ହୋଲିରେ ଚାଲିଗଲା ପିଇଓଙ୍କ ଜୀବନ

ଆଗରପଡ଼ା :ଆବାଳ, ବୃଦ୍ଧ,ବନିତା ରଙ୍ଗଖେଳରେ ମସଗୁଲ ରହି ଆନନ୍ଦ ମନାଉ ଥିବାବେଳେ ନିଳୋକ ପଞ୍ଚଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଦାଧର ସାହୁଙ୍କ ମୃତ୍ୟୁ ଖବର ହୋଲିର ରଙ୍ଗକୁ ହଠାତ୍ ଫିକା କରି ଦେଇଥିଲା । ମହାନ୍ତିପଡ଼ା ଗ୍ରାମର ଗଦାଧର(୪୯) ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆଗରପଡ଼ା ମେଡିକାଲକୁ ନିଆଯାଇଥିଲା । ଅବସ୍ଥା ଉଦବେଗଜନକ ଥିବାରୁ ଘଷିପୁରା ମେଡିକାଲ ଓ ସେଠାରୁ କଟକ ମେଡିକାଲ ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଖବର […]

Read More Text.

ରାମଗଡ଼ପଦା ମେଳଣ ପର୍ବ ମହାସମାରୋହରେ ପାଳିତ, ବିମାନ କାନ୍ଧେଇଲେ ଥାନାଧିକାରୀ

ଆଗରପଡ଼ା :ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଆଗରପଡ଼ା ରାମଗଡ଼ପଦା ମେଳଣ ପର୍ବ ମହାସମାରୋହରେ ପାଳନ କରାଯାଇଛି । ପ୍ରାୟ ୪୫ଗୋଟି ସୁସଜ୍ଜିତ ବିମାନ ଗୁଡ଼ିକ ଶୋଭାଯାତ୍ରାରେ ନିଆ ଯାଉ ଥିବାବେଳେ ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତି ବିମାନର ଗୋଟିଏ ପାର୍ଶ୍ୱରେ ଓ ଅନ୍ୟ ପାର୍ଶ୍ୱରେ ବନ୍ତ ଅତିରିକ୍ତ ତହସିଲଦାର ପ୍ରସନ୍ନ ମହାନ୍ତି ବିମାନ କାନ୍ଧେଇବା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବିଟିପୁରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ବାହାରିଥିବା ରାଧାକୃଷ୍ଣଙ୍କ ବିମାନକୁ ଏହି ଦୁଇ ପ୍ରଶାସନିକ ଅଧିକାରୀ […]

Read More Text.

ଆଜି ୪୩.୬ ଡିଗ୍ରୀ ତାପମାତ୍ରା ସହ ଜଳିଛି ବୌଦ୍ଧ

ମାର୍ଚ୍ଚ ଅଧାରୁ ଜଳିଲାଣି ଅଧାରୁ ଅଧିକ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ନିଇତି ରେକର୍ଡ କରିଚାଲିଛି ପାରଦ । ମାର୍ଚ୍ଚ ଅଧାରୁ ଯେଭଳି ଦାଉ ସାଧିଛି ଗ୍ରୀଷ୍ମ ପ୍ରବାହ । କିଛିଦିନ ହେଲା ବୌଦ୍ଧ ଓ ଝାରସୁଗୁଡ଼ା କ୍ରମାଗତ ପାରଦ ଉପରମୁହାଁ ହେବା ସହିତ ଦେଶବ୍ୟାପି ରେକର୍ଡ ଭାଙ୍ଗିଛି। କେବଳ ଏହି ଦୁଇଟି ସ୍ଥାନ ନୁହେଁ, ପଶ୍ଚିମ ଓଡ଼ିଶାରେ ଅନେକ ସ୍ଥାନରେ ସ୍ବାଭାବିକ ଠାରୁ ୫-୭ ଡିଗ୍ରୀ ଉପରେ ରହୁଛି ପାରଦ । ୧୪ ତାରିଖରେ ୪୧. […]

Read More Text.

ଭୁବନେଶ୍ୱରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ) ଏକ ଶାଖା ଭୁବନେଶ୍ୱରରେ ସ୍ଥାପନ ହେବ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ)ର ଏକ ଶାଖା ଭୁବନେଶ୍ୱରରେ ସ୍ଥାପନ ପାଇଁ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖୁବ ଶୀଘ୍ର ଭୁବନେଶ୍ୱରରେ ଏହି ଶାଖା ନିର୍ମାଣ କାମ ଆରମ୍ଭ ହେବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ଗତବର୍ଷ […]

Read More Text.

ମାର୍ଚ୍ଚ ୩୧ ଶେଷ ତାରିଖ: ତା’ପରେ ଆଉ ଧାନ ନେବେନି ସରକାର

ଭୁବନେଶ୍ଵର: ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର । ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା ହେବ ନାହିଁ । ଧାନ କିଣା ପାଇଁ ମାର୍ଚ୍ଚ ୩୧କୁ ହିଁ ଡେଡଲାଇନ ଧାର୍ଯ୍ୟ କରିଛନ୍ତି ସରକାର […]

Read More Text.

ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି, ଗଲିନି: ଜୟ ନାରାୟଣ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ପ୍ରସ୍ତୁତି ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରସ୍ତୁତି ବୈଠକରେ ପଛରେ ବସିବା ପ୍ରସଙ୍ଗରେ ସେ ନିଜର ମତ ରଖି ତେରଛା ବାଣ ମାରିଛନ୍ତି। ସେ ମୁହଁ ଖୋଲି ପୁଣି ବିବାଦ ସୃଷ୍ଟି କରିଛନ୍ତି। ଜୟ ନାରାୟଣ କହିଛନ୍ତି ଗୋଟେ ଜାଗାରେ ବସିବାର ଯୋଗ୍ୟତା ରହିବା କଥା। ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି ସେଥିପାଇଁ ଗଲିନି ବୋଲି ଜୟନାରାୟଣ ମିଶ୍ର […]

Read More Text.

କ୍ୟାରମ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ: ଡିସିପି

କଟକ: ହୋଲିରେ କଟକ ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା । କ୍ୟାରମ୍ ଖେଳକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । କ୍ୟାରମ୍ ଖେଳକୁ ନେଇ ପାଟିତୁଣ୍ଡ ପରେ ଅତି ନିକଟରୁ ଯୁବକଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ସୂଚନା ଅନୁସାରେ, ଗତକାଲି ହୋଲି ଖେଳ ବେଳେ ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାରରେ ହତ୍ୟାକାଣ୍ଡ ଘଟିଥିଲା […]

Read More Text.

ବୁଦ୍ଧ ବିହାରରେ ଯୁବକଙ୍କୁ କଟୁରୀରେ ଆକ୍ରମଣ ମାମଲା, ୪ ଗିରଫ

ଭୁବନେଶ୍ୱର : ରାଜଧାନୀ ବୁଦ୍ଧ ବିହାରରେ ଯୁବକଙ୍କୁ କଟୁରୀରେ ଆକ୍ରମଣ । ଜଣକୁ ହାଣିବାକୁ ଆସି ଆଉ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ । ଆହତ ଯୁବକ ହେଲେ ଚନ୍ଦ୍ରଶେଖରପୁର ବୁଦ୍ଧ ବିହାରର ମନୋଜ ସ୍ବାଇଁ । ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଡିସିପି ଜଗମୋହନ ମୀନା ।

Read More Text.

ଓଡ଼ିଶାରେ ଖୋଲିବ ପୋଷଣ କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ପୋଷଣ କେନ୍ଦ୍ର। ରାଜ୍ୟରେ ଅତ୍ୟାବଶକ ସାମଗ୍ରୀ ପାଇଁ ଗୁଜରାଟ ମଡେଲରେ ଖୋଲିବ ପୋଷଣ କେନ୍ଦ୍ର । ପାଇଲଟ୍‌ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏନେଇ ମନ୍ତ୍ରୀ କହିଛନ୍ତି, ପୋଷଣ କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବେ ସରକାର।ରାଜ୍ୟର ଖୋଲାଯିବାକୁ ଥିବା ସବୁ ପୋଷଣ କେନ୍ଦ୍ରରେ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ […]

Read More Text.

ଶାହାଙ୍କ ଗସ୍ତକୁ ନେଇ ସମ୍ବଲପୁର ଏମସିଏଲ୍‌ରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ବୁର୍ଲା : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଗସ୍ତକୁ ନେଇ ଆଜି ସମ୍ବଲପୁର ଏମସିଏଲ୍‌ରେ ବିଜେପିର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ବିଜେପି ବିଧାୟକ ଓ ବିଧାୟକ ପ୍ରାର୍ଥୀମାନେ ଯୋଗ ଦେଇଛନ୍ତି । ଏହା ସହ ୫ ସଂସଦୀୟ କ୍ଷେତ୍ର ଜିଲ୍ଲା ସଭାପତି ସାମିଲ ଅଛନ୍ତି […]

Read More Text.