ଜ୍ୟୋତିର୍ମୟୀଙ୍କ କଣ୍ଠରେ ଦୁଲୁକିଲା ମୁମ୍ବାଇ, ପ୍ରଥମ ଓଡ଼ିଆ ଭାବେ ଜିତିଲେ ଇଣ୍ଡିଆନ ଆଇଡଲ୍ ମୁକୁଟ

ମୁମ୍ବାଇ : ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଦେଶର ସବୁଠାରୁ ବଡ଼ ମ୍ୟୁଜିକ୍ ରିଆଲିଟି ସୋ ‘ଇଣ୍ଡିଆନ ଆଇଡଲ ସିଜନ ୧୬’ର ବିଜେତା ହୋଇଛନ୍ତି ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ। ଆଜି ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସେ ଇତିହାସ ରଚି ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନଜନକ ମୁକୁଟ ପିନ୍ଧିଛନ୍ତି। ଟ୍ରଫି ସହ ମିଳିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର ରବିବାର ଅନୁଷ୍ଠିତ ଏହି ମହାମୁକାବିଲାରେ ସାରା ଦେଶରୁ ଆସିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ […]

Read More Text.

ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ: ଶ୍ରୀକ୍ଷେତ୍ରରେ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ଶେଷ ହେବା ପରେ ଆଜି ପବିତ୍ର ଦ୍ୱାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା। ଶ୍ରୀଜୀଉଙ୍କ ଅଧର (ଓଷ୍ଠ) ଉଚ୍ଚାର ଉଚ୍ଚ ମାଟି ହାଣ୍ଡିରେ ଏହି ମହାପ୍ରସାଦ ପଣା ସମର୍ପଣ କରାଯାଇଥିଲା। ଭୋଗ ଲାଗି ହେବା ପରେ ନିୟମ ଅନୁସାରେ ରଥ ଉପରେ ସେହି ପଣା ହାଣ୍ଡିଗୁଡ଼ିକୁ ଭଙ୍ଗାଯାଇଥିଲା। […]

Read More Text.

ପୁସ୍ତକ ତ୍ରୁଟିକୁ ନେଇ ବିରୋଧୀଙ୍କ ଚେତାବନୀ, ୭ ଦିନରେ ମନ୍ତ୍ରୀ ଇସ୍ତଫା ନ ଦେଲେ ରାସ୍ତାକୁ ଓହ୍ଲାଇବୁ

ଭୁବନେଶ୍ଵର: ପୁସ୍ତକ ତ୍ରୁଟିକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ବିରୋଧୀ । ୭ ଦିନରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନ ଦେଲେ ରାସ୍ତାକୁ ଓହ୍ଲାଇବାକୁ ଦେଇଛନ୍ତି ଧମକ। ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏପଟେ ବିଜେଡି ମଧ୍ୟ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରିଛି । ଯାହାର ଜବାବ ରଖିଛି ବିଜେପି । ତୁଟୁନି ପୁସ୍ତକ ତୃଟି ବିବାଦ । ରାଜ୍ୟ ସରକାରଙ୍କ ବଡ ଆକ୍ସନ ପରେ ମଧ୍ୟ ଥମୁନି ରାଜନୀତି । ଗତକାଲି କେନ୍ଦ୍ରଶିକ୍ଷା […]

Read More Text.

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାରେ ମା’ ଝିଅ

ଭୁବନେଶ୍ବର : ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ, ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାରେ ମା’ ଝିଅ ।  ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ଓ ତାଙ୍କ ଝିଅ ଅର୍ଚ୍ଚତା ଷଡ଼ଙ୍ଗୀ। ଉଭୟଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସରଗରମ ଆଲୋଚନା। ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ତାଙ୍କ ସମର୍ଥନରେ Xରେ ପୋଷ୍ଟ କରିଥିଲେ ମା ଅପରାଜିତା। କିଛି ସମୟ ପରେ ଛାତ୍ରଙ୍କ ସମର୍ଥନରେ ପୋଷ୍ଟ କରିଥିଲେ ଅର୍ଚ୍ଚିତା। ଉଭୟଙ୍କ ଭିନ୍ନ ସ୍ବରକୁ ନେଇ ଭିନ୍ନ ଭିନ୍ନ ମତ ବି ସାମ୍ନାକୁ ଆସୁଛି। […]

Read More Text.
IMG 20260720 WA0049 750x430

କ୍ରାଇମବ୍ରାଞ୍ଚର ହସ୍ତଗତ ହେଲା ମୃତ ସୌମ୍ୟଙ୍କ ଶେଷ ମେସେଜ୍, ତନାଘନା ଆରମ୍ଭ

ଭୁବନେଶ୍ବର: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲା । ଆଜି ସୌମ୍ୟଙ୍କ ବାପା ଦୁଶାସନ ସ୍ୱାଇଁଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ପରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଫୋନକୁ କ୍ରାଇମବ୍ରାଞ୍ଚରେ ଦାଖଲ କଲେ ସୌମ୍ୟଙ୍କ ବାପା । ତେବେ ଏହି ଫୋନରେ ଏଡିଜି ଦୟାଲ ଗଙ୍ଗୱାରଙ୍କ ସହ ସୌମ୍ୟଙ୍କ ମେସେଜ ଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ମୋବାଇଲରେ ସୌମ୍ୟ ଏବଂ ନିଲମ୍ବିତ ଏଡିଜି ଦୟାଲ ଗଙ୍ଗୱାରଙ୍କୁ […]

Read More Text.
School1

ମୟୁରଭଞ୍ଜ ଜିଲ୍ଲାରେ ସୋମବାର ସମସ୍ତ ସ୍କୁଲ ବନ୍ଦ, ଅତି ପ୍ରବଳ ବର୍ଷା ସତର୍କତା ଜାରି

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବାରୁ ସୋମବାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । IMDର ଜଗତ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି ।  ୨୭ ଜୁଲାଇ ୨୦୨୬ ସୋମବାର ଦିନ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି […]

Read More Text.

ମଦ ଦୋକାନକୁ ବିରୋଧ କରି ତାତିଲେ ଲୋକେ, ତାଲା ଭାଙ୍ଗି ଲୁଟିନେଲେ ପେଟି ପେଟି ମଦ

ଯାଜପୁର : ମଦ ଦୋକାନକୁ ବିରୋଧ କରି ତାତିଲେ ଲୋକେ । ତାଲା ଭାଙ୍ଗି ଲୁଟିନେଲେ ପେଟି ପେଟି ମଦ । ଯିଏ ଯେମିତି ପାରିଲା ବୋହିନେଲା । ମଦ ଦୋକାନ ଉଦଘାଟନ ପୂର୍ବରୁ ଦୋକାନ ତାଲା ଭାଙ୍ଗି ନେଇଗଲେ ପେଟି ପେଟି ମଦ। ଏଭଳି ରୋଚକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ କଣ୍ଟିଗଡ଼ିଆ ମୌଜା ଗାନ୍ଧୀ ଛକରେ। ସୂଚନା ଅନୁଯାୟୀ, ଏଠାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ ଖୋଲାଯିବାର ଥିଲା […]

Read More Text.

ଧାନ ରୋଇବା ବେଳେ ଅଘଟଣ, ବଜ୍ରପାତରେ ବାପ-ପୁଅ ମୃତ

କାମାକ୍ଷାନଗର : ବଜ୍ରପାତରେ ବାପା, ପୁଅ ମୃତ  ।  ଧାନ ରୋଇବା ବେଳେ ଅଘଟଣ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିପଡା ଗ୍ରାମର ଦୁଃଖଦ ଘଟଣା l ବିଲରେ ଧାନ ରୋଇବାକୁ ଯାଇଥିବା ବେଳେ ବଜ୍ରପାତରେ ବାପା ପୁଅ ମୃତ l ମୃତକ ଦୁଇଜଣ ହେଲେ ବାଲିପଡା ଗାଁ ସନ୍ତୋଷ ଦେହୁରୀ ଓ ପୁଅ ସତ୍ୟନାରାୟଣ ଦେହୁରୀ l ଆଜି ଦ୍ବିପହର ସମୟରେ ସନ୍ତୋଷ ଗାଁ ନିକଟରେ ଥିବା ଗୋରଡିଆ ଜମିକୁ ଧାନ ରୋଇବାକୁ ପୁଅ ସତ୍ୟନାରାୟଣକୁ […]

Read More Text.

‘କ୍ୟାଚ୍ ଦି ରେନ୍’ ଅଭିଯାନରେ ଚମକିଲା ଭୁବନେଶ୍ୱର: ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଆସିଛି ଏକ ଗର୍ବର ବିଷୟ। ଜଳ ସଂରକ୍ଷଣ ଦିଗରେ ସହରର ନିରନ୍ତର ପ୍ରୟାସ ଏବଂ ସଫଳତାକୁ ଏବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ରବିବାର ପ୍ରସାରିତ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୩୬ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ‘କ୍ୟାଚ୍ ଦି ରେନ୍’ ଅଭିଯାନରେ ଭୁବନେଶ୍ୱରର ଉଲ୍ଲେଖନୀୟ ଯୋଗଦାନ ସମ୍ପର୍କରେ ଆଲୋଚନା କରିଛନ୍ତି। ଗତ ଜୁଲାଇ ୪ ତାରିଖରୁ ସାରା ଦେଶରେ […]

Read More Text.

ଚୋରାଚାଲାଣ ବେଳେ ହାଇୱାରୁ ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ: ଫୁଲବାଣୀ ସଦର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ଗଞ୍ଜେଇ ଚାଲାଣକାରୀଙ୍କ ଯୋଜନାକୁ ପଣ୍ଡ କଲା ପୋଲିସ । ଏକ ହାଇୱାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହାଇୱାକୁ ମଧ୍ୟ ଜବତ କରିଛି ପୋଲିସ । ପୂର୍ବରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡୁକୁମ୍ପା ଦ୍ୱାରପାଳ ମନ୍ଦିର ନିକଟରେ ପୋଲିସ ଜଗି […]

Read More Text.