ବିଶ୍ଵବିଦ୍ୟାଳୟରେ ନାହାଁନ୍ତି ପ୍ରଫେସର, ପଢାଉଛନ୍ତି ଗେଷ୍ଟ ଫ୍ୟାକୋଲ୍‌ଟି

ଭୁବନେଶ୍ଵର: ଗେଷ୍ଟ ଫ୍ୟାକୋଲ୍‌ଟି ଭରସାରେ ଚାଲିଛି ଓଡିଶାର ନାମକରା ବିଶ୍ବବିଦ୍ୟାଳୟମାନ । ୧୭ଟି ବିଶ୍ବବିଦ୍ୟାଳୟରେ ୯୬୩ ଜଣ ଗେଷ୍ଟ ଫ୍ୟାକୋଲ୍‌ଟି ପଢ଼ାଉଛନ୍ତି । ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନ । ମାତ୍ର ସୁରୁଖୁରୁରେ ଚାଲିପାରୁନାହିଁ ଗୃହ କାର୍ଯ୍ୟ । ଦୁଇ ଦୁଇ ଥର ମୁଲତବୀ ହେଲାଣି ଗୃହ । ଏହାରି ଭିତରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ । ଓଡିଶାର ବିଭିନ୍ନ ନାମକରା ବିଶ୍ବବିଦ୍ୟାଳୟ ମାନଙ୍କରେ […]

Read More Text.

କଟକରେ ଡବଲ ମର୍ଡର ମାମଲା: ଅଭିଯୁକ୍ତ ୫ ବର୍ଷ ପରେ ଗିରଫ

କଟକ: କଟକର ବେଲେଶ୍ବରରେ ୨୦୧୯ ଡିସେମ୍ବରରେ ହୋଇଥିବା ଡବଲ ମର୍ଡର ମାମଲାରେ କମିସନରେଟ୍ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସନ୍ତୋଷ ସିହ୍ନା। ଭୁବନେଶ୍ବର-କଟକ ପୁଲିସ କମିସନରେ ସୁରେଶ ଦେବଦତ୍ତ ସିଂ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଡିସିପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନରେ ଶ୍ରୀ ସିଂ କହିଛନ୍ତି ୨୦୧୯ରେ ବଲେଶ୍ବରରେ ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦ୍ୟୁଲତାଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ […]

Read More Text.

୧୯ରୁ ୨୧ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୧୯ ତାରିଖରୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ୧୯ରୁ ୨୧ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଅନୁଭୂତ ହେବ ।  ଜଗତସିଂହପୁରଳ କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି । […]

Read More Text.

ଭିଜିଲାନ୍ସ ଜାଲରେ କଲେଜ ଜୁନିଅର କ୍ଲର୍କ, ଛାତ୍ରଙ୍କଠାରୁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡିଲେ ଦେବଗଡ଼ କଲେଜର ଜୁନିଅର କ୍ଲର୍କ ମଞ୍ଜୁଲା ପ୍ରଧାନ। ସେ ଜଣେ ପୂର୍ବତନ ଛାତ୍ର (ଅଭିଯୋଗକାରୀ)ଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାଡିଛନ୍ତି। ଅଭିଯୋଗକାରୀ ଏବଂ ଉକ୍ତ କଲେଜର ଅନ୍ୟ ଜଣେ ପୂର୍ବତନ ଛାତ୍ରଙ୍କ ନଷ୍ଟ ହୋଇଥିବା ମୂଳ ପ୍ରମାଣପତ୍ର ବଦଳରେ ନୂତନ ମୂଳ +୨ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ। ଲାଞ୍ଚ ନେବା ବେଳେ ରେଡ ହ୍ୟାଣ୍ଡରେ ଧରାପଡିଛନ୍ତି ଜୁନିଅର କ୍ଲର୍କ ମଞ୍ଜୁଲା […]

Read More Text.

ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ

ଭୁବନେଶ୍ଵର: ରାଜ୍ୟରେ ଶିକ୍ଷାର ବିକଳ ଚିତ୍ର । ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ । ୬୮.୫% ପିଲା ଫେଡ଼ାଣ ଓ ୪୫.୮% ପିଲା ହରଣ ଜାଣିନାହାଁନ୍ତି । ବିଧାୟକ ଚକ୍ରମଣି କହଁର ପ୍ରଶ୍ନ ରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୨୦୧୪ରେ ୬୩.୪% ଥିବା ବେଳେ ୨୦୨୪ରେ ୬୯.୫% ଛାତ୍ରଛାତ୍ରୀ ଫେଡାଣ ଜାଣି ନ […]

Read More Text.

ମୋବାଇଲରେ ରିଲ୍ସ କରିବା ହେଲା କାଳ, ନଦୀରେ ଖସି ପଡିଲେ ଯୁବତୀ

ଢେଙ୍କାନାଳ : ମୋବାଇଲରେ ରିଲ୍ସ କରିବା ହେଲା କାଳ । ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀରେ ଖସି ପଡିଲେ ଯୁବତୀ । ଯୁବତୀ ଜଣଙ୍କ ଢେଙ୍କାନାଳ ତରଭା ଗାଁର ୧୯ ବର୍ଷୀୟ ଅମ୍ବିକା ନାୟକ । ସେ ମାଉସୀଙ୍କ ସହ ମିଶି ଢେଙ୍କାନାଳ ତରଭା ଗାଁରୁ କାମାକ୍ଷାନଗର ଖଟୁଆହତା ଯାଉଥିଲେ । ଅଧା ବାଟରେ ଅଟୋକୁ ଅଟକାଇ କମଗରା ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଝିଅ ଅମ୍ବିକା ମୋବାଇଲରେ ରିଲ୍ସ କରୁଥିଲେ […]

Read More Text.

ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ

ଭୁବନେଶ୍ବର: ‘ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ । ପ୍ରଫୁଲ ଘଡାଇ ଜାଣିଥିବେ, କିଏ କେଉଁଠି ଷଡଯନ୍ତ୍ର କରିଥିଲା । ବିଜେଡି ଦଳ ଭିତରେ କିଛି ଷଡଯନ୍ତ୍ର ହୋଇନାହିଁ ।’ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ଘଡାଇଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କିଛି ଏପରି କଡା ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍ । ବିଜେଡି ଭାଙ୍ଗିବା ଆଲୋଚନା ଉପରେ ପ୍ରମିଳା କହିଛନ୍ତି, ବିଜେଡି […]

Read More Text.

ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର : ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଧାନସଭାରେ ଭିକାରୀ ତାଲିକା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡିଶାରେ ମୋଟ ୫୨୮୪ ଜଣ ଭିକାରୀ ଅଛନ୍ତି ବୋଲି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ , ରାଜ୍ୟରେ ଏବେ ପାଖାପାଖି ୫ହଜାରୁ ଅଧିକ ଭିକାରୀ ଅଛନ୍ତି । […]

Read More Text.

ପ୍ରଶ୍ନକାଳରେ ବିରୋଧୀଙ୍କ ହଟ୍ଟଗୋଳ, ନିନ୍ଦା କଲା ବିଜେପି

ଭୁବନେଶ୍ବର: ଆଜି ବଜେଟ ଅଧିବେଶନର ଦ୍ବିତୀୟ ଦିନ । ହେଲେ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ । ବିରୋଧି ବିଜେଡି ଏବଂ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟକୁ ଆସି ହଙ୍ଗାମା କରିଛନ୍ତି । ଏମିତିକି ଆଜି ଗୃହ ଆରମ୍ଭରୁ ହିଁ କଡା ଆଭିମୁଖ୍ୟ ଦେଖାଇଥିଲେ ବିରୋଧୀ । ପ୍ରଶ୍ନକାଳ ବି ଠିକ୍ ଭାବରେ ଚାଲିବାକୁ ଦେଇନଥିଲେ । ଯାହାକୁ ନିନ୍ଦା କରିଛି ବିଜେପି । ଏନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି […]

Read More Text.

କଟକରେ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

କଟକ: କଟକରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଖଣ୍ଡାରେ ହାଣି ବିଭତ୍ସ ହତ୍ୟା କରାଯଇଛି । କଟକ ପୋତାପୋଖୋରି ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ପାଣି ଟାଙ୍କି ନିକଟରେ ଥିବା ବସ୍ତି ଭିତରେ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘର ଭିତରୁ ମହିଳାଙ୍କୁ ଉଦ୍ଧାର କରାଯାଇ SCB ମେଡିକାଲ ହସ୍ପିଟାଲକୁ ପଠାଯାଇଥିଲା । କିନ୍ତୁ, ସେଠାରେ ଡାକ୍ତରମାନେ ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏନେଇ IIC ସୂଚନା ଦେଇଛନ୍ତି […]

Read More Text.