କାହିଁକି ଗଲା ଲାଇଟ୍?, ଓସିଏକୁ ୧୦ ଦିନ ଭିତରେ ଉତ୍ତର ମାଗିଲେ ମନ୍ତ୍ରୀ

କଟକ: ବାରବାଟୀ ଷ୍ଟାଡିୟମରେ ଲାଇଟ ବନ୍ଦ ହେବା ପ୍ରସଙ୍ଗକୁ ନେଇ ଏବେ ଓସିଏକୁ ଜାରି ହେଲା କାରଣ ଦର୍ଶାଅ ନୋଟିସ୍ । କାହିଁକି ଲାଇଟ ବନ୍ଦ ହେଲା?, ଏନେଇ ସୋ କଜ୍ ନୋଟିସ୍ ଜାରି କରିଛି କ୍ରୀଡା ବିଭାଗ । ଏଭଳି ଅବ୍ୟବସ୍ଥାକୁ ନେଇ ୧୦ ଦିନ ଭିତରେ ଉତ୍ତର ରଖିବାକୁ ଓସିଏକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଏଭଳି ଦାୟିତ୍ବହୀନତା ପାଇଁ କାର୍ଯ୍ୟନୁଷ୍ଠାନ ହେବ । ବାରବାଟୀରେ ଫ୍ଲଡ୍ […]

Read More Text.

ଟ୍ୱିନ ସିଟିରେ ଗାଡି ଚେକିଂ କଡାକଡି

ଭୁବନେଶ୍ବର: ଆଜିଠୁ ଟ୍ୱିନ ସିଟିରେ ପୁଣି ଆରମ୍ଭ ହେବ ଗାଡି ଚେକିଂ। ଗାଡି ଚେକିଂ କଡାକଡି ହେବ ବୋଲି କମିଶନରେଟ୍ ପୋଲିସ ପୂର୍ବରୁ ସଚେତନ କରିଛି। ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୋଲିସ। ଚେକିଂ ପୂର୍ବରୁ କାଢି ଦିଅନ୍ତୁ ନଚେତ୍ ଧରାପଡିଲେ ଜୋରିମାନା ଗଣିବେ ବୋଲି ସତର୍କ କରିଛି କରିଛି ବିଭାଗ । କମିଶନରେଟ୍ ପୋଲିସର ଏହି ସ୍ପେଶାଲ ଡ୍ରାଇଭରେ ଲାଇସେନ୍ସ, ହେଲମେଟ ତଥା ଗାଡ଼ିର ଇନ୍ସୁରାନ୍ସ ଓ […]

Read More Text.

ବାଲବାଟିକା ଆଧାରିତ କର୍ମଶାଳା ‘ପ୍ରସ୍ତୁତି’ ଅନୁଷ୍ଠିତ

ବାରିପଦା – ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦାର ସମ୍ମିଳନୀ କକ୍ଷରେ ଆଞ୍ଚଳିକ ସାଧନକର୍ମୀମାନଙ୍କ ପାଇଁ ୫ ଦିନିଆ ବାଲବାଟିକା ଆଧାରିତ କର୍ମଶାଳା ‘ପ୍ରସ୍ତୁତି’ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୟୂରଭଞ୍ଜ ଜିଲ୍ଲାର ୧୪ଟି ବ୍ଲକରୁ ଆସିଥିବା ୧୧୨ ଜଣ ଆଞ୍ଚଳିକ ସାଧନକର୍ମୀମାନେ ଯୋଗଦାନ କରିଥିଲେ | ଏହି ଅବସରରେ ପ୍ରତିଷ୍ଠାନର ଅଧକ୍ଷ ପ୍ରମୋଦ କୁମାର ଡାକୁଆ ପ୍ରଶିକ୍ଷଣ ପେଟିକାର ଆଭିମୁଖ୍ୟ ତଥା ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ଓ ଆଦ୍ୟ […]

Read More Text.

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଗ ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା – ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦା ଠାରେ ଡି ଆଇ ଇ ଟି – ସି ଆର ସି ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ମୟୂରଭଞ୍ଜ ଜିଲ୍ଲାର ଆଗାମୀ ୬ ମାସ ପାଇଁ ଭବିଷ୍ୟତ ଯୋଜନା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି, ଜିଲ୍ଲା ପେଡାଗଜୀ ସଂଯୋଜକ ଶୈଳବାଳା ବେହେରା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଅନାଦି […]

Read More Text.

ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା, ମାଆ ଅମ୍ବିକାଙ୍କ ନିକଟରେ ପୂଜା ଅର୍ଚ୍ଚନା କଲେ ଆମେ ମୟୂରଭଞ୍ଜିଆ

ବାରିପଦା: ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ରବିବାର ପୂର୍ବାହ୍ନ ଦଶଘଟିକା ସମୟରେ ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମାଆ ଅମ୍ବିକାଙ୍କ ମନ୍ଦିରରେ ଓଡ଼ିଆ ସିନେଜଗତର ସୁପରଷ୍ଟାର ତଥା ମୟୂରଭଞ୍ଜ ମାଟିର ସୁପୁତ୍ର ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ପୂର୍ବକ ସମୂହ ପ୍ରଦୀପ ପ୍ରଜ୍ବଳନ କରାଯାଇ ପ୍ରାର୍ଥନା ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇଥିଲା। ଆମେ ମୟୂରଭଂଜିଆ ର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ ଙ୍କ ଆହ୍ୱାନରେ ଏହି ପ୍ରାର୍ଥନା ସଭାରେ ନାଟ୍ୟକାର ଅନ୍ନଦା ଶଙ୍କର […]

Read More Text.

ବାରବାଟୀରେ ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଭାରତ

କଟକ : ଭାରତ ଇଂଲଣ୍ଡକୁ ଦ୍ବିତୀୟ ଦିନିକିଆରେ ୪ ଓ୍ବିକେଟରେ ହରାଇଛି । ଏହା ସହିତ ଟିମ୍ ୩ ମ୍ୟାଚର ସିରିଜରେ ୨-୦ରେ ଆଗୁଆ ରହିଛି ।  ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ  ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଘରୋଇ ଦଳ ୪ ୱିକେଟ୍‌ରେ ବିଜୟୀ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର […]

Read More Text.

ସୁଧ ଟଙ୍କା ପାଇଁ ୯ବର୍ଷର ନାବାଳକ ପୁଅକୁ ଅପହରଣ !

କାକଟପୁର: ଥାନା ସମ୍ମୁଖରେ କାନ୍ଦି କାନ୍ଦି ଗୁହାରୀ କରୁଛନ୍ତି ବାପା ମାଆ । କହୁଛନ୍ତି ଆମ ପୁଅକୁ ଫେରାଇ ଆଣ । ସେ ସକାଳୁ କିଛି ଖାଇନି । ତାକୁ ଭାରି ଡର ଲାଗୁଥିବ । ହେଲେ କୁଆଡେ ଯାଇଛି ୟାଙ୍କ ପୁଅ । କିଏ ନେଇଛି ତାକୁ? ବୁଝୁ ବୁଝୁ ସାମ୍ନାକୁ ଆସିଲା ଏମିତି ଘଟଣା । କୁଆଡେ ଉଧାର ଆଣିଥିବା ଟଙ୍କା ନଫେରାଇବାରୁ ୯ ବର୍ଷର ନାବାଳକ ପୁଅକୁ ଅପହରଣ କରି ରଖିଛନ୍ତି ସୁଧ ଦେଇଥିବା […]

Read More Text.

BCAC ଦ୍ୱାରା ଗୋଲ୍ଡେନ ଟ୍ରାଙ୍ଗେଲ୍ ସାଇକିଲିଂ ଚାମ୍ପିଅନଶିପ୍ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସାଇକିଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ୍ (ବିସିଏସି)ର ଗୋଲ୍ଡେନ ଟ୍ରାଙ୍ଗେଲ୍ ସାଇକିଲିଂ ଚାମ୍ପିଅନଶିପର ସପ୍ତମ ସଂସ୍କରଣ ସଫଳତାର ସହ ଶେଷ ହୋଇଛି । ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଭୁବନେଶ୍ୱରରୁ ସାଇକଲେ ଚଲାଇ ପୁରୀ ଯାଇଥିଲେ ଏବଂ ସେଠାରୁ ଫେରିଥିଲେ । ଏହା ମୋଟ ୧୧୪ କିଲୋମିଟର ସାଇକିଲିଂ ପ୍ରତିଯୋଗିତା ଥିଲା । ରାଜ୍ୟରେ ସାଇକେଲ୍ ଚାଳକଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ବଢାଇବା ଏହି ଚାମ୍ପିଅନଶିପ୍ ଆୟୋଜନ ପଛର ବଡ଼ ଉଦ୍ଦେଶ୍ୟ । ଜିଟିସିସିର ସପ୍ତମ […]

Read More Text.

ଫ୍ଲଡ ଲାଇଟରେ ଗୁରୁତର ସମସ୍ୟା, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି

କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ବାରବାଟୀ ଷ୍ଟାଡିୟମର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ୩୦୫ ରନ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଇନିଂସର ସପ୍ତମ ଓଭରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ୬.୧ ଓଭରରେ ଭାରତର ସ୍କୋର ବିନା କ୍ଷତିରେ ୪୮ ରନ ହୋଇଥିବା ବେଳେ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା। ପ୍ରଥମେ ଷ୍ଟାଣ୍ଡର କିଛି […]

Read More Text.

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ଶାଶୁଘର ଲୋକ ଫେରାର

ଖଲ୍ଲିକୋଟ: ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ଗୁରୁଣ୍ଠି ଗ୍ରାମରେ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ । ଗତକାଲି ରାତିରେ ବୋହୁର ମୃତଦେହ ଉଦ୍ଧାର କରିଛି ପୋଲିସ । ଝିଅ ପରିବାର ଲୋକେ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ସେପଟେ ଶାଶୁ, ଶ୍ୱଶୁର, ନଣନ୍ଦ ଫେରାର ହୋଇଯାଇଛନ୍ତି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡ଼ିମିରିଆ ଗ୍ରାମର ନାରାୟଣ କୋଚିଆରୀଙ୍କ ଝିଅ ଆରତୀଙ୍କ ସହ ନୂତନ ଗୁରୁଣ୍ଠି ଗ୍ରାମ ନବୀନ ସାହୁଙ୍କ ପୁଅ ଭାଗ୍ୟଧର ସାହୁଙ୍କ […]

Read More Text.