍ପରିକ ଛେରା ପହଁରା କରିବା ପରେ ସେବକମାନେ […]

Read More Text.

ଅଷ୍ଟମ ଶ୍ରେଣୀ ବହିରେ ‘ନିମ୍ବୋଡ଼ା ନିମ୍ବୋଡ଼ା’ ଗୀତ, ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ତ୍ରୁଟିପୂର୍ଣ୍ଣ ବହି ବଣ୍ଟାଯିବା ପରେ ସାରା ରାଜ୍ୟ ସହ ଦେଶରେ ମଧ୍ୟ ଓଡିଶା ସରକାରଙ୍କ ଛବି ଖରାପ ହେବାରେ ଲାଗିଛି। ଏହା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟର ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂଆ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ ରହିଛି। ଏହାରି ଭିତରେ ଅଷ୍ଟମ ଶ୍ରେଣୀର ବହିର ଏକ ଅଧ୍ୟାୟରେ ‘ନିମ୍ବୋଡ଼ା ନିମ୍ବୋଡ଼ା’ ଗୀତ ରହିଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭାରି […]

Read More Text.

ବାରିପଦା ଓ ବାଲେଶ୍ୱର କ୍ରିକେଟ ଏକାଡେମୀ ମଧ୍ୟରେ ମ୍ୟାଚ

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ବାରିପଦା କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ବାଲେଶ୍ୱର କ୍ରିକେଟ ଏକାଡେମୀ ଓ ବାରିପଦା କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୧୪ ବର୍ଷରୁ କମ ଖେଳାଳିଙ୍କ ମଧ୍ୟରେ ଏକ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ଏହି ମ୍ୟାଚରେ ବାଲେଶ୍ୱର ୧ ଉଇକେଟରେ ବାରିପଦାକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବାରିପଦା ୩୦ ଓଭରରେ ୭ ଉଇକେଟ ହରାଇ ୧୪୩ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ […]

Read More Text.

୪୮୮ ବର୍ଗ ଅଧ୍ୟାପକ – କର୍ମଚାରୀ ସମନ୍ବୟ ସମିତିର ଆନ୍ଦୋଳନ ପ୍ରସ୍ତୁତି ବୈଠକ 

ବାରିପଦା  :୪୮୮ ବର୍ଗ ଅଧ୍ୟାପକ – କର୍ମଚାରୀ ସମନ୍ଵୟ ସମିତି ପକ୍ଷ ରୁ ଆସନ୍ତା ୩୦ ତାରିଖରୁ ଭୁବନେଶ୍ଵର ଲୋୟର ପିଏମଜି ଠାରେ ଏକଆନ୍ଦଲୋନ ଯୁକ୍ତ ସମାବେଶ ଅନୁଷ୍ଠିତ ହେବ। ଏଥିପାଇଁ ମୟୁରଭଞ୍ଜ ଜିଲ୍ଲା ସଂଘର ଏକ ଜରୁରୀ କାଳୀନ ଆଭାସୀ ବୈଠକ ଅନୁଷ୍ଠିତ ହୋଯାଇଅଛି। ଚାକିରି ସର୍ତ୍ତାବଳୀ, ପ୍ରାଧ୍ୟାପକ ଭାବରେ ପଦୋନ୍ନତି, ପେନସନ ଓ ଅଣଶିକ୍ଷା କର୍ମଚାରୀଙ୍କର ଏମ ଏସ ପି ଲାଗୁକରାଇବା ଦାବିରେ ସରକାରଙ୍କର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ରାଜ୍ୟ ୪୮୮ବର୍ଗ ଅଧ୍ୟାପକ […]

Read More Text.

ମହାନଦୀରେ ବୁଡି ତିନି ଯୁବକ ନିଖୋଜ

କଟକ : ମହାନଦୀରେ ଅଘଟଣ । ମହାନଦୀରେ ବୁଡି ତିନି ଜଣ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି । ଜଗତପୁର ସାତବାଟିଆ ଅଞ୍ଚଳରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତିନି ଯୁବକ କଲେଜ ଛାତ୍ର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ସେମାନେ ନୂଆବଜାର ଅଞ୍ଚଳର । ଚାଉଳିଆଗଞ୍ଜ ଅଗ୍ନିଶମର ଦୁଇଟି ଟିମ ସର୍ଚ୍ଚ ଅପେରେସନ ନିୟୋଜିତ ଅଛନ୍ତି । ରାତି ସମୟରେ ସର୍ଚ୍ଚ ଅପରେସନ […]

Read More Text.

ପୂର୍ବତନ ସାଂସଦଙ୍କ ପୁଅ ପରିଚୟ ଦେଇ ଠକେଇ

ଭୁବନେଶ୍ଵର:ପୂର୍ବତନ ସାଂସଦଙ୍କ ପୁଅ କହି ଠକେଇ। ଏଭଳି ହାଇ ପ୍ରୋଫାଇଲ ଠକକୁ  ଗିରଫ କରିଛି ଭୁବନେଶ୍ଵର ଇନ୍‌ଫୋସିଟି ପୋଲିସ। ଲୋକଙ୍କୁ ପୂର୍ବତନ ସାଂସଦ କୃପାସିନ୍ଧୁ ଭୋଇଙ୍କ ପୁଅ କହି ଠକେଇ କରୁଥିଲେ। କାର୍ ସର୍ଭିସ କମ୍ପାନୀ ନାମରେ ୫କୋଟି ଠକେଇ ତାଙ୍କ ନାଁରେ ଅଭିଯୋଗ କରାଯାଇଛି। ଅଭିଯୁକ୍ତକୁ ନେପାଳ ଓ ପଶ୍ଚିମବଙ୍କ ସୀମାରୁ ଗିରଫ କରିଛି  ପୋଲିସ।। ଏହି ଘଟଣାରେ ଅଭିଯୁକ୍ତ ଜଣକ ରାଜ୍ୟ ବାହାର ଠକେଇ ନେଇ ମଧ୍ୟ ଅଧିକ ଯାଞ୍ଚ କରୁଛି ପୋଲିସ।

Read More Text.

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଚରଣ ହେମ୍ବ୍ରମଙ୍କୁ ନିଜ ଗାଁ ମାଟିରେ ସମ୍ବର୍ଦ୍ଧନା ଜ୍ଞାପନ 

ବାରିପଦା : ଗତ ଜାନୁଆରୀ ୨୬ ରେ ଭାରତ ସରକାରଙ୍କ ତରଫରୁ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର‌ ମାଟିର ସୁଯୋଗ୍ୟ ସନ୍ତାନ ତଥା ମହାନ ସାନ୍ତାଳୀ ସାରସ୍ଵତ ସାଧକ ଚରଣ ହେମ୍ବ୍ରମ ଙ୍କୁ ପଦ୍ମଶ୍ରୀ ଉପାଧି ଘୋଷଣା  କରାଯାଇଥିଲା।ପରେ ଗତ  ଜୁନ ୨୩  ତାରିଖ ଦିନ ରାଷ୍ଟ୍ରପତି ଙ୍କ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେଵିନେଟର ସମସ୍ତ ମନ୍ତ୍ରୀ ଏବଂ ଭାରତର ବହୁ ମାନ୍ୟଗଣ୍ୟ ବ୍ଯକ୍ତିଙ୍କ ଙ୍କ ଉପସ୍ଥିତିରେ  ମହାମହିମ ରାଷ୍ଟ୍ରପତି  ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଚରଣ […]

Read More Text.

ଥାଲାସେମିଆ ପୀଡିତ ଦେବାଂଶର ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ 

ବାରିପଦା : ଥାଲାସେମିଆରେ ପୀଡିତ ପିଲାମାନଙ୍କର ପ୍ରତି ମାସ ରକ୍ତର ଆବଶ୍ୟକତା ପଡିଥାଏ I ସେହିଭଳି ଜଣେ ଶିଶୁ  ଥଲାସେମିଆରେ ପୀଡିତ  ଦେବାଂଶକୁ ମଧ୍ୟ ପ୍ରତି ମାସ ରକ୍ତ ଦେବାକୁ ପଡିଥାଏ I  ତେଣୁ ତାଙ୍କ ପିତାମାତା ପୁଅର ଜନ୍ମଦିନରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତ ଭଣ୍ଡାରକୁ ୪୨ ୟୁନିଟ ରକ୍ତ ଯୋଗାଇ ଉଦାହରଣ ସୃଷ୍ଟି କରିଛନ୍ତି I ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ମା ତୁଳସୀ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ ଏହି […]

Read More Text.

ନୂତନ ନିଯୁକ୍ତି ସରକାରୀ ଆଇନଜିବୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

​ବାରିପଦା : ନୂତନଭାବେ ନିଯୁକ୍ତି ପାଇଥିବା ସରକାରୀ ଆଇନଜୀବୀ ମାନଙ୍କର ଏକ ଇଣ୍ଡାକସନ ଏଣ୍ଡ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଅଛି l ଦୁଇଦିନଧରି ଅନୁଷ୍ଠିତ ହେବାକୁ ଥିବା ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଜି ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାଏକ ଯୋଗଦେଇଥିଲେ| ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ, ରିସର୍ସ ପର୍ଶନ ଭାବେ ଡେପୁଟି ଡାଇରେକ୍ଟର ଦୀପ୍ତିରଞ୍ଜନ ସେଣ୍ଡ, ଆଇଆଇସି ସାଇବର […]

Read More Text.