ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ, ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର : ଦୀପାବଳି ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ। ପ୍ରାୟ ଦଶ ବର୍ଷ ପରେ ମହାନଦୀ ଜଳ ବଣ୍ଟନ ବିବାଦର ସମାଧାନ ଦିଗରେ ପୁଣି ଥରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମହାନଦୀ ପ୍ରସଙ୍ଗରେ ଓଡ଼ିଶା ନିଜର ଅଧିକାରରକୁ ଦୃଢ଼ତାର ସହ ଉପସ୍ଥାପନ କରିଛି ବୋଲି ମୁଖ୍ୟମନ୍ତ୍ରୀ […]

Read More Text.

ପାଣିକୁଣ୍ଡରୁ ମିଳିଲା ନିଖୋଜ ଛାତ୍ରୀର ମୃତଦେହ

ଭୁବନେଶ୍ବର : ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ସକାଳେ ସ୍କୁଲ ଯାଇ ନିଖୋଜ ଥିବା ୭ବର୍ଷର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ନିକଟ ପୋଲିସ ରିଜର୍ଭ ପଡ଼ିଆ ପଛ ପଟ ପାଣି କୁଣ୍ଡରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଆଚାର୍ଯ୍ୟବିହାରର ଏକ ସରକାରୀ ସ୍କୁଲରେ ପାଠ ପଢୁଥିଲେ ଛାତ୍ରୀ । ସ୍କୁଲ ପରିସରରୁ ଛାତ୍ରୀ ଜଣକ ହଠାତ ନିଖୋଜ ହୋଇଯିବା ଖବର ପାଇ ପରିବାରବର୍ଗ ସ୍କୁଲ ଓ ଆଖପାଖ ଅଞ୍ଚଳରେ […]

Read More Text.

ସହରାଞ୍ଚଳରେ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ନଗର ଉନ୍ନୟନ ବିଭାଗ : ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ, ବିଶେଷକରି ଉତ୍ତର ଓଡ଼ିଶା ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳ ବନ୍ଦି ସ୍ଥିତିର ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସହରାଞ୍ଚଳରେ ଲୋକଙ୍କ ସୁରକ୍ଷା, ଜଳ ନିଷ୍କାସନ ଏବଂ ଆବଶ୍ୟକ ରିଲିଫ୍ ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ଗୃହନିର୍ମାଣ ଓ ନଗର […]

Read More Text.

ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବନ୍ୟା ଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ । ନିଜେ ଲାଇଫ୍ ଜ୍ୟାକେଟ୍ ପିନ୍ଧି କେସିଙ୍ଗା ସ୍ଥିତ ବେଲଖଣ୍ଡି ଶିବ ମନ୍ଦିରରୁ ବନ୍ୟା ୧୫ ଜଣଙ୍କୁ ଉଦ୍ଧାର କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ । ଜିଲ୍ଲାପାଳ ନିଜେ ଲାଇଫ ଜାକେଟ୍‌ ପିନ୍ଧି ଅଗ୍ନିଶମ କର୍ମଚାରୀଙ୍କ ସହିତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଏମାନଙ୍କୁ ଉଦ୍ଧାର କରିଛନ୍ତି । ସେହିପରି ରଜାପଡ଼ାର […]

Read More Text.

ଗାଁ ରାସ୍ତା କାଦୁଅ ପଚପଚ; ସାହିବାସୀ ହନ୍ତସନ୍ତ; ପଞ୍ଚାୟତ ଓ ବ୍ଳକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ବାରିପଦା : ମୟୁରଭଞ୍ଜ ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁସୁମି ବ୍ଲକ ଅନ୍ତର୍ଗତ ଯୋରଦା ପଞ୍ଚାୟତ ର ସଲାକୁଦର ର ଚାନ୍ଦାଢିପା ସାହି  ରାସ୍ତା  ୨ କିମି କାଦୁଅ ପଚପଚ ।ଏହି ସାହିରେ ୧୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି ।ବର୍ଷା ଋତୁରେ ରାସ୍ତା କାଦୁଅ ପଚପଚ ବେଳେ ଖରାଦିନେ ଖାଲଖମାଲ ।ସାହିର ୧୦୦ ରୁ ଉର୍ଦ୍ଧ୍ବ ଏବଂ ଅନ୍ୟ ଗ୍ରାମ ଲୋକ ଏହି ରାସ୍ତା ଉପରେ ଗମନାଗମନ ପାଇଁ ନିର୍ଭର କରନ୍ତି ।ବୁଢାବୁଢି,ଗର୍ଭବତୀ […]

Read More Text.
IMG 20260729 WA0304

ନାଗଭଣ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ 

ବାରିପଦା :  ଭାରତବର୍ଷର ସର୍ବତ୍ର ଆଷାଢ଼  ମାସ ପୂର୍ଣ୍ଣିମା ତିଥିରେ ଗୁରୁପୂର୍ଣ୍ଣିମା ତଥା ବ୍ୟାସ ପୂର୍ଣ୍ଣିମା ପାଳନ କରାଯାଏ ।ମହର୍ଷି ବଶିଷ୍ଠଙ୍କ ପୌତ୍ରର ପରାଶର ଋଷିଙ୍କ ପୁତ୍ର ବେଦବ୍ୟାସ ଯିଏକି ଶ୍ରୀମଦ୍ ଭଗବତ୍ ଗୀତା , ଭଗବତ ପୁରଣ,, ସମସ୍ତ ପୁରାଣର ରଚୟିତା ତଥା ମାନବ ଜାତିର  ଜ୍ଞାନର ଭଣ୍ଡାର ସୃଷ୍ଟି କରି ଯାଇଛନ୍ତି ତାଙ୍କରି ଜନ୍ମ ଦିନକୁ ଗୁରୁପୂର୍ଣ୍ଣିମା ପାଳନ କରାଯାଇଥାଏ  ।ସମସ୍ତ ପୂର୍ଣିମା ମଧ୍ଯରେ ଗୁରୁ ପୁର୍ଣିମା ଶ୍ରେଷ୍ଠ ଅଟେ ।କୌରବ ଓ ପାଣ୍ଡବ […]

Read More Text.

କମିଲା ବର୍ଷା ହେଲେ କମିନି ଲୋକଙ୍କ ଦୁର୍ଦଶା, ଲଗାଣ ବର୍ଷାରେ ମୟୁରଭଞ୍ଜ ଜିଲ୍ଲାର ୨୧ଟି ବ୍ଲକର ୪୬ ଗ୍ରାମ ପ୍ରଭାବିତ

ବାରିପଦା : ଲଘୁଚାପ ଜନିତ ଲଗାଣ ବର୍ଷା ର ପ୍ରଭାବ ମୟୁରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ସମେତ ବିଭିନ୍ନ ବ୍ଲକ ରେ ଦେଖିବାକୁ ମିଳିଅଛି l ବିଶେଷ କରି ସୋମବାର ରାତ୍ରୀ ଏବଂ ମଙ୍ଗଳବାର ଦିନ ଦିନତମାମ ଅହରହ ବର୍ଷା ରେ ମୟୁରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ସମେତ ବଡ଼ସାହି, ବେତନଟୀ, ବାରିପଦା ବ୍ଲକ, ଖୁଣ୍ଟା, କପ୍ତିପଦା,ଉଦଳା, କୁସମୀ, ବହଳଦା, ଠାକୁରମୁଣ୍ଡା, ଜି ଵି ନଗର, ତିରିଂ, ବିଶୋଇ, ରସଗୋବିନ୍ଦପୁର, ଶାମାଖୁଣ୍ଟା, […]

Read More Text.

ରାଜ୍ୟରେ ବନ୍ୟା ଯୋଗୁଁ ୬ ଜିଲ୍ଲାର ୪୪ଟି ବ୍ଲକ ପ୍ରଭାବିତ, ୪ ମୃତ

ଭୁବନେଶ୍ୱର : ଆଜି ସୁଦ୍ଧା ରାଜ୍ୟରେ ବନ୍ୟା ଯୋଗୁଁ ୬ଟି ଜିଲ୍ଲାର ୪୪ଟି ବ୍ଲକ ପ୍ରଭାବିତ ହୋଇଛି । ଏଥିରେ ପ୍ରଭାବିତ ହୋଇଛନ୍ତି ୭୪୮ଟି ଗାଁର ୨ ଲକ୍ଷରୁ ଅଧିକ ଜଣ । ବନ୍ୟାରେ ଆଜି ପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି । ୨୭ହଜାରରୁ ଅଧିକ ଘର ଭାଙ୍ଗିଛି । ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର ଜିଲ୍ଲା। ଜିଲ୍ଲାର ୧ ଲକ୍ଷ ୯ ହଜାର ,୪୨୯ ଜନସଂଖ୍ୟା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଜିଲ୍ଲାରେ ମୋଟ ୧୬ […]

Read More Text.

ପ୍ରବଳ ବର୍ଷା ନେଇ ହାଇଆଲର୍ଟ; ୧୦ ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ବୁଧବାର ରାଜ୍ୟର ପ୍ରାୟ ୧୦ ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ। ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭଦ୍ରକ, ଯାଜପୁର, ବରଗଡ଼, କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ା, ଦେବଗଡ଼, ସୋନପୁର ଏବଂ ନୂଆପଡ଼ାରେ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି […]

Read More Text.

ବାରିପଦାରେ ଜିଲ୍ଲାସ୍ତରୀୟ ହେପାଟାଇଟିସ ଦିବସ-୨୦୨୬ ପାଳିତ

ବାରିପଦା : ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଥିବା ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱନାଥ ଦାସଙ୍କ ଅଧ୍ୟକ୍ଷତା ରେ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ  ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ସୌମ୍ୟରଞ୍ଜନ ନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଅନିଲ କୁମାର ମହାନ୍ତି,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ […]

Read More Text.