୨୬ ତମ ଇଉଫୋରିଆ-୨୫ ଉଦଯାପିତ

ବାରିପଦା: ଯୁବ ପ୍ରତିଭା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳା କୁ ଲୋକଲୋଚନକୁ ଆଣିବାରେ ଦି ଇଉଫୋରିଆ ଅନୁଷ୍ଠାନ ୨୬ ବର୍ଷ ଧରି ତାର ପ୍ରଚେଷ୍ଟାରେ ଲାଗି ରହିଛି।ରାଜ୍ୟସ୍ଥରୀୟ ଆନ୍ତମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ-୨୦୨୫ ବିଗତ 4 ଦିନ ଧରି ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ସଭାପତି ତାପସ ପାଢ଼ୀ ଙ୍କ ତତ୍ୱାଅବଧାନ ରେ ସଂପର୍ଣ୍ଣ ହୋଇଯାଇଅଛି । ଏହି ମହୋତ୍ସବର ଉଦଯାପନୀ ସନ୍ଧ୍ୟା ରେ ଓଡ଼ିଆ ସିଙ୍ଗର ସୌରଭ ଭରଦ୍ୱାଜ ସମସ୍ତଙ୍କୁ ସଂଗୀତ ରେ ବାନ୍ଧି […]

Read More Text.

ବିବାହ କରିବାକୁ ପୁଅର ଜିଦ୍, ବିରୋଧ କରିବାରୁ ବାପାର ନେଇଗଲା ଜୀବନ

ବଡ଼ବିଲ :  କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବାଂଶପାଣି ଅଞ୍ଚଳରେ ହତ୍ୟାକାଣ୍ଡ । ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ ହୋଇଯାଇଛି । ମୃତକ ଯୋଡ଼ା ଥାନା ବାଂଶପାଣି ଅଞ୍ଚଳର ଅଜୟ ସେଠୀ ବୋଲି ଜଣାପଡିଛି । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଅଭିଯୁକ୍ତ ପୁଅ ବିକାଶ ସେଠୀକୁ ଥାନାରେ ଅଟକ ରଖିଛି ଯୋଡ଼ା ଥାନା ପୋଲିସ । ମିଳିଥିବା ଖବର ଅନୁସାରେ, ବିବାହ କରିବାକୁ ଜିଦ୍‌ ଧରିବସିଥିଲା ପୁଅ । ହେଲେ ବାପା ବର୍ତ୍ତମାନ […]

Read More Text.

ଆସିଲା ଦଶମ ଆଡମିଟ୍‌ କାର୍ଡ

କଟକ: ଆସନ୍ତ ୨୧ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଆଡମଟି କାର୍ଡ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ www.bseodisha.ac.in ୱେବସାଇଟକୁ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ମାଟ୍ରିକ ସମେତ ଏସଓଏସସି ଏବଂ ମଧ୍ୟମା ପରୀକ୍ଷାର ଆଡମିଟ କାର୍ଡ ମଧ୍ୟ ୱେବସାଇଟରେ ଉପଲବ୍ଧ କରାଯାଇଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଆସନ୍ତା ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଉଭୟ ରେଗୁଲାର ଏବଂ […]

Read More Text.

ବାରବାଟୀରେ ଲାଇଟ କଟିବା-ଟିକେଟ କଳାବଜାରୀ ପ୍ରସଙ୍ଗ: ସରକାରଙ୍କୁ ଦାୟୀ କଲେ ତାରା ବାହିନୀପତି

ଭୁବନେଶ୍ବର: ବାରବାଟୀରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍ ସମୟରେ ଲାଇଟ କଟିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସରକାର ଏଥିପାଇଁ ଦାୟୀ। ମୁଁ ଏହାକୁ ନିନ୍ଦା କରୁଛି। ଓଡ଼ିଶାର କଥା ବାହାରେ ପଡିଛି। ଯେଉଁମାନେ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ମିଳିବା ଉଚିତ୍। ବିଶ୍ୱରେ ରାଜ୍ୟ ନିନ୍ଦିତ ହୋଇଛି।ଲୋକଙ୍କ ଦେଇଥିବା ପ୍ରତିଶ୍ରୁତିକୁ ବିଜେପି ସରକାର ଭୁଲି ଯାଇଥିବାରୁ ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କ ଉପରେ ରାଗିଛନ୍ତି। ଏଥିପାଇଁ ଜଗନ୍ନାଥ […]

Read More Text.

ଷଣ୍ଢ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ସୋମବାର ଦିନ ଏକ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରର ମଞ୍ଚେଶ୍ୱର ଥାନା ଅଧୀନସ୍ଥ ବାରିମୁଣ୍ଡା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ରବିବାର ମହିଳାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା ​​ଯାହାପରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ସୋମବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ନାମ ହେମଲତା ଦାସ ବୋଲି ଜଣାପଡିଛି। […]

Read More Text.

ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା ଅଭିଯୋଗ

ଗୁଣୁପୁର: ଗୁଣୁପୁର ଥାନା ଅନ୍ତର୍ଗତ ଗଣେଷ ବିହାର ଠାରେ ଭଡାଟିଆ ଘରେ ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟ ହୋଇଛି । ମୃତକ ହେଲେ ରଶ୍ମୀ ରଂଞ୍ଜନୀ ବଡକୁମାର । ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କର ବାପା କୁଞ୍ଜ ବିହାରୀ ବଡକୁମାର । ୮ ମାସ ତଳେ ଜଣେ ପୋଲିସ କନେଷ୍ଟବଳଙ୍କୁ ବିବାହ କରିଥିଲେ । ସୁଚନା ମୁତାବକ, ମୃତ ନବବଧୁ ରଶ୍ମୀଙ୍କ ଘର ପାରଳାଖେମୁଣ୍ଡି ସହରର ବିଦ୍ୟାନଗର ବୋଲି ଜଣାପଡିଛି । ୩ […]

Read More Text.

ପାନୀୟ ଜଳ ଯୋଗାଇବେ ସରକାର; ୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ୨ଟି ନଳକୂପ

ଭୁବନେଶ୍ବର: ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବେ ରାଜ୍ୟ ସରକାର। ଗାଁ ଗାଁରେ ନଳକୂପ ଦେବେ ବିଜେପି ସରକାର। ଖରାଦିନକୁ ଆଖି ଆଗରେ ରଖି 70 ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ନଳକୂପ । ଯେଉଁ ଗାଁରେ 70ରୁ ଅଧିକ ଜନସଂଖ୍ୟା ଥିବ ସେଠାରେ 2ଟି ନଳକୂପ ବସିବ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ପାନୀୟ ଜଳ ଯୋଗାଣ ବିଭାଗ। ଆବଶ୍ୟକ ପଡିଲେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ରବି ନାରାୟଣ ନାୟକ। […]

Read More Text.

ମାଓବାଦୀଙ୍କୁ ନେଇ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି

ମାଲକାନଗିରି: ଧ୍ବଂସ ହେଉଛି ମାଓଗଡ଼। ଗତକାଲି ୩୧ ମାଓବାଦୀଙ୍କ ନିପାତ ପରେ ଆହୁରି ଜୋରଦାର କରାଯାଇଛି ଅପରେସନ। ତେବେ ଏନେଇ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଏହି ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ହୋଇଛନ୍ତି ଅଧିକ ଫୋର୍ସ। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଅପରେସନ୍ ଚଳାଇଛି ସୁରକ୍ଷା ବାହିନୀ। ମାଓବାଦୀଙ୍କୁ ମୂଳପୋଛ କରିବାକୁ ଚାଲିଛି ବଡ଼ ଅପରେସନ। ସୂଚନା ଥାଉକି ଗତକାଲି ବଡ ଧରଣର ଏନକାଉଣ୍ଟର ହୋଇଛି। ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ […]

Read More Text.

ବାରବାଟୀରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇଥିଲେ: କ୍ରୀଡାମନ୍ତ୍ରୀ

ଭୁବନେଶ୍ବର: ବାରବାଟୀ ବିଭ୍ରାଟ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଏନେଇ ବିରୋଧୀ ଏବଂ ଶାସକ ଦଳ ପରସ୍ପର ମୁଣ୍ଡରେ ଅଠା ବୋଳିବାରେ ଲାଗିଛନ୍ତି। ଅଭିଯୋଗର ବାକ୍‌ଯୁଦ୍ଧ ଜାରି ରହିଛି। ଏନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ବାରବାଟୀ ଏକ ଐତିହ୍ୟ ସମ୍ପନ୍ନ ଷ୍ଟାଡିୟମ। ବାରବାଟୀରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇ ପଳେଇଲେ। ହେଲେ ଟଙ୍କାଟେର ବ୍ୟବସ୍ଥା କରି ନାହାନ୍ତି । ଆମେ ଭାବିଥିଲୁ ସେ କିଛି କରିଛନ୍ତି ବୋଲି। ଦେଖିଲା ବେଳକୁ ଅମାର […]

Read More Text.

ବାରବାଟୀ ବିଭ୍ରାଟ: କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡ଼ି, ପୂର୍ବ ସରକାରଙ୍କୁ ଦାୟୀ କଲା ବିଜେପି

ଭୁବନେଶ୍ବର: ବାରବାଟୀ ବିଭ୍ରାଟ ନେଇ ବିରୋଧୀ ଦଳ ବିଜେଡ଼ି ଏବଂ ଶାସକ ଦଳ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେଡ଼ି ପକ୍ଷରୁ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ବିଜେଡ଼ି କହିଛି ଯଦି ନୈତିକତା ଅଛି ତେ‌ବେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଉପରେ ପଦକ୍ଷେପ ନେଇ ଇସ୍ତଫା ଦିଅନ୍ତୁ। ସେ ଓସିଏକୁ କଣ ଜବାବ ମାଗୁଛନ୍ତି। ବିସିସିଆଇ ଏବଂ ଓସିଏ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆଶ୍ଚର୍ଯ୍ୟ କଥା, ଚାରି ଚାରି ଥର କ୍ରୀଡା ମନ୍ତ୍ରୀ ସମୀକ୍ଷା କଲେ […]

Read More Text.